
କୋରୋନ ଭାଇରସ ବିରୁଦ୍ଧରେ କୌଣସି ଔଷଧ ବା ଟୀକା ନ ବାହାରିଥିବା କାରଣରୁ ଅନେକ ଦେଶ ବର୍ତମାନ ମଧ୍ୟ ତାଲାବନ୍ଦ ସ୍ଥିତିରେ ଅଛି। ଏହି ସମୟରେ ବିଶ୍ଵ ସାରା ଲୋକେ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରୁଛନ୍ତି। କଠିନ ସମୟରେ ମହୀ ଲୋକେ ହାର ନ ମାନି ଏପରି ଭାବେ ପରସ୍ପରକୁ ସାହାଜ୍ଯ କରୁଛନ୍ତି।
୨୨ ଏପ୍ରିଲରେ ଜଣେ ଫେସବୁକ ୟୁଜର ଗୋଟିଏ ଫେସବୁକ ପେଜରେ କିଛି ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଏହି ପାରିବା ବିକ୍ରି ହେଉଥିବା ବଜାର ର ଫୋଟୋ ମିଜୋରମ ରାଜ୍ୟର ଅଟେ। ଏହି କାରଣରୁ ମିଜୋରାମ କୋରୋନା ମୁକ୍ତ ରାଜ୍ୟ ଅଟେ ବୋଲି ମଧ୍ୟ କୁହା ଯାଇଅଛି। ଗୋଟିଏ ଦିନ ମଧ୍ୟରେ ଏହି ଫୋଟୋକୁ ୧୧୦୦ ଲାଇକ୍ସ ଏବଂ ୯୩ ଶେୟାର ମିଳି ସାରିଛି।
୨୨ ଏପ୍ରିଲରେ ଏ.ବି.ପି. ଗୁଜରାତି ପତ୍ରିକାରେ ମଧ୍ୟ ଏହି ବିଷୟରେ ଲେଖା ଯାଇଅଛି। ଏ.ବି.ପି ଗୋଟିଏ ଅନୁଛେଦରେ ଏହା କହିଅଛି ଯେ ଟୁଇଟର ମାଧ୍ୟମରେ ଏହି ଫୋଟୋ ଭାଇରାଲ ହେଉଛି ଯେଉଁ ତିଥିରେ ଜଣେ ଟୁଇଟ କରି ଏହା ଦାବି କରିଛନ୍ତି ଯେ ଏହି ଫୋଟୋ ବାରତର ମିଜୋରାମ ରାଜ୍ୟର ଅଟେ। ଏ.ବି.ପି ନିଜେ କୌଣସି ଦାବି କରି ନାହିଁ, କିନ୍ତୁ ଏହି ଅନୁଛେଦଦ୍ଵାରା ଅନେକ ଲୋକେ ଭ୍ରମିତ ହେଉଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମେ ଏହି ବିଷୟ ଜଡ଼ିତ କିଛି ତଥ୍ୟ ସାମନାକୁ ଆସିଲୁ।
ଏହି ବିଷୟ ନେଇ ୨୧ ଏପ୍ରିଲରେ ଫିଲନ୍ୟୁଜ ପତ୍ରିକାରେ ଗୋଟିଏ ଅନୁଛେଦ ଛପିଛି। ଏହି ଅନୁଛେଦରେ କୁହା ଯାଇଅଛି ଯେ କୋରୋନା ମାହାମାରୀ ହେଇଥିବା ସମୟରେ ମଧ୍ୟ ଲୋକଙ୍କୁ ପ୍ରତ୍ଯେକ ଦିନ ସାମଗ୍ରୀ ଆଣିବା ପାଇଁ ବଜାର ଯିବାକୁ ପଡୁଛି। ଯଦି ସାମାଜିକ ଦୂରତା ପାଳନ ନ କରା ହେବ ତାହାଲେ ଏହା ବଡ଼ ବିପଦ୍ଦର କଥା ହେଇ ପାରେ। ମ୍ୟାନମାର ଦେଶ ଏହି ବିଷୟ ନେଇ ବହୁତ ସରଲ ଉପାୟରେ ସମାଧାମ କରିଛି। ଗ୍ରାହକ ସାମାଜିକ ଦୂରତା ପାଳନ କରୁଥିବା ସମୟରେ ପଣି ପାରିବା ବିକୁ ଥିବା ଲୋକେ ମଧ୍ୟ ଏହାର ପାଳନ କରିଛନ୍ତି। ପ୍ରତ୍ଯେକ ଡୁକାଣିଙ୍କୁ ନ୍ୟସ୍ତ ଜାଗା ବ୍ୟବହାର କରିବାକୁ ଦିଆ ଯାଇଅଛି। ଏହି ବଜାର ମ୍ୟାନମାରର କାଲାଓ ଆଞ୍ଚଲର ଅଟେ।
ଫିଲ ନ୍ୟୁଜ ପତ୍ରିକାରେ ଛପି ଥିବା ଫୋଟୋ ତଳେ ହାଉଙ୍ଗ ଟୁନ ନାମକ ଜଣେ ବ୍ୟକ୍ତି ଫୋଟୋଗ୍ରାଫର ବୋଲି କୁହା ଯାଇଅଛି। ଆମେ ଏହି ବ୍ୟକ୍ତିଙ୍କୁ ଟୁଇଟରରେ ଖୋଜିଲୁ। ୧୯ ଏପ୍ରିଲ ରେ ହାଉଙ୍ଗ ଟୁନ ନିଜ ଟୁଇଟର ହେଣ୍ଡେଲରେ ପୋଷ୍ଟ କରା ଯାଇଥିବା ଫୋଟୋ ପୋଷ୍ଟ କରି କାଲାଓ ଆଞ୍ଚଲର ଅଧିକାରୀ ମାନଙ୍କୁ ସାମାଜିକ ଦୂରତା ପାଳନ କରିବା ପାଇଁ ନିଜ କୃତଜ୍ଞତା ଜଣାଇଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ଥିବା ଫୋଟୋ ମ୍ୟାନମାର ର କାଲାଓ ଆଞ୍ଚଲର ଗୋଟିଏ ମାର୍କେଟର ଫୋଟୋ ଅଟେ। ଦାବି କରା ଯାଇଥିବା କଥା ଯେ ଏହି ଫୋଟୋ ମିଜୋରାମ ମାର୍କେଟର କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:କ’ଣ ସାମାଜିକ ଦୂରତା ପାଳନ କରୁଥିବା ଏହି ମାର୍କେଟର ଦୃଶ୍ୟ ଭାରତର ମିଜୋରାମ ରାଜ୍ୟ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False