
କୋରୋନା ମାହମାରି ବିପତ ସମୟରେ ଦେଶର ଅର୍ଥନିତି କମ ହେବାରେ ଲାଗିଛି। ଏହାକୁ ନେଇ ଦେଶରେ ଚିନ୍ତା ବଢ଼ିବାରେ ଲିଗିଛି। ଏଥି ମଧ୍ୟରେ ଅମିତ ଶାହଙ୍କ ନାମରେ ଏକ ଖବର ଭାଇରାଲ ହେଉଛି। 1 ଜୁନରେ Jay congress ନାମକ ଜଣେ ଫେସବୁକ ୟୁଜର ଆଜତକ ନ୍ୟୁଜ ଚ୍ୟାନେଲର ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଅମିତ ଶାହ କୌଣସି ସମ୍ପର୍କରେ ଚର୍ଚ୍ଚା କରୁଥଇବାର ଦେଖା ଯାଉଛିନ୍ତି। ଏହା ଛଡ଼ା ଫୋଟୋରେ ଦାବି କରାଯାଇଛଇ ଯେ, ଅମିତ ଶାହ 41 କୋଟି ନାଗରିକଙ୍କ ଆକାଉଣ୍ଟକୁ 53 କୋଟି ପଠାଇଛନ୍ତି। ଯାହାକି ପ୍ରତେକ ନାଗରିକଙ୍କ ଆକାଉଣ୍ଟକୁ 1.29 ଟଙ୍କା ପଡୁଥିବାର ଲେଖା ଯାଇଛି। ଫେସବୁକ ୟୁଜର ଜଣକ ଏହାକୁ କଟାକ୍ଷ କରି କହିଛନ୍ତି ଯେ, 41 କୋଟି ନାଗରିକଙ୍କ ଆକାଉଣ୍ଟକୁ 53 କୋଟି ଯଦି ଅମିତ ଶାହ ପଠାଇଛନ୍ତି ତାହାଲେ ଦେଶର ପ୍ରତେକ ନାଗରିକଙ୍କ ଆକାଉଣ୍ଟକୁ 1 ଟଙ୍କେ 29 ପଇସା ମିଳିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 15 ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ 162 ଲାଇକ ଏବଂ 16 କମେଣ୍ଟ ମିଳିଛି। ତେଳେ ପୋଷ୍ଟର ଆରକାଇଭ୍ ଲିଙ୍କ୍ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଅମିତ ଶାହ 41 କୋଟି ନାଗରିକଙ୍କ ଆକାଉଣ୍ଟକୁ 53 କୋଟି ପଠାଇଛନ୍ତି। ଯେଉଁଥିରେ ପ୍ରତ୍ୟେକ ନାଗରିକଙ୍କ ଖାତାକୁ ମାତ୍ର 1.29 ପଇସା ଆସିଛି। ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଦାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଏହାକୁ ନେଇ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଏହାକୁ ନେଇ ଆମକୁ କିଛି ଲିଙ୍କ ମିଳିଲା। 31 ମେ ରେ Ajtak facebook ପେଜରେ ଭାଇରାଲ ପୋଷ୍ଟ ବିଷୟରେ ସୂଚନା ଦିଆ ଯାଇଛି। ଖବର ଅନୁସାରେ ଅଂଜନା ଓମ କଶ୍ୟପ ଅମିତ ଶାହକୁ ପଚାରିଥିଲେ ଯେ, ଭାରତରେ କୋରୋନା ମହାମାରିରେ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ପାଇଁ ସରକାର କିଛି ସହାୟତା ରାଶି ପଠାଇଛନ୍ତି କି? ଏହାର ଉତ୍ତରରେ ଅମିତ ଶାହ କହିଥିଲେ ଯେ, ଦେଶର 41 କୋଟି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ 53,000 କୋଟି ଟଙ୍କା ପ୍ରଦାନ କରାଯାଇଛି।
କିନ୍ତୁ ଚ୍ୟାନେଲର ହଠାତ୍ ସ୍କ୍ରୋଲରେ 53,000 କୋଟିରୁ 53 କୋଟି ଟଙ୍କା ଲେଖାଯାଇଥିଲା। ଯାହାକି ଭୁଲ ବସତହ ହୋଇଥିଲା। ଏହାର ସ୍ପଷ୍ଟି କରଣ କରିବା ପାଇଁ ଫେସବୁକରେ ଅମିତ ଶାହ ସହ ଚର୍ଚ୍ଚା ହେଉଥିବା ଭିଡ଼ିଓ ଏବଂ ସଠିକ ତଥ୍ୟ ଦେଇ ପ୍ରକାଶିତ କରିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Aajtak facebook link
ଏହା ପରେ ଆମକୁ ଅମିତ ଶାହଙ୍କ Tweet ମିଳିଲା। ଯେଉଁଥିରେ ସେ ସ୍ପଷ୍ଟ ଲେଖି ଛନ୍ତି ଯେ, ଦେଶର 41 କୋଟି ନାଗରିକଙ୍କୁ 53,000 କୋଟି ଟଙ୍କା ତାଙ୍କ ଆକାଉଣ୍ଟକୁ ପଠା ଯାଇଛି। 20 କୋଟି ମହିଳାଙ୍କ ଖାତାକୁ 20,000 କୋଟି, 8.2 କୋଟି କୃଷକଙ୍କ ଖାତାକୁ 16,394 କୋଟି ଏବଂ 36 ପ୍ରଦେଶିମାନଙ୍କୁ 83.87 ଲକ୍ଷ ମାଟ୍ରିକ ଟନ ଚାଉଳ ଦିଆ ଯାଇଛି। ଏହା ଶହ ଅମିତ ଶାହ ଆଜତକ ଚ୍ୟାନେଲର ଭିଡ଼ିଓ ମଧ୍ୟ ପୋଷ୍ଟ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
मोदी जी द्वारा दी गयी राहत हर राज्य के लोगों तक पहुँची है, जैसे-
— Amit Shah (@AmitShah) May 30, 2020
• 41 करोड़ गरीबों के खाते में ₹53,000 करोड़।
• 20 करोड़ महिलाओं के खाते में ₹20000 करोड़।
• 8.2 करोड किसानों को खाते में ₹16,394 करोड़।
• 36 प्रदेशों को 83.87 लाख मीट्रिक टन अनाज दिया गया है। pic.twitter.com/phWMTojYwM
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଅମିତ ଶାହ 41 କୋଟି ନାଗରିକଙ୍କ ଆକାଉଣ୍ଟକୁ 53 କୋଟି ଟଙ୍କା ପଠାଇଥିବା ଦାବି ମିଥ୍ୟା ଅଟେ। ଉପରୋକ୍ତ ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଆଜତକ ନ୍ୟୁଜ ଚ୍ୟାନେଲରେ 41 କୋଟି ନାଗରିକଙ୍କ ଆକାଉଣ୍ଟକୁ 53,000 କୋଟି ଟଙ୍କା ପଠାଇଥିବା ବଦଳରେ 41 କୋଟି ନାଗରିକଙ୍କ ଆକାଉଣ୍ଟକୁ 53 କୋଟି ଟଙ୍କା ପଠାଯାଇଥିଲା ବୋଲି ଭୁଲରେ ଲେଖା ହୋଇଥିଲା। ପରେ ଅମିତ ଶାହ ଏବଂ ଆଜତକ ଚ୍ୟାନେଲ ଏହାକୁ ଠିକ ମଧ୍ୟ କରିଥିଲେ।

Title:କ‘ଣ ଅମିତ ଶାହା କହିଛନ୍ତି ଯେ , ସେ ପ୍ରତେକ ନାଗରିକମାନଙ୍କ ଆକାଉଣ୍ଟକୁ 1.25 ଟଙ୍କା ଦେଇଛନ୍ତି?
Fact Check By: Saritadevi SamalResult: False