
କହନ୍ତି କି ଯେତେବେଳେ ଲୋକଙ୍କୁ ପ୍ରେମ ହୋଇଯାଏ ତାଙ୍କୁ ଦୁନିୟାର କୌଣସି ଖାତିର ନଥାଏ। ପ୍ରେମ ବିବାହ ମଧ୍ୟ ଆଜି କାଲି ବହୁତ ସାଧାରଣ କଥା ହେଇ ଗଲାଣି। ଏମିତି ଗୋଟିଏ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 4 ଏପ୍ରିଲରେ ଓଡ଼ିଆ ଏକ୍ସପ୍ରେସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଉତ୍ତର ପ୍ରଦେଶର କାନପୁର ସହର ରେ ଜଣେ ପୋଲିସ ଓ କଏଦୀ ମଧ୍ୟରେ ପ୍ରେମ ହୋଇଯାଇଥିଲା ଓ ଏହି କଥା ସେମାନେ ସମସ୍ତଙ୍କ ଠାରୁ ଲୁଚେଇ ରଖି ଥିଲେ। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଜଣେ ମହିଳା କଂଷ୍ଟେବଳ ଏକ କଏଦୀ ସହିତ ପ୍ରେମ କରି ବସିଥିଲେ। ଜାନକାରୀ ଅନୁସାରେ ରେଳ ବଜାରରେ ଥିବା ବ୍ରିଜେଶ ଯାଦଭର କେଣ୍ଟ ଥାନାରେ ଥିବା ମହିଳା କଂଷ୍ଟେବଳ ଭାବନା ତୋମାର ସହ ପ୍ରାୟ ଦୁଇ ବର୍ଷ ହେଲା ସମ୍ପର୍କ ଥିଲା। ସେମାନଙ୍କ ପ୍ରେମ ବିଷୟରେ କିଛି ବନ୍ଧୁ ଓ ଥାନା କର୍ମଚାରୀ ମାନଙ୍କୁ ଜଣା ଥିଲା। ପୋଷ୍ଟରେ କରା ଯାଇଥିବା ଦାବି ଅନୁସାରେ ରବିବାର ଦିନ ଡ୍ୟୁଟି ସାରିଲା ପରେ ଭାବନା ରାତିରୁ ଘରୁ ବାହାରି ଗଲେ। କିନ୍ତୁ ଯେତେବେଳେ ପରିଜନ ମାନେ ତାଙ୍କୁ ଫୋନ ଲଗାଇଲେ ତାହା ବନ୍ଦ ଥିବା କହିଥିଲା। ତାପରେ ସେମାନେ ୧୦୦ ନମ୍ବର ଲଗାଇ ପୋଲିସକୁ ଜଣାଇଲେ। ଏହା ପରେ ପୋଲିସ ଭାବନାଙ୍କ କଲ ଡିଟେଲ ବାହାର କରିଲେ ଓ ସେଥିରୁ ତାଙ୍କୁ ଭାବନାଙ୍କ ଲୋକେସନ ଜଣା ପଡିଲା। ପୋଲିସ ଲୋକେସନରେ ଯାଇ ଦୁହେଁ କୁ ପଚରା- ପଚରି କରିଲା ପରେ ସବୁ ସତ ସାମନାକୁ ଆସିଲା।

ଏହି ପୋଷ୍ଟଟି ଫେସବୁକରେ ମଧ୍ୟ ଭାଇରାଲ କରା ଯାଇ ଅଛି।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ପୋଷ୍ଟ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ପ୍ରଥମେ ପୋଷ୍ଟରେ ଛପି ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ପୋଷ୍ଟ ସହିତ ଜଡ଼ିତ କିଛି ତଥ୍ୟ ମିଳିଲା।
୪ ଏପ୍ରିଲ ୨୦୧୮ ମସିହାରେ ଜନସତ୍ତା ପତ୍ରିକାରେ ଛପି ଥିବା ଅନୁଛେଦରେ ଏହୀ ପୋଷ୍ଟ ବିଷୟରେ ଗୋଟିଏ ଅନୁଛେଦ ଛପିଚି। ଏହି ଅନୁଛେଦରେ ଏହା ଲେଖା ହେଇଅଛି ଯେ ଥାନାର ସବ ଇନ୍ସପେକଟର ଗିରିଶ ଯାଦାଭକୁ କଂଷ୍ଟେବଳ ଭାବନା ତୋମାର ସହିତ ପ୍ରେମ ହେଇ ଯାଇଥିଲା। ଯେତେବେଳେ ଦୁଇ ଜଣ ବିବାହ ସମ୍ବନ୍ଧରେ ବାନ୍ଧିବାର ନିର୍ଣୟ ନେଲେ ସେତେବେଳେ ତାଙ୍କ ସହକର୍ମୀ ମାନେ ଅତ୍ୟନ୍ତ ଖୁସି ହେଲେ। ପ୍ରଥମେ ଦୁଇ ଜଣ କୋର୍ଟ ଯାଇ ଆଇନ ଅନ୍ତର୍ଗତ ବିବାହ କରିଲେ। ଥାନା ଫେରିଲା ପରେ ତାଙ୍କ ପୋଲିସ ସହକର୍ମୀ ତାଙ୍କ ପାଇଁ ବରମାଳା ଆଣିଲେ ଓ ନବ ବିବାହିତ ଯୋଡି ପରସ୍ପର ହାର ପିନ୍ଧାଇଲେ।

୪ ଏପ୍ରିଲରେ ପତ୍ରିକା ନ୍ୟୁଜ ସାଇଟରେ ଏହି ପୋଷ୍ଟ ବିଷୟରେ ଏହା ଲେଖା ହେଇଅଛି ଯେ ରେଳ ବଜାର ଥାନା ଇନ୍ସପେକଟର ଗିର୍ଜେଶ ଯାଦବଙ୍କ ପ୍ରେମ ଭାବନା ତୋମର ସହିତ ଦୁଇ ବର୍ଷ ହେଲା ଚାଲୁ ଥିଲା। ସେମାନେ ଅଧିକାଂଶ ସମୟ ଲୁଚି-ଲୁଚି ଦେଖା କରୁଥିଲେ। ଏହି ବିଷୟରେ ତାଙ୍କ କିଛି ସାଙ୍ଗଙ୍କ ଛଡ଼ା ଆଉ କାହାକୁ ଜଣା ନଥିଲା। ରବିବାର ରାତି ଭାବନା ନିଜ ଡ୍ୟୁଟି ପରେ ଘରକୁ ବାହାରିଲେ କିନ୍ତୁ ରାସ୍ତାରେ ଗାୟବ ହେଇ ଗଲେ। ଭାବନାର ଘର ଲୋକେ ୧୦୦ ନମ୍ବର ଲଗାଇ ପୋଲିସକୁ ଜଣାଇଲେ। ପୋଲିସ ଚାନବୀନ କରିଲା ପରେ ସେମାନଙ୍କୁ ବାବୁପୂର୍ବା ପୋଲିସ କଲନିରେ ପାଇଲେ। ଯେତେବେଳେ ପୋଲିସ ଭାବନା ଓ ଗିର୍ଜେଶକୁ ପଚରା-ପଚରି କରିଲେ ସେତେବେଳେ ସବୁ କଥା ସାମନାକୁ ଆସିଲା। ଶେଷରେ ମଙ୍ଗଳବାର ଦିନ ଥାନାରେ ପରସ୍ପରକୁ ହାର ପିନ୍ଧାଇ ବିବାହ କରିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବିର ସତ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ। ପୋଷ୍ଟରେ କରା ଯାଇଥିବା ଦାବି ଯେ ମହିଳା କଂଷ୍ଟେବଳ ଭାବନା ତୋମର ଜଣେ କଏଦୀକୁ ବ୍ବିବାହ କରିଲେ ଗୋଟିଏ ମିଥ୍ୟା କଥା ଅଟେ। ଭାବନା ଗିର୍ଜେଶ ଯାଦବ ନାମ ଜଣେ ପୋଲିସ ଇଂସ୍ପେକଟର ସହିତ ଥାନାରେ ବିବାହ କରିଛନ୍ତି। ପୋଷ୍ଟରେ ଛପି ଥିବା ବର କୌଣସି କଏଦୀ ନୁହେଁ, ସେ ସେହି ଥାନାର ଇଂସ୍ପେକଟର ଗିର୍ଜେଶ ଯାଦବ।

Title:କ’ଣ ଉତ୍ତର ପ୍ରଦେଶର କାନପୁର ସହର ଜଣେ ମହିଳା କଂଷ୍ଟେବଲ ଗୋଟିଏ କଏଦୀ ସହିତ କରିଲେ ବିବାହ? ଜାଣନ୍ତୁ ସତ।
Fact Check By: Siddharth SahuResult: False