
ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ପେର ସୋସିଆଲ ମିଡିଆରେ ଲଗାତାର କିଛିନା କିଛି ପୋଷ୍ଟ ଦେଖିବାକୁ ମିଳୁଛି। ନିର୍ଭୟା ହେଲ୍ପ ଲାଇନ ନମ୍ବର ହେଉ ଅଥବା ଅନ୍ୟ କୌଣସି ଗୁଜବ ପୋଷ୍ଟ କରାଯାଇଛି। ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର ଅପରାଧିମାନଙ୍କୁ ଫାଶି ଦଣ୍ଡ ଦେବା ପାଇଁ ପୁରା ଦେଶ ଦାବି କରୁଛି। ଏହି ମଧ୍ୟରେ ଫେସବୁକରେ ଏବିପି ହିନ୍ଦୀ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ ଭାଇରାଲ ହେଉଛି ଏବଂ ଏହି ଭିଡିଓକୁ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ସହିତ ଯୋଡ଼ା ଯାଉଛି। ଭାଇରାଲ ଭିଡିଓରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଣଦୁଷ୍କର୍ମକୁ ଘୋର ନିନ୍ଧା କରିବାସହିତ ଦୁଷ୍କର୍ମ ଅପରାଧିଙ୍କୁ ଫାସି ଦଣ୍ଡ ଦେବାର ଘଷଣା କରିଥିବାର ଦେଖା ଯାଇଛି। ଭାଇରାଲ ହେଉଥିବା ଭିଡିଓ 21 ସେକେଣ୍ଡର ଅଟେ। ଏହି ଭିଡିଓକୁ ଅଧିକରୁ ଅଧିକଥର ସେୟାର କରାଯାଇଛି। 3 ଡିସେମ୍ବରରେ Bankesh khanda ନାମକ ଜଣେ ଫଏସବୁକ ୟୁଜର ନିଜ ଆକାଉଣ୍ଟରେ ଏହି ଭିଡିଓକୁ ପୋଷ୍ଟକରି ଦାବି କରିଛନ୍ତି ଯେ, କେନ୍ଦ୍ରସରକାର ଏକ ବଡ଼ ଘୋଷଣା କରିଲେ ଏବଂ ଏହି ଭିଡିଓକୁ ଅଧିକରୁ ଅଧିକ ସେୟାର କରିବା ପାଇଁ କହିଛନ୍ତି।
କେବଳ ସେତିକି ନୁହେଁ ଏହି ଭିଡିଓକୁ Voice of keonjhar ନାମକ ଜଣେ ଫେସବୁକ ୟୁଜର ମଧ୍ୟ ସେୟାର କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଏବେ ଗଣ ଦୁଷ୍କର୍ମ କରୁଥିବା ଅପରାଧିକୁ ଫାଶି ଦଣ୍ଡ ଦିୟାଯିବ। ଏହା ଛଡ଼ା ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେ, ଭିଡିଓକୁ ଦେଖିଲେ ଲାଗୁଛି କେନ୍ଦ୍ର ସରକାର ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ପରେ ଏହି ନିସ୍ପତି ନେଇଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 106 ଥର ସେୟାର କରାଯାଇଛି।
