
୧୭ ମେ ୨୦୨୦ ରେ ଓଡ଼ିଆ ସ୍କ୍ରାପ ସାଇଟରେ ଏହା ଦାବି କର ଯାଇଅଛି ଯେ କରୋନା ସଂକ୍ରମିତ ପୁରୁଷଙ୍କ ଶୁକ୍ରାଣୁରେ ଏହି ଭାଇରସ ପାଇବା ପରେ ଲୋକଙ୍କୁ ସେକ୍ସ ସମ୍ବନ୍ଧରେ ସଜାଗ ରହିବାକୁ କୁହାଯାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି କାହା ଠାରେ କରୋନାର ଲକ୍ଷଣ ଦେଖା ଦିଏ, ତେବେ ତାକୁ ସେକ୍ସ ସମ୍ପର୍କରୁ ଦୂରେଇ ରହିବା ଉଚିତ୍। ଏଥି ସହିତ, ଜଣେ ବିଶେଷଜ୍ଞ କହିଛନ୍ତି ଯେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଆପଣ କିଛି ଦିନ ସେକ୍ସ ସମ୍ପର୍କରୁ ଦୂରେଇ ରହିବା ଉଚିତ୍। ଥାଇଲ୍ୟାଣ୍ଡର ରୋଗ ନିୟନ୍ତ୍ରଣ ବିଭାଗର ବରିଷ୍ଠ ଡାକ୍ତରୀ ବିଶେଷଜ୍ଞ କହିଛନ୍ତି ଯେ କରୋନା ରୋଗରୁ ମୁକ୍ତି ପାଇବା ପରେ ଲୋକମାନେ କିଛି ଦିନ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ। ଚାଇନାରେ କରାଯାଇଥିବା ଏକ ଅଧ୍ୟୟନରେ ଚେତାବନୀ ଦିଆଯାଇଛି ଯେ ଶୁକ୍ରାଣୁରେ କରୋନା ଭାଇରସ ରହିପାରେ। କାରଣ ଆରୋଗ୍ୟ ରୋଗୀଙ୍କ ଶୁକ୍ରାଣୁରେ ଭାଇରସ ମଧ୍ୟ ଦେଖିବାକୁ ମିଳିଥିଲା। ଥାଇଲ୍ୟାଣ୍ଡର ରୋଗ ନିୟନ୍ତ୍ରଣ ବିଭାଗର ବିଶେଷଜ୍ଞ ଭେରାଭାଟ ମନୋସୁଥୀ କହିଛନ୍ତି ଯେ କରୋନାରୁ ସୁସ୍ଥ ହେବା ପରେ କିଛି ଦିନ ଚୁମ୍ବନକୁ ଏଡାଇବା ଉଚିତ୍। ମନୋସୁଥୀ କହିଛନ୍ତି ଯେ କରୋନାରୁ ସୁସ୍ଥ ହେବା ପରେ 30 ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କରୁ ଦୂରେଇ ରୁହନ୍ତୁ।
ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ କରୋନାରୁ ସୁସ୍ଥ ହେବା ପରେ କିଛି ଲୋକ ପୁନର୍ବାର ସକାରାତ୍ମକ ହେବାର ମାମଲା ଆସୁଛି। ବରିଷ୍ଠ ଡାକ୍ତରୀ ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ ଯଦି ଆପଣ 30 ଦିନ ପରେ ମଧ୍ୟ ଶାରୀରିକ ସମ୍ପର୍କ ରଖନ୍ତି, ତେବେ ଆପଣଙ୍କୁ କଣ୍ଡୋମ ବ୍ୟବହାର କରିବାକୁ ପଡିବ। ଚାଇନାରେ କରାଯାଇଥିବା ଅଧ୍ୟୟନରେ 38 ରୋଗୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସେଥିମଧ୍ୟରୁ 15 ଜଣ ନିଜେ ଡାକ୍ତରଖାନାରେ ଥିବାବେଳେ 23 ଜଣ କରୋନା ଭାଇରସ ଦ୍ୱାରା ଆରୋଗ୍ୟ ହୋଇଥିଲେ।
Facebook | Archive | Odia Scraps | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସିଡିସି ୱେବସାଇଟରେ କୋରୋନା ଭାଇରସ ସଂକ୍ରମଣ ହେବା ବିଷୟରେ ତଥ୍ୟ ଜାଣିବାକୁ ମିଳିଲା। 12 ମେ 2020 ରେ ସିଡିସି କହିଛି ଯେ SARS-CoV-2 ଆର.ଏନ.ଏ ଶ୍ଵାସ ନଳି ର ଉପର ଏବଂ ତଳ ଭାଗରେ ଦେଖିବାକୁ ମିଳିଛି। ଏହି ଭାଇରସ ରକ୍ତ ଏବଂ ମଳ ନମୁନାରେ ମଧ୍ୟ ମିଳିଛି। ଏହି ଭାଇରସ ଶ୍ଵାସ ନଳି ରେ କେତେ ଦିନ ରହେ, ସେହି କଥା ବର୍ତମାନ ସମୟ ତକ ସ୍ପଷ୍ଟ ହେଇ ନାହିଁ, କିମତୁ ଏହା କିଛି ସପ୍ତାହ ବା ଏହାଠୁ ଅଧିକ ସମୟ ମଧ୍ୟ ରହି ପାରେ। ସିଡିସି ଏହା କହିଛି ଯେ କୋରୋନା ଭାଇରସ ମଣିଷର ବାନ୍ତି, ପରିସ୍ରା, ବୀଜ ରେ ଥିବାର କୌଣସି ପ୍ରମାଣ ମିଳି ନାହିଁ।
୨୯ ମାର୍ଚ ୨୦୨୦ ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ୭୫,୪୬୫ ରୋଗୀଙ୍କ ପରୀକ୍ଷା କରିଲା ପରେ ଉପଲବ୍ଧ ଥିବା ପ୍ରମାଣ ରୁ ଜଣା ପଡିଛି ଯେ କୋରୋନା ଭାଇରସ ବା COVID-19 ମୁଖରୁ ବାହାରି ଥିବା ବୁନ୍ଦା ମାଧ୍ୟମ ରେ ସଂକ୍ରମଣ ହୁଏ। ବୁନ୍ଦା ମାଧ୍ୟମରୁ କୋରୋନା ସେତେବେଳେ ସଂକ୍ରମଣ ହୁଏ ଯେତେବେଳେ ଜଣେ ରୋଗୀ ର ସମ୍ପର୍କରେ ଆସି ଥାଏ। ରୋଗୀର କାସ, ଛିଙ୍କ, ନାକ ରୁ ପାଣି ବହିବା ବା କଫ ସମ୍ପର୍କରେ ଆସିଲେ ଜଣେ କୋରୋନା ଆକ୍ରାନ୍ତ ହେବ। କୋରୋନା ରୋଗୀ ସହିତ ସିଧାସଳଖ ସମ୍ପର୍କରେ ଆସିଲେ ମଧ୍ୟ ଏହା ଆକ୍ରାନ୍ତ ହେଇଥାଏ।
୪ ମେ ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏହା ମଧ୍ୟ କହିଅଛି ଯେ କୋରୋନା ଭାଇରସ ମଣିଷ ବୀଜ ଦ୍ଵାରା ସଂକ୍ରମଣ ହେବାର କିଛି ପ୍ରମାଣ ମିଳି ନାହିଁ। ତଥାପି ଏହା ପରାମର୍ଶ ଦିଆ ଯାଉଛି ଯେ କେବଳ ନିଜ ସମ୍ପର୍କ ମଧ୍ୟରେ ହି ଶାରୀରିକ ସମ୍ବନ୍ଧ ରଖିବା କଥା। ଜଦି କୋରୋନା ବିପକ୍ଷରେ ସାବଧାନୀ ରଖୁଛନ୍ତି ତାହେଲେ ନିଜ ଜୀବନ ସାଥି ସହିତ ଶାରୀରିକ ସମ୍ବନ୍ଧ ରଖିବାରେ କୌଣସି କ୍ଷତି ନାହିଁ। ହସ୍ତାନ୍ତର ରେ ମଧ୍ୟ କିଛି ବିପଦ ନାହିଁ।
୧୪ ମେ ୨୦୨୦ ରେ ହେଲ୍ଥଲାଇନ ସାଇଟରେ ଛାପି ଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ଚୀନ ଆରଆର କିଛି ଗବେଷକ ଲୋକଙ୍କ ବୀଜରେ କୋରୋନା ଭାଇରସ ଚିହ୍ନଟ କରିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ କୋରୋନା ଭାଇରସ ଶାରିରୀକ ସମ୍ବନ୍ଧ ରଖିଲେ ମଧ୍ୟ ସଂକ୍ରମଣ ହେଇଥାଏ। ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ ଯେ ଯଦିଓ କୋରୋନା ଭାଇରସ ମଣିଷ ବୀଜରେ ମିଳିଥିବା ଦେଖା ଯାଇଅଛି, ଏହାର ଉପସଂହାର ଏହା ନୁହେଁ ଯେ ଏହି ଭାଇରସ ଶାରୀରିହ=କ ସମ୍ବନ୍ଧ ଦ୍ଵାରା ସଂକ୍ରମଣ ହୁଏ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ସିଡିସି (CDC)କହିବା ଅନୁଯାୟୀ ଶାରୀରିକ ସମ୍ବନ୍ଧ ରଖିଲେ କୋରୋନା ଭାଇରସ ସଂକ୍ରମଣ ହେବାର କିଛି ପ୍ରମାଣ ମିଳି ନାହିଁ। WHO ଏହା ମଧ୍ୟ କହିଛି ଯେ ନିଜ ଜୀବନ ସାଥି ସହିତ ଶାରୀରିକ ସମବନ୍ଦ ରଖିବାରେ କୌଣସି କ୍ଷତି ନାହିଁ। ଯଦିଓ ମଣିଷ ବୀଜରେ କୋରୋନା ଚିହ୍ନଟ ହେଇଛି ଏହାର ଅର୍ଥ ଏହା ନୁହେଁ ଯେ ଏହା ଶାରୀରିକ ସମ୍ବନ୍ଧ ମଧ୍ୟାମରୁ ସଂକ୍ରମଣ ହୁଏ।

Title:କ’ଣ ସୁସ୍ଥ ହେଲା ପରେ ମଧ୍ୟ ସେକ୍ସ ଦ୍ଵାରା ବ୍ୟାପୀ ପାରି ଥାଏ କୋରୋନା ଭୂତାଣୁ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False