
17 ଏପ୍ରିଲରେ ଜଣେ ଫ୍କେବୂକ ୟୁଜର “ଏଲ.ଏଣ୍ଡ.ଟି କଂଷ୍ଟ୍ରକ୍ସନ ଫ୍ରେଣ୍ଡ୍ସ ଜଏନ” ନାମକ ପେଜରେ ଗ୍ଗୋଟୁଏ ଭିଡିଓ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଏହି ଭିଡିଓ ଟି ରୁଷିଆ ଦେଶର ସାଇବେରିଆ ଆଞ୍ଚଲର ଅଟେ। ଏହି ଭିଡିଓ ରେ ଏହା ଦାବି କରା ଯାଇଅଛି ଯେ ରୁଷିଆ ର ସିବେରିଆନ ନଈ ର ଜଳରାଶି ଏବେ ହଠାତ ଲାଲ ହୋଇ ଯାଇଛି। ହଠାତ ବାୟୁମଣ୍ଡଳ ରେ ପରିବର୍ତ୍ତନ ଆସିବା ଯୋଗୁଁ ଏହା ଏକ ଭୌଗଳିକ ବିବର୍ତ୍ତନ ବୋଲି ଅନେକ ଭୁତତ୍ତ୍ୱବିଦ ଦାବି କରିଛନ୍ତି।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଇନଭିଦ ଗୁଗୁଲ କ୍ରୋମ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ଜଡ଼ିତ କିଛି ତଥ୍ୟ ସାମନାକୁ ଆସିଲା।
୧୬ ଅକ୍ଟୋବର ୨୦୧୭ ମସିହାରେ “ବ୍ରେକିଙ୍ଗ ଇଜ୍ରାଏଲ ନ୍ୟୁଜ” ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା କୁହା ଯାଇଅଛି ଯେ ଘାନା ଦେଶରେ ପର୍ବ ସମୟରେ ଗୋଟିଏ ନଇ ପାଣି ଲାଲ ରଙ୍ଗରେ ପରିବର୍ତନ ହେଇ ଗଲା। ଏହି ଘଟଣା କୁ ନେଇ ସ୍ଥାନୀୟ ଅଧିକାରୀ ଏବଂ ଧାର୍ମିକ ମୁଖ୍ୟା ମଧ୍ୟରେ ବିବାଦ ସୃଷ୍ଟି ହେଇଯାଇଥିଲା। ସ୍ଥାନୀୟ ଅଧିକାରୀ ଏହି ଘଟଣା କୁ ଅମୂଳକ କହିବା ସମୟରେ ଧାର୍ମିକ ନେତା ଏହା କୁ ଭୁତ ପ୍ରେତ ଦ୍ଵାରା ଶ୍ରାପିତ ହେବା କଥା କୁ ଜୋର ଦେଇ ଥିଲେ। ଏହି ଘଟଣା କୁ ନେଇ ସ୍ଥାନୀୟ ସଂସ୍କୃତି ଏବଂ କୃଷ୍ଟ ଧର୍ମ ମାନି ଥିବା ଲୋକଙ୍କ ମଦ୍ୟରେ ମଧ୍ୟ ବିବାଦ ହେଇଥିଲା। ଦକ୍ଷିଣ ଘାନାରେ କୋଫୋରିଡୁଆ ବାସିନ୍ଦା ଲୋକେ ସଖାଲେ ନିଦ୍ରା ରୁ ଉଠିଲା ପରେ ଏହା ଦେଖିଲେ ଯେ ସୁକବାଓ ନଇ ପାଣି ଲାଲ ହେଇ ଯାଇଅଛି। ଏହି ଘଟଣା ୭ ଅକ୍ଟୋବର ୨୦୧୭ ମସିହାରେ ଘଟି ଥିଲା। ଡାଃ ଲୌରେନ୍ସ ତେତ୍ତେହ ଓ ସୁସମାଚାର ପ୍ରଚାରକ ବିଶପ ୟାଉ ଆଡୁ ଅନ୍ୟ ମସିହ ଲୋକଙ୍କ ସହିତ ସେହି ସ୍ଥାନ ଯାଇ ଏହା କହି ଥିଲେ ଯେ ଏହା କୋଫୋରିଡୁଆ ଲୋକଙ୍କ ବଢୁ ଥିବା ପାପ ପାଇଁ ପ୍ରଭୁ ନିଜ କ୍ରୋଧ ଦେଖାଇଛନ୍ତି। ଏହା ପରେ ଡାଃ ତେତ୍ତେହ ଏହା କହିଛନ୍ତି ଯେ ସେ ସେହି ସ୍ଥାନରୁ ସବୁ ଅପବିତ୍ର ଆତ୍ମା କୁ ବାହାର କରି ସାରିଛନ୍ତି ଏବଂ ବର୍ତମାନ କୋଫୋରିଡୁଆ ଲୋକଙ୍କ ଉପରେ ଆସିବାକୁ ଥିବା ସବୁ ବିପଦ ଟଳି ଯାଇଛି।
ସେଠିକାର ସ୍ଥାନୀୟ ଅଧିକାରୀ ଧାର୍ମିକ ମୁଖ୍ୟାଙ୍କ କଥା କୁ ଖଣ୍ଡନ କରି କହିଛନ୍ତି ଯେ ଏହି ଘଟଣାର କୌଣସି ଚମତ୍କାର ସହିତ କିଛି ସମ୍ବନ୍ଧ ନାହିଁ ଏବଂ ଏହି ପରି ଭିତ୍ତିହୀନ ମନ୍ତବ୍ୟ ଦେବା ଗୋଟିଏ ଦଣ୍ଡନୀୟ ଅପରାଧ। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ନଦୀ ଚାରି ଆଡେ ଯାଇ ଦେଖି ଛନ୍ତି ଏବଂ ଏହି କଥା ସ୍ପଷ୍ଟ ହେଇଛି ଯେ ଏହା ରକ୍ତ ନୁହେଁ। ସେ କହିଛନ୍ତି ଯେ ନଦୀ ପାଖରେ ଥିବା ରଙ୍ଗ ଉତ୍ପାଦନ କାରଖାନାରୁ ରଙ୍ଗ ଲିକ୍ ହେଇଥିବା ଯୋଗୁ ହେଇଛି।
Breaking Israel News | Archive
୭ ଅକ୍ଟୋବର ୨୦୧୭ ମସିହାରେ “ପ୍ରାଇମ ନ୍ୟୁଜ ଘାନା” ପତ୍ରିକାରେ ଏହା କୁହା ଯାଇଅଛି ଯେ ନ୍ୟୁ ଯୁବେନ ନାମକ ଆଞ୍ଚଲରେ ନଇ ପାଣି ଆରକେଟି ପରିକା ଲାଲ ହେଇଛି। ସେଠିକାର ସ୍ଥାନୀୟ ବାସିନ୍ଦା ମାଇକେଲ କାନକାମ କହିଛନ୍ତି ଯେ ପାଣି ରଙ୍ଗ ପୁରା ସଫା ଥିଲା କିନ୍ତୁ ସଖାଳ ୮ ଟି ସମୟରେ ଏହି ପଣି ରଙ୍ଗ ଲାଲ ହେଇଯାଇଥିଲା। ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଇ ଯାଇଥିଲେ ଯେ ପାଣି ରଙ୍ଗ କେଉଁ କାରଣ ରୁ ଲାଲ ହେଇଛି। ଏହି ଘଟଣା ପରେ ପାଣିର ପରୀକ୍ଷା କରିବା ପାଇଁ ପାଣିର ନମୁନା ଲାବେରୋତୋରି ପଠା ଯାଇଅଛି।
ବ୍ରେକିଙ୍ଗ ଇଜ୍ରାଏଲ ନ୍ୟୁଜ ରେ ଏହି ଘଟଣା କୋଫୋରିଡୁଆ ଅଞ୍ଚଲର ବୋଲି କୁହା ଯାଇ ଥିଲା ବେଳେ ପ୍ରାଇମ ନ୍ୟୁଜ ଘାନାରେ ଏହି ଘଟଣା ନ୍ୟୁ ଯୁବେନ ଅଞ୍ଚଳର ବୋଲି କୁହା ଯାଇଅଛି। ସେଥି ପାଇଁ ଆମେ ଗୁଗୁଲ ମ୍ୟାପ ସାହାଜ୍ଯତାରେ ଏହା ଖୋଜିଲୁ ଯେ ଏହି ଦୁଇଟି ସ୍ଥାନ କେଉଁଠି ଅଛି। ଗୁଗୁଲ ମ୍ୟାପରେ ଆମେ ପାଇଲୁ ଯେ ନ୍ୟୁ ଯୁବେନ ଘାନା ଦେଶରେ ଆଚି ଏବଂ କୋଫୋରିଡୁଆ ନ୍ୟୁ ଯୁବେନର ରାଜଧାନୀ ଅଟେ।
ଏହା ପରେ ଆମେ ଏହା ଜାଣିବାକୁ ଚେଷ୍ଟା କରିଲୁ ଯେ ନଇ ପାଣି ରଙ୍ଗ ଲାଲ କେଉଁ କାରଣ ଯୋଗୁ ହେଲା। ୩୧ ଜୁଲାଇ ୨୦୧୮ ମସିହାରେ “ଗ୍ଲୋବାଲ ଇନ୍ଫର୍ମର୍ଷ” ନାମାକ ଗୋଟିଏ ଏକାଉଣ୍ଟରେ ଏହି ଭିଡିଓ ଶେୟାର କରା ଯାଇଅଛି। ଏହି ପୋଷ୍ଟରେ ଘାନାର ଅପାଉ ବେଞ୍ଜାମିନ ନାମକ ଜଣେ ଖାଦ୍ୟ ଏବଂ କୃଷି ମନ୍ତରାଳୟର କର୍ମଚାରୀ କମେଣ୍ଟ କରି ଏହି ଘଟଣାର କାରଣ, ନଇ ପାଖରେ ଥିବା କପଡ଼ା କାରଖାନାର ପ୍ରଦୂଷଣ ବୋଲି କହିଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବା କୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଭିଡିଓ ଘାନା ଦେଶର କୋଫୋରିଡୁଆ ଅଞ୍ଚଳର ଅଟେ। ନଇ ପାଖରେ ଥିବା କପଡ଼ା କାରଖାନାର ପ୍ରଦୂଷଣ ଯୋଗୁ ଏହି ନଇର ପାଣି ରଙ୍ଗ ଲାଳ ହେଇ ଯାଇଥିଲା। ପୋଷ୍ଟରେ କରା ଯାଇଥିବା ଦାବି ଯେ ଏହି ଘଟନା ରୁଷିଆର ସାଇବେରିଆ ଅଞ୍ଚଳରେ ଘଟି ଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ହଠାତ ବାୟୁମଣ୍ଡଳ ରେ ପରିବର୍ତ୍ତନ ଆସିବା ଯୋଗୁଁ ଏହା ଏକ ଭୌଗଳିକ ବିବର୍ତ୍ତନ ବୋଲି କରା ଯାଇଥିବା ଦାବି ମଧ୍ୟ ମିଥ୍ୟା ଅଟେ।

Title:କ’ଣ ଭିଡିଓରେ ଦେଖା ଯାଉଥିବା ଲାଲ ନଇ ପାଣି ଘଟଣା ରୁଷିଆ ଦେଶର ଅଟେ? କ’ଣ ବାଯୁମଣ୍ଡଳ ରେ ପରିବର୍ତ୍ତନ ଆସିବା ଯୋଗୁଁ ନଇ ରଙ୍ଗ ଲାଲ ହେଇଯାଇଥିଲା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False