କ’ଣ କିସ ଡେରେ ଜେ.ଏନ.ୟୁ ଛାତ୍ରମାନେ ରାସ୍ତା ମଝିରେ ପରସ୍ପରକୁ ଚୁମ୍ବନ କରୁଥିଲେ?

False Social

16 ନଭେମ୍ବରରେ ଜେ.ଏନ.ୟୁର ଛାତ୍ରଛାତ୍ରୀ ପରସ୍ପରକୁ ଚୁମ୍ବନ କରୁଥିବାର  ଦାବିରେ ଦୁଇଟି ଫୋଟୋ ଫେସବୁକରେ ଭାଇରାଲ ହେଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିଲ୍ଲୀ ସ୍ଥିତ ଜେ.ଏନ.ୟୁ ଛାତ୍ରଛାତ୍ରୀମାନେ  କିସ ଡେ ପାଳନ କରାଯାଇଥିଲେ ଏବଂ ରାସ୍ତା ମଝିରେ ପରସ୍ପରକୁ ଚୁମ୍ବନ କରୁଥିଲେ। ଏହି ପୋଷ୍ଟଟି डॉ रामगोपाल वार्णोय ନାମକ ଜଣେ ଫେସବୁକ ୟୁଜର ସେୟାର କରିଛନ୍ତି। ପୋଷ୍ଟରେ ଦୁଇଟି ଫୋଟୋ ଅଛି। ଯେଉଁଥିରେ  ପୁଅ ଝିଅ ପରସ୍ପରକୁ କିସ କରୁଥିବାର ଦେଖା ଯାଉଛି। କେବଳ ସେତିକି ନୁହେଁ ଏହି ଚୁମ୍ବନ ପ୍ରକ୍ରିୟା କୌଣସି ଘରେ କିମ୍ବା ରୁମରେ ନୁହଁ ବରଂ କୋକଙ୍କ ଭିଡ ମଝିରେ କରୁଥିବାର ଦେଖା ଯାଉଛି। ଆମ ଅନୁସନ୍ଧାନ ପୂର୍ବରୁ ଏହି ପୋଷ୍ଟକୁ  1000 ରୁ ଅଧିକ ଲାଇକ ଏବଂ 1000 ରୁ ଅଧିକଥର ସେୟାର କରାଯାଇଛି।

 ତେବେ ଏହି ପୋଷ୍ଟଟି ପଛର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। କ’ଣ ଏହି ଫୋଟୋ ଜେ.ଏନ.ୟୁ ଛେତ୍ରଛାତ୍ରୀମାଙ୍କର ଅଟେ?

ପୋଷ୍ଟର ଲିଙ୍କ ଦେଖନ୍ତୁ- FACEBOOK          Archive link

ପୋଷ୍

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ

ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋକୁ ଗୁଗୁଲ ରିଭର୍ସ ଇମେଜରେ ପକାଇ ସର୍ଚ କରିଲୁ। ଆମକୁ ସର୍ଚରୁ ଏହି ଫୋଟୋ କିଛି ନ୍ୟୁଜ ପୋଷ୍ଟରେ ମିଳିଲା।  ଫୋଟୋ ଦୁଇଟି kiss of love କ୍ୟାମ୍ପେନ ନ୍ୟୁଜ ସହିତ ଜଡ଼ିତ ପାଇଲୁ। kiss of love କ୍ୟାମ୍ପେନ କେରଳର କୋଚି ସ୍ଥିତ ମେରାନ ଡ୍ରାଇଭରେ ହଇଥିଲା। ପ୍ରଥମ ଫୋଟୋଟି ଆମେ ‘Deccan Chronicle’ ନ୍ୟୁଜ ପେଜରୁ ପାଇଲୁ । ଏହି ଫୋଟୋଟି 2017 ରେ କେରଳର ମେରାନ ଡ୍ରାଇଭକୁ ପ୍ରେମିଜୁଗଲ ମାନଙ୍କ ପାଇଁ ଫ୍ରି ସ୍ପେସ ଡିକ୍ଲାର କରିବା ଦାବିରେ ଛାତ୍ରଛାତ୍ରୀମାନେ ରାସ୍ତା ଉପରେ କରିଥିବା ଏକ ଡ୍ରାମାର ଫୋଟୋ ଏଟେ। ଏଥିରୁ ଜଣା ଗଲା ଯେ, ପ୍ରଥମ ଫୋଟୋଟି ଜେ.ଏନ.ୟୁ ଛାତ୍ର ମାଙ୍କର ନୁହଁ।

Archive link

ଏହାପରେ ଆମେ ଦ୍ୱିତିୟ ଫୋଟୋକୁ ମଧ୍ୟ ଗୁଗୁଲ ରିଭର୍ସ ଇମେଜରେ ସର୍ଚ କରିଲୁ। ଏହି ଫୋଟୋରି ଆମକୁ ‘Bangalore Mirror’   ନ୍ୟୁଜ ପେଜରୁ ମିଳିଲା। ଏହା ଫୋଟୋଟି ମଧ୍ୟ 2014 ରେ କେରଳରେ ହୋଇଥିବା kiss of love ପ୍ରତିବାଦ ସମୟର ଅଟେ। ଏହି ଫୋଟୋ 2014 ରେ  Ahemdabad mirror ନ୍ୟୁଜ ପେଜରେ ମଧ୍ୟ ପ୍ରକାସିତ ହୋଇଥିଲା। 

Archive

ଅନୁଛେଦରେ ଲେଖା ଯାଇଥିଲା ଯେ, 2014 ରେ କୋଚିର ଏକ ରେସ୍ଟୋରାଣ୍ଟରେ ଏକ ଦମ୍ପତ୍ତି ପରସ୍ପରକୁ କିସ କରିବା ଦେଖି ଆଖ ପାଖ ଲୋକ ବେରୋଧ କରିଥିଲେ। ଏହା ଛଡ଼ା ଦୁଇ ଦମ୍ପତ୍ତିଙ୍କ ସହିତ ଦୁର୍ବ୍ୟବହାର ମଧ୍ୟ କରିଥିଲେ। ଏହା ପରେ ଦମ୍ପତ୍ତିଙ୍କ ସହ ହୋଇଥିବା  ଦୁର୍ବ୍ୟବହାରକୁ ବିରୋଧ କରି ସ୍ଟେଟ ଫେଡ୍ରେଶନ ଅଫ ଇନଡିଆ (state federation of india ) kiss of love କ୍ୟାମ୍ପେନ ଆରମ୍ଭ କରିଥିଲେ। ଏହି କ୍ୟାମ୍ପେନରେ ଦମ୍ପତି ପବ୍ଲିକ ଜାଗାରେ ପରସ୍ପରକୁ କିସ କଲେ କୌଣସି ଅସୁବିଧା ନାହିଁ ବୋଲି କୁହା ଯାଇଥିଲା। ଏହି  କ୍ୟାମ୍ପେନରେ ଅନେକ କଲେଜର ଛାତ୍ରଛାତ୍ରି ସାମିଲ ହୋଇଥିଲେ। ଅନୁସନ୍ଧାନରୁ ଆମେ ପାଇଲୁ ଯେ, ପୋଷ୍ଚ କରାଯାଇଥିବା ଫୋଟୋ ଦିଲ୍ଲି ଜେ.ଏନ.ୟୁ ଛାତ୍ରମାଙ୍କର ନାହିଁ।

ଶେଷକଥା– 

ଆମେ ଅନୁସନ୍ଧାନରୁ ପାଇଲୁ ଯେ, ଫେସବୁକରେ ପୋଷ୍ଟ କରାଯାଇଥିବା ଫୋଟୋ 2014 ଏବଂ 2017 କେରଳର ମେରାନ ଡ୍ରାଇଭରେ ହୋଇଥିବା  kiss of love କ୍ୟାମ୍ପେନର ଅଟେ।  ଏହି ଫୋଟୋ ଜେ.ଏନ.ୟୁ ଛାତ୍ରଙ୍କର ନୁହଁ। ପୋଷ୍ଟରେ କରାଯାଇଥିବା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ। 

Avatar

Title:କ’ଣ କିସ ଡେରେ ଜେ.ଏନ.ୟୁ ଛାତ୍ରମାନେ ରାସ୍ତା ମଝିରେ ପରସ୍ପରକୁ ଚୁମ୍ବନ କରୁଥିଲେ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *