
କୋରୋନା ପାଇଁ ଯେଉଁଠି ସରକରା ଲକଡାଉନକୁ ଅତି କଠୋର ସହ ପାଳନ କରିବା ପାଇଁ ନିର୍ଦେଷ ଦେଉଛି। ଏଥିମଧ୍ୟରେ ଲେକମାନେ ଏହି ଲକଡାଉନ ନିୟମ ନ ମାନି ସରକାର ପାଇଁ ଚିନ୍ତା ବଢ଼ାଇବାରେ ଲାଗିଛନ୍ତି। ଏପରି ଏକ ଖବର ରାଞ୍ଚିରୁ ଆସୁଛି। ରାଞ୍ଚିରେ ଲକଡାଉନ ସତ୍ୱେ ଇଫତାର ଭୋଜିର ଆୟୋଜନ କରା ଯାଇଛି। ଇଫତାର ପାର୍ଟି ରୋକିବାକୁ ସେଠାରେ ପୋଲିସ ପହଞ୍ଚିଥିବା ବେଳେ ପୋଲିସ ଉପରେ ପଥର ମାଡ ହୋଇଛି । ଏହି ଖବରର The independenceରେ ଏକ ଫୋଟୋ ସହ ପ୍ରକାଶିତ କରାଯାଇଛି। ଫୋଟୋରେ ଅନେକ ମୁସ୍ଲିମ ଭୋଜି ଖାଉଥିବାର ଦେଖା ଯାଉଛନ୍ତି। ଏହି ଖବର 17 ମେ ରେ ପ୍ରକାଶିତ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-The independence । Archive
ତବେ କଣ ଭାଇରଲ ଫୋଟୋ ଲକଡାଉନ ସମୟରେ ରାଞ୍ଚିରେ ଇଫ୍ତାର ଭୋଜି ଆୟୋଜନର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫେଟୋକୁ ଗୁଗୁଲରେ ପାକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଫୋଟୋର କିଛି ଲିଙ୍କ ମିଳିଲା। 8 ଜୁନ 2017ରେ Amarujalaରେ ପ୍ରକାଶିତ ହୋଇଥିବା ଏକ ଖବରେ ଭାଇରାଲ ଫୋଟୋ ପାଇଲୁ। ଯେଉଁଥିରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫୋଟୋ ଏବେର ନୁହେଁ 2017 ମସିହାର ଅଟେ। ପ୍ରକାଶିତ ଖବର ଅନୁସାରେ
8 ଜୁନ 2017ରେ ସହରର ବାଲୁଗାଟରେ ରୋଜା ଇଫତାର ଆୟୋଜନ କରାଯାଇଥିଲା। ଶହ ଶହ ଲୋକ ଏକାଠି ରୋଜା ଖୋଲିଥିଲେ। ହିନ୍ଦୁ-ମୁସଲମାନ ଏକତାର ପ୍ରତୀକ ଏହି ଆୟୋଜନରେ ସମସ୍ତ ଧର୍ମର ଲୋକମାନେ ଅଂଶଗ୍ରହଣ କରିଥିଲେ। ଏହି ଆୟୋଜନ ଗଙ୍ଗା ଜାମୁନା ମିଳନ ଅର୍ଥାତ୍ ହିନ୍ଦୁ ମୁସ୍ଲିମ ଭାଇଚାରାର ମିଳନ ଥିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Amarujala । Archive
ଏହା ପରେ ଆମେ ରାଞ୍ଚିରେ ଆୟୋଜିତ ହୋଇଥିବା ଇଫ୍ତାର ପାର୍ଟିର ପ୍ରକୃତ ଫୋଟୋ ଖୋଜିଲୁ। .jagran ପେଜରେ 15 ମେ 2020ରେ ରାଞ୍ଚିରେ ଇପ୍ତାର ପାର୍ଟି ଆୟୋଜନ କରି ପୋଲିସ ହାତରେ ଗିରଫ ହୋଇଥିବା ମୁସ୍ଲିମଙ୍କ ଖବର ପ୍ରକାଶିତ ହୋଇଥିଲା। ପ୍ରକାଶିତ ହୋଇଥିବା ଫୋଟୋ ଅନୁସାରେ ଫୋଟୋରେ ଇଫ୍ତାର ଖାଉଥିବା ମୁସ୍ଲିମମାନେ ମାସ୍କ ପିନ୍ଧିଛନ୍ତି। ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ପ୍ରକାଶିତ ହୋଇଥିବା ଫୋଟୋ ଲକଡାଉନ ସମୟର ଅଟେ। କିନ୍ତୁ ଭାଇରାଲ ହେଉଥିବା ଫୋଟୋରେ କୌଣସି ମୁସ୍ଲିମ ମାସ୍କ ପିନ୍ଧି ନାହାନ୍ତି। ଭାଇରାଲ ହେଉଥିବା ଫୋଟୋ ଫେକ ଅଟେ। ତଳେ ଫୋଟର ବିଷ୍ଲେଶଣ ଦେଖନ୍ତୁ।

ଶେଷକଥା-
ଆମ ଅନୁସନ୍ଧାନରୁପାଇଲୁ ଯେ, ରାଞ୍ଚିରେ ଇଫ୍ତାର ପାର୍ଟୀ ଆୟୋଜନ ଦାବିରେ ଭାଇରାଲ କରାଯାଉଥିବା ଫୋଟୋ 2017 ମସିହାର ଅଟେ।

Title:ରାଞ୍ଚିରେ ଇଫ୍ତାର ପାର୍ଟୀ ଆୟୋଜନ ଦାବିରେ ଭାଇରାଲ କରାଯାଉଥିବା ଫୋଟୋ 2017 ମସିହାର ଅଟେ।
Fact Check By: Saritadevi SamalResult: False