କ’ଣ ଅର୍ନବ ଗୋସ୍ଵାମୀଙ୍କ ଉପରେ ଆକ୍ରମଣ ହେବା ପୂର୍ବରୁ ସମ୍ବିତ ପାତ୍ରଙ୍କୁ ଏହି ବିଷୟରେ ଜ୍ଞାନ ଥିଲା? କ’ଣ ସମ୍ବିତ ପାତ୍ର ଘଟଣା ହେବା ପୂର୍ବରୁ ଏହି ବିଷୟରେ ଟୁଇଟ କରିଥିଲେ? ଜାଣନ୍ତୁ ସତ୍ୟ।

False Social
image.jpg

ମୁମ୍ବାଇ ମବ୍ ଲିଞ୍ଚିଂ ରେ ସାଧୁଙ୍କ ହତ୍ୟା ପରେ ସାରା ଦେଶରେ ଲୋକେ ଆଶ୍ଚର୍ଯ୍ୟ ଏବଂ କ୍ରୋଧରେ ଅଛନ୍ତି। ଏହି କଥା ନେଇ ଅନେକ ମତ ଏବନ ଅନେକ ପ୍ରତିକ୍ରିୟା ଦେଖିବା କୁ ମିଳିଛି। ଏହି ସମୟରେ ନ୍ୟୁଜ ଛେନାଲ ମଧ୍ୟ ଏହି କଥାକୁ ଗମ୍ଭୀରଟାରେ ନେଇ ଏହି ବିଷୟ ଜଡ଼ିତ ଖବର ନିଜ ଛେନାଲରେ ପ୍ରସାରିତ କରିଛନ୍ତି। ଆର୍ନବ ଗୋସ୍ଵାମୀ ମଧ୍ୟ ଏହି ମବ୍ ଲିଞ୍ଚିଂ କୁ ନେଇ ସୋନିୟା ଗାନ୍ଧୀଙ୍କ ବିଷୟରେ ଅପମାନ ଜନକ କଥା କହି ଥିଲେ। ୨୩ ଏପ୍ରିଲରେ ଅର୍ନବ ଓ ତାଙ୍କ ପତ୍ନୀଙ୍କ ଉପରେ କିଛି ଅଜ୍ଞାନ୍ତ ଲୋକ ଆକ୍ରମଣ କରିଥିଲେ। 

ଏହି କଥା ନେଇ 23 ଏପ୍ରିଲରେ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ରେପବ୍ଲିକ ଏବଂ ସମ୍ବିତ ପାତ୍ରଙ୍କ ଟୁଇଟ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ ଅର୍ନବଙ୍କ ଉପରେ ଆକ୍ରମଣ କରିବା ପୂର୍ବରୁ ସଂବିତ ପାତ୍ର ଏହି ବିଷୟରେ ଜାଣି ଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଅର୍ନବ ମାଡ଼ ଖାଇବା ନାଟକ କରୁଛନ୍ତି। ସେ ନିଜ ପୋଷ୍ଟରେ ଅର୍ନବଙ୍କ ତୁଳନା କୁକୁର ସହିତ ମଧ୍ୟ କରିଛନ୍ତି। ଗତ 22 ଘଣ୍ଟାରେ ଏହି ପୋଷ୍ଟକୁ ୨୨୭ ଲାଇକ୍ସ ଏବଂ ୮୯ ଶେୟାର ମିଳି ସାରିଛି। 

fb.jpg

Facebook | Archive

ଆମ ଅନୁସନ୍ଧାନରୁ ଏହା ଜଣା ପଡ଼ିଲା ଯେ:

୨୨ ଏପ୍ରିଲ ରେ ରିପୁବଳୀକ ଭାରତ ନିଜ 

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଟୁଇଟର ରେ ଯାଇ ଏହି ବିଷୟରେ ଖୋଜିଲୁ। ଆମକୁ ଟୁଇଟର ରେ “ରେପବ୍ଲିକ” ର ଏକାଉଣ୍ଟରୁ ଏହି ବିଷୟରେ କିଛି ତଥ୍ୟ ମିଳିଲା। ଦାବି କରା ଯାଇଥିବା ପୋଷ୍ଟରେ ଏହା ଆମେ ଭଲ ଭାବେ ଦେଖି ପାରୁଛୁ ଯେ ରିପବ୍ଲିକ ନିଜ ଏକାଉଣ୍ଟରେ ରାତ୍ରି ୧.୦୬ ସମୟରେ ଏହା ପୋସ୍ତ କରିଛି। କିନ୍ତୁ ଆମେ ରିପୁବଳୀକ ଏକାଉଣ୍ଟରେ ଏହି ବିଷୟ ନେଇ ଅନେକ ପୋସ୍ତ ଦେଖିବାକୁ ପାଇଲୁ। ଆମକୁ ରିପବ୍ଲିକର ତ୍ଵିଇତର ହେଣ୍ଡେଲ ରେ ଅର୍ନବଙ୍କ ଗୋଟିଏ ଭିଡିଓ ମଧ୍ୟ ଟୁଇଟ ହେଇଥିବା ମିଳିଲା। ଏହି ଭିଡିଓ ରାତ୍ରି 1.47 ରେ ପୋଷ୍ଟ କରା ଯାଇଥିଲା। 

ଏହି ଭିଡିଓରେ ଅର୍ନବ ନିଜେ ଷଟଣାର ବର୍ଣନା କରିଛନ୍ତି। ଅର୍ନବ କହିଛନ୍ତି ଯେ ରାତି ୧୨.୧୫ ସମୟରେ ସେ ନିଜ ପତ୍ନୀ ସହ ଷ୍ଟୂଡିଓରୁ ଫେରୁଥିଲେ। ସେ ନିଜ ଗାଡ଼ି ଟୋୟୋଟା କୋରୋଳାରେ ଆସୁଥିଲେ। ସେ ଆଉ ତାଙ୍କ ପତ୍ନୀ ଗାଡ଼ିର ଆଗ ସିଟରେ ବସି ଆସୁଥିଲେ। ସେ ନିଜ ଘର ପାଖା ପାଖି ପହଞ୍ଚିଲା ପରେ ତାଙ୍କ ଗାଡ଼ି ସାମନାରେ ଦୁଇଟି ଲୋକେ ଗୋଟିଏ ମୋଟର ସାଇକଲ ଆଣି ଅଟକାଇ ଦେଲେ। ଅର୍ନବ କହିଛନ୍ତି ଯେ ଯେତେବେଳେ ସେମାନେ ନିଜ ମୋଟର ସାଇକଲ ଅଟକାଇଲେ ତ ସେ ଭାବିଲେ ବଢେ ତାଙ୍କ ବାଇକ ଖରବ ହେଇ ଯାଇଛି। ସେତେବେଳେ ସେ ନିଜ କାର ମୋଦୀ ଯିବା କୁ ଲାଗିଲେ। ବାଇକରେ ଥିବା ଗୋଟିଏ ଲୋକ ଅର୍ନବଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇ କିଛି କହିଲା। ଏହା ପରେ ସେମାନେ ଅର୍ନବଙ୍କ ଗାଡ଼ି ପାଖକୁ ଆସି କାର ର ଝରକା ଭାଙ୍ଗିବା ପାଇଁ ଚେଷ୍ଟା କରିଲେ। ସେମାନେ ବାରମ୍ବାର କାର ର ଝରକା କୁ ପ୍ରହାର କରୁ ଥିଲେ। ଅର୍ନବ କହିଲେ ଯେ କିଛି ସମୟ ଟକ ସେ ବୁଝି ପାରିଲେ ନାହିଁ କି ପ୍ରକୃତର ରେ କଣ ଘଟୁଚି। ଏହା ପରେ ସେ ଜାଣି ପାରିଲେ ଯେ ସେମାନେ ତାଙ୍କ ଉପରେ ଆକ୍ରମଣ କରୁଛନ୍ତି। ଯେତେବେଳେ ଅର୍ନବ ସେଠାରୁ ଖସି ପଲାଉଥିଲେ, ସେତେବେଳେ ସେମାନେ କିଛି ବୋତଲ ବାହାର କରି ତାଙ୍କ କାର ଉପରକୁ ଫୋପାଡିବା କୁ ଲାଗିଲେ। ଘଟଣା ଷ୍ଟଲରୁ କିଛି ବାଟ ଯାଇ ଯେତେବେଳେ ଅର୍ନବ ତାଙ୍କ ଗଋ ଆଇନାରେ ପଛକୁ ଦେଖିଲେ, ସେତେବେଳେ ତାଙ୍କ ସେକ୍ୟୁରୀଟି ଲୋକେ ଅର୍ନବଙ୍କ ଉପରେ ଆକ୍ରମଣ କରିବା ଲୋକଙ୍କୁ ଧରି ସାରିଥିଲେ। ସେ ତାଙ୍କ ବିଲଡିଙ୍ଗ ପହଞ୍ଚିବା ୫ ମିନିଟ ପରେ ସିକ୍ୟୁରୀଟି ପହଞ୍ଚି ତାଙ୍କୁ କହିଲା ଯେ ସେ ବାଇକ ଲୋକେ ୟୁଥ କଂଗ୍ରେସ ଦଳ ଲୋକ। 

ରିପୁବଳୀକ ଭାରତ ମଧ୍ୟ ଏହା କହି ଅଛି ଯେ ଘଟଣା ରାତି ୧୨.୧୫ ସମୟରେ ଘଟିଥିଲା। 

republic bharat.jpg

Archive

ଏହା ପରେ ଆମେ ସମ୍ବିତ ପାତ୍ରଙ୍କ ଟୁଇଟର ଏକାଉଣ୍ଟ ଯାଇ ତାଙ୍କ ଦ୍ଵାରା କରା ଯାଇଥିବା ଟୁଇଟ ଖୋଜିଲୁ। ୨୩ ଏପ୍ରିଲରେ ତାଙ୍କ ନାମ ସହିତ ଏହି ବିଷୟ ଭାଇରାଲ ହେବାରୁ ସେ ନିଜ ଟୁଇଟର ହେଣ୍ଡେଲରେ ଏହା ଟୁଇଟ କୃ କହିଛନ୍ତି, “ଲୋକେ କେଉଁ କଥା ବୁଝି ପାରୁନାହାନ୍ତି। ଅର୍ନବଙ୍କ ଉପରେ ଆକ୍ରମଣ ହେବା ଖବର ଟି.ଭି. ରେ ୧୨.୩୫ ସମୟରେ ପ୍ରସାରିତ ହେଇ ଥିଲା ଆଉ ମୁ ରାତି ୧.୦୫ ରେ ଟୁଇଟ କରିଥିଲି। 

ଶେଷକଥା: 

ଆମ ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ ଅର୍ନବଙ୍କ ଉପରେ ଆକ୍ରମଣ ରାତି ୧୨.୧୫ ସମୟରେ ହେଇଥିଲା। ସମ୍ବିତ ପାତ୍ର ରାତି ୧.୦୫ ସମୟରେ ଏହି ଘଟଣା କୁ ନିନ୍ଦା କରି ଟୁଇଟ କରି ଥିଲେ। ପୋଷ୍ଟରେ କରା ଯାଇଥିବା ଦାବି ଯେ ଅର୍ନବ ଗୋସ୍ଵାମୀଙ୍କ ଉପରେ ଆକ୍ରମଣ ହେବ ପୂର୍ବରୁ ସମ୍ବିତ ପାତ୍ରଙ୍କୁ ଏହି ବିଷୟରେ ଜ୍ଞାନ ଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Avatar

Title:କ’ଣ ଅର୍ନବ ଗୋସ୍ଵାମୀଙ୍କ ଉପରେ ଆକ୍ରମଣ ହେବା ପୂର୍ବରୁ ସମ୍ବିତ ପାତ୍ରଙ୍କୁ ଏହି ବିଷୟରେ ଜ୍ଞାନ ଥିଲା? କ’ଣ ସମ୍ବିତ ପାତ୍ର ଘଟଣା ହେବା ପୂର୍ବରୁ ଏହି ବିଷୟରେ ଟୁଇଟ କରିଥିଲେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *