
କୋରୋନା ଭାଇରସ ପାଇଁ ଦେଶରେ ଲକଡାଉନ ସ୍ଥିତି ବନି ରହିଛି। ଏଥି ମଧ୍ୟରେ ଲୋକ ପୁରୁଣା ଯୁଗକୁ ପୁଣି ଅନୁଭବ କରିବା ପାଇଁ ଡିଡି ନେଶ୍ନାଲରେ ରାମାୟଣର ପ୍ରଶାରଣ ଆରମ୍ଭ ହୋଇ ଯାଇଛି। ଲୋକମାନେ ଘରେ ରହି ରାମାୟଣର ଭରପୁର ଆନନ୍ଦ ନେଉଛନ୍ତି। ରାମାୟଣରେ ରାମ ,ହନୁମାନ, ଲକ୍ଷ୍ମଣ, ସୀତା ସମେତ ସମସ୍ତ କଳାକାରଙ୍କର ପ୍ରଶନସା କରୁଛନ୍ତି। ରାମାନନ୍ଦ ସାଗରଙ୍କ ରଚିତ ରାମାୟଣରେ ସୁଗ୍ରବ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶ୍ୟାମ ସୁନ୍ଦର କାଲାନୀଙ୍କ ଦେହାନ୍ତ ହୋଇଛି। ସେ 3 ଏପ୍ରିଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କୁହାଯାଏ ଶ୍ୟାମ ସୁନ୍ଦର କାଲାନି ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ସେ ନିଜ ଝିଅ ସହିତ ହରିୟାଣାର କାଲକାରେ ରହୁଥିଲେ।
କିନ୍ତୁ ଏଥି ମଧ୍ୟରେ ସୁଗ୍ରୀବ ଅର୍ଥାତ୍ ଶ୍ୟାମ ସୁନ୍ଦର କାଲାନୀଙ୍କ ହନୁମାନ ଫୋଟୋ ସହ ଏକ ଫୋଟୋ ସେୟାର କରାଯାଇଛି ଏବଂ ତାଙ୍କ ମୃତ୍ୟୁର ଶୋକ ପ୍ରକାଶ କରାଯାଉଛି। 10 ଏପ୍ରୀଲରେ Odisha Awaaz ନାମକ ଏକ ପେଜରେ ସୁଗ୍ରୀବ ଫୋଟୋ ସହ ଅନ୍ୟ ଏକ ଫୋଟୋ ପୋଷ୍ଟ କରାଯାଇ ତାଙ୍କୁ ଶ୍ୟାମ ସୁନ୍ଦର କଲାନୀ ବୋଲି ଦାବି କରାଯାଇଛି।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ ଭାଇରାଲ ପୋଷ୍ଟରେ ବ୍ୟକ୍ତି କଣ ରାମାୟଣରେ ସୁଗ୍ରୀବର ଭୁମିକା ନାଭାଇଥିବା ଶ୍ୟାମ ସୁନ୍ଦର ଅଟନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ସୁଗ୍ରୀବର ଭୂମିକା ନିଭାଇଥିବା ଶ୍ୟାମ ସୁନ୍ଦରୀଙ୍କ ଫୋଟୋ ସର୍ଚ କରିଲୁ। ସର୍ଚରେ ଆମକୁ ଶ୍ୟାମ ସୁନ୍ଦରୀ କଲାନୀଙ୍କର ମୁତ୍ୟୁର ଖବର ଅନେକ ନ୍ୟୁଜ ଚ୍ୟାନଲରେ ମିଳିଲ।। କିନ୍ଦୁ କିଛି ନ୍ୟୁଜ ଚ୍ୟାନେଲରେ ଭାଇରାଲ ଫୋଟୋ ପୋଷ୍ଟ କରାଯାଇଥିଲା ତ କେଉଁଠି ଅନ୍ୟ ଜଣେ ବ୍ୟକ୍ତିଙ୍କର। News 18 ରେ 10 ଏପ୍ରୀଲରେ ପ୍ରକାଶିତ ହୋଇଥିବା ଖବର ଆମକୁ ମିଳିଲା। ଯେଉଁଥିରେ ଶ୍ୟାମ ସୁନ୍ଦର କଲାନିଙ୍କର ମୃତ୍ୟୁର ଖବର ପ୍ରକାଶିତ କରାଯାଇଥିଲା। ପ୍ରକାଶିତ ହୋଇଥିବା ଖବରରେ ଭାଇରାଲ ଦେଉଥିବା ଫୋଟୋ ନ ହୋଇ ଅନ୍ୟ ଜଣେ ବକ୍ତିଙ୍କ ଫୋଟୋ ପୌଷ୍ଟ କରାଯାଇଛି। ପୂରା ଖବର ପଢ଼ିବାରୁ ଜାଣା ପଡ଼ିଲା ଯେ, ଖବରେ ପୋଷ୍ଟ କରାଯାଇଥିବା ଫୋଟୋ ରାମାୟଣରେ ସୁଗ୍ରୀବର ଭୂମିକା ନିଭାଇଥିବା ଶ୍ୟାମ ସୁନ୍ଦର କାଲାନିଙ୍କ ଫୋଟୋ ଅଟେ। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-News 18 । Archive
ଏହା ପରେ ଆମକୁ ରାମାୟଣରେ ରାମ ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋବିଲ ଏବଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିରୀଙ୍କର ଏକ ଟ୍ୱିଟ ପାଇଲୁ। ଯେଉଁଥିରେ ସେ ଶ୍ୟାମ ସୁନ୍ଦର କଲାନିଙ୍କ ନିଧନରେ ଦୁଖ ପ୍ରକାଶ କରିଛନ୍ତି। ଏବଂ ଏକ ନ୍ୟୁଜ ପେପରର ଫୋଟୋ ମଧ୍ୟ ଦେଇଛନ୍ତି , ଯେଉଁଥିରେ ନ୍ୟୁଜ 18ରେ ମିଳିଥିବା ଫୋଟୋ ସହ ସମାନ।
ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିରୀ ତାଙ୍କ ଟ୍ୱିଟରରେ ଶୋକ କରି ଲେଖିଛନ୍ତି, ‘ଶ୍ୟାମ ସୁନ୍ଦରଙ୍କ ଆକସ୍ମିକ ମୃତ୍ୟୁ ବିଷୟରେ ଶୁଣିବା ଅତ୍ୟନ୍ତ ଦୁଃଖଦାୟକ ଅଟେ। ସେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ସୁଗ୍ରିଭା ଏବଂ ବାଲି ଭୂମିକାରେ ଅଭିନୟ କରିଥିଲେ। ସେ ବହୁତ ଭଦ୍ର ଏବଂ ସ୍ଥିର ବ୍ୟକ୍ତି ଥିଲେ।
ଏଠାରେ ଲିଙ୍କ ଦେଖନ୍ତୁ-Twitter । Archive
ଏହା ପରେ ଆମେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଲୁ। ସର୍ଚରେ ଆମକୁ ନାରଦ ୟୁଟ୍ୟୁବ ଚ୍ୟାନଲର ଲିଙ୍କ ପାଇଲୁ। ଯେଇଁଥିରେ ସ୍ପଷ୍ଟ କରାଯାଇଛି ଭାଇରାଲ ଫୋଟୋରେଥିବା ବ୍ୟକ୍ତି ଶ୍ୟାମ ସୁନ୍ଦର କଲାନିଙ୍କ ଫୋଟୋ ନୁହଁ। ଖବର ଅନୁସାରେ ଭାଇରାଲ ଫୋଟୋରେ ଥିବା ବ୍ୟକ୍ତି ରାମାୟଣରେ ନିଲର ଭୂମିକା ନିଭାଇଥିବା ଅଭିନେତା ଗିରିରାଜ ଶୁକ୍ଲାଙ୍କର ଅଟେ। ଭିଡ଼ିଓରେ ଗିରିରାଜ ଶୁକ୍ଲାଙ୍କର ମଧ୍ୟ ଏକ ଭିଡିଓ ଅଛି ଯେଉଁଥିରେ ସେ କହୁଛନ୍ତି ଯେ, ମୋ ଫୋଚୋକୁ ରାମାୟଣରେ ସୁଗ୍ରୀବ ଅଭିନୟ କରିଥିବା ଶ୍ୟାମ ସୁନ୍ଦର କଲାନି କହି ଭାଇରାଲ କରାଯାଉଛି। ଏହା ବଡ଼ ଦୁଖର କଥା ଯେ, ମୋ ଫୋଟୋକୁ ଏପରି ବ୍ୟବହାର କରାଯାଇଛି। ମୁଁ ଗିରିରାଜ ଶୁକ୍ଲାଙ୍କର ଅଟେ। ରାମାୟଣରେ ସୁଗ୍ରୀବ ଅଭିନୟ କରିଥିବା ଶ୍ୟାମ ସୁନ୍ଦର କଲାନି ନୁହେଁ ମୁଁ ରାମାୟଣରେ ନିଲର ଭୁମିକା ନିଭାଇଥିଲି। ଭଗବାନ ଶ୍ୟାମ ସୁନ୍ଦର କଲାନିଙ୍କ ଆତ୍ମାଙ୍କୁ ଶାନ୍ତି ହିଅନ୍ତୁ।
ଅଧିକ ସୂଚନା ପାଇଁ ତଳେ ଦିଆ ଯାଇଥିବା ଭିଡିଓ ଦେଖନ୍ତୁ।
ଆମେ ଭାଇରାଲ ଫୋଟୋ ଏବଂ ଆମ ଅନୁସନ୍ଧାରୁ ମିଳିଥିବା ଫୋଟୋର ବିଶ୍ଳେଷଣ କରିଲୁ। ଯେଇଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ହେଉଥିବା ଫୋଟୋ ଏବଂ ଆମକୁ ମିଳିଥିବା ଫୋଟୋ ଦୁଇ ଜଣ ଅଲଗା ଅଲଗା ବ୍ୟକ୍ତି ଅଟନ୍ତି। ରାମାୟଣରେ ନିଲର ଭୁମିକା ନିଭାଇଥିବା ଗିରିରାଜ ଶୁକ୍ଲାଙ୍କର ଫୋଟୋକୁ ସୁଗ୍ରୀବ ଏବଂ ବାଲୀର ଭୂମିକା ନାଭାଇଥିବା ଶ୍ୟାମ ସୂନ୍ଦର କଲାନିଙ୍କ ଫୋଟୋ କହି ଭାଇରାଲ କରାଯାଉଛି।
Giriraj Shukla
Shaym Sundar Kalani
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ରାମାୟଣରେ ନିଲର ଭୂମିକା ନିଭାଇଥିବା ଗିରିରାଜ ଶୁକ୍ଲାଙ୍କ ଫୋଟୋକୁ ସୁଗ୍ରୀବର ଭୂମିକା ନିଭାଇଥିବା ଶ୍ୟାମ ସୂନ୍ଦର କଲାନିଙ୍କ ମୃତ୍ୟୁ ଖବରରେ ଭାଇରାଲ କରାଯାଉଛି।

Title:ଗିରିରାଜ ଶୁକ୍ଲାଙ୍କ ଫୋଟୋକୁ ରାମାୟଣର ସୁଗ୍ରୀବ ଅଭିନେତା ଶ୍ୟାମ ସୁନ୍ଦର କାଲାନୀଙ୍କ ନିଧନ କହି ଭାଇରାଲ କରାଯାଉଛି।
Fact Check By: Siddharth SahuResult: False