
ବର୍ତମାନ ସୋସିଆଲରେ ଭାଇରାଲ ହେଉଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାଷ୍ଟ୍ରପତି ପଦ ରୁ ଅବସର ନେଲା ପରେ ବର୍ତମାନ ଗୋଟିଏ ପ୍ରାଇଭେଟ ଚାକିରି କରୁଛନ୍ତି। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ପୂର୍ବତନ ରାଷ୍ଟ୍ରପତି ଓବାମା ନିଜ କମ୍ପୁଟରରେ ବସିକି କାମ କରୁଛନ୍ତି। ଏହି ପୋଷ୍ଟଟି ବିଗତ ଦିନରେ ଶୋକିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋଷ୍ଟରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତି ଚାକିରି କରୁଛନ୍ତି କିନ୍ତୁ ଆମ ଦେଶରେ ଥରେ ସର୍ପନ୍ହ ହେଲା ପରେ ପାଞ୍ଚ ପୁରୁଷ ବସିକି ଖାଇ ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ରାଷ୍ଟ୍ରପତି ଓବାମା କମ୍ପ୍ୟୁଟର ରେ କାମ କରୁଥିବା ଫୋଟୋର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ବାରାକ ଓବାମାଙ୍କର ଅଫିସିଆଲ ଟୁଇଟର ଏକାଉଣ୍ଟ ମିଳିଲା। ରହି ଏକାଉଣ୍ଟରେ ଟୁଇଟ କରା ଯାଇଅଛି ଯେ ରାଷ୍ଟ୍ରପତି ଓବାମା କିଛି ପ୍ରଶ୍ନ ର ଉତ୍ତର ଦେଉଛନ୍ତି। ଏହି ଟୁଇଟ ୩୦ ଅଗଷ୍ଟ ୨୦୧୨ ମସିହାରେ କରା ଯାଇଥିଲା। ଇଣ୍ଟର୍ନେଟରୁ ଖୋଜିଲା ପରେ ଆମେ ଜାଣିବାକୁ ପାଇଲୁ ବାରାକ ଓବାମା ୨୦ ଜାନୁଆରୀ ୨୦୦୯ ମସିହା ରୁ ୨୦ ଜାନୁଆରୀ ୨୦୧୭ ମସିହାଟକ ଆମେରିକାର ରାଷ୍ଟ୍ରପତି ଥିଲେ। ପୋଷ୍ଟରେ ଦାବି କରା ଯାଇଥିବା ଫୋଟୋଟି ଓବାମାଙ୍କ ଅବସର ପୂର୍ବର ଫୋଟୋ ଅଟେ।
ଏହା ପରେ ଆମେ ଗୁଗୁଲରେ ଯାଇ “ବାରାକ ଓବାମା ରିଟାୟାର ପ୍ଳାନ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୪ ଏପ୍ରିଲ ୨୦୧୭ ମଶାରେ ଇଣ୍ଡିପେଣ୍ଡେଣ୍ଟ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ ଲେଖା ଯାଇଅଛି ଯେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ଅବସର ପରେ ପରବର୍ତୀ ପିଢୀ କୁ ରାଜନୀତି ରେ ଭାଗ ନେବା ପାଇଁ ଉତ୍ସାହ କରିବାର ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନାର ଘୋଷଣା ସେ ଚିକାଗୋ ବିଶ୍ଵ ବିଦ୍ୟାଳୟର ଗୋଟିଏ ସାକ୍ଷାତରେ କରିଥିଲେ। ଓବାମା ଏହା ମଧ୍ୟ କହି ଥିଲେ ଯେ ତାଙ୍କା ରାଷ୍ଟ୍ରପତି କାଳୀନ ଅବସର ପରେ ସେ ଅନେକ ସାମାଜିକ ସମସ୍ଯା ଉପରେ କାର୍ଯ୍ୟ କରିବେ କିନ୍ତୁ ପରବର୍ତୀ ପିଢୀ କୁ ରାଜନୀତି ରେ ଯୋଗଦାନ ଦେବା ପାଇଁ ଉତ୍ସାହ କରିବା ତାଙ୍କ ପ୍ରାଥମିକତା।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟକରା ଯାଇଥିବା ଫୋଟୋ ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଅବସର ପୂର୍ବ ଫୋଟୋ। ଏହି ଫୋଟୋରେ ସେ କିଛି ପ୍ରଶ୍ନ ର ଉତ୍ତର ଦେଉଛନ୍ତି ବୋଲି ଟୁଇଟ କରିଛନ୍ତି। ବର୍ତମାନ ସମୟରେ ବାରାକ ଓବାମା ପରବର୍ତୀ ପିଢୀ କୁ ରାଜନୀତିରେ ଭାଗ ନେବା ପାଇଁ ଉତ୍ସାହ କରୁଛନ୍ତି।

Title:କ’ଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ରାତ୍ରପତି ପଦ ରୁ ଅବସର ନେଲା ପରେ ବର୍ତମାନ ଗୋଟିଏ ପ୍ରାଇଭେଟ କମ୍ପାନୀ ରେ କାମ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False