
16 ଅକ୍ଟୋବରରେ ମନୋଜ କୁମାର ପ୍ରଧାନ ନାମକ ଜଣେ ଫେସବୁକ ୟ୍ୟୁଜର ନିଜ ଫେସବୁକ ଆକାଉଣ୍ଟରେ RBI ନୂଆ 1000 ଟଙ୍କିଆ ନୋଟ ବାହାର କରିଥିବା ଦାବି କରିଛନ୍ତି। ପୋଷ୍ଟ କରାଯାଇଥିବା ନୋଟରେ ମହତ୍ମା ଗାନ୍ଧିଙ୍କର ଫୋଟୋ ଅଛି ଏବଂ ସେଥିରେ 1000 ଟଙ୍କା ମଧ୍ୟ ଲେଖାଯାଇଛି। 1000 ଟଙ୍କିଆ ନୋଟଟି ପୁରା ବାସ୍ତବ ଭଳି ଦେଖା ଯାଉଛି। 2016 ରେ ପୁରୁଣା 1000 ଏବଂ 500 ଟଙ୍କାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଧ କରିଦେଇଥିଲେ । ତାବଦଳରେ ନୂଆ 500 ଟଙ୍କା ଏବଂ 2000 ଟଙ୍କା ବଜାରକୁ ଛଡ଼ା ଯାଇଥିଲା। ଲୋକ ଆଜି ମଧ୍ୟ 1000 ଟଙ୍କିଆ ନୋଟର ପ୍ରତିକ୍ଷ୍ୟାରେ ଅଛନ୍ତି। 2000 ଟଙ୍କା ନୋଟକୁ ଖୁଚୁରା କରିବା ଲୋକଙ୍କ ପାଇଁ ଭାରି କଷ୍ଟ। 2017ରେ ମଧ୍ୟ ଏପରି ଏକ ଗୁଜବ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ହେଲେ ସେ ଗୁଜବ ମିଥ୍ୟାଥିଲା। ଏହି ଗୁଜବ ପୁଣି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅକ୍ଟୋବର 16 ତାରିଖରେ ମଧ୍ୟ RBI ନୂଆ 1000 ଟଙ୍କିଆ ନୋଟ ବଜାରକୁ ଛାଡ଼ିଥିବା କଥା ଦାବି କରାଯାଉଛି। ତେବେ ଏହି ଗୁଜବ କେତେ ସତ ସେ ବିଷୟରେ ଜାଣିବା ପାଇଁ ଆମେ ଅନୁସନ୍ଧାନ ଆରମ୍ଭ କରିଲୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Face book । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଆମ ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ପୋଷ୍ଟ କରାଯାଇଥିବା 1000 ଟଙ୍କିଆ ନୋଟକୁ ଠିକରେ ଟିକିନିକ କରି ପରଖିଲୁ। ନୋଟରେ ଆମକୁ କିଛି ଏପରି ଜିନିଷ ଦେଖିବାକୁ ମିଳିଲା ,ଯେଉଁଥିରୁ ଆମେ ଜାଣିବାକୁ ପାଇଲୁ ଯେ, ପୋଷ୍ଟ କରାଯାଇଥିବା ନୋଟ ନକଲି ଅଟେ। ଜାଣନ୍ତୁ କିପରି। ପ୍ରଥମ ଫୋଟୋରେ ଦେଖନ୍ତୁ ଏହି ନୋଟ 2017 ମସିହାର ଅଟେ। ତେବେ କ’ଣ RBI ଏହି ନୋଟକୁ 2017ରେ ବନେଇ ସାରିଥିଲା।

ଏବେ ଦ୍ୱିତିୟ ଫୋଟୋରେ ଦେଖନ୍ତୁ ନୋଟରେ RBI ଗଭର୍ନର ସକ୍ତିକାନ୍ତ ଦାସଙ୍କର ଦସ୍ତଖତ ନ ରହି M.K.Gandhi ଲେଖି ଦସ୍ତଖତ କରାଯାଇଛି। ଏହାଛଡ଼ା ନୋଟର ଉପରେ Artistic Imagination ଲୋଖା ଯାଇଛି। ଅର୍ଥାତ୍ ଏହି ନୋଟ ଏକ କଳାକାରର କଳ୍ପନା ଅଟେ। କେବଲ ସେତିକି ନୁହଁ The sum of one Thousand Rupees ବଦଳରେ ଭୁଲରେ ଏହା one Thousand Prue ଲେଖା ଯାଇଛି।

ଏହା ଛଡ଼ା ଆମେ RBI Website ରେ 1000 ଟଙ୍କିଆ ନୂଆ ନୋଟ ବାହାରି ଥିବାର ସୂଚନା ସର୍ଚ କରିଲୁ। କିନ୍ତୁ ଅକ୍ଟୋବର ଏବଂ ନଭେମ୍ବରରେ RBI ଠାରୁ ଏପରି କୋଣସି ନୋଟ ବଜାରକୁ ଛଡ଼ିବା ନେଇ ସୂଚନା ଦିୟା ଯାଇନାହଁ।

ଏଠାରେ ପେଜର ଲିଙ୍କ୍ ଦେଖନ୍ତୁ- Twitter । Archive
2017ରେ ଜେବେ ଏହି ଭଳି 1000 ଟଙ୍କିଆ ନୋଟ ବାଜାରକୁ ଆସିବା କଥା ଭାଇରାଲ ହୋଇଥିଲା ତେବେ RBI ଗଭର୍ନର ସସିକାନ୍ତ ଦାସ ଟୁଇଟ କରି ଏହା ସ୍ପଷ୍ଟ କରିଥିଲେ ଯେ, 1000 ଟଙ୍କିଆ ନୋଟ ଏବେ ବାହାର କରିବାର କୌଣସି ଯୋଜନା କରାଯାଇ ନାହଁ। ଏଣୁ ପୋଷ୍ଟରେ କରାଯାଇଥିବା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ।
ଶେଷକଥା-
ଆମେ ଅନୁସନ୍ଧାନରୁ ଜାଣିଲୁ ଯେ. RBI ଏପରି କୋଣସି 1000 ଟଙ୍କିଆ ନୋଟ ବଜାରକୁ ଛାଡ଼ି ନାହାନ୍ତି। ଫେସବୁକ ପୋଷ୍ଟରେ କରାଯାଇଥାବ ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ପୋଷ୍ଟରେ ସେୟାର କରାଯାଇଥିବା 1000 ଟଙ୍କିଆ ନୋଟ ଏକ କଳାକାରର କଳ୍ପନା ଅଟେ।

Title:କ’ଣ RBI ବଜାରକୁ ଛାଡ଼ିଲେ 1000 ଟଙ୍କିଆ ନୋଟ? ଜାଣନ୍ତୁ ସତ।
Fact Check By: Saritadevi SamalResult: False