
ଦେଶ ସାରା CAA ବିରୋଧ ପ୍ରଦର୍ଶନ ଜୋରଦାର ଚାଲିଛି। ଶାହୀନ ବାଗର ନାଁ ପାଟିରେ ଆସିଲେ CAA ବିରୋଧ ପ୍ରଦର୍ଶନ କଥା ସାମ୍ନାକୁ ଆସେ। ଏଥି ମଧ୍ୟରେ ସାସିଆଲ ମିଡିଆକୁ ନେଇ ଅନେକ ଗୁଜବ ଘୁରି ବୁଲୁଛି। 3 ଫେବୃଆରିରେ ଇଂ ନିମାଇଁ ପ୍ରସାଦ ମହାପାତ୍ର ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଏକ ବୃଦ୍ଧ ମହିଳା ଘର ଭିତରେ ବନ୍ଦଥିବାର ଦେଖା ଯାଉଛି । କିଛି ଲୋକ ବନ୍ଦ ଘରର ତାଲା ଭାଙ୍ଗି ବୃଦ୍ଧ ମହିଳାକୁ ଘରୁ ବାହରକୁ ଆଣିଲେ। ପୋଷ୍ଟରେ ଦାବି କରାଯାଇଛି ଯେ, ଦମ୍ପତି ଜଣକୁ ତାଙ୍କ ବୃଦ୍ଧା ମାଁକୁ 10 ଦିନ ହେଲା ଘରେ ବନ୍ଧ କରି ଶାହୀନ ବାଗ ରେ CAA ବିରୋଧ ପ୍ରଦର୍ଶନ କରିବା ପାଇଁ ଯାଇଥିଲେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। କ’ଣ ଦମ୍ପତି ବୁଢ଼ି ମାଁକୁ 10 ଦିନ ପର୍ଯ୍ୟନ୍ତ ଘରେ ବନ୍ଦି କରି CAA ବିରୋଧ ପ୍ରଦର୍ଶନ ପାଇଁ ଶାହୀନ ବାଗ ଯାଇଥିଲେ। ପୋଷ୍ଟ ପଛର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-ହ
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫୋଟୋରେ ଭାଙ୍ଗିଲୁ। ଏହା ପରେ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ 26 ଜାନୁଆରି ରେ Aaj Tak ନ୍ୟୁଜ ପେଜରେ ଭାଇରାଲ ଭିଡିଓର ଏକ ନ୍ୟୁଜ ପ୍ରକାଶିତ ହୋଇଥିବାର ମିଳିଲା। Aaj Tak ନ୍ୟୁଜ ପେଜ ଅନୁସାରେ ଏହି ଭିଡିଓ ଉତ୍ତର ପ୍ରଦେଶର ଅଲିଗଢ଼ର ଅଟେ। ଅଲିଗଢ଼ର ଏକ ଦମ୍ପତି ତାର 90 ବର୍ଷର ମାଁକୁ 10 ଦିନ ହେଲା ଘରେ ବନ୍ଦକରି ବୁଲି ପଲାଇଥିଲା। ବୃଦ୍ଧା ମହିଳାର ଝିଅକୁ ମାଁର ସ୍ୱପ୍ନ ଆସିବାରୁ ଝିଅ ମାଁକୁ ଦେଖା କରିବା ପାଇଁ ଘରକୁ ପହଁଚିବାରୁ ଘରେ ତାଲା ଲାଗିଥିଲା। ଭଉଣି ଭାଇକୁ ଫୋନ କରି ପଚାରିବାରୁ ଭାଇ ଓ ଭାଉଜ ବୁଲି ଆସିଥିବାର କଥା କହିଥିଲେ। ଭଉଣି ମାଁ ବିଷୟରେ ପଚାରିବାରୁ ଭାଇ ସେ ବିଷୟରେ କୌଣସି ସୂଚନା ନଥିବାର କହିଲା। ଏହି ପରେ ଝିଅଟି ଆଖପାଖ ଲୋକଙ୍କୁ ଡାକି ଘର ତାଲା ଭାଙ୍ଗିଥିଲେ। ଘର ତାଲା ଭାଙ୍ଗିଲାପରେ ଘର ଭିତରେ ବୃଦ୍ଧ ମହିଳା ଭୋକରେ ତଡ଼ପି ତଡ଼ପି ବାଧ୍ୟ ହୋଇ ଲଙ୍ଗାଗୁଣ୍ଡ ଖାଉଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Aaj Tak । Archive
ଏହା ଛଡ଼ା ଏହି ନ୍ୟୁଜକୁ ଆମେ Zee News ,News 18,Patrika ପେଜରେ ମଧ୍ୟ ପାଇଲୁ। ଯେଉଁଥିରେ ଦମ୍ପତି ଜଣକ କେଉଁ ଜାଗାକୁ ଯାଇଥିଲେ ତାହା ସ୍ପଷ୍ଟ କରାଯାଇ ନାହିଁ। ଏହା ପରେ ଆମକୁ ଏକ ଭିଡିଓ R9 TV ୟୁଟ୍ୟୁବ ଚ୍ୟାନେଲରେ ପାଇଲୁ। ଏହି ଭିଡିଓ 25 ଜାନୁଆରିରେ ପୋଷ୍ଟ କରାୟାଇଛି। ଭିଡିଓର 1:17 ମିନିଟରେ ସାମ୍ବାଦିକ ଜଣକ ସ୍ପଷ୍ଟ କରି କହୁଛନ୍ତି ଯେ, ଦମ୍ପତି ଜଣକ 10 ଦିନ ପର୍ଯ୍ୟନ୍ତ ମନାଲି ବୁଲି ଯାଇଥିଲେ। ତେଳେ ଭିଡିଓ ଦେଖନ୍ତୁ।
ପୋଲିସର ସୂଚନା ଅନୁସାରେ ଦମ୍ପତି ଉପରେ ତଦନ୍ତ ଚାଲିଛି। ଏଥୁ ସ୍ପଷ୍ଟ ହୋଇଛି ଯେ, ଦମ୍ପତି ଶାହୀନ ବାଗ CAA ବିରୋଧ ପ୍ରଦର୍ଶନ ପାଇଁ ଯାଇନଥିଲେ।
ଶେଷକଥା-ଆମ ଅନୁସନ୍ଧାନରୁ ପାଇଲୁ ଯେ, ଦମ୍ପତି ବୃଦ୍ଧ ହିଳାକୁ ଘରେ 10 ପାଇଁ ବନ୍ଦ କରି ବୁଲି ପଳାଇଥିଲେ ସତ କିନ୍ତୁ ଶାହୀନ ବାଗ CAA ବିରୋଧ ପ୍ରଦର୍ଶନ ପାଇଁ ଯାଇନଥିଲେ। ଦମ୍ପତି ବୃଦ୍ଧ ମହିଳାକୁ ଘରେ ବନ୍ଦ କରି ମନାଲି ବୁଲି ଯାଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

Title:କ’ଣ ଦମ୍ପତି ବୁଢ଼ି ମାଁକୁ 10 ଦିନ ପର୍ଯ୍ୟନ୍ତ ଘରେ ବନ୍ଦ କରି CAA ବିରୋଧ ପ୍ରଦର୍ଶନ ପାଇଁ ଶାହୀନ ବାଗ ଯାଇଥିଲେ। ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟ।
Fact Check By: Saritadevi SamalResult: False