
ରାଜ୍ୟରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସହ ପୋଲିସ କର୍ମି ଏବଂ ଡାକ୍ତର ଅନେକ ପ୍ରୟାସ କରୁଛନ୍ତି। କୋରୋନା ଲକଡାଉନର ଚତୁର୍ଥ ପର୍ଯାୟ ସମାପ୍ତ ହେଲା ପରେ ରାଜ୍ୟରେ ସମସ୍ତ ଦୋକାନ ବଜାର ଖୋଲୁଥିବା ବେଳେ ଅନ୍ୟପଟେ କୋରୋନାକୁ ଚିନ୍ତା ଏଭଂ ରୋଗୀ ବଢ଼ିବାରେ ଲାଗିଛନ୍ତି। ଏବି ବିପଦ ସମୟରେ ଜନ ସାଧାରଣ ତାଙ୍କ ନେତା ଏବଂ ସରକାରଙ୍କ ସହାୟତା ଲୋଡୁଛନ୍ତି। 1 ଜୁନରେ Jay Congress ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପ୍ରତାପ ଷଡ଼ଙ୍ଗୀଙ୍କ ଫୋଟୋ ପେଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, ସେ ନିଖୋଜ ଅଛନ୍ତି। ଏବଂ ତାଙ୍କୁ ଖୋଜିବା ପାଇଁ ନୁରୋଧ କରାଯାଇଛି। ଏହାକୁ ନେଇ ସୋଲିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ତେବେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଗଲେ କୁଆଡ଼େ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 222 ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 58 କମେଣ୍ଟ ଏବଂ 467 ଲାଇକ ମିଧ୍ୟ ମିଳିଛି। ପୋଷ୍ଟକୁ ଲୋକେ ଅଧିକରୁ ଅଧିକ ସେୟାର କରିବାରେ ଲାଗିଛନ୍ତି। ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ– Facebook । Archive
ତେବେ କଣ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗି ନିଖୋଜ ଅଛନ୍ତି। ପୋଷ୍ଟର ସତ୍ୟତା ଜାଣିପା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଏହାକୁ ନେଇ ଅନେକ ଲିଙ୍କ ମିଳିଲା। 31 ମେ ରେ Knak newsର ୟୁଟ୍ୟୁବ ଚ୍ୟାନେଲରେ ସାଂସଦ ପ୍ରତାପ ଷଡ଼ଙ୍ଗିଙ୍କ ନିଖୋଜ ଖବରକୁ ନେଇ ପୋଷ୍ଟ କରାଯାଇଥିଲା। ଖବରରେ ପ୍ରକାଶ କରାଯାଇଛି ଯେ, ବାଲେଶ୍ୱର ଜିଲ୍ଲାରେ ଲୋକମାନେ ବିଗତ ଅନେକ ଦିନ ହେଲା ପ୍ରତାପ ଷଡ଼ଙ୍ଗିଙ୍କୁ ଦେଖ ନହାନ୍ତି। ପ୍ରତାପ ଷଡ଼ଙ୍ଗି କୋରୋନା ସଂକ୍ରମଣ ମହାମାରିରେ ମଧ୍ୟ ବାଲେଶ୍ୱ ଜିଲ୍ଲାରେ ଦେଖା ଯାଇ ନିହିନ୍ତି। ଖବର ଅନୁସାରେ ବିରୋଧି ଦଳର ଲୋକମାନେ ଜାଣିଶୁଣି ଏପରି କରିଥିବାର ସୂଚନା ମିଳିଛି। ତଳେ ଭିଡ଼ିଓର ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ 31 ମେ ରେ otv ନ୍ୟୁଜ ଚ୍ୟାନେଲର ଏକ ଭିଡ଼ିଓ ମିଳିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ , ସାଂସଦ ପ୍ରତାପ ସଡ଼ଙ୍ଗି ନିଖୋଜ ହୋଇ ନାହାନ୍ତି। ସେ ବିଗତ କିଛି ଦିନ ହେଲା ଅର୍ଥାତ୍ ଲକଡାଉନ ପୂର୍ବରୁ ସେ ଦିଲ୍ଲିରେ ଅଛନ୍ତି। ଖୋଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ମୁଁ କେବଳ ବାଲେଶ୍ୱରର ସାଂସଦ ନୁହେଁ, ଭାରତର ମନ୍ତ୍ରୀ। ଭୀରୁମାନେ ଏଭଳି କରନ୍ତି। ତେଣୁ ଏହାକୁ ଖାତିର କରେନି ବୋଲି ସେ ଜବାବ ଦେଇଛନ୍ତି। ତେବେ କଂଗ୍ରେସ ଏଭଳି ପୋଷ୍ଟର ମାରିନାହିଁ ବୋଲି ଦଳର ନେତା କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଖୋଜ ନେଇ ପୋଷ୍ଟର ମରା ଘଟଣାରେ 4 ଜଣଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ବିଜେପି ପକ୍ଷରୁ 4 ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି।
ବାଲେଶ୍ୱର ଷ୍ଟେସନ ଛକ ଓ ସହରର ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ମରାଯାଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ସୋସିଆଲ ମିଡିଆରେ ଏହାକୁ ଅପଲୋଡ୍ କରିଥିବା ଏତଲାରେ ଦର୍ଶାଯାଇଛି। ଏଭଳି ଅପପ୍ରଚାର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦଙ୍କ ସମ୍ମାନହାନୀ କରୁଥିବା ଦର୍ଶାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ଛଡ଼ା ଅଧିକ ସୂଚନା ପାଇଁ OTV English ଲିଙ୍କ ମଧ୍ୟ ଦେଖି ପାରିବେ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସାଂସଦ ପ୍ରତାପ ଷଡ଼ଙ୍ଗି ନିଖୋଜ ଥିବା ଦାବି ମିଥ୍ୟା ଅଟେ। ଖବର ଅନୁସାରେ ବିରୋଧି ଦଳ ଏପରି କାମ କରିଥିବାର ସୂଚନା ମିଳିଛି। ମିଥ୍ୟା ପ୍ରଚାର ଏବଂ ନିଖୋଜ ପୋଷ୍ଟର ଲଗାଇବା ଅଭିଜୋଗରେ ବାଲେଶ୍ୱର ପୋଲିସ ଥାନାରେ 4 ଜଣଙ୍କ ନାଁରେ ମାମଲା ରଜୁ କରାଯାଇଛି।

Title:କ’ଣ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଖୋଜ ଅଛନ୍ତି ?
Fact Check By: Saritadevi SamalResult: False