କ’ଣ ଭାରତରେ କୋରୋନା ଭାଇରସ ତୃତୀୟ ସ୍ତରରେ ପ୍ରବେଶ କରି ସାରିଲାଣି? କ’ଣ ସ୍ଥିତି ବର୍ତମାନ କୋରୋନାର ଭାରତରେ? ଜାଣନ୍ତୁ ସତ୍ୟ।

Coronavirus False Social

କୋରୋନାର ଆତଙ୍କ ସାରା ବିଶ୍ଵରେ ମାଡ଼ି ବସିଛି। ଲୋକଙ୍କ ମନରେ ନିରାସା ଏବଂ ଭୟ ଥିବା ସମୟରେ ଲୋକେ ଏହାର ଚିକିତ୍ସା ବା ଟୀକାର ଆବିଷ୍କାର ହେବାର ଅପେକ୍ଷାରେ ଅଛନ୍ତି। ଅନେକ ଦେଶରେ କୋରୋନା ପାଇଁ ଲୋକଙ୍କ ମୃତ୍ୟୁ ହେବାର ଖବର ଶୁଣିବାକୁ ମିଳୁଛି। ଚୀନ, ଇଟାଲୀ, ଇରାନ ଏବଂ ଆମେରିକାରେ କୋରୋନା ନେଇ ସ୍ଥିତି ବହୁତ ଗମ୍ଭୀର ଅଛି। ଏହି ସମୟରେ ଲୋକେ ଏହା ଜାଣିବା ପାଇଁ ଚହୁଁଛନ୍ତି ଯେ ଭାରତରେ କୋରୋନାକେଉଁ ସ୍ତରରେ ପହଞ୍ଚିଲାଣି। ଏତେ ଦ୍ଵନ୍ଦ୍ଵ ମଧ୍ୟରେ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ନୂଆ ପୋସ୍ତ ଭାଇରାଲ ହେଉଛି ଯେ ଭାରତରେ କୋରୋନା ତୃତୀୟ ସ୍ତରରେ ପ୍ରବେଶ କରି ସାରିଲାଣି। ଆସନ୍ତୁ ଯାଇବା ଏହି ବିଷୟରେ। 

୨୭ ମାର୍ଚରେ ସୁବର୍ନପୁର ଓଡ଼ିଶା ନାମକ ଫେସବୁକ ପେଜରେ ଜଣେ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ବର୍ତମାନ ଭାରତରେ କୋରୋନା ତୃତୀୟ ସ୍ତରରେ ପ୍ରବେଶ କରି ସାରିଲାଣି। ଏହି ପୋଷ୍ଟରେ ସେ ମଜାକ ବା ଖାମଖ୍ୟାଲ ନୀତି ଛାଡ଼ି, ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଘର ଭିତରେ ରହିବା ପାଇଁ ଅନୁରୋଧ କରିଛନ୍ତି। ବର୍ତମାନ ସମସ୍ତଙ୍କୁ ସଜାଗ ରହିବା ପାଇଁ ମଧ୍ୟ କହିଛନ୍ତି। 

fb.jpg

Facebook | Archive

ଆସନ୍ତୁ ଜାଣିବା କୋରୋନାର କେଉଁ ସ୍ତରରେ କଣ ପ୍ରଭାବ: 

ହାର୍ଟ କେୟାର ଫାଉଣ୍ଡେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ଡାଃ କେ.କେ ଅଗ୍ରୱାଲ, କୋରୋନାର ବା କୌଣସି ମହାମାରୀର ରୋଗର ବିଭିନ୍ନ ସ୍ତରରେ କେଉଁ ପ୍ରକାର ପ୍ରଭାବ ପଡି ଥାଏ, ଏହି ଭିଡିଓ ମାଧ୍ୟମରେ ବୁଝାଇଛନ୍ତି। ସେ କହିଛନ୍ତି ଯେ ଲୋକେ ଭୟଭୀତ ହେଉଛନ୍ତି, ନିଜ ଚିକିତ୍ସା କରିବା ପାଇଁ ଚହୁଁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭୟଭୀତ ହେବା ମଧ୍ୟ ଆବଶ୍ୟକ, କାରଣ ଭୟରୁ ସତର୍କତା ଆସି ଥାଏ। କେ.କେ ଅଗ୍ରୱାଲଙ୍କ କହିଛନ୍ତି ଯେ କୌଣସି ଭି ମହାମାରୀରେ ୪ ଟି ସ୍ତର ଥାଏ। 

ପ୍ରଥମ ସ୍ତର: ଏହି ସ୍ତରରେ ଲୋକଙ୍କ ରୋଗରୁ ସଂକ୍ରାମିତ ହେବା କେସ ସାମନା କୁ ଆସିବ। ବର୍ତମାନ ଭାରତରେ ୧୪ ଟି ରାଜ୍ୟ ରୁ ଏପରି ମାମଲା ସାମନାକୁ ଆସିଛି। 

ଦ୍ଵିତୀୟ ସ୍ତର: ଏହି ସ୍ତରରେ ସଂକ୍ରମିତ ଲୋକଙ୍କ ମାଧ୍ୟମରୁ ଅନ୍ୟ ବ୍ୟକ୍ତି ମାନେ ସଂକ୍ରାମିତ ହେବା କେସ ସାମନାକୁ ଆସିବ। ଉଧାରଣ ସ୍ୱରୂପେ ମୋ ଠାରୁ ମୋର ସ୍ତ୍ରୀ ଆଉ ଏହା ପରେ ମୋ ସ୍ତ୍ରୀ ଠାରୁ ତା ଭଉଣୀ ସଂକ୍ରାମିତ ହେବ। ଏହି ପରି କେସକୁ ଲୋକାଲ କ୍ଲଷ୍ଟର କୁହା ଯାଏ ଯେଉଁ ଥିରେ ଚିହ୍ନଟ କରି ହେବ କି ସଂକ୍ରମଣ କେଉଁଠୁ ଆସିଛି। 

ତୃତୀୟ ସ୍ତର: ଏହି ସ୍ତରରେ ରୋଗୀ ବିନା କାହାରି ସମ୍ପର୍କରେ ଆସି ସଂକ୍ରାମିତ ହେଇ ଥାଏ। ଏହା ମାନେ ବର୍ତମାନ ସଙ୍କରାନ ପୃଷ୍ଠରୁ ହେବା ଆରମ୍ଭ ହେଇ ସାରିଛି। ଏହି ସ୍ତରରେ ପୃଷ୍ଠ ସଂକ୍ରାମିତ ହେବା ଆରମ୍ଭ ହେଇ ସାରିଲାଣି ଓ ଲୋକେ ବୀନା ସଂକ୍ରାମିତ ଲୋକଙ୍କ ସମପରକରେ ଆସି ସଂକ୍ରାମିତ ହେଉଛନ୍ତି। 

ଚତୁର୍ଥ ସ୍ତର: ଏହି ସ୍ତରରେ ସମସ୍ତେ ହାତ ବନ୍ଧା ହେଇ ଯିବେ। ଲୋକଙ୍କ ଚିକିତ୍ସା ହେବାର ଆସା କମ ହେଇ ଯାଇଥାଏ, କେବଳ ମାରିବାରୁ ଲୋକଙ୍କୁ ବଞ୍ଚାଇ ହେବ, ଖ୍ଯାତି କମ କରି ହେବ, କିନ୍ତୁ ରୋଗୀଙ୍କୁ ସୁସ୍ଥ କରି ହେବ ନାହିଁ।

ଆସନ୍ତୁ ଜାଣିବା ଭାରତ ବର୍ତମାନ କେଉଁ ସ୍ତରରେ ଅଛି। 

୨୫ ମାର୍ଚରେ ଆଇ.ସି.ଏମ.ଆର ନିଜ ଟେଇତତର ହେଣ୍ଡେଲରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ହର୍ଷ ଭରଧନ, ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୂଦନ ଏବଂ ଆଇ.ସି.ଏମ.ଆର ଅଧ୍ୟକ୍ଷ ଡାଃ ବଳରାମ ଭାରଗଭ ଙ୍କ ସହିତ ହେଇଥିବା ସାକ୍ଷାତକାର ର ଭିଡିଓ ପୋଷ୍ଟ କରିଛି। ଏହି ଇଡେଓରେ ହର୍ଷ ଭରଧନ କହିଛନ୍ତି ଯେ ବର୍ତମାନ ଭାରତ ଖୁବ ଭଲ ଭାବେ ପରିସ୍ଥିତି କୁ ନିୟନ୍ତ୍ରଣରେ ରଖିଛି। ସାରା ଦେଶ ଏକଜୁଟ ହେଇ କୋରୋନା ବିରୁଦ୍ଧରେ ଲଢୁଛି। ବର୍ତମାନ ଭାରତରେ ୫୫୫ କୋରୋନାର ସକ୍ରିୟ କେସ ଅଛି, ୪୧ ଜଣ ସୁସ୍ଥ ହେଇ ନିଜ ଘରକୁ ଫେରି ସାରିଛନ୍ତି, କିନ୍ତୁ ୯ ଲୋକଙ୍କ ମୃତ୍ୟୁ ମଧ୍ୟ ହେଇଛି। ଯେଉଁ ୫୫୫ କେସ ଅଛି, ତାହା ମଧ୍ୟରୁ ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ତା ଖୁବ ଭଲ ଅଛି। କୋରୋନା ନେଇ ସାରା ଦେଶ ବାସୀଙ୍କୁ ଏହା ଗର୍ବ ହେବା କଥା ଯେ ଏହି ରୋଗର ର ସାମନା କରିବା ପାଇଁ ଯାହା ଆବଶ୍ୟକତା ଥିଲା, ଭାରତ ପ୍ରଥମ ଦେଶ ଯିଏ ସେଇଟା କରିଛି। ୭ ଜାନୁଆରୀରେ ଚୀନ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କୁ କୋରୋନା ବିଷୟରେ ସୂଚନା ଦେଇ କହିଲା ଯେ ଏହା ଏକ ନୂଆ ଭାଇରସ। ୮ ଜାନୁଆରୀରେ ସମସ୍ତ ବିଶେଶ୍ଜ୍ଞ ସହିତ ସାକ୍ଷାତ କରି ୧୭ ଜାନୁଆରୀ ସୁଧା ଦେଶର ସମସ୍ତ ରାଜ୍ୟକୁ କୋରୋନା ବିଷୟରେ ବିସ୍ତାରରେ ସୂଚନା ପହଞ୍ଚେଇ ଦିଆ ଯାଇଥିଲା। ଏହା ଛଡ଼ା ୩୦ ଟି ବିମାନବନ୍ଦର ରେ ଥରମାଳ ସ୍କ୍ରିନିଙ୍ଗ ସୁବିଧା ଯୋଗେଇ ଦିଆ ଯାଇଥିଲା। କୋରୋନା ଆକ୍ରାନ୍ତ ଅଟକାଇବା ପାଇଁ ଯେତେ ପ୍ରକାରର ପ୍ରୀତିକ୍ରିୟା ସମ୍ଭବ ଥିଲା ସେ ସବୁ ଉପରେ ପଦକ୍ଷ୍ଯେପ ନିୟା ଯାଇଅଛି। 

ଯେତେବେଳେ ବିଶ୍ଵ ସାରା ଅନ୍ୟ ଦେଶ ଯନ୍ତ୍ରଣା ବଢିଲା ପରେ, ତୃତୀୟ ସ୍ତରରେ ପହଞ୍ଚିଲା ପରେ ନିଜ ଦେଶକୁ ଲକଡାଉନ କରିଛନ୍ତି। କିନ୍ତୁ ବର୍ତମାନ ସମୟରେ ଯେତେବେଳେ ଆମ ଦେଶ ଦ୍ଵିତୀୟ ସ୍ତରରେ ଅଛି, ସେତେବେଳେ ବାହାରୁ ଆସିଥିବା ସମସ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟର ବିସ୍ତାରରେ ଗବେଷଣା କରି ତାଙ୍କ ଚିକିତ୍ସା କରା ଯାଇଅଛି। ଏହା ମଧ୍ୟ ଅନୁସନ୍ଧାନ କରା ଯାଇଅଛି ଯେ ସଂକରଣ ବ୍ୟକ୍ତି କେଉଁ ସ୍ଥାନରେ କେଉଁ ଲୋକଙ୍କ ସହିତ ସାକ୍ଷାତ କରିଛି। 

ଆଜି 28 ମାର୍ଚରେ ପି.ଆଇ.ବି ଫେକଟ ଛେକ୍ (PIB) ନିଜ ଟୁଇଟର ହେଣ୍ଡେଲରେ ଏହା ଲେଖି ଅଛି ଯେ ଯଦି କୌଣସି ଏପରି ରିପୋର୍ଟ ସାମନାକୁ ଆସେ ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ଭାରତରେ କୋରୋନା ତୃତୀୟ ସ୍ତରରେ ପ୍ରବେଶ କରି ସରିଲାଣି, ତେବେ ଏପରି ରିପୋର୍ଟ କୁ ବିଶ୍ଵାସ କରନ୍ତୁ ନାହିଁ। ଏପରି ରିପୋର୍ଟ ବିଭ୍ରାନ୍ତକାରୀ ଓ ଘୃଣ୍ୟ କାର୍ଯ୍ୟ ଅଟେ। ସାମାଜିକ ଦୂରତା କୁ ଅଭ୍ଯାସ ଏବଂ ଏହାର ବ୍ୟବହାର କରିବା କୋରୋନା ବିରୁଦ୍ଧରେ ଲଢେଇ କରିବା ପାଇଁ ଆବଶ୍ୟକ। 

୨୭ ମାର୍ଚରେ ଲାଇଭ ମିଣ୍ଟ ପରିକାରେ ଛପି ଥିବା ଅନୁଛେଦରେ ଏହା କୁହା ଯାଇଅଛି ଯେ ଭାରତ କୋରୋନା ଭାଇରସକୁ ନେଇ ତୃତୀୟ ସ୍ତର ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଆଇ.ସି.ଏମ.ଆର ନିର୍ଦେଶ ଅନୁସାରେ ବର୍ତମାନ ସମୟରେ ଭାରତରେ ସଂପ୍ରଦାୟ ମଧ୍ୟରେ କୋରୋନା ରୁ ସଂକ୍ରମଣ ହେବା କୌଣସି କେସ ସାମନାକୁ ଆସି ନାହିଁ। ତୃତୀୟ ସ୍ତର ପାଇଁ ଦିଲ୍ଲୀରେ ସତର୍କତା ଆରମ୍ଭ ହେଇ ସାରିଛି। ସରକାର ସ୍ୱାସ୍ଥ୍ୟ ସମବନ୍ଦିତ ସବୁ ଆବଶ୍ୟକ ବ୍ୟବସ୍ତା ଆରମ୍ଭ କରି ସାରିଲାଣି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଳ କହିଛନ୍ତି ଯେ ଦିଲ୍ଲୀରେ ପ୍ରତ୍ଯେକ ଦିନ ୧୦୦୦ ରୋଗୀଙ୍କ ଚିକିତ୍ସାର କରିବା ପାଇଁ ସରକାର ସୁବିଧା ପ୍ରଦାନ କରିବା ପାଇଁ ଚେଷ୍ଟା କରୁଛି। ସରକାରଙ୍କ କହିବା ଅନୁଯାୟୀ ବର୍ତମାନ ଭାରତରେ କେବଳ କୋରୋନା ଆକ୍ରାନ୍ତ ଦେଶ ରୁ ଆସିଥିବା ବ୍ୟକ୍ତି ଏବଂ ସଂକ୍ରାମିତ ହେଇ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କୋରୋନା ହେଉଛି। ଶେଠୀ ପାଇଁ ବର୍ତମାନ ଭାରତ ତୃତୀୟ ସ୍ତର ଟକ ପହଞ୍ଚି ନାହିଁ। ବର୍ତମାନ ଭାରତ ଦ୍ଵିତୀୟ ଓ ତୃତୀୟ ସ୍ତର ମଝିରେ ଅଛି ବୋଲି ଡାଃ ଜି.ଏସ.କେ ଭେଲୁ (ନ୍ୟୁବର୍ଗ ଡାଇଗ୍ନୋଷ୍ଟିକର ଅଧ୍ୟକ୍ଷ) କହିଛନ୍ତି। ବର୍ତମାନ ଭାରତରେ ୮୦୪ କୋରୋନା ସମ୍ବନ୍ଧିତ କେସ ଅଛି। ଏହା ମଧ୍ୟରୁ ୧୦୧ ଟି କେସ ସକରାତ୍ମକ ଅଟେ। 

live mint.jpg

LiveMint | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଭାରତରେ ବର୍ତମାନ ସମୟରେ କୋରୋନା ଭାଇରସ ତୃତୀୟ ସ୍ତର ପହଞ୍ଚି ନାହିଁ। ଏହି କଥାର ବର୍ଣନା ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ଭରଧନ ଗୋଟିଏ ସାକ୍ଷାତକାର ରେ କହିଛନ୍ତି। ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ ଅଧ୍ୟକ୍ଷ ଡାଃ ଜି.ଏସ.କେ ଭେଲୁ ମଧ୍ୟ କହିଛନ୍ତି ଯେ କୋରୋନା ଭାଇରସ ଭାରତରେ ତୃତୀୟ ସ୍ତର ପହଞ୍ଚି ନାହିଁ। ପୋଷ୍ଟରେ କରା ଯାଇଥିବା ଦାବି ଯେ କୋରୋନା ଭାରତରେ ତୃତୀୟ ସ୍ତରରେ ପ୍ରବେଶ କରି ସାରିବା କଥା ସମ୍ପୂର୍ଣ ଭାବେ ମିଥ୍ୟା। 

Avatar

Title:କ’ଣ ଭାରତରେ କୋରୋନା ଭାଇରସ ତୃତୀୟ ସ୍ତରରେ ପ୍ରବେଶ କରି ସାରିଲାଣି? କ’ଣ ସ୍ଥିତି ବର୍ତମାନ କୋରୋନାର ଭାରତରେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *