କ’ଣ ସୌମ୍ୟା ଚୌରସିଆଙ୍କ ଘରୁ ଦ୍ୱିତିୟ ଫୋଟୋରେ ଥିବା ପଇସା ଏବଂ ସୁନା ଗହଣା ଜବତ କରାଯାଇଛି? ଜାଣନ୍ୟୁ ସତ୍ୟ।

False Social

3 ମାର୍ଚରେ Purna Chandra Mishra ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏକ ମହିଳାର ଫୋଟୋ ଅଛି ଏବଂ ଦ୍ୱିତିୟ ଫୋଟୋରେ ବହୁତ ପଇସା ବଣ୍ଡଲ ସହ ସୁନାର ଅଳଙ୍କାରର ଫୋଟୋ ଥିଲା। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ସୌମା ଚୌରାସିଆ—ଆୟକର ବିଭାଗ ଘର ଚଢ଼ାଉକରି 100 କୋଟିରୁ ଉର୍ଦ୍ଧ ନଗଦଟଙ୍କା,2 କେଜି ରୁ ଅଧିକ ଗହଣା , ଅନେକ ପ୍ଲଟ ଓ ଫାର୍ମର ଦଲିଲ ଜବତ କରିଛି—ବାବୁଆଣି 30 ଘଂଟା ହୋଲା ଫେରାର। ତେବେ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପୂର୍ବରୁ 143 ଥର ସେୟାର କରାଯାଇଛି ଏହା ସହ 264 ଥର ଲାଇକ ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରି ସର୍ଚ କରିଲୁ। ପ୍ରଥମ ଫୋଟୋର ସର୍ଚରେ ଆମେ ଜାଣିବାକୁ ଚାହିଁଲୁ ଯେ, କଣ ସତରେ ଛତିସଗଡ଼ର ସୌମ୍ୟା ଚୌରସିଆ ନାମକ ଜଣେ ମହିଳାଙ୍କ ଘରେ ଆୟକର ବିଭାଗ ଛାପା ମାରିଥିଲା। ସର୍ଚରେ ଆମେକୁ Asiant news ନାମକ ଏକ ନ୍ୟୁଜ ପେଜରେ ସୌମ୍ୟା ଚୋରସିଆ ନାମକ ମହିଳାର ଫୋଟୋ ମିଳିଲା। ଅନୁଚ୍ଛେଦକୁ ପଛଡ଼ିଲା ପରେ ଜାଣିଲୁ ଯେ, ଛତିସଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ ନିଯୁକ୍ତ ଅଛନ୍ତି। ଏହା ଛଡ଼ା ଅନୁଚ୍ଛେଦରେ ତାଙ୍କ କାର୍ଯ୍ୟ ବିଷୟରେ ସମ୍ପୁର୍ଣ୍ଣ ଲେଖା ଯାଇଛି। ଖବର ଅନୁସାରେ କବଳ ସୌମ୍ୟା ଚୌରସିଆ ଘରୁ 100 କୋଟି ଟଙ୍କା ଜବତ କରାଯାଇ ନାହିଁ। ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଆୟକର ବିଭାଗ କିଛି ଅନ୍ୟ ଲୋକଙ୍କ ଘରେ ମଧ୍ୟ ଛାପା ମାରିଥିଲା। ସମସ୍ତଙ୍କ ମିଶାଇ 100 କୋଟିରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି। ଆୟକର ବିଭାଗ ସୌମ୍ୟା ଚୌରସିଆ ଘରେ ଛାପା ମାରିଥିଲା ସତ କିନ୍ତୁ କେତେ ପଇସା ଜବତ କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ।

