କ’ଣ ପଥର ମାଡ଼ର ପରିଣାମ ସ୍ୱରୁପ ୟୁପି ପୋଲିସ ଯୁବକମାନଙ୍କୁ ଗୋଡେଇ ଗୋଡେଇ ମାରିଥିଲା ? ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

False Social

2 ଜାନୁଆରିକୁ sunil kumar barik ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ହିତେସ୍ ପାରମର ନାମକ ଜଣେ ଫସବୁକ ୟୁଜରର ଏକ ପୋଷ୍ଟ ସେୟାର କରିଛନ୍ତି। ପାଷ୍ଟରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ କଟାକ୍ଷ୍ୟ କରି ଦାବି କରାଯାଇଛି ଯେ, ପଥର ମାଡ଼ ପରିଣାମରେ ୟୁପି ପୋଲିସର ପ୍ରସ୍ତୁତ ଏକ ଶୋର୍ଟ ଫିଲ୍ମର । ଭାଇରାଲ ଭିଡିଓରେ କିଛି ପୋଲିସ କିଛି ଗୁଣ୍ଡାକୁ ରାସ୍ତା ଉପରେ ମାଡ଼ ମାରୁଥିବାର ଦୃଶ୍ୟ ଦେଖା ଯାଇଛି। ଭିଡିଓରେ ଜଣେ କିମ୍ବା ଦୁଇ ଜଣ ନୁହେଁ ତିନି ଚାରି ଜଣ ଗୁଣ୍ଡାକୁ ନିର୍ଧୁମ ମାଡ଼ ମାରୁଥିବାର ଦେଖା ଯାଉଛି। 

ଭାଇରାଲ ପୋଷ୍ଟର ଲିଙ୍କ୍ ତଲେ ଦେଖିନ୍ତୁ-

ତେବେ ଭାଇରାଲ ପୋଷ୍ଟରେ କ’ଣ ପଥର ମାଡ଼ର  ପରିଣାମ ସ୍ୱରୁପ ୟୁପି ପୋଲିସ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ମାରୁଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟଟିକୁ 59,824 ଲୋକ ଦେଖିସାରିଥିଲେ। ଏହାର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଭାଇରାଲ ଭିଡିଓ କେବେର ଏବଂ କେଉଁଠିକାର ଜାଣିବା ପାଇଁ ଆମେ ଭିଡିଓଟିକୁ ଭଲରେ ଦେଖିଲୁ। ଭିଡିଓର 2 ମିନିଟ 4 ସେକେଣ୍ଡ ପରେ ଏକ କାନ୍ଥରେ ଶ୍ରୀ ମହେଶ୍ୱରୀ ଉ.ମା. ବିଦ୍ୟାଳୟ ଲେଖା ଯାଇଥିବାର ଦେଖା ଗଲା। ଆମେ ଗୁଗୁଲରେ Sri Maheshwari higher secondary school ଲେଖିକରି ସର୍ଚ କରିଲୁ। ସର୍ଚରେ ଆମେ ପାଇଳୁ ଯେ, ଏହି ସ୍କୁଲ ମଧ୍ୟପ୍ରଦେଶ ରାଜ୍ୟ ଇନ୍ଦୋରରେ ଏହି ସ୍କୁଲ ଅଛି। ଏଥିରୁ କିଛି ମାତ୍ରାରେ ଆମେ ସ୍ପଷ୍ଟ ହେଲୁ ଯେ ଭାଇରାଲ ଭିଡିଓ ଉତ୍ତରପ୍ରଦେଶ ନୁହେଁ ବରଂ ମଧ୍ୟପ୍ରଦେଶ ର ଇନ୍ଦୋରର ଅଟେ। 

ତେବେ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ Indore police beating up criminal on raoad ଲେଖି ସର୍ଚ କରିଲୁ। ସର୍ଚରେ ଆମକୁ ABP NEWSର ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଏହି ଭିଡିଓ 29 ମଇ 2015 ରେ “ଇନ୍ଦୋର ପୋଲିସ ବିଟ୍ସ କ୍ରିମିନଲ୍ସ ଓନ ପବ୍ଲିକ ରୋଡ଼” ଟାଇଟଲ ଲେଖି ପୋଷ୍ଟ କରାଯାଇଥିଲା। ABP NEWSର ଭିଡିଓ ତେଳେ ଦେଖନ୍ତୁ–

ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶ ଇନ୍ଦୋରରେ ବଢ଼ୁଥିବା ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଇନ୍ଦୋର  ପୋଲିସ ତାଲିବାନି ରୂପ ଧାରଣ କରିଛି। ପୋଲିସ କଉ ଅପରାଧିର ରାଲ୍ଲି କାଢ଼ୁଛନ୍ତି ତ କଉ ଅପରାଧିର କାନ ଧରି ଉଠବସ କରଉଛି। ମଇ 2015ରେ 15 ଥାନାରୁ 50 ରାଲ୍ଲି କଢ଼ା ଯାଇଥିଲା। ଏବଂ ଗୁଣ୍ଡାମାନଙ୍କୁ ପୋଲିସ ରାସ୍ତା ମଝିରେ ମାରପିଟ କରୁଥିଲା। ଖବର ମୁତାବକ ମଇ 2015ରେ ଇନ୍ଦୋରରେ ଅପରାଧର ସଂଖ୍ୟା ବଢ଼ିବାରେ ଲାଗିଥିଲା। ଏହା ସହିତ ଲୋକଙ୍କ ମନରେ ମଧ୍ୟ ଗୁଣ୍ଡାମାନଙ୍କ ପ୍ରତି ଡର ବଢ଼ି ବଢ଼ି ଚାଲିଥିଲ। ଏଥି ସବୁ ଉପରେ ରୋକ ଲଗାଇବା ପାଇଁ ପୋଲିସ ଅପରାଧି ମାନଙ୍କୁ ଗିରଫ କରି ଏକ ରାଲ୍ଲି କାଢ଼ୁଥିଲେ ଏବଂ ଲୋକଙ୍କ ସାମ୍ନାରେ  ଦଣ୍ଡ ଦେଇ ଲୋକଙ୍କ ମନରୁ ଡର ଦୁର କରିବା ପାଇଁ ପ୍ରୟାସ କରିଥିଲେ। ଏହି ଭାଡିଓ AJTAK ନ୍ୟୁଜ ପେଜରେ ମଧ୍ୟ 29 ମଇ 2015ରେ ପୋଷ୍ଟ କରାଯାଇଛି। 

ଏଥିରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓ 2015 ମସିହାର ଅଟେ ଏବଂ ଏହା ଉତ୍ତରପ୍ରଦେଶର ନୁହଁ ବରମ ମଧ୍ୟପ୍ରଦେଶର ଇନ୍ଦୋରର ଅଟେ। ଏହା ସହିତ ଏହି ଭିଡିର ପଥର ମାଡ଼ ସହିତ କୌଣସି ସମ୍ପର୍କ ନାହଁ। ତେବେ ଭାଇରାଲ ପୋଷ୍ଟରେ ୟୁପି ପୋଲିସ ପ୍ରସ୍ତୁତ ଶୋର୍ଟ ଫିଲ୍ମର ପରିଣାମରେ ପଥର ମାଡ଼ର ଦାବି ମିଥ୍ୟା ଅଟେ। 

ଶେଷକଥା-

ଅନୁସନ୍ଧାନରୁ ଆମେ ପାଇଲୁ ଯେ, ଭାଇରାଲ ଭିଡିଓ 4 ବର୍ଷ (2015) ପୁରୁଣା ଅଟେ ଏବଂ ଏହା ଉତ୍ତରପ୍ରଦେଶର ନୁହଁ ବରମ ମଧ୍ୟପ୍ରଦେଶର ଇନ୍ଦୋରର ଅଟେ। ଏହା ସହିତ ଏହି ଭିଡିର ପଥର ମାଡ଼ ସହିତ କୌଣସି ସମ୍ପର୍କ ନାହଁ। ତେବେ ଭାଇରାଲ ପୋଷ୍ଟରେ ୟୁପି ପୋଲିସ ପ୍ରସ୍ତୁତ ଶୋର୍ଟ ଫିଲ୍ମର ପରିଣାମରେ ପଥର ମାଡ଼ର ଦାବି ମିଥ୍ୟା ଅଟେ। 

Avatar

Title:କ’ଣ ପଥର ମାଡ଼ର ପରିଣାମ ସ୍ୱରୁପ ୟୁପି ପୋଲିସ ଯୁବକମାନଙ୍କୁ ଗୋଡେଇ ଗୋଡେଇ ମାରିଥିଲା ? ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *