
ସୋସିଆଲ ମିଡ଼ିଆରୁ ଆରମ୍ଭ ହୋରି ହ୍ୱାଟସ ଆପ ପର୍ଯ୍ୟନ୍ତ ଜଣେ ବିଜେପି ନେତାଙ୍କର ଦାଦାଗିରି ଭିଡିଓ ଭାଇରାଲ ହେଉଛି। 18 ନଭେମ୍ବରରେ ଅରବାଜ ଖାନ ନାମକ ଜଣେ ୟୁଜର ନିଜ ଆକାଉଣ୍ଟରେ ଏହି ବିଜେପି ନେତାଙ୍କ ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଲେଖିଛନ୍ତି (BJP ke neta ne media walon ko Di dhamki) ବିଜେପିର ନେତା ସାମ୍ବାଦିକଙ୍କୁ ଧମକି ଦେଲେ। ପୋଷ୍ଟ କରାଯାଇଥିବା ଭିଡିଓରେ ଦାବି କରାଯାଇଛି ଯେ, ଜଣେ ବିଜେପି ନେତା ଖୁଲମ ଖୁଲା ଏକ ସମ୍ବାଦିକଙ୍କୁ ଧମକି ଦେଉଛନ୍ତି। ବିଜେପି ନେତା ଜଣକ ସମ୍ବାଦିକଙ୍କୁ ବିଜେପି ସରକାର ବିରୁଦ୍ଧରେ ପ୍ରଶ୍ନ କରିବା ପାଇଁ ମନା କରୁଛନ୍ତି। ଏବଂ ସାମ୍ବାଦିକଙ୍କୁ କହୁଛନ୍ତି ଯେ, ନାଜ ପିରବାର ବିଷୟେର ଚିନ୍ତା କର , ବିଜେପି ସରକାର ବିରୁଦ୍ଧରେ ପ୍ରଶ୍ନ ପଚାରିଲେ ଗୌରି ଲଙ୍କେସ ଭଳି ତୁମର ବି ହତ୍ୟା ହବ ଅଥବା ମିରଜାପୁରର ଏକ ସମ୍ବାଦିକ ମିଡ୍ ଡେ ମିଲରେ ଲୁଣ ଓ ରୁଟି ଦିଆଯାଉଥିବାର ସତ୍ୟ ରିପୋର୍ଟ ଦେଖାଇଲା ପରେ ତାକୁ ଜେଲରେ ଭର୍ତି କରାଯାଇଥିଲା ସେହି ପରି ଅବସ୍ଥା ତୁମରବି ହେଇଯିବାର ସମ୍ଭାବନା ଅଛି। ଏଣୁ ବିଜେପି ସରକାର ବିରୁଦ୍ଧରେ ପ୍ରଶ୍ନ କରିବା ବନ୍ଧ କରିବା କଥା ଭିଡିଏରେ ଥିବା ବ୍ୟକ୍ତି ଜଣକ କହୁଥିବାର ଦେଖା ଯାଉଛି।

ଏହି ଭିଡିଏଟି ଆମ ପାଖକୁ ୱାଟସ୍ ଅପରେ ମଧ୍ୟ ଆସିଛି। ଏହା ଛଡ଼ା ଫସବୁକରେ crime control news ପେଜରେ ମଧ୍ୟ ଏହି ଦାବି ସହିତ ଭିଡିଓକୁ ପୋଷ୍ଟ କରାଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ଭିଡିଓଟିକୁ 872 ଜଣ ଦେଖି ସାରିଥିଲେ। ଏହା ସହିତ 49 ଥର ସେୟାର ମଧ୍ୟ କରାଯାଇଛି। ଭିଡିଓଟି ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ସମସ୍ତଙ୍କ ଫୋନରେ ଏହି ଭିଡିଓ ଦେଖିବାକୁ ମିଳୁଛି।
