
ଚୀନରୁ ବ୍ୟାପୀ ଥିବା କୋରୋନା ଭାଇରସ ବର୍ତମାନ ସମୟରେ ସାରା ବିଶ୍ଵାରେ ଆତଙ୍କ ସୃଷ୍ଟି କରିଛି। ବର୍ତମାନ ସୁଧା ୭୨,୫୦୦ ଲୋକେ ଏହି ରୋଗରୁ ଆକ୍ରାନ୍ତ ହୋଇସାରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ଖବର ମଧ୍ୟ ସାମନାକୁ ଆସିଛି। ଏହି ଖବର ଅନୁସାରେ କୋରୋନା ଠାରୁ ରକ୍ଷା ପାଇବା ପାଇଁ ନନ୍ ଭେଜ ଖାଦ୍ୟ ସେବନ ନ କରିବା ଉପଦେଶ ଦିଆ ଯାଇ ଅଛି। ୨ ସପ୍ତାହ ପୂର୍ବରୁ ମନୁ ଭାଇ ଚିକିଟି ନାମକ ଜଣେ ଫେସବୁକ ୟୁଜର ନିଜ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଲୋକ ମାନଙ୍କୁ କିଛି ଦିନ ପାଇଁ ମାଛ, ମାଁକ୍ସ, ଅଣ୍ଡା ଠାରୁ ଦୁରାଇ ରହିବା ଅନୁରୋଧ କର ଯାଇଅଛି। ଏହି ଭିଡିଓରେ ୩୦ ସେକେଣ୍ଡ ପାଇଁ ହାତକୁ ସଫା କରିବା, ପାଟିରେ ହାତ ନଲଗାଇବା, ମାସ୍କ ପିନ୍ଧି ଘରୁ ବାହାରିବା, ଥଣ୍ଡା ଓ ଜର ରୋଗୀ ଠାରୁ ଦୂରେଇ ରହିବା ଏବଂ ଡାଏଟ ମେଣ୍ଟେନ କରିବାର ମଧ୍ୟ ଅନୁରୋଧ କରା ଯାଇଅଛି। ଅନେକ କଥା ଏହା ମଧ୍ୟରୁ ସତ। କିନ୍ତୁ ନନ୍ ଭେଜ ଖାଦ୍ୟ ଠାରୁ ଦୂରେଇ ରହିବା କଥା ମିଥ୍ୟା।
ଗତ ୨ ସପାତାହରେ ଏହି ଭିଡିଓଟି କୁ ୧୩୨,୦୦୦ ଲାଇକ୍ସ ମିଳି ସାରିଛି ଓ ୨୪୦୦ ଥର ଶେୟାର ହେଇ ସାରିଛି। ଏହି ପୋଷ୍ଟରେ ନନ୍ ଭେଜ ଖାଦ୍ୟ ସେବନ ନ କରିବାର ଅନୁରୋଧ ପଛରେ ସତ୍ୟତା କେତେ ଜାଣନ୍ତୁ।
୧୭ ଫେବ୍ରୁଆରି ରେ ହିନ୍ଦୁ ମାହାସଭା ଅଧ୍ୟକ୍ଷ ଏହା କହିଛନ୍ତି ଯେ ଭଗବାନ ନରସିଂ କୋରୋନା ଭାଇରସ ରୂପ ନେଇ ସମସ୍ତ ମାଂସାହାରୀ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଆସିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଚୀନ ରାଷ୍ଟ୍ରପତି ଶି ଚିନପିଙ୍ଗଙ୍କୁ କୋରୋନାର ମୂର୍ତି ବଣାଇ କ୍ଷମା ମାଙ୍ଗିବା ଦରକାର ଓ ଚୀନ ଲୋକଙ୍କୁ ଏହି ମୂର୍ତି ସାମନାରେ ମାଁକ୍ସ ନ ଖାଇବାର ରାଣ ଖାଇବା ଦରକାର।
ଏହି ବିଆୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମକୁ ଏହା ମିଳିଲା:
୧୨ ଫେବ୍ରୁଆରି ରେ ଦି ନ୍ୟୁଜ ମିନିଟ ପତ୍ରିକାରେ ଛପି ଥିବା ଗୋଟିଏ ନୁଛେଦରେ ଏହା ଲେଖା ଯାଇଅଛି ଯେ ଯେଉଁ ସମୟରେ କେରଳରେ କୋରୋନା ଭାଇରସ ଆକ୍ରାନ୍ତ ରୋଗୀ ବିଷୟରେ ଖବର ବାହାରିଲା, ସେହି ସମୟ ଠାରୁ ଅନେକ ଫେକ ନ୍ୟୁଜ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏପରି ଫେକ ନ୍ୟୁଜ ଭାଇରାଲ କରିବା ଯୋଗୁ ୭ଟି ଲୋକ କେରଳରେ ଗିରଫ ହେଇଛନ୍ତି। ବର୍ତମାନ ଗୋଟିଏ ଫେକ ନ୍ୟୁଜ ଭାଇରାଲ ହେଉଅଛି ଯେ ମଦ ସେବନ କରିଲେ ଓ ନନ୍ ଭେଜ ଖାଦ୍ୟ ସେବନ ନ କରିଲେ କୋରୋନା ରୋଗ ଠାରୁ ଦୂରେଇ ରହି ହେବ। କୋଚିର ଗୋଟିଏ ହସ୍ପିଟାଲର ଦାଃ ରାଜେବ ଜୟଦେଭନ କହିଛନ୍ତି ଯେ ଏହି ପରି ସବୁ ଖବର ୧୦୦% ମିଥ୍ୟା। N-95 ମାସ୍କ ପିନ୍ଧିଲେ ମଧ୍ୟ ଏହି ରୋଗ ଠାରୁ ବଞ୍ଚି ହେବା କଥା ମଧ୍ୟ ମିଥ୍ୟା ବୋଲି ଡଃ ରାଜିବ କହିଛନ୍ତି।
୪ ଫେବ୍ରୁଆରି ରେ ବିଜନେସ ଇନସାଇଡର ପତ୍ରିକାରେ କୋରୋନା ଭାଇରସ ନେଇ ଅନେକ ମିଥ୍ୟା ଖବରର ଖଣ୍ଡନ କରା ଯାଇଅଛି।
ଦାବି: ପାଲତୁ ଜନ୍ତୁଙ୍କ ଠାରୁ କୋରୋନା ବ୍ୟାପୀ ଥାଏ।
ସତ୍ୟ: ବିଶ୍ଵ ଶ୍ଵାସଥିୟ ସଂଗଠନ (WHO) କହିଛି ଯେ ବର୍ତମାନ ସୁଧା ଏପରି କୌଣସି ପ୍ରମାଣ ମିଳି ନାହିଁ ଯେ କୁକୁର, ବିଲେଇ ପରିକା ଜୀବଙ୍କ ଠାରୁ କେହି ମଣିଷ କୋରୋନା ଆକ୍ରାନ୍ତ ହୋଇଛନ୍ତି।
ଦାବି: ମାଁକ୍ସ ଖାଇଲେ କୋରୋଳା ଭାଇରସ ବ୍ୟାପେ।
ସତ୍ୟ: କୋରୋନା ଭାଇରସ ଗୋଟିଏ ଶ୍ଵାସ ରୋଗ ଯେଉଁଟା ଏହି ରୋଗରୁ ପୀଡ଼ିତ ଥିବା ଲୋକଙ୍କ ସମ୍ପର୍କରେ ଆସିଲେ ଆକ୍ରାନ୍ତ ହୋଇଥାଏ। ଯେତେବେଳେ ଜଣେ କୋରୋନା ରୋଗୀଙ୍କ କାସ, ଛିଙ୍କ ଓ ନାକ ଏବଂ ଛିପ ସମ୍ପର୍କରେ ଜଣେ ଆସେ ସେତେବେଳେ ଯାଇ ଏହି ରୋଗ ଡେଇଁ ଥାଏ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ମାଁକ୍ସ ସେବନ ନ କରିଲେ ଓ ମାଁକ୍ସ ଠାରୁ କୋରୋନା ଆକ୍ରାନ୍ତ ହେବା ସମ୍ଭାବନା କଥା ସମ୍ପୂର୍ଣ ଭାବେ ମିଥ୍ୟା। ପୋଷ୍ଟରେ କରା ଯାଇ ଥିବା ଦାବି ଯେ ନନ୍ ଭେଜ ଖାଦ୍ୟ ଠାରୁ ଦୂରେଇ ରହିଲେ କୋରୋନା ଠାରୁ ବଞ୍ଚି ହେବା କଥା ମଧ୍ୟ ମିଥ୍ୟା। ଡାକ୍ତର ଓ ବିଶ୍ଵ ଶ୍ଵାସଥିୟ ସଂଗଠନ କହିବା ଅନୁସାରେ ମାକ୍ସ ସେବନ କରିଲେ କୋରୋନା ଭାଇରସ ଆକ୍ରାନ୍ତ ହୁଏ ନାହିଁ।

Title:କ’ଣ ନନ୍ ଭେଜ ଖାଇଲେ କୋରୋନା ଭାଇରସ ଆକ୍ରାନ୍ତ ହେବା ସମ୍ଭାବନା ଅଛି? ଜାଣନ୍ତୁ ସତ।
Fact Check By: Siddharth SahuResult: False