
ଦିଲ୍ଲୀ ହି୍ଂସାରେ ସାହାରୁଖି ନାମକ ଜଣେ ଯୁବକ ହାତରେ ବନ୍ଧୁକ ଧରି ପୁଲିସ କୁ ଡରଉଥିବାର ଖବର ସୋସିଆଲ ମିଡିଆରେ ହୁ ହୁ ହୋଇ ଘୁରି ବୁଲିଲା। ନ୍ୟୁଜ ଚ୍ୟାନେଲରୁ ଆରମ୍ଭ କରି ସୋସିଆଲ ମଡିଆରେ ଏହି ଘଟଣା ବିଷୟରେ ଚର୍ଚ୍ଚା ଚାଲିଛି। ଏହା ସହ ଦିଲ୍ଲି ହିଂସା ହଉ ଅଥବା ଶାହୀନ ବାଗ ପ୍ରଦର୍ଶନ ସବୁ ଘଟଣାରେ ଏନଡିଟିଭ ସାମ୍ବାଦିକଙ୍କ ଚର୍ଚା ନ ହଉ ଏପରି ହୋଇ ନାହିଁ। ସୋସିଆଲ ମିଡ଼ିଆରେ ରବିଶ କୁମାରଙ୍କୁ ନେଇ ପୁଣି ଚର୍ଚା ଲାଗିରହିଛି। ଏଥି ମଧ୍ୟରେ 3 ମାର୍ଚରେ Bjp yuba morcha akhuapal ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ପୋଷ୍ଟ ଅପଲୋଡ କରଛନ୍ତି ଏବଂ ଦାବି କରିଛନ୍ତି ଯେ, NDTV ନ୍ୟୁଜ ଚ୍ୟାନେଲର ସାମ୍ବାଦିକ ରବିଶ କୁମାର ଶାହରୁଖର ନାମ ହିନ୍ଦୁ ନାମ ଅନୁରାଗ ମିଶ୍ର କହି ନ୍ୟୁଜ ଚଲାଇଥିଲେ। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଜୋହାଦ-ଇ-ବାମପନ୍ଥି ମିଡ଼ିଆ ଏନଡିଟିଭି ରିପୋର୍ଟର ରବିଶ କୁମାର ର ମୁହଁ ଏବଂ ଶୁଖି କଳା କାଠ ଏନଡିଟିଭି ରେ ଶୋକାକୁଲ ପରିବେଶ…..ଦିଲ୍ଲୀ ହିଂସା ରେ ପୋଲିସ କଲେଷ୍ଟବଳ ଉପରକୁ ମହମ୍ମଦ ଶାହାରୁଖ ଗୁଳି କରିବାର ଦୃଶ୍ୟ ଭାଇରାଲ ହେବା ପରେ ପ୍ରାଇମ ଟାଇମ ରିପୋର୍ଟର ରବିଶ କୁାମର ଦଙ୍ଗାକାରି କୁ ହିନ୍ଦୁ ନାମର ଅନୁରାଗ ମିଶ୍ର କହି ଦେଶକୁ ଭ୍ରମରେ ପକାଇବା ଉଦ୍ଦେଶ୍ୟ ରେ ଯେଉଁ ଏଜେଣ୍ଡା ଚଳାଇଥିଲା, ତାହା ଧରା ପଡ଼ି ଗଲା। ତେବେ ପୋଷ୍ଟରେ ଏନଡିଟିଭି ସାମ୍ବାଦିକ ରବିଶ କୁମାର କଣ ହିନ୍ଦୁ ମୁସ୍ଲିମ ଧର୍ମ କୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଥିଲେ। କଣ ସତରେ ରବିଶ କୁମାର ଦିଲ୍ଲୀ ହିଂସାର ର ଅପରାଧି ଶାହାରୁଖର ନାମ ଜଣିସୁଣି ହିନ୍ଦୁ ନାମ ଅନୁରାଗ ମିଶ୍ର ନେଇଥଖିଲେ।ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଆମ ଅନୁସନ୍ଧାନ ଆରମ୍ଭରେ ାମେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ସମ୍ପର୍କରେ ଗୁଗୁଲରେ ଲେଖିଲୁ। ସର୍ଚରେ ଆମକୁ ପୋଷ୍ଟ ସମ୍ପର୍କରେ କିଛି ନ୍ୟୁଜ ସାମ୍ନାକୁ ଆସିଲା। ଆମକୁ NDTV ନ୍ୟୁଜ ଚ୍ୟାନେଲର ଏକ ଭିଡିଆ ମିଳିଲା। ଯେଉଁଥିରେ ଏନଡିଟିଭିର ନ୍ୟୁଜ କର୍ମଚାରି ରବିଶ କୁମାର ଉପରେ ଲାଗିଥିବା ଆରୋପକୁ ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହୁଛନ୍ତି। ଏହା ସହ ପ୍ରକୃତ ଘଟଣା ବିଷୟରେ ମଧ୍ୟ ସୂଚନା ଦେଉଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କରେ ଦେଖନ୍ତୁ। ଏନଡିଟିଭର ୟୁଟ୍ୟୁବ ଚ୍ୟାନେଲର ଶିର୍ଷକରେ ଲେଖା ଯାଇଛି ଯେ,ରବିଶ କୁମାର ଉପରେ ଲାଗିଥିବା ାରୋପର ସତ୍ୟ।
ଭିଡିଓରେ ନ୍ୟୁଜ କର୍ମିଚାରି କହୁଛନ୍ତି ଯେ, ରବିଶ କୁାମର ଏପରି କୌଣସି ଧର୍ମକୁ ନେଇ ଅପରାଧିକୁ ହିନ୍ଦୁ ନାମ ଦେବା ପାଇଁ ଚେଷ୍ଟା କରି ନହାନ୍ତି। କର୍ମିଚାରି ଆଗକୁ କହୁଛନ୍ତି ଯେ, ରବିଶ କୁାମର ନିଜ ନ୍ୟୁଜରେ କହୁଛନ୍ତି ଯେ, ଦିଲ୍ଲୀରେ ଗୁଲିମାରୁଥିବା ଯୁବକର ନାମ ପୋଲିସ ଶାହାରୁଖ କହୁଥିବା ବେଳେ ସୋସିଆଲ ମିଡିଆରେ ଯୁକର ନାମ ଅନୁରାଗ କୁହା ଯାଉଛି,ତେବେ ପୋଲିସର କର୍ତବ୍ୟ କି ସେ ଅପରାଧିର ନାମ ଖୁବ ଶିଘ୍ର ସ୍ପଷ୍ଟିକରଣ କରନ୍ତୁ। ଏହା ପରେ ନ୍ୟୁଜ ରିପୋର୍ଟର ଜଣକ ରବିଶ କୁମାରଙ୍କର ଅନୟ କିଛି କ୍ଲିପ ଦେଖେଇଛନ୍ତି ଯେଉଁଥିରେ ରବିଶକୁମାର ଅପରାଧିର ନାମ ଶାହାରୁଖ ବୋଲି କହିଛନ୍ତି। ଏନଡିଟିଭର କର୍ମଚାରି ଜଣକ ରବିଶ କୁମାର ଉପରେ ଲାଘିଥିବା ଆରୋପକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛନ୍ତି। ଏହା ସହିତ କହିଛନ୍ତି ଯେ, ସୋସିଆଲ ମିଡିଆରେ ରବିଶକୁମାରଙ୍କୁ ବଦନାମ କରିବା ପାଇଁ ଏପରି ସଡ଼ଯନ୍ତ୍ର କରାଯାଉଛି।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ NDTV ର ଜଣାସୁଣା ସାମ୍ବାଦିକ ରବିଶ କୁମାର ଉପରେ ଶାହାରୁଖ କୁ ହନନ୍ଦୁୁ ନାମ ଅନୁରାଗ ମିଶ୍ର ଜାଣିଶୁଣି ଦେଇଥିବା ଆରୋପ ମିଥିୟା ଅଟେ। ଅନୁରାଗ ମିଶ୍ର ତାଙ୍କ ନ୍ୟୁଜରେ ଅନୁରାଗ ମିଶ୍ର ନାମ ଧରିଥିଲେ ସତ କିନ୍ତୁ ଅପରାଧିକୁ ହିନ୍ଦୁ ନାମ ଅନୁରାଗ ମିଶ୍ର ଦେଇ ନାହାନ୍ତି। ଅନୁରାଗ ମିଶ୍ରଙ୍କ ଉପରେ ଲଗାଯାଇଥିବା ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ।

Title:କ’ଣ ରବିଶ କୁମାର ଦିଲ୍ଲୀ ହିଂସାରେ ବନ୍ଦୁକ ଧରି ବୁଲୁଥିବା ଶାହାରୁଖ ଯୁବକର ନାମ ଜାଣି ଶୁଣି ହିନ୍ଦୁ ନାମ ଅନୁରାଗ ମିଶ୍ର ଦେଇଥିଲେ? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False