
ସୋସିଆଲ ମିଡିଆଠାରୁ ଆରମ୍ଭକରି ହ୍ୱାଟ୍ସଅପ ଯାଏଁ ଏକ ଗୁଜବ ଭାଇରାଲ ହେଉଛି ଯେ, ମୋଦି ସରକାର ଦ୍ୱାରା ନୂଆ ଆଇନ ପାରିତ କରାଯାଇଛି। Indian Penal Code_233 ମୁତାବକ ଯଦି କୌଣସି ମହିଳା ଅଥବା ଝିଅ ସହିତ ବଳାତ୍କାର ହେବା କିମ୍ବା ଦୁଷ୍କର୍ମର ଆଶଙ୍କା ଲାଗେ ତେବେ ସମ୍ପୃକ୍ତ ମହିଳାକୁ ନିଜ ଆତ୍ମରକ୍ଷ୍ୟା କରିବା ପାଇଁ ଅପରାଧିକୁ ହତ୍ୟା କରିବାର ଅଧିକାର ଅଛି। ଏହା ସହିତ ମହିଳାକୁ ଏହି ଅପରାଧର ଦୋଷି ମଧ୍ୟ ସାବ୍ୟସ୍ତ କରାଯିବ ନାହଁ କି କୌଣସି ଦଣ୍ଡ ମିଳିବ ନାହିଁ। ମେସେଜରେ କୁହାଯାଇଛି ଯେ, ଏହି ଧାରା କେବଳ ମହିଳାମାନଙ୍କ ପାଇଁ ବନା ଯାଇଛି।ଏହା ସହିତ ଏହି ମେସେଜକୁ ଅଧିକରୁ ଅଧିକ ସେୟାର କରିବା ପାଇଁ ଅନୁରୋଧ କରାଯାଇଛି।
କେବଳ ସେତିକି ନୁହଁ ଭାଇରାଲ ମେସେଜରେ ମହିଳାମାନଙ୍କୁ କିପରି ଦୁଷ୍କର୍ମ ପରିସ୍ଥିତିକୁ ସାମନା କରିବ ସେ ସମ୍ପର୍କରେ ମଧ୍ୟ କୁହାଯାଇଛି।

ତେବେ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଭାଇରାଲ ମେସେଜର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଗୁଗୁଲରେ IPC Section 233 ସମ୍ବନ୍ଧରେ ସର୍ଚ କରିଲୁ। ସର୍ଚରେ ଆମେ ଭାରତ ଆଇନ ଆୟୋଗର ୱେବସାଇରେ ଏକ ଲିଙ୍କ୍ ପାଇଲୁ। ଏହି ୱ୍ବେବସାଇଟ ପେଜରେ ଆମେ ପାଇଲୁ ଯେ, ଧାରା 233 ବଳାତ୍କାର, ଦୁଷ୍କର୍ମ ଏବଂ ଆତ୍ମରକ୍ଷ୍ୟା ମାମଲା ସହିତ କୌଣସି ସମ୍ବନ୍ଧ ନାହିଁ। ଆଇ.ପି.ସି ଧାରା 233 ବଳାତ୍କାର ଆଇନ ସହ କୌଣସି ସମ୍ପର୍କ ନାହଁ। 233 ଧାରା ବେଆଇନ ଭାବେ ନକଲି ମୁଦ୍ରା ପ୍ରଚଳିତ ଏବଂ ନକଲି ମୁଦ୍ରା ବନେଇବା ଅପରାଧିକୁ 3 ବର୍ଷର କାରାଦଣ୍ଡ ଏବଂ ଜରିମାନା ଦେବାର ନିୟମ ରହଛି।

