
ଚିନ ପରେ ଏବେ ଇଟାଲୀରେ କୋରୋନା ଭାଇରସ ଦୃତଗତୀରେ ବଢ଼ିବାରେ ଲାଗିଛି। ଭାରତରେ କୋରୋନା ଭାଇରସ ପିଡ଼ିତଙ୍କ ସଂଖ୍ୟା 700 ଉପରକୁ ପହଞ୍ଚି ସାରିଲାନି। ଏହା ଛଡ଼ା ମୃତକଙ୍କ ସଂଖ୍ୟା 17 ଛୁଇଁ ସାରିଛି। ଏହାକୁ ନେଇ ଭାରତରେ ଲୋକୋଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ ଅନେକ ଗୁଜବ ମଧ୍ୟ ଭାଇରଲ ହେଉଛି। ଜାହାକି ଲୋକଙ୍କ ମଧ୍ୟରେ ସଜାଗ ସୃଷ୍ଟି ନ କରି ଭୟ ସୃଷ୍ଟି କରୁଛି। 27 ମାର୍ଚ୍ଚରେ ସୋସିଆଲ ମଡ଼ିଆରେ ଦିଲ୍ଲୀର ଡାକ୍ତର ଉସ୍ମାନ ରିଆଜ କୋରୋନା ପିଡ଼ିତଙ୍କୁ ଚିକିତ୍ସା କରି ତାଙ୍କ ମୃତ୍ୟୁ ଘଟିଥିବାର ଦାବୀ ରେ ଏକ ଫୋଟୋ ଭାଇରାଲ ହେଉଛି। Bivaah .com ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏହା ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବୀ କରିଛନ୍ତି ଯେ, ଭାଇରାଲ ଫୋଟୋରେ ଥିବା ଡାକ୍ତର ଦିଲ୍ଲୀରେ କୋରୋନା ପିଡ଼ିତ ଚିକିତ୍ସା କରୁକରୁ ଡାକ୍ତରର ମୃତ୍ୟୁ ହୋଇଛି। ଆମ ଅନୁସନ୍ଧାନ ପୂର୍ବରୁ ଭାଇରାଲ ଫୋଟୋକୁ 302 ଥର ସେୟାର କରାଯାଇଛି। ଏହା ଛଡ଼ା 322 କମୋଣ୍ଟ ସହ 1000 ଉପରେ ଲାଇକ ମଧ୍ୟ ମିଳିସାରିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ଏହା ଛଡ଼ା ଦିଲ୍ଲିପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର ମଧ୍ୟ ନିଜ ପେଜରେ ଭାଇର ଫୋଟୋ ପେଷ୍ଟ କରି ଦାବୀ କରିଛନ୍ତି ଯେ, ଦିଲ୍ଲୀରେ ରିୟାଜ ଉସମାନ ନାମକ ଜଣେ ଡାକ୍ତର କୋରୋନା ପିଡ଼ିତଙ୍କ ଚିକିତ୍ସା କରୁଥିବା ସମୟରେ ମୃତ୍ୟୁ ଘଟିଛି। ପୋଷ୍ଟକୁ 13 ଥର ସେୟାର କରିଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ଏହା ଛଡ଼ା Akshaya kumar Behera ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଏହି ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟର Archive ଲିଙ୍କ୍ ଦେଖନ୍ତୁ। ତେବେ କଣ ଭାଇରାଲ ଫୋଟୋରେଥିବା ଡାକ୍ତରଙ୍କର ଦିଲ୍ଲୀରେ କୋରୋନା ପିଡ଼ିତଙ୍କ ତିକିତ୍ସା କରି ମୃତ୍ୟୁ ଘଟିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ କିଛି ଲିଙ୍କ ମିଳିଲା। Aster clinic ନାମକ ଏକ ହସ୍ପିଟାଲର ପେଜ ମିଳିଲା। ଯେଉଁଥିରେ ଭାଇରାଲ ଫୋଟୋରେ ଥିବା ଡାକ୍ତରର ଲିଙ୍କ ମିଳିଲା। ଭାଇରାଲ ଫୋଟୋରେ ଥିବା ଡାକ୍ତରର ନାମ ରିୟାଜ ଉସମାନ ଅଟେ। ତାଙ୍କ ବିଷୟରେ ଅଧିକ ସୂଚନା ପାଇଁ ସର୍ଚ କରିଲୁ। Dr. Riyaz Usman 2009 ମସିହାରେ ବାଙ୍ଗାଲୋରର ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ଏବଂ ବିଜ୍ଞାନ ବିଶ୍ୱୱିଦ୍ୟାଳୟ ତାଙ୍କର ଏମବିବିଏସ୍ ଶେଷ କରିଥିଲେ ଏବଂ କେରଳର ସମ୍ମାନଜନକ ଅମୃତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରୁ ଶାରୀରିକ ଚିକିତ୍ସା ଏବଂ ପୁନର୍ବାସରେ ସ୍ନାତକୋତ୍ତର ସ୍ନାତକ କରିଥିଲେ। ସେ ଅମୃତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଏବଂ ପରେ କେରଳର ପୋନାନି ସରକାରୀ ତାଲୁକ ମୁଖ୍ୟାଳୟ ହସପିଟାଲରେ ଶାରୀରିକ ଚିକିତ୍ସା ବିଶେଷଜ୍ଞ ଭାବରେ କାର୍ଯ୍ୟ କରିଛନ୍ତି। ସେ ବର୍ତ୍ତମାନ ଜୁଲାଇ 2016 ଠାରୁ ଆଷ୍ଟର କ୍ଲିନିକ୍, କରାମା (UMC) ରେ ଡାକ୍ତର ଭାବେ କାମ କରୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Aster clinic । Archive
ଏହା ପରେ ଆମେ ଜାଣିବାକୁ ଚାହିଁଲୁ ଡ଼ା ରିୟାଜ୍ ଉସମାନ କାମ କରୁଥିବା ଆସ୍ଟର କ୍ଲିନିକ ହସ୍ପିଟାଲ ବିଷୟରେ ଜାଣିବାକୁ ଚାହିଁଲୁ। ଆସ୍ଟକ କ୍ଲିନିକ ଭାରତରେ ନାହିଁ ବରଂ ଦୁବାଇରେ ଅଛି। ଏଥିରୁ ସ୍ପଷ୍ଟ ହେଇଛି ଯେ, ଡ଼ା ରିୟାଜ ଉସମାନ ଭାରତରେ ନାହାନ୍ତି। ସେ ଦୁବାଇରେ ରହୁଛନ୍ତି। ଆମକୁ ଡ଼ା. ରିୟାଜ୍ ଉସମାନ ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କରିଲୁ କିନ୍ତୁ ସମ୍ପର୍କ ହୋଇପାରିଲା ନାହିଁ। ଅଧିକ ସୂଚନା ପାଇଁ ଦିଆ ଯାଇଥିବା ଲିଙ୍କରେ Map କୁ ଦେଖନ୍ତୁ।
ଏହା ପରେ ଆମକୁ ରିୟାଜ ଉସ୍ମାନଙ୍କ ଫେସବୁକ ଆଇଡି ମିଳିଲା। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କ ଫୋଟୋ ବ୍ୟବହାର କରି ଗୁଜବ ଭାଇରାଲ କରା ଯାଉଛି। ସେ ଲେଖିଛନ୍ତି ଯେ, ମୁଁ ଡକ୍ଟର ରିୟାଜ ଉସମାନ ଦୁବାଇର ଆଷ୍ଟର ହେଲଥ କେୟାରରେ ଜେନେରାଲ ପ୍ରାକ୍ଟିସିଆର ଭାବରେ କାର୍ଯ୍ୟ କରୁଛି ଏବଂ ମୁଁ ଭଲ ଅଛି। ଏହା ପ୍ରକୃତରେ ଦୁର୍ଭାଗ୍ୟଜନକ ଏବଂ ନିରାଶାଜନକ ଯେ କରୋନା ବିରୁଦ୍ଧରେ ଯୁଦ୍ଧର ଏହି କଠିନ ସମୟରେ ଏହି ପ୍ରକାରର ମିଥ୍ୟା ଖବର ବ୍ୟାପିଗଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ଏହା ପରେ ଆମେ ଦିଲ୍ଲୀରେ ଏପରି କୌଣସି ଘଟଣା ଘଟିଛି ନା ନାହିଁ ତାହା ଜାଣିବା ପାଇଁ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ(110-22482016) ସହ ସମ୍ପର୍କ କରିଲୁ। ଦିଲ୍ଲୀରେ ରିୟାଜ ଉସ୍ମାନ ନାମକ କୌଣସି ଡାକ୍ତରଙ୍କର କୋରୋନା ପିଡ଼ିତଙ୍କ ଚିକିତ୍ସା କରୁଥିବା ସମୟରେ ମୃତ୍ୟୁ ଘଟିଛି ନା ନାହିଁ ତାହା ପଚାରିବାରୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରି ସୂଚନା ଦେଲେ ଯେ, ଦିଲ୍ଲୀରେ ଏପର୍ଯ୍ୟନ୍ତ ଏପରି କୌଣସି ଘଟଣା ସାମ୍ନାକୁ ଆସି ନାହିଁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡ଼ିଆରେ ଦିଲ୍ଲୀରେ ରିୟାଜ ଉସମାନ ନାମକ ଡାକ୍ତରଙ୍କର କୋରୋନା ପିଡ଼ିତଙ୍କ ଚିକିତ୍ସା କରୁଥିବା ସମୟରେ ମୃତ୍ୟୁ ଘଟିଥିବା ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋରେ ଥିବା ଡାକ୍ତର ଦୁବଇରେ ଆଷ୍ଟର କ୍ଲିନିକରେ (Aster clinic)ରେ ଡାକ୍ତର ଭାବେ ନିଯୁକ୍ତ ଅଛନ୍ତି। ସେ ତାଙ୍କ ଫେସବୁକରେ ସ୍ପଷ୍ଟ କରିଛନ୍ତି ଯେ, ସେ ସୁସ୍ଥ ଅଛନ୍ତି ଏବଂ ଭାଇରାଲ ଗୁଜବକୁ ମିଥ୍ୟା କହିଛନ୍ତି। ଏହା ଛଡ଼ା ଦିଲ୍ଲୀ ସ୍ୱାସ୍ଥ୍ୟ ବିଭିଗ ଦିଲ୍ଲୀରେ କୌଣସି ଡାକ୍ତରର କୋରୋନା ପିଡ଼ିତଙ୍କ ଚିକିତ୍ସା କରୁଥିବା ସମୟରେ ମୃତ୍ୟୁ ହୋଇଥିବା ଦାବିକୁ ଖଣ୍ଡନ କରିଛନ୍ତି।

Title:ଭାଇରାଲ ଫୋଟୋରେ ଥିବା ଡାକ୍ତର ରିୟାଜ୍ ଉସ୍ମାନଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇ ନାହିଁ।
Fact Check By: Saritadevi SamalResult: False