
ଦେଶ ସାରା ଲୋକ CAA ଏବଂ NRC ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏହି ପ୍ରଦର୍ଶନରେ କଲେଜ ଛାତ୍ରଛାତ୍ରା ଠାରୁ ଆରମ୍ବକରି ସାଧାରଣ ଜନତା ମଧ୍ୟ ସାମିଲ ହୋଇଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଲୋକ ଭିଡିଓ ଏବଂ ଫୋଟୋ ପୋଷ୍ଟ କରି ଗୁଜବ ଭାଇରାଲ କରୁଥିବାର ମଧ୍ୟ ଦେଖା ଯାଇଛି। ତେବେ 21 ଡିସେମ୍ବରରେ ଭୀମ ଆର୍ମି ଓଡ଼ିଶା ନାମକ ଜଣେ ଫେସବୁକ ୟୁଜର ନିଜ ପୋଷ୍ଟରେ ଦୁଇଟି ଫୋଟୋ ସେୟାର କରି ପୋଲିସ ମଧ୍ୟ CAA ଏବଂ NRC ବିରୋଧ କରୁଥିବାର ଦାବି କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, NRC-CAA ପରି ସମ୍ବିଧାନ ବିରେଧି ଆକ୍ଟକୁ ମାନବବାଦି ବିଦ୍ୱାନ ପୋଲିସ ମାନଙ୍କ ବିରୋଧ ଓ ଛାତ୍ରଙ୍କୁ ସମର୍ଥନ ବୋଲି ଲେଖା ଯାଇଛି।
ଏଠାରେ ପୋଷ୍ଟର ଲିଙ୍କ୍ ଦେଖନ୍ତୁ-Facebook Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ପୋଷ୍ଟ କରାଯାଇଥିବା ଦୁଇଟି ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ପ୍ରଥମ ଫୋଟୋର କିଛି ଲିଙ୍କ୍ ଗୁଗୁଲରେ ମିଳିଲା। Hindu tamil ନ୍ୟୁଜ ପେଜରେ ପ୍ରଥମ ଫୋଟୋର ଏକ ନ୍ୟୁଜ 5 ନଭେମ୍ବରରେ ପ୍ରକାଶିତ କରାଯାଇଥିଲା। ଅନଚ୍ଛେଦ ମୁତାବିକ ଦିଲ୍ଲି ସ୍ଥିତ ତିସ ହଜାରୀ କୋର୍ଟରେ ଓକିଲ ଏବଂ ପୋଲିସ ମଧ୍ୟରେ ବିବାଦ ହୋଇଯାଇଥିଲା, ଯାହାକି ବଢ଼ି ବଢ଼ି ଏକ ଭୟଙ୍କର ହିଂସାର ରୂପ ନେଇଥିଲା। ଏହା ପରେ ଦିଲ୍ଲି ପୁଲିସ କର୍ମି ପୋଲିସ ମୁଖ୍ୟାଳୟ ସାମନାରେ ଧରନା ପ୍ରଦର୍ଶନ କରିଥିଲେ। ଅନୁଚ୍ଛେଦରେ ଥିବା ଫୋଟୋ ପୁଲିସ କମିଶନରକୁ ବିରୋଧ ପ୍ରଦର୍ଶନର ଜ୍ଞାପନ ଦେବା ସମୟର ଅଟେ। ଭାଇରାଲ ପ୍ରଥମ ଫୋଟୋ ସେହି ପ୍ରଦର୍ଶନର ଅଟେ। ଅନୁଚ୍ଛେଦରେ ଥିବା ଫୋଟୋରେ NRC ଏବଂ CAA ବ୍ୟାନର ନହିଁ। ପୋଲିସ କର୍ମିମାନେ ହାଥରେ ଧରିଥିବା ବ୍ୟାନରରେ ଲେଖା ଯାଇଛି ଯେ,’’#Save The Saver # We Want Equal Justice #How’s The Josh? Low sir…”. ପୁରାଖବର ଦେଖିବା ପାଇଁ ତଳେ ଦିୟାଯାଇଥିବା ଲିଙ୍କ୍ ରେ କ୍ଲିକ କରି ଦେଖନ୍ତୁ।
ପ୍ରଥମ ଫୋଟୋ-
ଏଠାରେ ଲିଙ୍କ୍ ଦେଖନ୍ତୁ- Hindu tamil । Archive
ଭାଇରାଲ ଫୋଟୋ ଏବଂ ନ୍ୟୁଜ ପେଜରେ ପ୍ରକାଶ କରାଯାଇଥା ଦୁଇଟି ଫୋଟୋକୁ ଦେଖିଲେ ସ୍ପଷ୍ଟ ଜଣା ପଡୁଛି ଯେ, ନ୍ୟୁଜରେ ପ୍ରକାଶିତ ହୋଇଥିବା ଫୋଟୋକୁ ଏଡିଟ୍ କରାଯାଇଛି। ଆମ ଦ୍ୱାରା ଦୁଇଟି ଯାକ ଫୋଟକୁ ବିଶ୍ଳେଷଣ କରାଯାଇଛି ,ତେଳେ ଦେଖନ୍ତୁ।
ଦ୍ୱିତିୟ ଫୋଟୋ-
ଏହାପରେ ଆମକୁ ଦ୍ୱିତିୟ ଫୋଟୋ କୁ 5 ନଭେମ୍ବରରେ India Todayରେ ପ୍ରକାଶ ହୋଇଥିବାର ପାଇଲୁ। ନ୍ୟୁଜ ଅନୁଚ୍ଛେଦ ଅନୁସାରେ ଏହି ଫୋଟୋ ମଧ୍ୟ ଦିଲ୍ଲି ତିସ ହଜାରୀ କୋର୍ଟରେ ଓକିଲ ଏବଂ ପୋଲିସ ମଧ୍ୟରେ ହୋଇଥିବା ବିବାଦ ପରେ ପୋଲିସ କର୍ମି କରିଥାବା ବିରୋଧ ପ୍ରଦର୍ଶନର ଅଟେ। ଅନୁଚ୍ଛେଦରେ ଥିବା ଫୋଟୋ ଭାଇରାଲ ହେଉଥିବା ଫୋଟୋ ସହିତ ସମାନ ଅଟେ। କିନ୍ତୁ ପୋଲିସ ହାଥରେ ଧରିଥିବା ବ୍ୟାନରେ ର ଲେଖା ଅଲଗା ଅଟେ। ଅନୁଚ୍ଛେଦ ଫୋଟୋରେ ପୋଲିସ କର୍ମି ଧରିଥିବା ବ୍ୟାନରରେ ଲେଖା ଯାଇଛି ଯେ, #We Want Justice # aj police kal? # Kon Sunega ,Kisko sunaye? ଅଧିକ ଜାଣିବା ପାଇଁ ତେଳେ ଦିଆ ଯାଇଥିବା ଲିଙ୍କ୍ର ରେ କ୍ଲିକ କରନ୍ତୁ।
ଏଠାରେ ଲିଙ୍କ୍ ଦେଖନ୍ତୁ-India Today । Archive
ଦ୍ୱିତିୟ ଫୋଟୋକୁ ମଧ୍ୟ ବିଶ୍ଳେଷଣ କରିଛୁ। ପ୍ରକୃତ ଫୋଟୋକୁ ଏଡ଼ିଟ୍ କରି CAA ଏବଂ NRC ବିରୋଧରେ ବ୍ୟବହାକ କରାଯାଇଛି। ଆମ ଦ୍ୱାରା ଦୁଇଟି ଯାକ ଫୋଟକୁ ବିଶ୍ଳେଷଣ କରାଯାଇଛି ,ତେଳେ ଦେଖନ୍ତୁ।

ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୋଟୋ ଭୁଲ ଅଟେ। ପ୍ରକୃତ ଫୋଟୋକୁ ଏଡ଼ିଟ୍ କରି ପୋଲସି କର୍ମି ମଧ୍ୟ CAA ଏବଂ NRC ବିରୋଧ କରୁଥିବାର ଗୁଜବ ଭାଇରାଲ କରାଯାଇଛି। ଭାଇରାଲ ଫୋଟୋ 5 ନଭେମ୍ବର 2019ରେ ଦିଲ୍ଲି ତିସ ହଜାରୀ କୋର୍ଟରେ ଓକିଲ ଏବଂ ପୋଲିସ ମଧ୍ୟରେ ହୋଇଥିବା ବିବାଦ ପରେ ପୋଲିସ କର୍ମି କରିଥାବା ବିରୋଧ ପ୍ରଦର୍ଶନର ଅଟେ।

Title:କ’ଣ ପୋଲିସ କର୍ମି ମଧ୍ୟ CAA ଏବଂ NRC ବିରୋଧରେ କଲେ ପ୍ରଦର୍ଶନ?
Fact Check By: Saritadevi SamalResult: False