ଏଠାରେ ଲିଙ୍କ୍ ଦେଖନ୍ତୁ-IPC Section 233 । Archive
ଏହା ଛଡ଼ା ଆମକୁ ଅନ୍ୟ ଏକ ପୋଷ୍ଟ ମିଳିଲା ଯେଉଁଥିରେ ସ୍ପଷ୍ଟ ଲେଖା ଯାଇଛି ଯେ, IPC Section 96 ରୁ 106 ଧାରା ଅନୁସାରେ ନିଜ ଶରୀରର ସୁରକ୍ଷ୍ୟା କରିବା ପାଇଁ ଅଧିକାର ଅଛି। ଏବଂ ଯେଉଁବ୍ୟକ୍ତି ଜିବନକୁ ବିପଦର ଆଶଙ୍କା ଥିବ ସେ ବ୍ୟକ୍ତି ଏହିଧାରା ଅନୁସାରେ ନିଜ ଆତ୍ମରକ୍ଷ୍ୟା କରିପାରିବ. ଏବଂ ଏଥିପାଇଁ କିଛି ନିୟମ ମଧ୍ୟ ରହିଛି। ଅଧିକ ସୂଚନା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ୍ ରେ କ୍ଲିକ କରନ୍ତୁ। ଆମ ସର୍ଚରେ ପାଇଲୁ ଯେ, ଭାରତୀୟ ଆଇନରେ ଏପରି କୌଣସି ଧାରା ନହିଁ ଯେକି ଏକ ପିଡ଼ିତ ମହିଳାକୁ ଦୁଷ୍କର୍ମକାରିକୁ ହତ୍ୟା କରିବାର ଅନୁମତି ଦେଉଛି।

ଏଠାରେ ଲିଙ୍କ୍ ଦେଖନ୍ତୁ-Praivate Defence । Archive
ଆମେ PIB INDIAର ଏକ ଟ୍ୱିଟ ପାଇଲୁ ଯେଉଁଥିରେ ସ୍ପଷ୍ଟ ଭାବେ ଅୁସନ୍ଧାନ କରି କୁହାଯାଇଛି ଯେ, ସୋସିଆଲ ମିଡିଆ ଏବଂ ହ୍ୱାଟ୍ସଅପରେ ଭାଇରାଲ ହେଇଥିବା section 233 ଧାରା ମେସେଜ ଗୁଜବ ଅଟେ। section 233 ଧାରା କୌଣସି ପିଡ଼ିତ ମହିଳାକୁ କୌଣସି ଦୁଷ୍କର୍ମକାରିକୁ ମାରିବାର ଅଧିକାର ଥିବାଭଳି ନିୟମ ନାହିଁ। ଧାରା 233ରେ ଦେଶରେ ବେଆଇନ ଭାବେ କୌଣସି ମୁଦ୍ରା ପ୍ରଚଳିତ ଅଥବା ନକଲି ମୁଦ୍ରା ବନାଇଲେ ଅପରାଧିକୁ ତିନି ବର୍ଷର ଜେଲ ଏବଂ ଜରିମାନା ଦେବାର ଆଇନ ରହିଛି। ତେଣୁ ଭାଇରାଲ ମେସେଜ ଗୁଜବ ଅଟେ।

ଏଠାରେ ଲିଙ୍କ୍ ଦେଖନ୍ତୁ-PIB INDIA । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଧାରା 233 କୌଣସି ପିଡ଼ିତ ମହିଳାକୁ ଦୁଷ୍କର୍ମକାରିକୁ ମାରିବାର ଅଧିକାର ଥିବାଭଳି ନିୟମ ନାହିଁ। ଧାରା 233ରେ ଦେଶରେ ବେଆଇନ ଭାବେ କୌଣସି ମୁଦ୍ରା ପ୍ରଚଳିତ ଅଥବା ନକଲି ମୁଦ୍ରା ବନାଇଲେ ଅପରାଧିକୁ ତିନି ବର୍ଷର ଜେଲ ଏବଂ ଜରିମାନା ଦେବାର ଆଇନ ରହିଛି। ଧାରା 233ର ଦୁଷ୍କର୍ମ ଏବଂ ଆତ୍ମସୁରକ୍ଷ୍ୟାରେ ଦୁଷ୍କର୍ମକାରିକୁ ହତ୍ୟା କରିବା ସହ କୌଣସି ସମ୍ପର୍କ ନାହିଁ। ତେଣୁ ଭାଇରାଲ ମେସେଜ ଗୁଜବ ଅଟେ।

Title:କ’ଣ ଧାରା 233ରେ ମହିଳାମାନଙ୍କୁ ବଳାତ୍କାରିକୁ ହତ୍ୟା କରିବାର ଅଧିକାର ଅଛି?
Fact Check By: Saritadevi SamalResult: False