ପୁରୁଣା ଭିଡିଓକୁ ଶାହୀନା ବାଗ CAA ବିରୋଧ ପ୍ରଦର୍ଶନରେ ପାଇସା ନମିଳିବାରୁ ଦୁଇ ମୁସ୍ଲିମ ମହିଳା ଝାଗଡ଼ା କରିବାର ଦାବିରେ ଭାଇରାଲ କରାଯାଇଛି।

False Political

23 ଜାନୁଆରିରେ Paltu laha ନାମକ ଜଣେ ଫେୟବୁକ ୟୁଜର ଓଡିଶା ୱିତ୍ଥ ବିଜେପି ପେଜରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦୁଇ ଜଣ ମୁସ୍ଲିମ ମହିଳା ପରସ୍ପରକୁ ଚପଲରେ ପିଟୁଥିବାର ଦେଖା ଯାଉଛନ୍ତି ଏବଂ ଆଖପାଖରେ ଥିବା ଲୋକମାନେ ଦୁଇଜଣ ମହିଳାକୁ ରୋକିବା ପାଇଁ ପ୍ରୟାଶକରୁଛନ୍ତି। ଭିଡିଓରେ ମହିଳା ଦୁଇଜଣଙ୍କର ଝଗଡ଼ା ଦେଖି ଲୋକ ଜାମା ହୋଇଥନ୍ତି। ତେବେ ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ,” ଦିଲ୍ଲି ଶାହିନ ବାଗ CAA ବିରୋଧ ପ୍ରଦର୍ଶନରେ ଜଣେ ମୁସ୍ଲିମ ମହିଳା ଅନ୍ୟ ଏକ ମୁସ୍ଲିମ ଝିଅକୁ ନିଜ ଝିଅ କହି ପ୍ରଦର୍ଶନକୁ ଆଣିଥିଲା, କିନ୍ତୁ  CAA ବିରୋଧ ପ୍ରଦର୍ଶନରେ ପ୍ରଦର୍ଶନକାରିଙ୍କୁ ବାଣ୍ଟା ଯାଉଥିବା ପଇସା ନ ମିଳିବାରୁ ନକଲି ମା ଝିଅଙ୍କ ମଝିରେ ବିଚ ରାସ୍ତାରେ ଚପଲରେ ମରାପିଟା ମୋଇଗଲେ”। ଭାଇରାଲ ଭିଡିଓ ତଳେ ଜେଖନ୍ତୁ।

ତେବେ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନପ,ନ୍ଧାନ କରିଲୁ। ତେବେ କଣ ଏହି ଭିଡିଓ ଦିଲ୍ଲି ଶାହିନ ବାଗ CAA ବିରୋଧ ପ୍ରଦର୍ଶନର ଅଟେ। କଣ CAA ବିରୋଧ ପ୍ରଦର୍ଶନରେ ପଇସା ନମିଳିବାରୁ ନକଲି ମା ଝିଅ ମଧ୍ୟରେ ଝଗଡ଼ା ହୋଇଥିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପାକାଇ ଇମେଜରେ ଭାଙ୍ଗିଲୁ। ଏହା ପରେ ଏହାର ଏକ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ଏହା ସହିତ ଆମକୁ ଏହି ଭିଡିଓର ଲିଙ୍କ yandexରେ ମଧ୍ୟ ମିଳିଲା। ସର୍ଚରେ ଆମକୁ ହିନ୍ଦି ନ୍ୟୁଜ AJTAK  ପେଜରେ ମିଳିଲା। 4 ଜୁନ 2019ରେ  Ajtak ନ୍ୟୁଜ ପେଜରେ ଏହି ଭିଡିଓକୁ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖା ଯାଇଛି ଯେ, ଉତ୍ତରପ୍ରଦେଶର ବିଜନୋର ଅଞ୍ଚଳର ଏକ ମାର୍କେଟରେ  ଗୋଟେ ଡ୍ରେସ କପଡ଼ା ଦୁଇଜଣ ମହିଳାକୁ ପସନ୍ଦ ଆସିଥିଲା ଏବଂ ଦୁଇ ଜଣ ସେହି କପଡ଼ାକୁ କିଣିବା ପାଇଁ ଜିଦ୍ ଧରିଥିଲେ। ଏହା ପେର ଦୁଇଜଣ ମହିଳାଙ୍କ ମଧ୍ୟରେ ଏହି ଝଗଡ଼ା ଆରମ୍ଭ ହୋଇଥିଲା। ଦୁଇ ମହିଳା ପରସ୍ପରକୁ ଚପଲରେ ପିଟିଥିଲେ।   ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-AJTAKArchive

ଏହା ପରେ ଆମକୁ  ଏହି ଘଟଣାର ଅନ୍ୟ ଏକ ଲିଙ୍କ ହିନ୍ଦି ନ୍ୟୁଜ ପେଜ Dainik Bhaskarରେ ମିଳିଲା। ନ୍ୟୁଜର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଉତ୍ତରପ୍ରଦେଶ ବିଜନୌର ଜିଲ୍ଲାର ନାଜିବାବାଦ ଥାନା ସ୍ଥିତ ବଡ଼ କପଡ଼ା ମାର୍କେଟରେ ଏକ ଡ୍ରେସ କପଡ଼ାକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଝଗଡ଼ା ହଇଥିଲା। ଡ୍ରେସ କପଡ଼ାକୁ କାଣିବାକୁ ନେଇ ଦୁଇ ମହିଳା ପରସ୍ପରକୁ ଚପରଲେ ମାରିଥିଲେ। ପରେ ଆଖପାଖରେ ଥିବା ଦୁକାନୀ ଏବଂ ଲୋକମାନେ ଦୁଇ ମହିଳାଙ୍କ ଝଗଡ଼ା ରୋକିବା ପାଇଁ ଚେଷ୍ଟା କରିଥିଲେ। ଅଧିକ ସୂଚନା ପାଇଁ ତଲେ ଦିଆ ଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ। ଏହି ଭିଡିଓକୁ Dainik Bhaskarରେ 4 ଜିନ 2019ରେ ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହି ଭିଡିଓ ଗୋଟେ ବର୍ଷ ପୁରୁଣା ଅଟେ। ଏହା ଦିଲ୍ଲି ଶାହୀନ ବାଗରେ ହେଉଥିବା CAA ବିରୋଧ ପ୍ରଦର୍ଶନର ସହ କୌଣସି ସମ୍ବନ୍ଧ ନାହିଁ।

ଏଠାରେ ଲିଙ୍କ ଦେଖନ୍ତୁ-Dainik Bhaskar ।   Archive

ତେବେ ଏହି ଭିଡିଓକୁ ଆମେ ୟୁଟ୍ୟୁବରେ ମଧ୍ୟ ପାଇଲୁ। ଯାହାକୁକି 1 ଜାନୁଆରି 2019ରେ ପୋଷ୍ଟ କରାଯାଇଥିଲା ଏବଂ ଏହି ଘଟଣାକୁ  ଭୋପାଲର ବୋଲି ଦାବି କରାଯାଉଛି। କେତେ ଏହି ଘଟଣା କେଉଁଠିକାର ତାହାର ସ୍ପଷ୍ଟିକରଣ ହୋଇନାହିଁ। କିନ୍ତୁ ଏହି ଭିଡିଓ 2019 ଜାନୁଆରି ମାସରୁ ନେଟରେ ଅଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଗୋଟେ ବର୍ଷ ପୁରୁଣା ଅଟେ। ଏହାର ଦିଲ୍ଲି ଶାହିନ ବାଗ CAA ବିରୋଧ ପ୍ରଦର୍ଶନ  ସହ କୌଣସି ସମ୍ବନ୍ଧ ନାହିଁ। 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫେସବୁକ ପୋଷ୍ଟରେ  ଦିଲ୍ଲି ଶାହିନ ବାଗ CAA ବିରୋଧ ପ୍ରଦର୍ଶନରେ ମୁସ୍ଲିମ ମହିଳାକୁ ପାଇସା ନ ମିଳିବାରୁ ମହିଳା ପରସ୍ପରକୁ ପିଟିଥିବାର ଦାବି ମିଥ୍ୟା ଅଟେ।   ଭାଇରାଲ ଭିଡିଓ ଗୋଟେ ବର୍ଷ ପୁରୁଣା ଅଟେ। ଏହି ଭିଡିଓ ଉତ୍ତର ପ୍ରଦେଶ ବିଜନୌର ଜିଲ୍ଲା ନଜିବାବାଦ ଅଞ୍ଚଳର ଅଟେ। ତେବେ ଭାଇରାଲ ଭିଡିଓର ଦିଲ୍ଲି ଶାହିନ ବାଗ CAA ବିରୋଧ ପ୍ରଦର୍ଶନ  ସହ କୌଣସି ସମ୍ବନ୍ଧ ନାହିଁ। 

Avatar

Title:ପୁରୁଣା ଭିଡିଓକୁ ଶାହୀନା ବାଗ CAA ବିରୋଧ ପ୍ରଦର୍ଶନରେ ପାଇସା ନମିଳିବାରୁ ଦୁଇ ମୁସ୍ଲିମ ମହିଳା ଝାଗଡ଼ା କରିବାର ଦାବିରେ ଭାଇରାଲ କରାଯାଇଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *