କ’ଣ ଦାମୋଦର ରାଉତ ନିଜ ପାରିବାରିକ ସ୍ଵାର୍ଥ ପାଇଁ ଛାଡିଥିଲେ ବି.ଜେ.ଡି? କ’ଣ ପୁଅ ପାଇଁ ବି.ଜେ.ଡି ଦଳ ଛାଡି ବି.ଜେ.ପି ଦଳକୁ ଯାଇଥିଲେ ଓ କ’ଣ ନିଜ ଝିଅ ପାଇଁ ବି.ଜେ.ପି ଛାଡିଲେ? ଜାଣନ୍ତୁ ସତ।

False Political

ଫେସବୁକର ଓଡ଼ିଆ ଏକ୍ସକ୍ଲୁସିଭ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରାଯାଇଅଛି ଯେ ବି.ଜେ.ଡି ର ପୂର୍ବତନ ବରିଷ୍ଠ ନେତା ଦାମୋଦର ରାଉତ ନିଜ ସ୍ଵାର୍ଥ ପାଇଁ, ନିଜ ପୁଅଙ୍କୁ ରାଜନୀତିରେ ପଶାଇବା ପାଇଁ ପାର୍ଟି ଛାଡି ବି.ଜେ॰ପି ଦଳରେ ଯାଇ ମିଶିଥିଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଅଛି ଯେ ଦାମୋଦର ରାଉତ ନିଜ ଝିଅ ପ୍ରୀତିନନ୍ଦାଙ୍କ ରାଜନୀତି ଭବିଷ୍ୟ ପାଇଁ ସେ ବହୁତ ବ୍ୟସ୍ତ। ସେଥିପାଇଁ ଦାମୋଦର ବି.ଜେ॰ପି ଦଳରୁ ଇସ୍ତଫା ଦେଇ ସାରିଛନ୍ତି।

ଫେସବୁକ ପେଜର ଗୋଟିଏ ପୋଷ୍ଟରେ ଏହା ମଧ୍ୟ ସଙ୍କେତ ଦିଆଯାଇଅଛି ଯେ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ଦାମୋଦର ରାଉତ ବି.ଜେ॰ପି ରୁ ଇସ୍ତଫା ଦେଇଅଛନ୍ତି। 

facebook.jpg

ଆମ ଅନୁସନ୍ଧାନ:

ଏହି ପୋଷ୍ଟ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମେ ଗୁଗଲରେ ଯାଇ ଦାମ ରାଉତଙ୍କ ବିଷୟରେ ସର୍ଚ କରିଲୁ। ଏହି ବିଷୟରେ ସର୍ଚ କରିଲା ସମୟରେ ଆମେ କିଛି ସତ୍ୟର ସାମନାକୁ ଆସିଲୁ। 

୧୨ ସେପ୍ଟେମ୍ବର ୨୦୧୮ ମସିହାରେ, ଡି ଟାଇମ୍ସ ଅଫ ଇଣ୍ଡିଆ ଖବର ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ବର୍ଣନା କରାଯାଇଥିଲା ଯେ ଦାମୋଦର ରାଉତଙ୍କୁ ବି.ଜେ॰ଡି ଦଳରୁ ବାହାର କରା ଯାଇଥିଲା। ଏହି ବିଷୟରେ ଏହା ମଧ୍ୟ ଲେଖାଯାଇଅଛି ଯେ ୭ ଥର ଏମ.ଏଲ.ଏ ରହିଥିବା ଦାମୋଦର ରାଉତ ଯିଏ ସେଇ ସମୟର ବି.ଜେ॰ଡି ର ଉପ ସଭାପତି ମଧ୍ୟ ଥିଲେ, ଗତ ବର୍ଷ ମାଲକାନଗିରି ଜିଲ୍ଲାର ଗୋଟିଏ ଉତ୍ସବ ରେ ବ୍ରାହ୍ମଣ ସମୁଦାୟ ବିରୁଦ୍ଧରେ ମନ୍ତବ୍ୟ କରିଥିଲେ। ସେଥିପାଇଁ ଦାମୋଦର ରାଉତଙ୍କୁ ବି.ଜେ॰ଡି ଦଳରୁ ବହିସ୍କାର କରାଯାଇଥିଲା।

TOI Damo Expelled proof.jpg

୨୪ ନଭେମ୍ବର ୨୦୧୮ ମସିହାରେ ଟେଲିଗ୍ରାଫ ଇଣ୍ଡିଆ ପତ୍ରିକାରେ ଏହା ଖବର ଛପି ଥିଲା ଯେ ଦାମୋଦର ରାଉତଙ୍କୁ ବି.ଜେ॰ଡି ଦଳରୁ ବହିସ୍କାର କରିଲା ପରେ ସେ “ବିଜୁ ସମତା କ୍ରାନ୍ତି ଦଳ” ନାମ ନିଜର ଗୋଟିଏ ରାଜନୀତି ଦଳ ଖୋଲି ଥିଲେ। 

telegraph india.jpg

 Archive

୧୩ ସେପ୍ଟେମ୍ବର ୨୦୧୮ ରେ ଏନ.ଡି.ଟି.ଭି ପତ୍ରିକାର ଖବର ଅନୁସାରେ ମଧ୍ୟ ଏହା କୁହା ଯାଇଥିଲା ଯେ ତାଙ୍କୁ ବି.ଜେ॰ଡି ଦଳରୁ ବରଖାସ୍ତ କରାଯାଇଥିଲା।  

ndtv.jpg

Archive

୧୬ ଅକ୍ଟୋବର ୨୦୧୯ ରେ ଓଡ଼ିଶା ଷ୍ଟୋରିର ପତ୍ରିକାରେ ଏହା ଖବର ଛପି ଅଛି ଯେ ଦାମୋଦର ରାଉତ ଏହା କହିଛନ୍ତି ଯେ ବି.ଜେ॰ପି ଦଳରୁ ଇସ୍ତଫା ଦେଇଅଛନ୍ତି। ତାଙ୍କ କହିବାର ଅନୁସାରେ ନିର୍ବାଚନ ଶେଷ ହେବାପରେ, ବି॰ଜେ॰ପି କୌଣସି ମଧ୍ୟ ନିଷ୍ପତିରେ ତାଙ୍କୁ ଅନ୍ତର୍ଭୁକ୍ତ କରିଲା ନାହିଁ। 

୩୦ ଅକ୍ଟୋବର ୨୦୧୯ ରେ ସମ୍ବାଦ ପତ୍ରିକାରେ ଏହା ଲେଖା ହୋଇଅଛି ଯେ ଦାମୋଦର ରାଉତ କହିଅଛନ୍ତି କି ବି.ଜେ॰ପି ରେ ତାଙ୍କୁ କୌଣସି ମଧ୍ୟ ନିଷ୍ପତିରେ ତାଙ୍କୁ ଅନ୍ତର୍ଭୁକ୍ତ କରିଲା ନାହିଁ।ସେ ରାଜନୀତିର ମୁଖ୍ୟଧାରାରେ ନିଜକୁ ସାମିଲ କରିପାରିଲେ ନାହି ।ଓଡ଼ିଶା ବାଇଟ୍ସ ମଧ୍ୟ ଏହି କଥାର ପୁଷ୍ଟି କରିଅଛି। 

odisha bytes.jpg

Archive

Avatar

Title:କ’ଣ ଦାମୋଦର ରାଉତ ନିଜ ପାରିବାରିକ ସ୍ଵାର୍ଥ ପାଇଁ ଛାଡିଥିଲେ ବି.ଜେ.ଡି? କ’ଣ ପୁଅ ପାଇଁ ବି.ଜେ.ଡି ଦଳ ଛାଡି ବି.ଜେ.ପି ଦଳକୁ ଯାଇଥିଲେ ଓ କ’ଣ ନିଜ ଝିଅ ପାଇଁ ବି.ଜେ.ପି ଛାଡିଲେ? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *