
କୋରୋନା ଭାଇରସର ଆତଙ୍କ ପୁରା ବିଶ୍ୱରେ ଚର୍ଚାର ବିଷୟ ବନିଛି। କରୋନା ଭାଇରସର ସଠିକ ଔଷଧ ମଧ୍ୟ ବାହାରି ନାହିଁ। ଏଥି ମଧ୍ୟରେ ଚାଇନାରେ ସଂଖ୍ୟାଧିକ ଲୋକଙ୍କ ମୃତ୍ୟୁର ଖବର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେହି କୁହନ୍ତି କରୋନା ଭାଇରାସ ସାପଠାରୁ ଆସିଛି ତ କେହି କୁହନ୍ତି ଏହି ଭାଇରସ ବାଦୁଡ଼ି ଏବଂ ଅନ୍ୟ ଜିବନ୍ତୁଙଠାରୁ ଆସି ଅଛି। ତେବେ ସୋସିଆଲ ମିଡିଆରେ Jyotiprakash Deo ନାମକ ଜଣେ ଫେଜବୁକ ୟୁଜର 18 ଫେବୃଆରିରେ ଓଡ଼ିଶା ବିଜେପି ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଅଧିକରୁ ଅଧିକ ସଂଖ୍ୟାରେ ଘୁଷୁରି ଏବଂ ଅନ୍ୟ ଜିବଜନ୍ତୁଙ୍କୁ ପୋତି ଦିଆ ଯାଉଥିବାର ଦେଖା ଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଚାଇନାରେ କରୋନା ଭାଇରସ ଏତେ ମାତ୍ରାରେ ବିସ୍ତାର ହୋଇସାରିଲାନି ଯେ, ସେଠାକାର ସରକାର ଲକ୍ଷ୍ୟ ଏବଂ କୋଟି ସଂଖ୍ୟାର ଘୁଷୁରି, କୁକୁଡ଼ା,ବତକ ସହ ଅନ୍ୟାନ୍ୟ ଜନ୍ତୁଙ୍କୁ ମାରି ଏକ ବିରାଟ ଗାତରେ ପୋତି ଦେଉଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ଭିଡିଓକୁ 102,712 ଲୋକ ଦେଖି ସାରିଥିଲେ। ଏହା ସହ ଭିଡିଓକୁ 17 ଥର ସେୟାର କରାଯାଇ ସାରିଥିଲା। ତଳେ ପୋଷ୍ଟ ଦେଖନ୍ତୁ।
ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫୋଟୋରେ ଭାଙ୍ଗିଲୁ। ଭାଇରାଲ ପୋଷ୍ଟରେଥିବା ଭିଡିଓରେ ଅଲଗା ଅଲଗା ଭିଡିଓକୁ ଏକା ସାଙ୍ଗରେ କରି ପୋଷ୍ଟ କରାଯାଇଛି। ତେବେ ଇନବିଡ଼ରେ ପକାଇଲା ପରେ ଆମକୁ ଭାଇରାଲ ଭିଡିଓର ଅଲଗା ଅଲଗା ଇମେଜ ମିଳିଲା।
ପ୍ରଥମ ଭିଡିଓ-
ଭାଇରାଲ ଭିଡିଓରେ ଘୁଷୁରିମାନଙ୍କୁ ପୋତୁଥିବାର ଦେଖାଉଥିବା ଭିଡିଓକୁ ଆମେ ଗୁଗୁଲରେ ସର୍ଚ କରିବାରୁ ପାଇଲୁ ଯେ, ଏହି ଭିଡିଓ ଏକ ୟୁଟୁବ ଚ୍ୟାନେଲରେ ପାଇଲୁ। ଯାହାକି 21 ଜାନୁଆରି 2019ରେ ପୋଷ୍ଟ କରାଯାଇଥିଲା। ଏହା ଛଡ଼ା ଏହି ଭିଡିଓର ନ୍ୟୁଜ SET Newsରେ 3 ଫେବୃଆରି 2019ରେ ପ୍ରକାଶିତ କରାଯାଇଥିଲା। ଅନୁଚ୍ଛେଦକୁ ଆମେ ଅନୁବାଦ କରି ପଢ଼ିଲୁ । ପୋଷ୍ଟରେ ଘୁଷୁରିମାନଙ୍କୁ ଆଫ୍ରିକା ସ୍ୱାଇନ ରୋଗ ହୋଇଥାବରୁ ଚାଇନାରେ ଘୁଷୁରିମାନଙ୍କୁ ପୋତି ଦିଆ ଯାଇଛି। ନ୍ୟୁଜ ପୋଷ୍ଟ ଅନୁସାରେ ଏହି ଭିଡିଓ 2019 ଫେବୃଆରିର ଅଟେ।

ଏଠାରେ ଲିଙ୍କ ଦେଖନ୍ତୁ-SET News । Archive
ଏହା ପରେ ଆମକୁ Farmers Weekly ନାମକ ଏକ ପେଜରେ ଭାଇରାଲ ଭିଡିଓର ଅନ୍ୟ ଏକ ନ୍ୟୁ ମିଳିଲା। ପେଜର ରିପୋର୍ଟ ଅନୁସାରେ 2019ରେ ଆଫ୍ରିକାରେ ସ୍ୱାଇନ ରୋଗ ଚାଇନାରେ ବିସ୍ତାର ହୋଇଯାଇଥିଲା। ଚାଇନାର କୃଷି ଏବଂ ଗ୍ରାମିଣ ବିଭାଗର ମନ୍ତ୍ରଣାଳୟ ଅନୁସାରେ ASFର ରୋଗର ପୁଷ୍ଟି ଚାଇନାରେ 2019ରେ ପ୍ରଥମ ଥର ପାଇଁ ହୋଇଥିଲା। ଏହି ପୁଷ୍ଟିରେ 9 ଲଖ୍ୟ 16 ହଜାରରୁ ଅଧିକ ଘୁଷୁରି ଏହି ରୋଗରେ ପିଡ଼ିତଥିଲେ। ଯେଉଁଥିପାଇଁ କି ରୋଗରେ ପିଡ଼ିତଥିବା ଘୁଷୁରିମାନଙକୁ ପୋତି ଦିଆଯାଇଥିଲା।
ଦ୍ୱିତିୟ ଭିଡିଓ-
ଭାଇରାଲ ଭିଡିଓରେ ଅନ୍ୟ ଏକ ଭିଡିଓ ମଧ୍ୟ ଅଛି ଯେଉଁଥିରେ ଘୁଷୁରିମାନଙ୍କୁ ଜିଅନ୍ତା ପୋଡ଼ି ଦିଆଯାଉଥିବାର ଦେଖା ଯାଉଛି। ଆମେ ସେହି ଭିଡିଓର ଫୋଟୋକୁ ମଧ୍ୟ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ DK-The Seeker ନାମକ ଜଣେ ୟୁଟ୍ୟୁବ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଥିଲା ଯେ, ଘୁଷୁରିମାନଙ୍କୁ ଫେଲ୍ଗ ହେବାରୁ ଚାଇନାର ଲୋକ ସେମାନଙ୍କୁ ଜାଳି ଦେଉଛନ୍ତି। ଏହା ପରେ ଆମକୁ Amur news service ପେଜରେ ଏହାର ଏକ ନ୍ୟୁଜ ପାଇଲୁ। ଯେଉଁଥିରେ ଭାଇରାଲ ଭିଡିଓ ସେୟାର କରାଯାଇଥିଲା। ପେଜରେ ଲେଖାଯାଇଥିବା ସୂଚନା ଇନୁସାରେ ଚାଇନାରେ ଅସଂଖ୍ୟ ଘୁଷୁରିମାନଙ୍କୁ ଆଫ୍ରିକା ସ୍ୱାଇନ ଫିବର ASF ହେବାରୁ ଘୁଷୁରିମାନଙ୍କୁ ଜାଳି ଦିଆଯାଉଛି। ଏହି ରୋଗ ଚାଇନାରେ ଘୁଷୁରିମାନଙ୍କୁ 2019ରେ ହୋଇଥିଲା।

ଏଠାରେ ଲିଙ୍କ ଦେଖନ୍ତୁ-Amur news service । Archive
ତୃତିୟ ଭିଡିଓ-
ଭାଇରାଲ ଭିଡିଓର ଲାଷ୍ଟ ଭିଡିଓରେ ଦାବି କରାଯାଇଛି ଯେ, କରୋନା ଭାଇରସରେ ପିଡ଼ିତ ମହିଳାକୁ ପୋଲିସ ଗାଡ଼ିରୁ ବାହରକୁ କାଢ଼ି ଦେଉଛି। ତେବେ ଭିଡିଓ ପଛର ସତ୍ୟତା କଣ ତାହା ଜାଣିବା ପାଇଁ ଆମେ ଭିଡିଓର ଇମେଜକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଭିଡିଓର ଫୋଟୋ NTDTV.Com ନ୍ୟୁଜ ପେଜରେ ପାଇଲୁ। ପେଜରେ ଲେଖା ଯାଇଥିବା ଅନୁଚ୍ଛେଦ ଅନୁସାରେ ଚୀନର ହେଇଲୋଗଜିୟାଙ୍ଗ ଅଞ୍ଚଳ ସହ କିଛି ଅନ୍ୟ ଅଞ୍ଚଳରେ ବ୍ୟକ୍ତିଗତ ଗାଡ଼ିଗୁଡ଼ିକରେ ପ୍ରତିବନ୍ଧ ଲଗାଯାଇଥିଲା। ଭାଇରାଲ ଭିଡିଓରେ ଥିବା ମହିଳାଙ୍କୁ ଏହି ସୂଚନା ସମ୍ପର୍କରେ ଜଣା ନିଥିଲା। ମହିଳଆ ଜଣକ ତାଙ୍କ ନିଜ ଗାଡ଼ି ପ୍ରତିବନ୍ଧ କରାଯାଇଥିବା ଅଞ୍ଚଳରେ ଚଲାଉଥିବା ବେଳେ ପୋଲିସ ମହିଳାକୁ ଅଟକାଇଥିଲା ଏବଂ ତାଙ୍କୁ ଗାଡ଼ିରୁ କାଢ଼ି ଗିରଫ କରିଥିଲା। ଏହା ଛଡ଼ା ଏହି ନ୍ୟୁଜ Secretchina.com,aboluowang.com ପେଜରୁ ମଧ୍ୟ ପାଇଲୁ। ଲିଙ୍କରେ କ୍ଲିକକରି ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- NTDTV.Com । Archive
ତେବେ ଭାଇରାଲ ପୋଷ୍ଟକୁ ଅନୁସନ୍ଧାନରୁ ପାଇଲୁଯେ ପୋଷ୍ଟରେଥିବା ଭିଡିଓକ କରୋନା ଭାଇରାସ ସହ କୌଣସି ସମ୍ବନ୍ଧ ନାହିଁ।
ଶେଷକଥା–
ଆମେ ଅନୁସନ୍ଧାନରୁ ପାଇଲୁ ଯେ, କରୋନା ଭାଇରସରୁ ଡରିକି ଚାଇନାର ଲୋକେ ସେଠାକାର ଘୁଷୁରି ଏବଂ ଅନ୍ୟ ଜନ୍ତୁକୁ ପୋତି ଦଉଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ 2019ର ଅଟେ। କରୋନା ଭାଇରସର ଡରରେ ଚାଇନାରେ ଅଧିକ ସଂଖ୍ୟାରେ ଘୁଷୁରି ଏବଂ ଅନ୍ୟ ପଶୁମାନଙ୍କୁ ପୋତିଦେଉଥିବା ଦାବି ମଥ୍ୟା ଅଟେ। ଏହା ସହିତ ଭାଇରାଲ ପୋଷ୍ଟର ଶେଷ ଭିଡିଓର କରୋନା ଭାଇସର ସହ କୌଣସି ସମ୍ପର୍କ ନାହିଁ। ଅର୍ଥାତୁ ଭାଇରାଲ ପୋଷ୍ଟ ଭିଡିଓର କରୋନା ଭାଇରସ ସହ କୌଣସି ସମ୍ବନ୍ଧ ନାହିଁ।

Title:ଭାଇରାଲ ପୋଷ୍ଟରେଥିବା ଭିଡିଓମାନଙ୍କର କରୋନା ଭାଇସର ସହ କୌଣସି ସମ୍ବନ୍ଧ ନାହିଁ।
Fact Check By: Saritadevi SamalResult: False