ଏହା ଛଡ଼ା ଏହି ଭିଡିଓ 3 ଡିସେମ୍ବରରେ Rishi Rishi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଗୁଡ୍ ଡିସିଶନ ସାର ଲେଖି ପେଷ୍ଟ କରିଛନ୍ତି। ଏହି ପୋଷ୍ଟକୁ 2000ରୁ ଅଧିକ ଥର ସେୟାର କରାଯାଇଛି ଏବଂ 1000ରୁ ଅଧିକ ଲାଇକ ମିଳିଛି। ପୋଷ୍ଟର କମେଣ୍ଟ ବକ୍ସରେ ଯାଇଦେଖିଲେ ଲାଗୁଛି ଲୋକ ସରକାରଙ୍କର ଏହି ନିସ୍ପତିକୁ ସ୍ୱାଗତ କୁଛନ୍ତି ଏବଂ ଲୋକଙ୍କ ମନରେ ହାଇଦ୍ରାବାଦ ଗଣଦୁଷ୍କର୍ମ ପାଇଁ ଥିବା କ୍ରୋଦ୍ଧ କିଛି ମାତ୍ରାରେ କମ ହେବାରେ ଲାଗିଛି।
ଏଠାରେ ପୋଷ୍ଟର ଲିଙ୍କ୍ ଦେଖନ୍ତୁ-Facebook
ଏହି ଭିଡିଓର ସତ୍ୟତା ଜଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ ଯେ, କ’ଣ ସତରେ କେନ୍ଦ୍ର ସରକାର ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ଦୁଷ୍କର୍ମ କରୁଥିବା ଅପରାଧିମାନଙ୍କୁ ଫାଶି ଦଣ୍ଡ ଦେବା ପାଇଁ ନିସ୍ପତି ନେଇଛିନ୍ତି , ନା ଏହି ଭିଡିଓ ପଛରେ ଅନ୍ୟ କିଛି ସତ୍ୟତା ଲୁଚି ରହିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନର ଆରମ୍ବରେ ଆମେ ଏବିପି ହିନ୍ଦୀ ନ୍ୟୁଜର ଏହି ଭିଡିଓକୁ ୟୁଟ୍ୟୁବରେ ଖୋଜିଲୁ। ଏହାପରେ ଆମକୁ ଏହି ଭିଡିଓ ମିଳିଲା ଜାହାକି 31 ଜାନୁଆରି 2019ରେ ପୋଷ୍ଟ କରାଯାଇଥିଲା। ଆମକୁ ମିଳିଥିବା ଭିଡିଓ ଏବଂ ଭାଇରାଲ ହେଉଥିବା ଭିଡିଓ ରେ ଗୋଟିଏ ପାର୍ଥକ୍ୟ ଅଛି ତାହା ହେଉଛି ଯେ, ଭଆଇରାଲ ଭିଡିଓର ଆମ୍ବରେ ନାବାଳିକା ସବ୍ଦ ହଟାଇ ଦିୟାଯାଇଛି।
ଆମକୁ ମିଳିଥିବା ଭିଡିଓର ୟୁଟ୍ୟୁବ ଲିଙ୍କ୍ ଦେଖନ୍ତୁ
ଏହାଛଡ଼ା ଭାଇରାଲ ଭିଡିଓର ସମ୍ପୁର୍ଣ୍ଣ ଭିଡିଓ ସର୍ଚ କରିଲୁ। ସର୍ଚରେ ଆମେ ୟୁଟ୍ୟୁବର ରାଜ୍ୟସଭା ଟିଭି ଚ୍ୟାନେଲରେ ଏକ ଭିଡିଓ ପାଇଲୁ ଯେଉଁଥିର୍ 31 ଜାନୁଆରିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜିପି ସରକାର 5 ବର୍ଷରେ କରିଥିବା କାମ ବିଷୟରେ କହୁଥିଲେ। ଏହି ଭିଡିଓର 19.53 ମିନିଟରେ ରାମନାଥ କୋବିନ୍ଦ ,ମୋଦି ସରକାର 2018ରେ ନାବାଳିକା ଗଣଦୁଷ୍କର୍ମ ଅପରାଧିଙ୍କୁ ଫାଶି ଦଣ୍ଡ ଦେବା ପାଇଁ କରିଥିବା ନିଷ୍ପତିକୁ ପ୍ରଶଂସା କରିଛନ୍ତି।
ଏହି ଭିଡିଓର ସମ୍ପୁର୍ଣ୍ଣ ଭିଡିଓ ଦେଖନ୍ତୁ
