
ଫେସବୁକ ବା ଅନ୍ୟ ଅନ୍ୟ ସୋସିଆଲ ମିଡିଆ ଏକାଉଣ୍ଟ ର ସୁରକ୍ଷା ନେଇ ସମସ୍ତଙ୍କ ମନରେ ଚିନ୍ତା ଥାଏ। ଦୁନିଆ ରେ ଅନେକ ପ୍ରକାର ର ବିପଦ ସୋସିଆଲ ମିଡିଆ ମାଧ୍ୟମରୁ ଆସି ଥାଏ। ଲୋକଙ୍କ ସୋସିଆଲ ମିଡିଆରେ ଜ୍ଞାନ କମ ଥିବା ଯୋଗୁ ଅନେକ ମିଥ୍ୟା ମଧ୍ୟ ତାଙ୍କ ମନରେ ଭୟ ସୃଷ୍ଟି କରି ଥାଏ। ନିଜ ଏକାଉଣ୍ଟକୁ ସୁରକ୍ଷା ରଖିବା ପାଇଁ ଏହି ସମୟରେ କୌଣସି ମଧ୍ୟ ସୂଚନା ମିଳିଥିବା ରୁ ଲୋକେ ଏହା ଉପରେ ଖୁବ ଶୀଘ୍ର ବିଶ୍ଵାସ କରି ନିଅନ୍ତି।
30 ଏପ୍ରିଲ 2020 ରେ ବର୍ତମାନ 3 ଘଣ୍ଟା ପୂର୍ବରୁ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଏକାଉଣ୍ଟରେ ଏହା ପୋସ୍ତ କରି ଦାବି କରିଛନ୍ତି ଯେ ଫେସବୁକ ମାଲିକ ମାର୍କ ଜୁକରବର୍ଗ “ଗ୍ରାଟୁଳା” ନାମକ ଗୋଟିଏ ଶବ୍ଦର ଆବିଷ୍କାର କରିଛନ୍ତି। ଯଦି କୌଣସି କମେଣ୍ଟରେ “ଗ୍ରାଟୁଳା” ଲେଖିଲା ପରେ ଯଦି ଏହାର ରଙ୍ଗ ଲଳ ହୋଇଯିବ ତାହାଲେ ଫେସବୁକ ଏକାଉଣ୍ଟ ସୁରକ୍ଷିତ ଅଛି। ଯଦି ଏହି ଶବ୍ଦର ରଙ୍ଗ ଲାଲ ହେଲା ନାହିଁ ତାହାଲେ ଏହା ଏକାଉଣ୍ଟ ହେକ୍ ହେବାର ସଂକେତ ଅଟେ। ଶେଠୀ ପାଇଁ ନିଜ ଫାକେବୂକ ପାସ୍ୱାର୍ଡ ବଦଳେଇବା ପାଇଁ ଅନୁରୋଧ କରିଛନ୍ତି।
ଆସନ୍ତୁ ଜାଣିବା ସତ୍ୟ କଣ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ “ଗ୍ରାଟୁଳା” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡ଼ିତ କିଛି ତଥ୍ୟ ମିଳିଲା।
୧୮ ଫେବ୍ରୁଆରି ୨୦୧୯ ମସିହା ରେ “ଲେଟେଷ୍ଟଲି” ନାମକ ସାଇଟରେ ଗ୍ରାଟୁଳା ବିଷୟରେ ଗୋଟିଏ ଅନୁଛେଦ ପ୍ରକାଶିତ ହେଇଛି। ଏହି ଅନୁଛେଦରେ କୁହା ଯାଇଅଛି ଯେ ନିଜ ଏକାଉଣ୍ଟ କୁ ସୁରକ୍ଷିତ ରଖିବା ବର୍ତମାନ ଗୋଟିଏ ଚିନ୍ତାର ବିଷୟହେଇ ଗଲାଣି। ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ମେସେଜ ଭାଇରାଲ ହେଉଛି ଯେଉଁଥିରେ କୁହା ଯାଇଅଛି ଯେ ଯଦି କମେଣ୍ଟରେ ଗ୍ରାଟୁଳା ଲେଖିଲା ପରେ ଶବ୍ଦର ରଙ୍ଗ ଲାଲ ହେଇ ଯାଉଅଛି ତାହାଲେ ଏକାଉଣ୍ଟ ସୁରକ୍ଷିତ ଅଛି। ଯଦି ଏହି ଶବ୍ଦର ରଙ୍ଗ କଳା ରହୁଛି ତାହାଲେ ଏକାଉଣ୍ଟ ହେଇ ସାରିଛି। ଏହି ଅନୁଛେଦରେ ଏହା ମଧ୍ୟ ଲେଖା ଯାଇଅଛି ଯେ କିଛି ମାସ ପୂର୍ବରୁ ଏପରି ଗୋଟିଏ ଗୁଜବ ଭାଇରାଲ ହେଇଥିଲା ଯେଉଁଥିରେ “ବିଏଫଏଫ” ଶବ୍ଦର ବ୍ୟବହାର କରା ଯାଇତଥିଲା। ଗ୍ରାଟୁଳା ଶବ୍ଦ ସହିତ ଏକାଉଣ୍ଟ ହେଇଛି ବା ନାହିଁ ଜାଣିବା କଥା କୁ ମିଥ୍ୟା କୁହା ଯାଇଅଛି।
୧୪ ଜୁଲାଇ ୨୦୧୮ ମସିହାରେ “ହୋକ୍ସଶ୍ଲେୟର” ସାଇଟରେ କୁହା ଯାଇଅଛି ଯେ ମାର୍କ ଜୁକରବର୍ଗ ଗ୍ରାଟୁଳା ଶବ୍ଦ ବାହାର କରି ନାହାନ୍ତି ଏବଂ ଏହା କୌଣସି ନୂଆ ଶବ୍ଦ ମଧ୍ୟ ନୁହେଁ। ଗ୍ରାଟୁଳା ହଙ୍ଗେରୀୟ ଦେଶର ଭାଷାରେ “କ୍ୟୁଡୋସ” ବା “କଂରାଜୁଲେସନ” କୁ କୁହା ଯାଏ। ଲୋକଙ୍କ ନଜରରେ ଏହି ଶବ୍ଦ ଗୁଡ଼ିକ ଆକର୍ଷିତ ହେବା ପାଇଁ ଫେସବୁକ ଏହି ପରି ଶବ୍ଦ ଗୁଡ଼ିକ କୁ ଅନ୍ୟ ରଙ୍ଗ ଦେଇ ଥାଏ। ଏହି ଶବ୍ଦର ରଙ୍ଗ ସହିତ ଏକାଉଣ୍ଟ ହେକ୍ ହେବାର କୌଣସି ସମ୍ବନ୍ଧ ନାହିଁ।
ଏହା ପରେ ଆମେ ଖୋଜିଲୁ ଯେ ଏହି ଗୁଜବ ସୃଷ୍ଟି କେବେ ହେଲା ଏହି ସମ୍ବନ୍ଧରେ ଆମକୁ ୧୧ ଜୁଲାଇ ୨୦୧୮ ମସିହା ରେ ଜଣେ ଫେସବୁକ ୟୁଜରଙ୍କ ଏକାଉଣ୍ଟରୁ ଏହି ପୋସ୍ତ ମିଳିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଗ୍ରାଟୁଳା ଶବ୍ଦର ରଙ୍ଗ ସହିତ ଏକାଉଣ୍ଟ ହେକ୍ ହେବାର କୌଣସି ସମ୍ବନ୍ଧ ନାହିଁ। ଫେସବୁକ ଏହି ପରି ଶବ୍ଦ କୁ ଆକର୍ଷିତ କରିବା ପାଇଁ ଏହାର ରଙ୍ଗ ବଦଳାଇ ଥାଏ। ଏହି ଗୁଜବ ୨୦୧୮ ମସିହାରୁ ସୋସିଆଲ ମିଡିଆ ରେ ଘୂରୁଅଛି। ପୋଷ୍ଟ ରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:କ’ଣ ଫେସବୁକ ମାଲିକ ମାର୍କ ଜୁକରବର୍କ ନୂଆ “ଗ୍ରାଟୁଳା” ଶବ୍ଦ ବାହାର କରିଛନ୍ତି? କ’ଣ ଫେସବୁକର କାମେଣ୍ଟରେ ଏହି ଶବ୍ଦ ଲେଖିଲ ପରେ ଶବ୍ଦଟି ଲାଲ ରଙ୍ଗ ହେଇ ଯିବା ଟା ଏକାଉଣ୍ଟ ହେକ୍ ର ସଂକେତ ଦିଏ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False