
14 ଫେବୃଆରି 2019କୁ କିଏ ବା ଭୁଲି ପାରିବ। 14 ଫେବୃଆରି 2020 ରେ ପୁଲୱାମା ଘଟଣାକୁ ଏକ ବର୍ଷ ପୁରିଲା। ଏଥିପାଇଁ ଦେଶରେ ଲୋକଙ୍କ ମଧ୍ୟରେ ଏକ କଳା ଦିନ ହୋଇ ବସି ଯାଇଛି। କେହି ପୁଲବାମାରେ ଶହିଦ ହୋଇଥିବା ବିର ଜବାନଙ୍କୁ ମନେ ପକାଉଛନ୍ତି ତ କେହି ତାଙ୍କ ସ୍ମୃତିରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏଥି ମଧ୍ୟରେ ସୋସିଆଲ ମଡ଼ିଆରେ ପୁଲବାମା ଘଟଣାରୁ ବ଼ଞ୍ଚିଥିବା ବିର ଜବାନ ମାନଙ୍କ ଫୋଟୋ ସେୟାର କରି ତାଙ୍କୁ ଧନ୍ୟବାଦ ଜଣାଉଛନ୍ତି। 13 ଫେବୃଆରିରେ ଓଡ଼ିଶା ବୁକ ନାମକ ଏକ ପେଜରେ ଏକ ଫୋଟୋ ସେୟାର କରାଯାଇଛି। ଯେଉଁଥିରେ ଏକ ବ୍ୟକ୍ତିର ଦୁଇ ଗୋଡ଼ ନାହିଁ। ଫୋଟୋରେ ବ୍ୟକ୍ତି ପାଖରେ ଜେଣେ ଜବାନ କର୍ମି ମଧ୍ୟ ଛିଡ଼ା ହୋଇଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋରେ ଦୁଇଗୋଡ଼ ହରାଇଥିବା ବ୍ୟକ୍ତି ପୁଲବାମା ବିସ୍ଫୋରଣରେ ବଞ୍ଚି ଯାଇଥିଲେ କିନ୍ତୁ ନିଜ ଗୋଡ଼ ହରାଇଥିଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 424ଥର ସେୟାର କରାଯାଇଛି। ଏହା ସହ ହଜାରରୁ ଅଧିକଥର ଲାଇକ ମିଳିଥିବା ସହ 341 କମୋଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟରେ ଥିବା ବ୍ୟକ୍ତି କ’ଣ ପୁଲବାମା ବିସ୍ଫୋରଣ ଘଟଣାରେ ବଞ୍ଚି ଯାଇଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜରେ ପକାଇଲୁ। ରିଭର୍ସ ଇମେଜରେ ଆମକୁ ଫୋଟୋ ସହ ଜଡ଼ିତ କିଛି ଲିଙ୍କ ମିଳିଲା। ସର୍ଚରେ ଆମକୁ reddit ନାମକ ଏକ ପେଜରେ ଭାଇରାଲ ଫୋଟୋ ମିଳିଲା। ପୋଜରେ ଲେଖା ଯାଇଛି ଯେ, ଛତିସଗଡ଼ରେ ଆଇଇଡି ବିସ୍ଫୋରଣରେ ଏହି CRPF ଜବାନ ନିଜ ଗୋଡ଼ ହରାଇଛନ୍ତି। ତେବେ ପେଜରେ ଲେଖା ଯାଇଥିବା ସୂଚନା କେତେ ସତ୍ୟ ତାହା ଦାଣିବା ପାଇଁ ଆମେ ଅଧିକ ସର୍ଚ କରିଲୁ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ –Reddit । Archive
ସର୍ଚରେ ଆମେ ଜାଣିବାକୁ ଚାହିଁଲୁ ଯେ, ଛତିସଗଡ଼ରେ ଏପରି ବିସ୍ଫୋରଣ ଘଟଣା ହୋଇଥିଲା କି ଯେଉଁଥିରେ ରାମାନୁଜ ୟାଦବ ନାମକ ବ୍ୟକ୍ତି ନିଜ ଗୋଡ଼ ହରାଇଥିଲେ। ଆମକୁ news18 ପେଜରେ ଏକ ନ୍ୟୁଜ ମିଳିଲା। ଯାହାକି 14 ଜାନୁଆରିରେ ପ୍ରକାଶିତ ହୋଇଛି। ପ୍ରକାଶିତ ନ୍ୟୁଜ ମୁତାବକ 14 ଜାନୁଆରିରେ ଛତିଶଗଡର ବିଜାପୁର ଜିଲ୍ଲାର ଜାତୀୟ ରାଜପଥ ନିକଟରେ ଏକ IED ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଜଣେ CRPF ଯବାନ ଗୁରୁତର ଆହତ ହୋଇଥିଲେ। ଆହତ ଯବାନଙ୍କ ନାମ ରୋମାନୁଜ ୟାଦବ ଅଟେ। ଖବର ମୁତାବକ ଯବାନଙ୍କ ଦୁଇ ଗୋଡରେ ଆଘାତ ହୋଇଥିଲା। ସୂଚନାନୁସାରେ ଜିଲ୍ଲା ଡାକ୍ତରଖାନାରେ ଯବାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ପରେ ଉନ୍ନତ ଚିକିତ୍ସା ପାଇଁ ହେଲିକପ୍ଟରରୁ ରାଜଧାନୀ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଛତିସଗଡ଼ରେ ହୋଇଥିବା ବିସ୍ଫୋରଣରେ ଏକ ଯାବନ ତାଙ୍କ ଗୋଡ଼ ହରାଇଛନ୍ତି।

ଏଠାରେ ଲିଙ୍କ ଦେଖନ୍ତୁ-news18 । Archiveଏହା ପରେ ଆମେ ଭାଇରାଲ ଫୋଟୋରେ ଯବାନଙ୍କ ପାଖରେ ଛିଡ଼ା ହୋଇଥିବା କର୍ମି ବଷୟରେ ଜାଣିବାକୁ ଚାହିଁଲୁ। ସର୍ଚରେ ଆମକୁ ANI ନ୍ୟୁଜରେ ଏକ ଲିଙ୍କ ମିଳିଲା। ଯେଉଁଥିଲେ ଆମେ ପାଇଲୁ ଯେ ଯବାନ ପାଖରେ ଛିଡ଼ା ହୋଇଥିବା ବ୍ୟକ୍ତି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ର ମହାନିର୍ଦେଶକ ଏପି ମହେଶ୍ୱରୀ ଅଟନ୍ତି। ସେ 10 ଫେବୃଆରୀରେ ଆହତ ହୋଇଥିବା ଯବାନଙ୍କୁ ଭେଟିବା ପାଇଁ ରାୟପୁରର ନାରାୟଣ ଏବଂ ବାଲାଜୀ ଡାକ୍ତରଖାନା ପରିଦର୍ଶନରେ ଯାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ , ଭାଇରାଲ ଫୋଚୋ ପୁଲବାମା ବିସ୍ଫୋରଣର ନୁହଁ ବରଂ ଛତିସଗଡ଼ରେ ଆଇଇଡି ବିସ୍ଫୋରଣରେ ନିଜ ଗୋଡ଼ ହାଇଥିବା ଜବାନର ଫୋଟୋ ଅଟେ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-ANI । Archive
ଏହା ପରେ ଆମେ ଭାଇରାଲ ଫୋଟୋରେ ଜାବାନ ପିନ୍ଧିଥିବା ହୋସ୍ପିଟାଲର ଡ୍ରେସ ଛତିସଗଡ଼ ନାରାୟଣ ଏବଂ ବାଲାଜୀ ଡାକ୍ତରଖାନାର ନା ନାହିଁ ତାହା ଯାଣିବା ପାଇଁ ଆମେ ଡାକ୍ତରଖାନାର ଲୋଗ ଏବଂ ଭାଇରାଲ ଫୋଟୋରେଥିବା ଲୋଗକୁ ବିଷ୍ଳେଶଣ କରିଲୁ। ଯେଉଁଥିରେ ସ୍ପଷ୍ଟ ହେଇଲୁ ଯେ, ଭାଇରାଲ ଫୋଟୋ ନାରାୟଣ ଏବଂ ବାଲାଜୀ ଡାକ୍ତରଖାନାର ଅଟେ। ଯେଉଁଥିରେ ଆହତ ହୋଇଥିବା ଯବାନର ଚିକିତ୍ସା ଚାଲିଛି।

ଏହା ଛଡ଼ା ଆମେ ରାୟପୁରର ନାରାୟଣ ଏବଂ ବାଲାଜୀ ଡାକ୍ତରଖାନା କର୍ମି ସହ କଥା ହେବାରୁ ସେ ସ୍ପଷ୍ଟ କରିଲେ ଯେ, ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ରାମାନୁଜ ୟାଦବ ଅଟନ୍ତି। ଯେକି 14 ଜାନୁଆରିରେ ଆଇଇଡି ବିସ୍ଫୋରଣରେ ନିଜ ଗୋଡ଼ ହରାଇଛନ୍ତି।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ପୁଲବାମା ବିସ୍ଫୋରଣରେ ନିଜ ଦୁଇ ଗୋଡ଼ ହରାଇଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋରେ ଥିବା ଯାବାନ ରାମାନୁଜ ୟାଦବ ଅଟନ୍ତି। 14 ଜାନୁଆରିରେ ଛତିସଗଡ଼ରେ ଆଇଇଡି ବିସ୍ଫୋରଣରେ ତାଙ୍କ ଦୁଇ ଗୋଡ଼ ଆଘିତ ହୋଇଥିଲା। ତାଙ୍କର ଏବେ ରାୟପୁରର ନାରାୟଣ ଏବଂ ବାଲାଜୀ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

Title:ଛତିସଗଡ଼ ଆଇଇଡି ବିସ୍ଫୋରଣରେ ଦୁଇ ଗୋଡ଼ ହରାଇଥିବା ଜବାନର ଫୋଟୋକୁ ପୁଲବାମା ବିସ୍ଫୋରଣର କହି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False