
କିଛି ଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟର କାଇଦେରାବାଦ ସହରରେ ଗୋଟିଏ ଦୁଷ୍କର୍ମ ଘଟଣା ଘଟି ଥିଲା। ଏହି ଘଟଣାକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ଅନେକ ମତ ଦେଉଛନ୍ତି।
୨୯ ନଭେମ୍ବରରେ ଜଣେ ଫେସବୁକ ୟୁଜର ଫେସବୁକର ବିଜେପି ଓଡ଼ିଶା ନାମକ ପେଜରେ ପୀଡ଼ିତାଙ୍କ ବିଷୟରେ ଗୋଟିଏ ପୋଷ୍ଟ କରିଛନ୍ତି ଯେଉଁଥିରେ ଏହା ଲେଖା ଯାଇଅଛି ଯେ “ହାଇଦେରାବାଦରେ ହିନ୍ଦୁ ଝିଅକୁ ଜିହାଦି ମାନେ ଗଣ ବଳାତ୍କାର କରି ଜିଅନ୍ତଆ ପୋଡ଼ି ଦେଲେ। କଂଗ୍ରେସ ବାଲା ପୁରା ନୀରବ କାରଣ ଦୋଷୀର ନାଁ ମହମ୍ମଦ ପାଶା”। ଏହି ପୋଷ୍ଟକୁ ନେଇ ଅନେକ ଲୋକ ଅନେକ ପ୍ରକାର କମେଣ୍ଟ କରିଛନ୍ତି। କିଏ କଂଗ୍ରେସ କୁ ଗାଳି ଦେଇଛନ୍ତି ତ କିଏ ଏହା ଲେଖିଛନ୍ତି ଯେ ଏବେ ଆମେ ହିନ୍ଦୁ ଲୋକେ ଏହି ମୁସ୍ଲିମ ଦୂଷକର୍ମୀଙ୍କୁ ଜୀବନ୍ତ ଜଳାଇ ଦେବା। କିଛି ଲୋକେ କମେଣ୍ଟରେ ଏହି ପୋଷ୍ଟକୁ ଘୃଣା କରି ଏହା ମଧ୍ୟ କହିଛନ୍ତି ଯେ ଏଏହି ବିଷୟରେ ହିନ୍ଦୁ-ମୁସ୍ଲିମ ବା ରାଜନୀତି ପଷାଇବା ଠିକ କଥା ନୁହେ। ୩ ଦିନ ମଧ୍ୟରେ ଏହି ପୋଷ୍ଟକୁ ୨୩୮ ଷେୟାର ମିଳି ସାରିଛି ଏବଂ ୭୨୪ ଲୋକେ ଏହାକୁ ଲାଇକ ମଧ୍ୟ କରି ସାରିଛନ୍ତି।
୩୦ ନଭେମ୍ବର ରେ ଏହି ପୋଷ୍ଟକୁ ଜଣେ ଫେସବୁକ ୟୁଜର ମଧ୍ୟ ଓଡ଼ିଶା ଖବର ନାମକ ଫେସବୁକ ପେଜରେ ପୋଷ୍ଟ କରିଛନ୍ତି।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
୩୦ ନଭେମ୍ବରରେ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ ପତ୍ରିକାର ଅନୁଛେଦରେ ଏହା ଲେଖା ଯାଇ ଅଛି ଯେ ପୀଡ଼ିତା ସହିତ ଦୁଷ୍କର୍ମ କରିବା ପୂର୍ବରୁ ଆରୋପି ମାନେ ତାଙ୍କୁ ଜବରଦସ୍ତି ମଦ ପିଲାଇ ଥିଲେ। ଆରୋପି ମାନେ ତୋନ୍ଦପୁଲ୍ଲୀ ନାମ ଗାଁର ଗୋଟିଏ ମଦ ଦୋକାନରୁ ମଦ କିଣି ସେହି ଟୋଲ ବୁଥକୁ ଆସିଥିଲେ ଯେଉଁଠି ପୀଡ଼ିତା ଛିଡା ହୋଇଥିଲେ। ଜଣେ ଯାଞ୍ଚକାରୀଙ୍କ କହିବା ଅନୁସାରେ ଆରୋପି ମାନେ ପୀଡ଼ିତାଙ୍କୁ ଜବରଦସ୍ତି ମଦ ପିଏଇ ଥିଲେ ଓ ଯେତେବେଳେ ସେ ନିଶାରେ ବେହୋଶ ହେଇଗଲେ, ସେମାନେ ତାଙ୍କୁ ଗୋଟିଏ ସୁନ୍ସାନ ଜାଗାକୁ ଟାଣି ନେଇ ତାଙ୍କ ସହିତ ଦୁଷ୍କର୍ମ କରି ତାଙ୍କୁ ଜୀବନ୍ତ ପୋଡ଼ି ଦେଇଥିଲେ। ସି.