
ଅଫିସ ଯାଉଥିବା ପ୍ରତ୍ୟେକ କର୍ମଚାରୀଚାରୀଙ୍କ ମନରେ ଏକ ବଡ଼ କ୍ଷୋଭ ରହିଥାଏ। ଆଉ ସେଇଟି ହେଲା, ସପ୍ତାହକୁ ୬ଦିନ କାମ କରିବାକୁ ପଡ଼ୁଥିବା ବେଳେ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହ ସମୟ ବିତାଇବା ପାଇଁ ସେମାନଙ୍କୁ ମାତ୍ର ଗୋଟେ ଦିନ ମିଳିଥାଏ।
୬ ଜାନୁଆରୀ ରେ ପବ୍ଲିକ ଭଏସ ସାଇଟରେ ଏହା ଦାବି କରା ଯାଇଅଛି ଯେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ଏବେ କର୍ମଚାରୀ ମାନଙ୍କୁ ସପ୍ତାହରେ ୪ ଦିନ କାମ କରିବାର ପ୍ରସ୍ତାବ ରଖିଥିବା ଜଣା ପଡ଼ିଛି। ପ୍ରଧାନମନ୍ତ୍ରୀ ସନ୍ନା ମାରିନ୍ ବିଶ୍ବର କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଜଣା ଯାଉଥିବା ବେଳେ ତାଙ୍କର ଏଭଳି ପ୍ରସ୍ତାବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ସନ୍ନା ମାରିନଙ୍କ କହିବା ମୁତାବକ, ଲୋକମାନଙ୍କୁ ନିଜ ପରିବାର, ନିଜ ଜୀବନରେ ସେମାନେ କ’ଣ ଚାହୁଛନ୍ତି ଓ ନିଜକୁ ଅଧିକ ସମୟ ଦେବା ଦରକାର। ଏହା ସହ ସପ୍ତାହକୁ ୩ଦିନ ଛୁଟି ମିଳିବା ଦ୍ବାରା କର୍ମଚାରୀମାନଙ୍କର କାର୍ଯ୍ୟ କରିବାର କ୍ଷମତା ମଧ୍ୟ ବଢ଼ିବ। ତେବେ ଏ ନେଇ ପ୍ରଧାନମନ୍ତ୍ରୀ ସନ୍ନା ମାରିନ୍ ପ୍ରସ୍ତାବ ରଖିଥିବା ବେଳେ ତାଙ୍କର ଏଭଳି ପ୍ରସ୍ତାବକୁ ବିରୋଧି ଦଳ ମଧ୍ୟ ସମର୍ଥନ କରିଥିବା ଜଣା ପଡ଼ିଛି।

ଇଏଚଆଇ ପୋଷ୍ଟଟି କୁ ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ପୋଷ୍ଟରେ କରା ଯାଇଥିବା ଦାବି ବିଷୟରେ ସତ୍ୟ ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ଗୁଗୁଲ ଯାଇ “ସନ୍ନା ମରିନ ୪ ଡେ ୱାର୍କ” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡିତ ଅନ୍ଲାଇନ ଖବର କାଗଜରେ ଛପି ଥିବା କିଛି ଅନୁଛେଦ ମିଳିଲା।
୬ ଜାନୁଆରୀରେ ଦି ଗାର୍ଡିଆନ ପଥରିକାରେ ଏହା ଲେଖା ଯାଇଅଛି ଯେ ସପ୍ତାହରେ କାମ କରୁଥିବା ଦିନ କମ କରିଲେ କାମରେ ଭଲ ଫଳ ମିଳେ। ଅଗଷ୍ଟ ମାସରେ ମିକ୍ରୋସଫ୍ଟ ଜାପାନ ସପ୍ତାହକୁ ୪ ଦିନ କାମ କରିବା ନିୟମ ବାହାର କରିଥିଲା ଓ ଏହା ଯୋଗୁ କାମର ଫଳରେ ୪୦% ବୃଦ୍ଧି ହୋଇଥିଲା। ହେନଳୀ ବିଜନେସ ସ୍କୁଲର ଗୋଟିଏ ଅନୁସନ୍ଧାନରୁ ଏହା ମଧ୍ୟ ଜଣା ପଡିଛି ଯେ ୭୭% କର୍ମଚାରୀ କହିଛନ୍ତି ଯେ ସପ୍ତାହକୁ ୪ ଦିନ କାମ କରିଲେ ତାଙ୍କ ଜୀବନ ଭଲ ହେଇ ଯାଇଅଛି। ସ୍ବିଡେନରେ ଯେତେବେଳେ ଏହି ପ୍ରକ୍ରିୟା କିଛି ନର୍ସ ମାନଙ୍କ ମଧ୍ୟ ପ୍ରାରମ୍ଭ କରା ଗଲା ସେତେବେଳେ ଏହା ଦେଖା ଗଲା ଯେ ସେ ନର୍ସ ମାନେ ସୁସ୍ଥ, ଖୁସି ଓ ଜୋଷ ସହିତ କାମ କରିଥିଲେ।
ସନ୍ନା ମରିନ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ, ଗତ ବର୍ଷ ଅଗଷ୍ଟ ମାସରେ ଏହି ପ୍ରସ୍ତାବ ରଖୀ ଥିଲେ ଯେ ଫିନଲାଣ୍ଡରେ ସପ୍ତାହକୁ ୪ ଦିନ କାମ କରିବା ଏବଂ ପ୍ରତ୍ଯେକ ଦିନ କେବଳ ଘଣ୍ଟା କାମ କରିବା ନିୟମ ଅଣା ଯାଉ। ୭ ଜାନୁଆରୀ ୨୦୨୦ ରେ ଫିନଲାଣ୍ଡ ସରକାର ନିଜ ଟୁଇଟର ହେଣ୍ଡେଲରେ ଏହା ଲେଖିଛି ଯେ ଫିନଲାଣ୍ଡ ସରକାର ୪ ଦିନ କାମ କରିବା ନେଇ କେଉଁଠାରେ ମଧ୍ୟ କିଛି ନିଷ୍ପତି ନେଇ ନାହିଁ।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଟୁଇଟରରେ ଯାଇନ ଫିନଲାଣ୍ଡ ସରକାର ର ଅଫିସିଆଲ ଟୁଇଟର ଏକାଉଣ୍ଟରେ ଏହି ପୋଷ୍ଟଟି କୁ ଖୋଜି ବାହାର କରିଲୁ। ଏହି ପୋଷ୍ଟରେ ଏହା ଲେଖା ଯାଇଅଛି ଯେ ଫିନଲାଣ୍ଡ ସରକାରଙ୍କ ପ୍ରୋଗ୍ରାମରେ କେଉଁଠି ମଧ୍ୟ ୪ ଦିନ ସପ୍ତାହ କଥା ଚର୍ଚା କରା ଯାଇ ନାହିଁ। ଏପରି ନୂଆ ନିୟମ ଲାଗୁ କରିବା କଥା ଫିନଲାଣ୍ଡ ସରକାର ର ଏଜେଣ୍ଡାରେ ନାହିଁ। ଗତ ବର୍ଷ ଅଗଷ୍ଟ ମାସରେ ସନ୍ନା ମରିନ ଏପରି ଗୋଟିଏ ଚିନ୍ତାଧାରା ଦେବାର ଚେଷ୍ଟା କରିଥିଲେ ଓ ସେହି ସମୟରେ ସେ ଟ୍ରାନ୍ସପୋର୍ଟ ମିନିଷ୍ଟର ଥିଲେ। ଏହି କଥା ନେଇ ବର୍ତମାନ ସମୟରେ ଫିନଲାଣ୍ଡ ସରକାର କୌଣସି ଚର୍ଚା କିମ୍ବା ସାକ୍ଷାତ କରୁ ନାହିଁ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି – ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନ ଦ୍ଵାରା ୪ ଦିନ ସପ୍ତାହ କଥା ମିଥ୍ୟା ଅଟେ। ଫିନଲାଣ୍ଡ ସରକାର ନିଜ ଅଫିସିଆଲ ଟୁଇଟର ହେଣ୍ଡେଲରେ ଏହି କଥା କୁ ଖଣ୍ଡନ କରି ଏହା କହିଅଛି ଯେ ସରକାର ବର୍ତମାନ ସମୟରେ ଏପରି କୌଣସି ନିୟମ ବିଷୟରେ ଚିନ୍ତା କରୁ ନାହିଁ।

Title:କ’ଣ ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନଙ୍କ ନୂଆ ନିସ୍ପତି ଅନୁଯାୟି ସପ୍ତାହକୁ ୪ ଦିନ ଓ ଦିନକୁ ୬ ଘଣ୍ଟା କାମ କରିବେ କର୍ମଚାରୀ? ଜାଣନ୍ତୁ ସତ।
Fact Check By: Siddharth SahuResult: False