ଦାବି କରାଯାଇଥିବା ଭିଡିଓ ଲିଙ୍କ- Facebook
ଏହି ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଭିଡିଓର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ
ଆରମ୍ଭରେ ଆମେ ପୋଷ୍ଟ କରା ଯାଇଥିବା ପୁରା ଭିଡିଓକୁ ୟ୍ୟୁଟ୍ୟୁବ ଏବଂ ଗୁଗୁଲରେ ଖୋଜିଲୁ। ଭାଇରାଲ ହେଉଥିବା ଭିଡିଓର ସମ୍ପୁର୍ଣ୍ଣ ଭିଡିଓ ଆମକୁ times of todayର ୟୁଟ୍ୟୁବ ଚାନେଲରୁ ମିଳିଲା। ଭିଡିଓକୁ ଆମେ ପୁରା ଦେଖିଲୁ । ଭିଡିଓର 1.46 ସେକେଣ୍ଡରେ ଇଟରଭ୍ୟୁ ନିଆଜାଉଥିବା ବ୍ୟକ୍ତି ଜଣଙ୍କର ପରିଚୟ ଦିୟା ଯାଇଥିଲା। ଏଥିରୁ ଆମେ ଜାଣିଲୁ ଯେ, ଇଟରଭିୟୁ ନିଆଯାଉଥିବା ବ୍ୟକ୍ତି ବନାରସ ର ହରିସ ମିଶ୍ରା ଯେକି ସେବାଦଳର ପୂର୍ବ ଜିଲାସଭାପତି ଏବଂ ତୁଳମୂଳ ସ୍ତରରେ କଂଗ୍ରେସ ସଙ୍ଗଠନର ଏକ ଦଳିୟ କର୍ମିଅଟନ୍ତି।
ଆମକୁ ମିଳିଥିବା ୟୁଟ୍ୟୁବ ଭିଡ଼ିଓର ଲିଙ୍କ ଦେଖନ୍ତୁ
ଭାଇରାଲ କରାଯାଇଥିବା ଭିଡିଓକୁ ଆମେ ପାଇଥିବା ଭିଡିଓରେ ଖୋଜିଲୁ। ଭିଡିଓରେ ସାମ୍ବାଦିକ ଜଣକ 11. 39 ମିନିଟରେ ହରିସ ମିଶ୍ରକୁ ପ୍ରଶ୍ନ କରିଥିଲ କି ଆଜିର ସମୟରେ କୃଷକ ଆତ୍ମହତ୍ୟା ରୋକିବା ଲାଗି ବିଜେପି ସରକାର କ’ଣ ଚିନ୍ତା କରିଛନ୍ତି? ଏହି ପ୍ରଶ୍ନର କଟାକ୍ଷ୍ୟ କରି ହରିସ ମିଶ୍ରା କହିଥିଲେ ଯେ, “କୃଷକଙ୍କ ବିଷୟରେ ତ ମୁଁ ତମକୁ ଜବାବ ଦେଇଦେବି ହେଲେ ତମକୁ ବୋଧେ ତମ ଘର ଲୋକଙ୍କର ଚିନ୍ତା ନାହିଁ। ଆପଣ କା ସାସନ କାଳରେ କଣ ପ୍ରଶ୍ନ ପଚାରୁଛନ୍ତି ଜଣିଛନ୍ତି ତ? ଏହା ମୋଦି ସରକାର ଅଛି ଏବଂ ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ୟୋଗି ଆଦିତ୍ୟନାଥ ଅଛନ୍ତି। ତାଙ୍କ ସାସନ କାଳରେ ତାଙ୍କ ବିରୋଧରେ ପ୍ରଶ୍ନ କଲେ ତମ ଜିବନ ପ୍ରତି ବିପଦ ହବ। ମୋତେ ତମ ଅପରେ ଦୟା ଲାଗୁଛି, ତମେ ଅନଜନା କସ୍ୟପ ପରି ସରକାରର ସମର୍ଥନରେ ପ୍ରଶ୍ନ ପଚାର।