ସି.ଟି.ଭି ରୁ ଜଣା ପଡିଲା ଯେ ବୁଧୁବାର ରାତି ଟୋଲ ରେ ଥିବା କିଛି ବ୍ୟକ୍ତି ମାନେ ଗୋଟିଏ ଟ୍ରକକୁ ସେହି ସୁନ୍ସାନ ଜାଗାରେ ଦେଖି ଥିଲେ। ଜଣେ ଆରୋପିର ମାଁଙ୍କ କହିବ ଅନୁସାରେ ତାଙ୍କ ପୁଅ ରାତି ୧ ରେ ଘରକୁ ଫେରି ଏହା ଜଣାଇଲା ଯେ ତାର ଗୋଟିଏ ସ୍କୁତି ସହିତ ଦୁର୍ଘଟଣା ହୋୟୀ ଯାଇଛି। କିନ୍ତୁ ରାତି ୩ ଟା ରେ ପୁଲିସ ଆସି ଅପ୍ରାଧୀକୁ ଗିରଫ କରି ଥିଲେ।

ଅନୁସନ୍ଧାନ ସମୟରେ ଆମକୁ ୪ ଦୋଷୀ ମାନେ ଜିହାଦି ହେବାର କୌଣସି ପ୍ରମାଣ ମିଳିଲା ନାହିଁ। ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ହାଇଡେରାବାଦର ଶମଷାବାଦ ପୁଲିସ ସ୍ଟେଶନ ଫୋନ କରିକି ଏହି ଘଟଣା ବିଷୟରେ ପଚାରିଲୁ। ଶମଷାବାଦର ଜଣେ ପୁଲିସ ଅଧିକାରି ମଞ୍ଜୁଲା ମେଡମଙ୍କ ସହିତ କଥା ହେଲାରୁ ସେ କହିଲେ ଯେ ଯେଉଁ ୪ ଅପରାଧୀଙ୍କୁ ପୁଲିସ ଗିରଫ କରିଛି ସେମାନେ ଜିହାଡି ନୁହନ୍ତି ଓ ସେମାନଙ୍କ ସମ୍ବନ୍ଧ କୌଣସି ଗୋଟିଏ ସମୁଦାୟ ସହିତ ନାହିଁ। ସେମାନେ ସେହି ଜାଗାର ଲୋକାଲ ଲୋକ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବା ପାଇଁ ପାଇଲୁ ଯେ ୪ ଜଣ ଅପରାଧୀ ଜିହାଦି ନୁହନ୍ତି ଏବଂ ସେମାନଙ୍କ ସମ୍ପର୍କ କୌଣସି ଗୋଟିଏ ସମୁଦାଯ ସହିତ ଜୁଡି ହେଇ ନାହିଁ। ୪ ଅପରାଧୀ ଜିହାଦି ହେବା ଖବର ସମ୍ପୂର୍ଣ ଭାବେ ମିଥ୍ୟା। ଆମେ ଲୋକଙ୍କୁ ଅନୁରୋଧ କରୁଛୁ ଯେ ଏହି ଘଟଣାକୁ ରାଜନୀତି ରୂପ ନ ଦିଆ ଯାଉ।

Title:କ’ଣ ତେଲେଙ୍ଗାନା ରାଜ୍ୟରେ ହେଇଥିବା ଦୁଷ୍କର୍ମ ପଛରେ ଜିହାଦିଙ୍କର ହାତ ଥିଲା? କ’ଣ ପୀଡ଼ିତାଙ୍କ ସହିତ ଦୂଷକର୍ମ କରିଲା ପରେ ତାଙ୍କ ଶରୀରକୁ ପୋଡ଼ି ଦେବା ଲୋକେ ଜିହାଦି ଥିଲେ? ଜାଣନ୍ତୁ ସତ।
Fact Check By: Siddharth SahuResult: False