ଲକଡାଉନରେ ରାସ୍ତା ପାର କରୁଥିବା ଦାବିରେ ଭାଇରାଲ ଭିଡ଼ିଓ 2015 ଅରେଥାତ୍ ପାଞ୍ଚ ବର୍ଷ ପୁରୁଣା ଅଟେ।

False Social

କୋରୋନା ସଂକ୍ରମଣର ପ୍ରଭାବ ଭାରତରେ ଆଜିକୁ ଦୁଇ ମାସ ହୋଇଗଲାନି। କୋରୋନା ସଂକ୍ରମଣ ପାଇଁ ସମଗ୍ର ଦେଶ ଲକଡାଉନରେ ଅଛି। ରାସ୍ତାରେ ଲୋକ କିମ୍ବା ଗାଡ଼ି ମଟର ନାହିଁ କହିଲେ ଚଳେ। ସରକାର ଲୋକଙ୍କୁ ଘରୁ ନ ବାହାରିବା ପାଇଁ କଡ଼ାକଡ଼ି ନିୟମ ବନାଇଛି। କିନ୍ତୁ ଏଥି ମଧ୍ୟରେ ରାସ୍ତାରେ ଲୋକଙ୍କ ଯାତାୟତ କମଥିବାରୁ ବନ୍ୟ ଜନ୍ତୁ ଆରାମରେ ଚଲାବୁଲା କରୁଥିବାର ଭିଡ଼ିଓ ଏବଂ ଫୋଟୋ ଭାଇରାଲ ହେଉଛି। 2 ମଇରେ NNS odisha ନ୍ୟୁଜ ପେଜରେ ଏକ ଭିଡ଼ିଓ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ହରିଣମାନେ ଅତି ସୁନ୍ଦର ଭାବେ ରାସ୍ତା ପରି କରୁଥିବାର ଦେଖା ଯାଉଛନ୍ତି। ଗୋଟିଏ କିମ୍ବା ଦୁଇଟି ନୁହେଁ ସଂଖ୍ୟାଧିକ ହରିଣ ରାସ୍ତା ପାରି କରୁଥିବାର ଦେଖିବାକୁ ମିଳୁଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଭିଡ଼ିଓ ଗଞ୍ଜାମ ଜିଲ୍ଲାର ବାଲିପଦର ଓ ବୁଗୁଡ଼ା ରାସ୍ତାର ଅଟେ। ପୋଷ୍ଟର ଶୀର୍ଷକରେ ଲେଖା ଯାଇଛି ଯେ, ଦେଖନ୍ତୁ ଓଡ଼ିଶାର ଏହି ବାରଳ ଦୃଶ୍ୟ,କୃଷ୍ଣସାର ମୃଗ, ଗଞ୍ଜାମ ଜିଲ୍ଲାର ବାଲିପଦର ଓ ବୁଗୁଡ଼ା ରାସ୍ତା ପାର ହେଉଛନ୍ତି ସଂଖ୍ୟାଧିକ କୃଷ୍ଟସାର ମୃଗ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 231 ଲାଇକ ଏବଂ 105ଥର ସେୟାର କରାଯାଇଛି। ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଭିଡ଼ିଓର Archive ଲିଙ୍କ ଦେଖନ୍ତୁ। ତେବେ କଣ ରାସ୍ତା ପାର କରୁଥିବା ମୃଗର ଏହି ଭାଇରାଲ ଭିଡ଼ିଓ ଓଡ଼ିଶା ଗଞ୍ଜାମ ଜିଲ୍ଲାର ଅଟେ। ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡ଼ିଓକୁ ଇନବିଡ଼ରେ ପକାଇ ଫୋଟୋରେ ଭାଙ୍ଗିଲୁ। ଏହା ପରେ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ୟୁଟ୍ୟୁବ ଚ୍ୟାନେଲର କିଛି ଲିଙ୍କ ମିଳିଲା। ଯେଉଁଥିରେ ଲେଖା ଯାଇଥିଲା ଯେ, ଭାଇରାଲ ଭିଡ଼ିଓ କର୍ନାଟକର ବଲାରି- ଅଦୋନି ( Ballri- adoni )ରାସ୍ତାର ଅଟେ।   ଆମକୁ Vijay Karnataka ନ୍ୟୁଜ ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡ଼ିଓ ପାଇଲୁ। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଭିଡ଼ିଓ କର୍ନାଟକ ରାଜ୍ୟର ବଲାରି- ଅଦୋନି ଅଞ୍ଚଳର ଅଟେ। ଯେଉଁଠାରେ ଲକଡାଉନ ସମୟରେ ହରାଣ ମାନେ ରାସ୍ତା ପାର କରୁଥିବାର ଦେଖା ଯାଉଛନ୍ତି। ତଳେ ଭିଡ଼ିଓର ଲିଙ୍କ ଦେଖନ୍ତୁ।

ଅଧିକ ସର୍ଚରୁ କରିବାରୁ ଆମକୁ ଏକ ୟୁଟ୍ୟୁବ ଚ୍ୟାନେଲ ମିଶିଲା। ଯେଉଁଥିରେ ଆମେ ପାଇଲୁ ଯେ ଭାଇରାଲ ଭିଡ଼ିଓ 2015ର ଅଟେ ଅର୍ଥାତ୍ ପାଞ୍ଚ ବର୍ଷ ପୁରୁଣା । ପୋଷ୍ଟରେ ଲେଖା ଯାଇଛି ଯେର ବ୍ଲାକ ବଗ କ୍ରୋସିଙ୍ଗ ରୋଡ…କର୍ଣ୍ଣାଟକ। ତେବେ ଭାଇରାଲ ଭିଡ଼ିଓ କର୍ଣ୍ଣାଟକର ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ଭିଡ଼ିଓକୁ 2015ରେ ନିଆ ଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡ଼ିଓ ଲକଡାଉନ ସମୟର ନୁହଁ। ତଳେ ଭିଡ଼ିଓର ଲିଙ୍କ ଦେଖନ୍ତୁ।

ଏଠାରେ ଭିଡ଼ିଓର Archive ଲିଙ୍କ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଲକଡାଉନରେ ରାସ୍ତା ପାର କରୁଥିବା ଭାଇରାଲ ଭିଡ଼ିଓ ଲକଡାଉନ ସମୟର ନୁହେଁ। ଭାଇରାଲ ଭିଡ଼ିଓ 2015 ମସିହା ଅର୍ଥାତ୍ 5 ବର୍ଷ ପୁରୁଣା ଅଟେ। 

Avatar

Title:ଲକଡାଉନରେ ରାସ୍ତା ପାର କରୁଥିବା ଦାବିରେ ଭାଇରାଲ ଭିଡ଼ିଓ 2015 ଅରେଥାତ୍ ପାଞ୍ଚ ବର୍ଷ ପୁରୁଣା ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *