
କୋରୋନା ଭାଇରସ ସହ ଲଢ଼ିବା ପାଇଁ 21 ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଲକ ଡାଉନ ଘଷଣା କରିଛନ୍ତି। ଏଥି ପାଇଁ ସମସ୍ତ ସରକାରୀ ଏବଂ ବେସରକାରି କାର୍ଯ୍ୟାଳୟ ବନ୍ଦ ହେବା ସହା ସମସ୍ତ ସପିଙ୍ଗମଲ , ସିନେମାହଲ ଦୋକାନ ବଜାର ମଧ୍ୟ ବନ୍ଧ ରହିଛି। ଲକଡାଉନ କାରଣରୁ ଲୋକଙ୍କ ବ୍ୟବସ୍ୟା ଠପ ହୋଇ ଯାଇଛି। ଡେଲିମଜୁରିଆଙ୍କ ପାଖରେ କାମ ନହିଁ କି ପଇସା ନାହିଁ। ଏଥିପାଇଁ କେନ୍ଦ୍ରସରକାର ଡେଲି ମଜୁରିଆଙ୍କୁ ସସ୍ତାରେ ଖାଇବା ଏବଂ ପଇସା ଜୋଗେଇ ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି। କୋରୋନା ଭାଇରସ ସହ ଲଢ଼ିବା ପାଇଁ ସତର୍କତା କଡ଼ା କଡ଼ି ହେଲା ମଧ୍ୟରେ ଦେଶରେ ପଇସାର ମଧ୍ୟ ଅଭାବ ରହୁଛି। ତେବେ ଏଥି ମଧ୍ୟରେ ବଡ଼ ବଡ଼ ନେତା , ରାଜନେତା,ଫିଲ୍ମ ସ୍ଟାର କୋରୋନା ରିଲିଫ ଫଣ୍ଡକୁ ସହାୟତା ରାଷି ପ୍ରଦାନ କରୁଛନ୍ତି। ସେସିାଲ ମିଡ଼ିଆରେ ଅକ୍ଷୟ କୁମାର କୋରୋନା ରିଲିଫ ଫଣ୍ଡକୁ ଏକ କୋଟି ଅଶି ଲକ୍ଷ୍ୟ ଟଙ୍କା ସହାୟତା ରାଷି ପ୍ରଦାନ କରିଥିବା ଦାବି କରାଯାଇଛି। Budhiram Khatua ନାମକ ଜଣେ ଫେସବୁକ ୟୁଜର ଆମ ଓଡ଼ିଆଙ୍କ ଖଟିରେ ଏକ ଫୋଟୋ ପୋଷ୍ଟ କରି ଏହା ଦାବୀ କରିଛନ୍ତି। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 8 ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟରେ 152 ଲାଇକ ଏବଂ 16 କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ଏହା ଛଡ଼ା ଆମେ ଅନ୍ୟ ଏକ ପୋଷ୍ଟ ପାଇଲୁ ଯାହାକି Rasananda Dhir ନାମକ ଫେସବୁକ ୟୁଜର ଏହି ଦାବି କରିଛନ୍ତି। ପୋଷ୍ଟରେ ସେ ଅକ୍ଷୟ କୁମାରର ଏବଂ ମୋଦିଙ୍କ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖିଛନ୍ତି ଯେ, ଫିଲ୍ମ ଷ୍ଟାର ଅକ୍ଷୀୟ କୁମାର କରନା ପାଇଁ 1କୋଟି 80 ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଦେଲେ। ଦେଶର ବିପଦ ସମୟରେ ସଦା ସର୍ବଦା ଏହି ହିରୋ କୁ ଦେଖିବାକୁ ମିଳେ l
ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 138 ଲୋକ ସେୟାର କରିଛନ୍ତି ଏବଂ 336 ଲାଇକ ଆସିଛି। ଏହା ସହ ପୋଷ୍ଟରେ 61 କମେଣ୍ଟ ମଧ୍ୟ ଲୋକମାନେ କରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ ଅକ୍ଷୟ କୁମାର କଣ କୋରୋନା ଫୋଣ୍ଡକୁ 1 କୋଟି 80 ଲକ୍ଷ ଟଙ୍କା ଦାନ କରିଛନ୍ତି। ପୋଷ୍ଟର ସ୍ତତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ସମ୍ପୃକ୍ତ ସୂଚନା ବିଷୟରେ ଗୁଗୁଲରେ ସର୍ଚ କରିଲୁ। ସର୍ଚରେ ଆମକୁ NBT ନ୍ୟୁଜ ପେଜରେ ଏକ ଲିଙ୍କ ମିଳିଲା। ଯେଉଁଥିରେ ଅକ୍ଷୟ କୁମାର କେତେ ସହାୟତା ରାଷି ପ୍ରଦାନ କରିଛନ୍ତି ସେ ସମ୍ପର୍କରେ ଲେଖା ଯାଇଛି। ଖବରରେ ଲେଖା ଯାଇଛି ଯେ, କରୋନା ବିରୁଦ୍ଧରେ ଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ଏହି କଠିନ ସମୟରେ ସମସ୍ତ ବଡ଼ ବଡ଼ ସେଲିବ୍ରୀଟୀ ସାହାଯ୍ୟ ହାତ ବଢ଼ାଇଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ବଡ ନାମ ଅକ୍ଷୟ କୁମାରଙ୍କ ଯୋଡିଯାଇଛି। ଅକ୍ଷୟ କୁମାର ଟ୍ୱିଟ୍ କରି କରୋନା ସହ ଲଡ଼ିବା ପାଇଁ କୋରୋନା ସହାୟାତା ଫଣ୍ଡକୁ 25 କୋଟି ଟଙ୍କା ଦାନ କରିଥିବାର ଘୋଷଣା କରିଛନ୍ତି ଏବଂ ଏହା ସହ ସେ ପୁଣି ଥରେ ପ୍ରକୃତରେ ଖେଳାଳି ନମ୍ବର ୱାନ ବୋଲୀ ପ୍ରମାଣ କରିଛନ୍ତି । ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-NBT । Archive
ଏହା ପରେ ଆମକୁ ଅକ୍ଷୟ କୁମାରର ଟ୍ୱିଟ ମିଳିଲା ଯେଉଁଥିରେ ସେ ଏହା ସ୍ପଷ୍ଟ କରିଛନ୍ତି। ଅକ୍ଷୟ କୁମାର ଟ୍ୱିଟ୍ କରି ଲେଖିଛନ୍ତି, ‘ଏହି ସମୟ ଯେଉଁଠାରେ ପ୍ରଶ୍ନ ଆମର ସମସ୍ତ ଜୀବନର ଅଟେ ଏବଂ ଏଥିପାଇଁ ଆମେ ପାଖରେ ଯାହା ସମ୍ଭବ ତାହା କରିବା ଉଚିତ୍। ମୁଁ ମୋର ସଞ୍ଚୟରୁ 25 କୋଟି ଟଙ୍କା PM କୋରୋନା ସହାୟତା ଫଣ୍ଡକୁ ଦାନ କରିଛି। ଚାଲ ଜୀବନ ରକ୍ଷା କରିବା, ଯଦି ଜୀବନ ଅଛି ତ ସବୁ କିଛି ଅଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡ଼ିଆରେ ଅକ୍ଷୟ କୁମାର କୋରୋନା ସହାୟତା ଫଣ୍ଡକୁ 1 କୋଟି 80 ଲକ୍ଷ ଟଙ୍କା ଦାନ କରିଥିବା ଦାବି ମିଥ୍ୟା ଅଟେ। ଅକ୍ଷୟ କୁମାର କୋରୋନା ସହାୟତା ଫଣ୍ଡକୁ 25 କୋଟି ଟଙ୍କା ଦାନ କରିଛନ୍ତି।

Title:ଅକ୍ଷୟ କୁମାର କୋରୋନା ଫଣ୍ଡକୁ 1 କୋଟି 80 ଲକ୍ଷ ନୁହେଁ ବରଂ 25 କୋଟି ସହାୟତା ରାଷି ପ୍ରଦାନ କରିଛନ୍ତି।
Fact Check By: Saritadevi SamalResult: False