କ’ ଣ ରାହୁଲ ଗାନ୍ଧୀ ଶ୍ରମିକଙ୍କୁ ଭଡ଼ାରେ ଆଣି ରାସ୍ତାରେ ବସାଇ ଦୁଃଖ ବୁଝିବାର ନାଟକ କରୁଥିଲେ ?

False Political

କୋରୋନା ପାଇଁ ଦେଶ ଲକଡାଉନ ସ୍ଥିତରୁ ଗତି କରିଛି। ଲକଡାଉନ ସମୟରେ ଅନେକ ପ୍ରବାଶି ଶ୍ରମିକ ନିଜ ନିଜ ଘରକୁ ଫେରୁଥିବାର ଅନେକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହା ସହତ ରାହୁଲ ଗାନ୍ଧୀ ପ୍ରବାଶି ଶ୍ରମିକଙ୍କ ଦୁଃଖ ବୁଝିବା ପାଇଁ ତାଙ୍କ ପାଖରେ ବସି କଥା ହେଉଥିବା ଫୋଟୋ ମଧ୍ୟ ଭାଇରାଲ ହୋଇଥିଲା। ଏବେ ସେହି ଫୋଟୋ ସହ ଜଡ଼ିତ ଏକ ଦାବି ଭାଇରାଲ ହେଉଛି। 26 ମେ ରେ  Mamta Behera ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଣ୍ଟରେ ରାହୁଲ ଗାନ୍ଧୀ ପ୍ରବାଶି ଶ୍ରମିକ ସହ କଥା ହେଉଥିବାର ଫୋଟୋ ଏବଂ ଶ୍ରମିକ ଏକ ଗାଡ଼ିରେ ବସିଥ୍ବା ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଦାବି କରିଛନ୍ତି ଯେ, ରାହୁଲ ଗାନ୍ଧୀ ନିଜ କାରରେ ଶ୍ରମିକଙ୍କୁ ଧରିକି ଆସିଥିଲେ ଏବଂ ତାଙ୍କୁ ରାସ୍ତାରେ ବସାଇ ତାଙ୍କ ଦୁଃଖ ବୁଝିବାର ନାଟକ କରୁଛନ୍ତି।

ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏମିତି ଶ୍ରମିକ …ରେ ବାପରେ AC Car ଭିତରେ ଆସିଲେ ଅନ୍ୟ ଶ୍ରମିକ ମାନଙ୍କ ସହ ବସିଲେ, ରାହୁଲ ବାବା ଆସି ସେଇ ଶ୍ରମିକ ମାନଙ୍କ ନିକଟରେ ବସିଲେ ଆଉ ସେମାନଙ୍କର ଦୁଃଖ ଶୁଣିଲେ,Media cover କରିଲା ପରେ ନାଟକ ଶେଷ…ଲାଜ ନାହିଁ ଏ କଂଗ୍ରେସିଆଙ୍କୁ ଛି…ନିଜର ତ ବୁଦ୍ଧି ନାହିଁ ଦୁନିଆକୁ ବୋକା ବନେଇବ ବୋଲି ଚାଲି ଆସିଲା।

 ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 608 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 502 ଲାଇକ ଏବଂ 320 କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ରାହୁଲ ଗାନ୍ଧୀ ନିଜେ ଶ୍ରମିକଙ୍କୁ ଭଡ଼ାରେ ଆଣି ରାସ୍ତାରେ ବସାଇ ଦୁଃଖ ବୁଝିବାର ନାଟକ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମ ଭାଇରାଲ ଫୋଟୋକୁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Congress ମୋନିଟାରି ଭିବାଗ ଟ୍ୱିଟର ଆକାଉଣ୍ଟର ଲିଙ୍କ ମିଳିଲା। ଯେଉଁଥିରେ ଲେଖା ଯାଇଛି ଯେ, ରାହୁଲ ଗାନ୍ଧୀ ପ୍ରବାଶି ଶ୍ରମିକଙ୍କ ସହ ଭେଟି ତାଙ୍କ ଦୁଃଖ ଏବଂ କଷ୍ଟ ବିଷୟରେ ଚର୍ଚ୍ଚା କରିଥିଲେ। ଏବଂ ପରେ ତାଙ୍କୁ ଗାଡ଼ି ମାଧ୍ୟମରେ ତାଙ୍କ ଘରକୁ ପାଇଥିଲେ। ମିଳିଥିବା ଲିଙ୍କରେ କେବଳ ଗୋଟେ କିମ୍ବା ଦୁଇଟି ନୁହେଁ ବରଂ ଅନେକ ଶ୍ମିକ ହେଖିବାରୁ ମିଳିଛନ୍ତି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

ଏହା ପରେ ଆମକୁ ANI ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫୋଟୋ ମିଳିଲା। ଏହି ଟ୍ୱିଟ 16 ମେ ରେ କରାଯାଇଥିଲା। ଲିଙ୍କ ଅନୁସାରେ, ରାହୁଲ ଗାନ୍ଧୀ 16 ମଇ 2020 ରେ ଦିଲ୍ଲୀର ସୁଖଦେବ ବିହାର ଫ୍ଲାଏ ଓଭର ନିକଟରେ କିଛି ଶ୍ରମିକଙ୍କୁ ଭେଟିଥିଲେ। ଶ୍ରମିକମାନେ ହରିୟାଣାରୁ ଆସି ନିଜ ନିଜ ରାଜ୍ୟକୁ ଯାଉଥିଲେ। ରାହୁଲ ଗାନ୍ଧୀ ତାଙ୍କ ଦୁଃଖ ବିଷୟରେ ଜାଣିଲା ପରେ କିଛି କଂଗ୍ରେସ କର୍ମୀଙ୍କ ସାହାଯ୍ୟରେ ଶ୍ରମିକଙ୍କୁ ତାଙ୍କ ଘରକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିଥିଲେ। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- ANIArchive

ରାହୁଲ ଗାନ୍ଧୀଙ୍କ ଗସ୍ତର ସମ୍ପୂର୍ଣ୍ଣ ଭିଡିଓ କଂଗ୍ରେସ ଦଳର ୟୁଟ୍ୟୁବ ଆକାଉଣ୍ଟରେ ଉପଲବ୍ଧଥିବାର ପାଇଲୁ। ଏଥିରେ ଶ୍ରମିକ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ଯେ ସେ ଝାନ୍ସୀ ଯିବେ। ଏହା ପରେ  ଶ୍ରମିକମାନଙ୍କୁ ନେବା ପାଇଁ କଂଗ୍ରେସ ଦ୍ୱାରା ଗାଡ଼ି ବ୍ୟବସ୍ଥା କରାଯାଇଥିଲା। 14.20 ମିନିଟ୍ ପାଇଁ ଭିଡିଓରୁ ଦେଖାଯାଇଥିବା ଶ୍ରମିକମାନେ ତାଙ୍କ ଘର ଝାନ୍ସୀକୁ ଯିବାବେଳେ ନିଜର ଭାବନା ପ୍ରକାଶ କରିଛନ୍ତି। ତଳେ ଭିଡ଼ିଓ ଦେଖନ୍ତୁ। 

ଭାଇରାଲ  ଫଟୋରେ  ଆପଣ ଦେଖିଥିବେ ଦୁଇ ଶ୍ରମିକ କାରରେ ବସିଛନ୍ତି। କିନ୍ତୁ AJTAK ନ୍ୟୁଜ   ଚ୍ୟାନେଲରେ ଥିବା ଭିଡିଓରୁ ଏହା ସ୍ପଷ୍ଟ ହୋଇଛି ଯେ ରାହୁଲ ଗାନ୍ଧୀ ଶ୍ରମିକମାନଙ୍କ ପାଇଁ ଗାଡ଼ି ବ୍ୟବସ୍ଥା କରିଥିଲେ। ଏହି ସମସ୍ତ ଶ୍ରମିକଙ୍କୁ ଗାଡିରେ ଘରକୁ ପଠାଯାଇଥିଲା।

ନିମ୍ନରେ ଥିବା ଭିଡିଓର 1.15 ମିନିଟରୁ, ଆପଣ ଶ୍ରମିକମାନଙ୍କୁ କାରରେ ବସିଥିବାର ଦେଖିପାରିବେ। ଅର୍ଥାତ୍ କାରରେ ବସିଥିବା ଶ୍ରମିକଙ୍କ ଫଟୋ ମୂଳତ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଶ୍ରମିକମାନେ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋରେ ଥିବା ଦୁଇ ଶ୍ରମିକ ରାହୁଲ ଗାନ୍ଧୀଙ୍କ ସହ ଗାଡ଼ିରେ ଆସି ନଥିଲେ। ରାହୁଲ ଗାନ୍ଧୀ ଭଡ଼ାରେ ଶ୍ରମିକ ଆଣି ମିଛିରେ ଦୁଃଖ ପ୍ରକାଶ କରୁଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋରେଥିବା ପ୍ରବାଶି ଶ୍ରମିକ ଏବଂ ସେଠାରେ ଉପସ୍ଥିତ ସମସ୍ତ ଶ୍ରମିଙ୍କୁ ରାହୁଲ ଗାନ୍ଧୀ ଗାଡ଼ି ବ୍ୟବସ୍ଥା କରି ଘରୁ ପାଇଥିବାର ଫୋଟୋ ଅଟେ।

Avatar

Title:କ’ ଣ ରାହୁଲ ଗାନ୍ଧୀ ଶ୍ରମିକଙ୍କୁ ଭଡ଼ାରେ ଆଣି ରାସ୍ତାରେ ବସାଇ ଦୁଃଖ ବୁଝିବାର ନାଟକ କରୁଥିଲେ ?

Fact Check By: Saritadevi Samal 

Result: False

Leave a Reply

Your email address will not be published.