ଏଠାରେ ଲିଙ୍କ ଦେଖନ୍ତୁ-Asiant news

ସୌମ୍ୟା ଚୌରସିଆ ମିଡ଼ିଆ ସାମନାରେ କହିଛନ୍ତି ଯେ, ଆୟକର ବିଭାଗର ଅଧିକାରିମାନଙ୍କ ସହ କଥା ହୋଇଯାଇଛି। ମୋ ବିରୁଦ୍ଧରେ ଜେତେ ବି ଜାଞ୍ଚ କରିବା କଥା କରି ନିଅନ୍ତୁ ମୁଁ ପ୍ରସ୍ତୁତ ଅଛି।ଏହା ସହ ସେ ତାଙ୍କ ଘରର ତାଲା ଭିଙ୍ଗିବା ଏବଂ ଏହି ମାମଲାରେ ନିଜକୁ ଠିକ ସାବ୍ୟସ୍ତ କରିବା ଓକିଲର ସାହାଯ୍ୟ ମଧ୍ୟ ନେଉଛନ୍ତି। ଅଧିକ ସୂଚନା ପାଇଁ ଲିଙ୍କରେ କ୍ଲିକ କରନ୍ତୁ।

ଏହା ପରେ ଆମେ ଦ୍ୱିତିୟ ଫୋଟୋକୁ ଗୁଗୁଲରେ ରିଭର୍ସ ଇମଜେ କରିଲୁ। ଆମେ ଜାଣିବା ପାଇଁ ଚାହିଁଲୁ ଯେ,ଦ୍ୱିତିୟ ଫୋଟୋରେ ଥିବା ସୁନା ଗହଣା ଏବଂ ପଇସା କଣ ସୌମ୍ୟା ଚୌରସିଆ ଘରୁ ମିଳିଛି। ସର୍ଚରେ ଆମକୁ Onmanorma ନାମକ ଏକ ନ୍ୟୁଜ ପେଜରୁ ଭାଇରାଲ ଫୋଟୋ ମିଳିଲା। ଯେଉଁଥିରେ ଆମେ ପାଇଲୁ ଯେ, ଭାଇରାଲ ଫୋଟୋ 2016 ମସିହାର ଅଟେ। ଏହି ଫୋଟୋର ସୌମ୍ୟା ଚୌରସିଆ ଘରୁ ମିଳିଥିବା ଜବତ ଟଙ୍କା ସହ କୌଣସି ସମ୍ପର୍କ ନାହିଁ।

ଏଠାରେ ଲିଙ୍କ ଦେଖନ୍ତୁ-Onmanorma 

2016 ମସିହାରେ ଆୟକର ବିଭାଗ କର୍ଣ୍ଣାଟକ ସ୍ଥିତ ଚାତ୍ରଦୁର୍ଗା ଜିଲାର ଏକ ଡିଲର ଘରୁ ଛାପା ମିରିଥିଲା। ଡିଲରଙ୍କ ଘରୁ ଏହି ଭାଇରାଲ ଫୋଟୋରେଥିବା ପାଇସା ଏବଂ ଗହଣା ଜବତ କରାଯାଇଥିଲା।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ ସୌମ୍ୟା ଚୌରାସିଆଙ୍କ ଘରୁ 100 କୋଟି ଟଙ୍କା ଜବତ ଏବଂ ତାକଙ୍କ ଘରୁ ମିଳିଥିବା ପଇସା ,ସୁନା ଗହଣାର ଫୋଟୋ ମିଥ୍ୟା ଅଟେ। ସୌମ୍ୟା ଚୌରାସିଆଙ୍କ ଘରେ ଆୟକର ବିଭାଗ ଛାପା ମାରିଥିଲା ସତ କିନ୍ତୁ ଦ୍ୱିତିୟ ଭାଇରାଲ ଫୋଟୋରେ ଥିବା ସୁନା ଗହଣା ଏବଂ ଟଙ୍କା ତାଙ୍କ ଘରୁ ଜବତ କରାଯାଇ ନାହିଁ। ଦ୍ୱିତିୟ ଭାଇରାଲ ଫୋଟୋ 2016 ମସିହାର ଅଟେ। ଏହା ସହ ସୌମ୍ୟା ଚୌରସିଆ ଘରୁ କେତେ ପଇସା ଜବତ କରାଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ।

Avatar

Title:କ’ଣ ସୌମ୍ୟା ଚୌରସିଆଙ୍କ ଘରୁ ଦ୍ୱିତିୟ ଫୋଟୋରେ ଥିବା ପଇସା ଏବଂ ସୁନା ଗହଣା ଜବତ କରାଯାଇଛି? ଜାଣନ୍ୟୁ ସତ୍ୟ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *