
ଗତ କିଛି ମାସ ହେଲା ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଆମକୁ ଦେଖିବା କୁ ମିଳିଛି ଯେ ଜଣେ ମହିଳା ବିଜେପି ସରକାର ଉପରେ ନିଜ ନିରାଶା ବ୍ୟକ୍ତ କରୁଛନ୍ତି। ୧ ଜୁନ ରେ ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଏହି ଭିଡିଓ ଭାଇରାଲ କରି ଦାବି କରିଛନ୍ତି ଯେ ବିଜେପି ସରକାର ଆଲୋଚନା କରୁଥିବା ମହିଳା ଅଟଳ ବିହାରୀ ବାଜପାୟୀଙ୍କ ଭାଣଜୀ ଅଟନ୍ତି। ଏହି ପୋଷ୍ଟକୁ ୪୪୯ ଲାଇକ୍ସ ଏବଂ ୩୫୧ ଥର ଶେୟାର କରା ଯାଇ ସାରିଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୧୮ ଜାନୁଆରୀ ୨୦୨୦ ରେ ୟୁଟ୍ୟୁବ ରେ ଅପ୍ଲୋଡ କରା ଯାଇଥିବା ମିଳିଛି। ଏହି ଭିଡିଓ ସିଏଏ ଏବଂ ଏନ.ଆର.ସି. ସମୟର ଭିଡିଓ ଅଟେ। ଏହି ମହିଳା ସିଏଏ ନେଇ ସରକାରଙ୍କ ଆଲୋଚନା କରୁଥିବା ଜଣା ପଡ଼ିଛି।
ଏହି ବିଷୟର ସତ୍ୟତା ଜାଣିବା ପାଇଁ ଆମେ ପୋଷ୍ଟ କର ଯାଇ ଥିବା ଭିଡିଓ ଦେଖିଲୁ। ଆମେ ଦେଖିବା କୁ ପାଇଲୁ ଯେ ଭିଡିଓର ତଳେ HNP News ଲେଖା ଯାଇଅଛି।
ଆମେ ଗୁଗୁଲରେ ଯାଇ HNP News ଟାଇପ କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ଭିଡିଓର ୟୁଟ୍ୟୁବ ଲିଙ୍କ ଦେଖିବାକୁ ମିଳିଲା। ଭିଡିଓର ଦେଢ ମିନିଟ ପରେ ଏହି ମହିଳାଙ୍କ ବିଷୟରେ ଲେଖା ଯାଇଥିବା ପାଇଲୁ। ଏହି ମହିଳାଙ୍କ ନାମ ଆତିୟା ଅଲ୍ବି ଅଟେ ଆଉ ଏହି ମହିଳା ଜଣେ ସମାଜସେବି।
ଆମ ଅନୁସନ୍ଧାନ ରେ ବର୍ତମାନ ତକ ଆମେ ଏହି ମହିଳାଙ୍କ ବିଷୟରେ ଖୋଜି ବାହାର କରିଲୁ। ଏହା ପରେ ଆମେ ଖୋଜିଲୁ ଯେ କ’ଣ ଏହି ମହିଳାଙ୍କ ବାଜପାୟୀଙ୍କ ସହିତ କେଉଁ ପ୍ରକାର ର ସମ୍ପର୍କ ଅଛି। ଏହି ବିଷୟରେ ପ୍ରମାଣ ଖୋଜିବା ପାଇଁ ଆମେ ଗୁଗୁଲରେ ଯାଇ ବାଜପାୟୀଙ୍କ ବଂଶାନୁକ୍ରମିକ (Geneology of Vajpayee ji) ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୱାନ ଇଣ୍ଡିଆ ନ୍ୟୁଜ ଦ୍ଵାରା ୟୁଟ୍ୟୁବ ରେ ପ୍ରସାରିତ ଗୋଟିଏ ଭିଡିଓ ମିଳିଲା। ୧୬ ଅଗଷ୍ଟ ୨୦୧୮ ମସିହାରେ ପ୍ରସାରିତ ହେଇ ଥିବା ଏହି ଭିଡିଓରେ କୁହା ଯାଇ ଅଛି ଯେ ଅଟଳ ବିହାରୀ ବାଜପାୟୀ ଆଉ ଆମ ମଧ୍ୟରେ ନାହାନ୍ତି। ସେ ଅବିବାହିତ ଥିଲେ। ୨୦୦୯ ରୁ ସେ ହୁଇଲ ଚେୟାର ରେ ଥିଲେ। ତାଙ୍କ ପରିବାର ଗ୍ଵାଲିୟରରେ ରହୁଛନ୍ତି। ତାଙ୍କ ପିତା କୃଷ୍ଣ ବିହାରୀ ବାଜପାୟୀ ଜଣେ ଶିକ୍ଷକ ଥିଲେ ଆଉ ମାଁ ଗୃହଣୀ ଥିଲେ। ତାଙ୍କ ୩ ଭାଇ ଏବଂ ୩ ଭଉଣୀ ଥିଲେ। ତାଙ୍କ ଝିଆରୀଙ୍କ ନାମ କାନ୍ତି ମିଶ୍ର ଏବଂ ଭାଣଜୀଙ୍କ ନାମ କରୁଣା ସୁଖଳା ଅଟେ। ତାଙ୍କ ପୂତରାଙ୍କ ନାମ ଦୀପକ ବାଜପାୟୀ ଆଉ ଭଣଜା ଅରୂପ ମିଶରା ପରିବାର ସହିତ ଦିଲ୍ଲୀ ରେ ରହୁଛନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଭିଡିଓରେ ଥିବା ମହିଳାଙ୍କର ବାଜପାୟୀଙ୍କ ସହିତ କୌଣସି ସମ୍ପର୍କ ନାହିଁ। ମହିଳାଙ୍କ ନାମ ଆତିୟା ଅଲ୍ୱି ଅଟେ ଓ ସେ ଜଣେ ସମାଜସେବି। ବାଜପାୟୀଙ୍କ ଝିୟାରିଙ୍କ ନାମ କାନ୍ତି ମିଶ୍ରା ଏବଂ ଭାଣଜୀଙ୍କ ନାମ କରୁଣା ସୁଖ୍ଲା ଅଟେ।

Title:କ’ଣ ଭିଡିଓରେ ମୋଦୀ ସରକାର ର ଆଲୋଚନା କରୁ ଥିବା ମହିଳା ଅଟଳ ବିହାରୀ ବାଜପାୟୀଙ୍କ ଭାଣଜୀ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False