ଏହାପରେ ଆମେ ନରେନ୍ଦ୍ର ମୋଦି 2018ରେ କ’ଣ ନିଷ୍ପତି ନେଇଥିଲେ ସେ ବିଷୟରେ ଜାଣିବା ପାଇଁ ଆମେ ଗୁଗୁଲରେ ସର୍ଚ କରିଲୁ । ସର୍ଚରେ ଆମକୁ ଆଜତକ ନ୍ୟୁଜ ପେଜର ଏକ ଅନୁଚ୍ଛେଦ ମିଳିଲା। ଏହି ଅନୁଚ୍ଛେଦରେ ଲେଥା ଯାଇଥିଲା ଯେ, 22 ଅପ୍ରେଲ 2018ରେ 12 ବର୍ଷ ପଯ୍ୟନ୍ତ ନାବାଳିକାଙ୍କ ସିହତ ଗଣଦୁଷ୍କର୍ମ କରିଥିବା ଅପରାଧିଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିବାର ନିଷ୍ପତି ନିୟା ଯାଇଥିଲା। କାଟୁଆ ଗଣଦୁଷ୍କର୍ମ ଘଟଣା ପରେ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଥିଲେ।
ଏଠାରେ ପେଜର ଲିଙ୍କ ଦେଖନ୍ତୁ- Ajtak । Archive
ଏହା ଛଡ଼ା ଏହି ନ୍ୟୁଜ Nab bharat times ଏବ୍ଂ ନ୍ୟୁଜରେ ମଧ୍ୟ ପ୍ରକାଶିତ କାରାଯାଇଥିଲା। ଏଥିରୁ ଜାଣାଗଲା ଯେ, ପାଷ୍ଟ ହେଉଥିବା ଭିଡିଓ 10 ମାସ ପୁରୁଣା ଅଟେ। ଭିଡିଓରେ ନିଆଯାଇଥିବା ନିଷ୍ପତି ସତ୍ୟ ଅଟେ କିନ୍ତୁ କେନ୍ଦ୍ର ସରକାର 2018ରେ 12 ବର୍ଷର ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ କରୁଥିବା ଅପରାଧିଙ୍କୁ ଫାଶି ଦଣ୍ଡ ଦେବାର ଏହି ନିଷ୍ପତି ନେଇଥିଲେ। ଭିଡିଓରେ ରାମନାଥ କୋବିନ୍ଦ ଏହି ସମ୍ପର୍କରେ କହୁଥିଲେ। ହାଇଦ୍ରାବାଦ ଗଣଦୁଷ୍କର୍ମ ପେର କେନ୍ଦ୍ର ସରକାର ଏପରି କୌଣସି ନିଷ୍ପତି ନେଇ ନାହାଁନ୍ତି।
ଶେଷକଥା-
ଆମ ଅନୁସନ୍ଧାନରୁ ଜାଣିଲୁ ଯେ, ଭାଇରାଲ ହେଉଥିବା ଭିଡିଓ ପୁରୁଣା ଅଟେ। କେନ୍ଦ୍ର ସରକାର ଗଣଦୁଷ୍କର୍ମ କରୁଥିବା ଅପରାଧିଙ୍କୁ ଫାଶି ଦଣ୍ଡ ଦେବାପାଇଁ କହିଛନ୍ତି ସତ କିନ୍ତୁ 12 ବର୍ଷ ପର୍ଯ୍ୟନ୍ତ ନାବାଳିଙ୍କ ସହିତ ଦୁଷ୍କର୍ମ କରୁଥିବା ଅପରାଧିଙ୍କୁ ଫାଶି ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ଏହି ଆଇନ 2018ରୁ ଲାଗୁ ହୋଇସାରିଛି। ହାଇଦ୍ରାବାଦ ଗଣଦୁଷ୍କର୍ମପରେ କେନ୍ଦ୍ର ସରକାର ଏପରି କୌଣସି ନିଷ୍ପତି ନେଇ ନାହାନ୍ତି। ଏଣୁ ଭାଇରାଲ ହେଉଥିବା ପୋଷ୍ଟ ସମ୍ପୁର୍ଣ୍ଣ ସତ୍ୟ ନୁହଁ।

Title:କ’ଣ ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ଭାଇରାଲ ହେଉଥିବା ଭିଡିଓରେ ରାଷ୍ଟ୍ରପତି ଅପରିଧିଙ୍କୁ ଫାଶି ଦଣ୍ଡ ଦେବାର ନିଷ୍ପତି ନେଉଛନ୍ତି ?
Fact Check By: Saritadevi SamalResult: False