ଆମେ ଭିଡିଓର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଦେଖିଲୁ। ଆମକୁ ଭାଇରାଲ ହେଉଥିବା ଭିଡିଓ ସମ୍ପୁର୍ଣ୍ଣ ମିଥ୍ୟା ଲାଗିଲା। କାରଣ ଭିଡିଓର ଶେଷ ଆଡକୁ ହରିଶ ମିଶ୍ର ମୋଦି ସରକାର ବିରୋଧରେ ଏବଂ କଂଗ୍ରେସ ସରକାର ସପକ୍ଷରେ କହୁଥିବାର ଦେଖା ଗଲେ। ଭିଡିଓ ଶେଷରେ ସାମ୍ବାଦିକ ହିରସ ମିଶ୍ରକୁ ପଚାରିଲେ ଆପଣ କେଉଁ ଦଳରୁ ନିର୍ବାଚନ ଲଢ଼ିବା ପାଇଁ ପସନ୍ଦ କରିବେ? ଏହାର ପ୍ରତି ଉତ୍ତରରେ ହରିସ ମିଶ୍ର କହିଥିଲେ ଯେ, ମୁଁ ଯେକୌଣସି ଦଳରୁ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି କିନ୍ତୁ ବିଜେପି ଦଳରୁ ଲଢ଼ିବି ନାହିଁ।
ଏହାକୁ ନେଇ ହାମେ ହରିସ ମିଶ୍ରାଙ୍କୁ ସମ୍ପର୍କ ମଧ୍ୟ କରିଲୁ,ଯେଉଁଥିରେ ସେ ଆମକୁ କହିଲେ ଯେ,ମୁଁ ସମ୍ପୁର୍ଣ୍ଣରୁପେ କଂଗ୍ରେସ ସମର୍ଥକ ଅଟେ। ଭାଇରାଲ ହେଉଥିବା ଭିଡିଓକୁ ମୁଁ ସମ୍ପୁର୍ଣ୍ଣରୁପେ ଖଣ୍ଡନ କରୁଛି। ମୁଁ ବିଜେପି ସରକାରକୁ କଟାକ୍ଷ୍ୟ କରି କହିଥିଲି। କିନ୍ତୁ ବିରୋଧି ଦଳ ପୁରା ଭିଡିଓର କିଛି ଅଂଶ ଭାଇରାଲ କରି ମୋତେ ଦୋଶି ସାବ୍ୟସ୍ତ କରିବାରେ ଲାଗିଛନ୍ତି।
ଶେଷକଥା-
ଆମ ଅନୁସନ୍ଧାନରୁ ଆମେ ପାଇଲୁ ଯେ, ଭାଇରାଲ ଭିଡିଓରେ ବିଜେପି ନେତା ସାମ୍ବାଦିକଙ୍କୁ ଧମକି ଦେବା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ପୁରା ଭିଡିଓରେ ହରିସ ମିଶ୍ର ବିଜେପି ଦଲର କଟାକ୍ଷ୍ୟ କରୁଥିଲେ ଏବଂ ସେ ବିଜେପି ଦଳର ନୁହଁ ବରଂ କଂଗ୍ରେସ ଦଳର ଅଟନ୍ତି। ଭାଇରାଲ ଭିଡିଓରେ ସେ ସମ୍ବାଦିକଙ୍କୁ କୌଣସି ଧମକି ଦେଉନଥିଲେ। ଭାଇରାଲ ଭିଡିଓରେ ବିଜେପି ନେତା ଖୁଲମ ଖୁଲା ସାମ୍ବାଦିକଙ୍କୁ ଦମକି ଦେବା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ।

Title:କ’ଣ ବିଜେପି ନେତା ଜଣେ ସମ୍ବାଦିକଙ୍କୁ ଖୁଲମ ଖୁଲା ଦେଲେ ଧମକି?
Fact Check By: Saritadevi SamalResult: False