କ’ଣ ଚୀନ ସେନା ଠାରୁ ଭାରତୀୟ ସେନା ଦେଶକୁ ରକ୍ଷା କରୁଥିବା ଭିଡିଓ ଲଦାଖର? ଜାଣନ୍ତୁ ସତ୍ୟ।

False Social
image.jpg

ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଗମ୍ଭୀର ସ୍ଥିତି ଆଡ଼କୁ ପ୍ରଗତି କରୁଛି। ଦୁଇ ଦେଶ ପରସ୍ପର ସହିତ କଥା ଲାଗି ଏହି ସମସ୍ଯାର ସମାଧାନ ବାହାର କରିବାରେ ଲାଗିଛନ୍ତି। କିନ୍ତୁ ଗୋଟେ ଆଡ଼େ ଚୀନ ଭାରତ ସୀମାରେ ନିଜ ସୈନ୍ୟ ବଳ ଧୀରେ ଧୀରେ ବଢାଉଛି। ଏହି ଖବର ବର୍ତମାନ ମିଡିଆ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ କିଛି ପୁରୁଣା ଭିଡିଓ ମଧ୍ୟ ଭାଇରାଲ ହେଉଥିବା ଦେଖିବା କୁ ମିଳିଛି। ୫ ବର୍ଷ ପୁରୁଣା ଭିଡିଓ ୨୦୧୭ ମସିହାରେ ଦୋକଲାମ ରେ ଭାରତ ଏବଂ ଚୀନ ମଧ୍ୟରେ ହେଇଥିବା ସୀମା ବିବାଦସମୟରେ ଭାଇରାଲ ହେଇଥିଲା। ବର୍ତମାନ ସେହି ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ ବର୍ତମାନ ଲଦାଖ ର ସ୍ଥିତି ଦାବି ଦାବି ସହିତ ଭାଇରାଲ ହେଉଛି। କିନ୍ତୁ ଏହି ଭିଡିଓର ଦୋକଲାମ ବା ଲଦାଖ ସହିତ କୌଣସି ସମ୍ବନ୍ଧ ନାହିଁ। ୨୯ ମେ ରେ ବିଜେପି ଓଡ଼ିଶା ନାମକ ଫେସବୁକ ପେଜରେ ଏହି ଭିଡିଓଭାଇରାଲ କରା ଯାଇଅଛି। 

Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଜି ନ୍ୟୁଜ ଦ୍ଵାରା ପ୍ରସାରିତ ହେଇ ଥିବା ଗୋଟିଏ ଭିଡିଓ ୟୁଟ୍ୟୁବରେ ମିଳିଲା। ୨୫ ଅଗଷ୍ଟ ୨୦୧୪ ମସିହାରେ ପ୍ରସାରିତ ହେଇ ଥିବା ଏହି ଭିଡିଓରେ କୁହା ଯାଇଅଛି ଯେ ଚୀନ ର ରାଜ ଖୋଲି ଯାଇଛି। ଭାରତ ସେନା ଏବଂ ଚୀନ ସେନା ମଧ୍ୟ ରେ ସଂଗ୍ରାମ ର ଏହି ଭିଡିଓ ଚୀନର ଭୟଭୀତ ହେବା ଏବଂ ଭାରତୀୟ ସେନାର ବାହାଦୁରିର ପ୍ରମାଣ ଦେଇଛି। ଭିଡିଓରେ କୁହା ଯାଇଅଛି ଯେ ଏହା ଅରୁଣାଚଲ ପ୍ରଦେଶର ଘଟଣା। ଘଟଣା ଘଟିଥିବା ସମୟରେ ଭାରତ ସେନା ସୀମାର ସୁରକ୍ଷା କରୁଥିଲେ। ସେହି ସମୟରେ ଚୀନ ସୈନ୍ୟ ମାନେ ଆସି ସୀମାରେ ଥିବା ବାଡ଼ ଭାଙ୍ଗିବାର ଚେଷ୍ଟା କରିଲା। ଯେତେବେଳେ ଭାରତୀୟ ସେନା ପଛଘୁଞ୍ଚା ଦେଲା ନାହିଁ, ସେତେବେଳେ ଚିନୀ ସେନା କଥା ବାରତା ଲାଗିବା ଆରମ୍ଭ କରିଲେ। 

୨୯ ଅଗଷ୍ଟ ୨୦୧୪ ମସିହାରେ ଚାଈନାର ଟିକ୍ସିୟୁ ନାମକ ପତ୍ରିକା ସାଇଟରେ ଏହି ଘଟଣାର ବର୍ଣନା କରା ଯାଇଅଛି। ଏହି ଚିନୀ ପତ୍ରିକା କହିବା ଅନୁଯାୟୀ ସୀମାରେ ଥିବା ଗୋଟିଏ ଲାମ୍ବା ବାଡ଼ କୁ ନେଇ ଭାରତ ଏବଂ ଚୀନ ସୈନ୍ୟ ମୁହାଁମୁହିଁ ହେଲେ ଓ ତାଙ୍କ ମଝିରେ ଖୁବ ଝଗଡ଼ା ମଧ୍ୟ ହେଲା। ଭାରତୀୟ ମିଡିଆ ଏହି ଘଟଣାକୁ ନେଇ ଗୋଟିଏ ଫୋଟୋ ମଧ୍ୟ ଶେୟାର କରିଥିଲା। ଫୋଟୋରୁ ଦେଖିବାକୁ ମିଳିଛି ଯେ ଭାରତ ସୀମାରେ ଗୋଟିଏ ଲାମ୍ବା ବାଡ଼ ଛିଡା କରିଛି ଏବଂ ନିଜ ସୈନିକ ମାନଙ୍କ ପାଇଁ ଗୋଟିଏ ଛୋଟ କ୍ୟାମ୍ପ ମଧ୍ୟ କରିଛି। ଏହି ବାଢ଼ ଦେଖିଲା ପରେ ଚିନୀ ସୈନିକ ମାନେ ଖୁବ କ୍ରୋଧିତ ହେଲେ ଏବଂ ଏହି କାନ୍ଥରୁ ଖାଲି ହାତରେ ପଥର କାଢିବାକୁ ଲାଗିଲେ। 

tixiue.jpg

Tixiue | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ୨୦୧୪ ମସିହାର ଅରୁଣାଚଳ ପ୍ରଦେଶର ତବାଙ୍ଗ ଆଞ୍ଚଲର ଘଟଣା ଅଟେ। ଏହି ଭିଡିଓର ବର୍ତମାନ ସମୟରେ ଲଦାଖ ରେ ଚାଲୁ ଥିବା ସୀମା ବିବାଦ ସହିତ କୌଣସି ସମ୍ବନ୍ଧ ନାହିଁ। ୨୦୧୪ ମସିହାର ପୁରୁଣା ଭିଡିଓକୁ ବର୍ତମାନ ସମୟର କହି ଗୁଜବ ସୃଷ୍ଟି କରା ଯାଉଛି।

Avatar

Title:କ’ଣ ଚୀନ ସେନା ଠାରୁ ଭାରତୀୟ ସେନା ଦେଶକୁ ରକ୍ଷା କରୁଥିବା ଭିଡିଓ ଲଦାଖର? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *