
୨୧ ଜାନୁଆରୀ ରେ ଫେସବୁକର ଓଡ଼ିଶା ବିଜେପି ଷପୋର୍ଟର ନାମ ପେଜରେ ଅନୁପ ଜେନା ନାମକ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟ ଷେୟାର କରିଛନ୍ତି, ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ମମତା ବେନର୍ଜି ସିଲିଗୁଡ଼ିର ଗେଟ ବଜାର ରେ ସ୍ଥାପିତ ଗୋଟିଏ କାଳି ମନ୍ଦିରରେ କାଳି ମାନକ ମୂର୍ତି ଭାଙ୍ଗିଛନ୍ତି। ଏହି ପୋଷ୍ଟରେ ଏହା ମଦଧୀ ଦାବି କରା ଯାଇଅଛି ଯେ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି ନିଜ ପୁରା ତାକତ ଲଗାଇ ହିନ୍ଦୁଙ୍କ ବିରୁଦ୍ଧରେ ଜିହାଦ କରୁଛନ୍ତି।
୨୨ ଜାନୁଆରୀରେ ଏହି ପୋଷ୍ଟଟି ତିତ୍ତ୍ଵରରେ ମଧ୍ୟ ଭାଇରାଲ କରା ଯାଇଅଛି। ଜଣେ ଟୁଇଟର ୟୁଜର ନିଜ ଟୁଇଟର ହେଣ୍ଡେଲରେ ଏହି ଘଟଣା ବିଷୟରେ ପୋଷ୍ଟକରି ଏହା ଦାବି କରିଛନ୍ତି ଯେ ସିଲିଗୁଡ଼ିର ଗେଟ ବଜାରରେ କାଳି ମାଙ୍କ ମୂର୍ତି ଭାଙ୍ଗି ଦିଆ ଯାଇଅଛି। ଏହି ପୋଷ୍ଟରେ ସେ ସମସ୍ତ ହିନ୍ଦୁ ଲୋକଙ୍କୁ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ଯଦି ହିନ୍ଦୁ ବର୍ତମାନ ଏକତା ଣ ଗଧିବେ ତ ସେମାନଙ୍କର ଆଉ ଆସ୍ତିତ୍ଵ ରହିବା ନାହିଁ।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଗୁଗୁଲରେ ଯାଇ “କାଳି ଟେମ୍ପଲ ଡେମୋଲିଶଦ ଇନ ସିଲିଗୁଡ଼ି” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ ଏହି ଘଟଣା ଜଡିତ ସତ୍ୟ ଜଣା ପଡିଲା।
୨୨ ଜାନୁଆରୀରେ ପ୍ରଭାତ ଖବର ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ କାଳି ମନ୍ଦିରରେ ଚୋରି କରୁଥିବା ଚେଷ୍ଟାଟି ବିଫଳ ହୋଇଗଲା। ଚୋରି କରିବାରୁ ବିଫଳ ହେଲା ପରେ ଚୋର ମାନେ କାଳି ମାଁଙ୍କ ମୂର୍ତିକୁ ଭାଙ୍ଗି ଫେରାର ହୋଇଗଲେ। ଏହି ଘଟଣାଟି ମଙ୍ଗଳବାର ଦିନ ଗେଟ ବଜାରରେ ଥିବା ସିବଶକ୍ତି କାଳି ମନ୍ଦିରରେ ଘଟିଅଛି। ଏହି ମାମଲା ନେଇ ପୋଲିସ ଖୋଜ କରି ୫ ଟି ଅପରାଧୀକୁ ଧରିଚି। ସେଠିକାର ଲୋକ ମନଙ୍କ ଠାରୁ ଏହା ଖବର ମିଳିଛି ଯେ ଏହି ଘଟଣା ପୂର୍ବରୁ ମଧ୍ୟ ୭ ଥର ମନ୍ଦିରରେ ଚୋରି କରିବାର ହେସତା କରା ହେଇଛି। ସବୁ ଦିନ ପରି ସୋମବାର ଦିନ ମଧ୍ୟ ପୂଜାରୀ ପୂଜା ସାରି ମନ୍ଦିର ବନ୍ଦ କରି ଚାଲି ଯାଇଥିଲେ। ମଙ୍ଗଳବାର ଦିନ ମନ୍ଦିର ଖୋଲିଲା ପରେ କାଳି ମାଁଙ୍କ ଭଙ୍ଗା ମୂର୍ତି ଦେଖି ସବୁ ଲୋକେ ଆଶ୍ଚର୍ଯ୍ୟ ହେଇ ଯାଇଥିଲେ। ଲୋକଙ୍କ କହିବା ଅନୁସାରେ ମନ୍ଦିର ର ଦୁଇଟା ଗେଟରେ ତାଲା ପଡିଥିଲା। ଚୋର କାଳିମାଁଙ୍କ ସୁନା ଓ ଗହଣା ଚୋରି କରି ଆସିଥିଲେ। ଗେଟ ବନ୍ଦ ହେବା ଯୋଗୁ ଭିତରେ ପସି ନପାରି ଗୋଟିଏ ବାଡି ସାହାଜରେ ସୁନା ଟାଣି କାଢିବା ଚେଷ୍ଟା କରିବା ସମୟରେ ମୂର୍ତି ପଡି ଭାଙ୍ଗି ଯାଇଛି।
୨୧ ଜାନୁଆରୀ ଜାଗରଣ ପତ୍ରିକାରେ ଛପି ଥିବା ଅନୁଛେଦରେ ଲେଖା ଯାଇଅଛି ଯେ ସିଲିଗୁଡିରେ ସିବଶକ୍ତି କାଳି ମନ୍ଦିରରେ ୮ ତମ ପାଇଁ ହେଇଥିବା ଚୋରି ଯୋଗୁ ସେହି ଜାଗାରେ ହୁଲୁସ୍ତୁଲ ମଚି ଯାଇଛି। ଏଇଥର ଚୋର ମାନେ ଗହଣା ଲୁଟିବା ଚକ୍କରରେ କାଲି ମାଁଙ୍କ ମୂର୍ତି ଭାଙ୍ଗି ଦେଇଛନ୍ତି। ଏହା ପୂର୍ବରୁ ୭ ଟିଏଚଆର ହେଇ ଥିବା ଚୋରୀ ପରେ ମଧ୍ୟ ପୋଲିସ ଚୋରକୁ ଧରି ପାରି ନଥିବା ନେଇ ସ୍ଥାନୀୟ ଲୋକେ ରାଗି ଅଛନ୍ତି। ସୂଚନା ଅନୁଯାୟୀ ସ୍ଥାନୀୟ ଲୋକେ ଷଖଳୁ ଯେତେବେଳେ ପୂଜା କରିବା ପାଇଁ ମନ୍ଦିର ପହଞ୍ଚିଲେ ତ ମୂର୍ତି ଭାଙ୍ଗି ପଡି ଥିବା ଦେଖି ଆଶ୍ଚର୍ଯ୍ୟ ହେଇ ଗଲେ।ବାଉଁଶ ଓ ଲୋହା ଛଡ ବ୍ୟବହାର କରି ମୂର୍ତିରୁ ସୁନା ଗହଣା ଟାଣିବା ଚେଷ୍ଟା କରିଥିଲେ ଚୋର।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ମନ୍ଦିରରେ ହେଇ ଥିବା ଘଟନାଟି ଚୋରିର। ପୋଷ୍ଟରେ କରା ଯାଇଥିବା ଦାବି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କାଳି ମଙ୍କ ମୂର୍ତି ଭାଙ୍ଗି ହିନ୍ଦୁଙ୍କ ବିରୁଦ୍ଧରେ ଜିହାଦ କରିବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ଏହି ଚୋରି ନେଇ ପୋଲିସ ୫ ଜଣଙ୍କୁ ଗିରଫ ମଧ୍ୟ କରିଛି।

Title:କ’ଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବେନର୍ଜି କାଳି ମାଁଙ୍କ ମୂର୍ତି ଭାଙ୍ଗି ହିନ୍ଦୁଙ୍କ ବିରୁଦ୍ଧରେ ଜିହାଦ କରୁଛନ୍ତି? ଜାଣନ୍ତୁ ସତ।
Fact Check By: Siddharth SahuResult: False