
ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋସ୍ତ ଭାଇରାଲ ହେଉଛି। ଏହି ପୋଷ୍ଟରେ ଦେଖିବା କୁ ମିଳିଛି ଯେ ଗୋଟିଏ ସ୍ଥାନରେ ଅନେକ ଲୋକ ଛିଡ଼ା ହେଇଛନ୍ତି ଏବଂ ରାସ୍ତା ମଝିରେ ବହୁ ପରିମାଣର ପକ୍ଷୀ ମରି ପଡ଼ିଛନ୍ତି। ବିଗତ କିଛି ଦିନ ତଳେ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ କରି ଏହା ଦାବି କରା ଯାଇଅଛି ଯେ ବର୍ଷା ହେଇ ବରଫ ପଡ଼ିଥିବାରୁ ଚଢେଇ ମାନେ ମରିଗଲେ। ଏହି ପୋଷ୍ଟକୁ ଅଧିକ ରୁ ଅଧିକ ସ୍ଶରେ କରିବା ପାଇଁ ଅନୁରୋଧ ମଧ୍ୟ କରା ଯାଇଅଛି।
ଏହି ପୋଷ୍ଟ ଟୁଇଟରରେ ମଧ୍ୟ ଭାଇରାଲ ହେଇଛି। ୨୪ ଏପ୍ରିଲ ୨୦୧୬ ମସିହାରେ ଜଣେ ୟୁଜର ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରି ଦାବି କରିଛନ୍ତି ଯେ ଜଳ ଅଭାବ ହେବା କାରଣରୁ ପକ୍ଷୀ ମାରି ଯାଇଛନ୍ତି। ଏହି ପୋଷ୍ଟରେ ଏହା ଅନୁରୋଧ କରିଛନ୍ତି ଯେ ବର୍ତମାନ ପରିବେଶର ରକ୍ଷା କରିବା ସମୟ ଆସି ସାରିଲାଣି।
ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ମୁଖ୍ୟ ଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡ଼ିତ କିଛି ତଥ୍ୟ ମିଳିଲା। ୨୧ ଏପ୍ରିଲ ୨୦୧୬ ମସିହାରେ ଦି ନ୍ୟୁଜ ମିନିଟ ପତ୍ରିକାରେ ପ୍ରକାଶିତ ହେଇ ଥିବା ଗୋଟିଏ ଅନୁଛେଦରେ ଏହା କୁହା ଯାଇଅଛି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫୋଟୋ ରେ କରା ଯାଇ ଥିବା ଦାବି ମିଥ୍ୟା ଅଟେ। ଫୋଟୋରେ ଚିଡ଼ା ହେଇଥିବା ଲୋକଙ୍କ ପୋଷାକ ଦେଖିଲା ପରେ ଏହା ଜଣା ପଡ଼ିଛି ଯେ ଏହି ଫୋଟୋଟି କୁ ଫୋଟୋଷପ୍ ସାହାଜ୍ଯତାରେ ଚେନ୍ନାଇ ର ଘଟନା ବୋଲି କୁହା ଯାଇଅଛି। ଚେନ୍ନାଇ ବନ୍ୟଜନ୍ତୁ ଉଦ୍ଧାରକାରୀ ଶ୍ରୀ. ଶ୍ରବଣ କୃଶନ୍ନ କହିଛନ୍ତି ଯେ ଯଦି ଏହି ଘଟନା ହେନାଇର ଘଟି ଥାନ୍ତା ତ ତାଙ୍କ ବିଭାଗକୁ ପ୍ରଥମେ ସୂଚିତ କରା ଯାଇଥାନ୍ତା। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଘଟଣା ୭ ବର୍ଷ ତଳେ (୨୦୦୯) ବିହାର ରେ ଘଟି ଥିଲା। ବିଷାକ୍ତ କୀଟନାଶକ ଥିବା ମଞ୍ଜି ଖାଇଲା ପରେ ଏହି ଚଢେଇଙ୍କ ମୃତ୍ୟୁ ହେଇଥିଲା।
ଏହି ବିଷୟ ନେଇ ଜଣେ ଟୁଇଟର ୟୁଜର ୧୨ ମେ ୨୦୧୬ ମସିହାରେ ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରି କହିଛନ୍ତି ଯେ ଏହା ବିହାରରେ ଘଟି ଥିବା ୭ ବର୍ଷ ପୁରୁଣା ଘଟଣା ଅଟେ। ବହୁ ପରିମାଣର କୀଟନାଶକ ଥିବା ମଞ୍ଜି ଖାଇ ଏହି ଚଢେଇ ମାନଙ୍କ ମୃତ୍ୟୁ ହେଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଫୋଟୋରେ ମରି ପଡ଼ି ଥିବା ଚଢେଇ ମାନଙ୍କ ମୃତ୍ୟୁ ଜଳବାଯୁ ପରିବର୍ତନ କାରଣରୁ ହେଇ ନାହିଁ। ଏହି ପକ୍ଷୀ ମାନଙ୍କର ମୃତ୍ୟୁ କୀଟନାଶକ ଥିବା ମଞ୍ଜି ଖାଇ ଥିବାରୁ ହେଇଥିଲା। ଏହା ୨୦୦୯ ମସିହାର ଘଟଣା ଓ ଏହାର ବର୍ତମାନ ସମୟ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଜଳ ବାୟୁରେ ପରିବର୍ତନ ଆସିବା କାରଣରୁ ପକ୍ଷୀ ମାନେ ରାସ୍ତାରେ ମରି ପଡିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False