କ’ଣ ଆମ ଦେଶର ନାମ ଇଣ୍ଡିଆ ତୁ ବଦଳାଈ ଭାରତ କରିବା ପାଇଁ ସୁପ୍ରିମ କୋର୍ଟ ଅନୁମତି ଦେଇଛି? ଜାଣନ୍ତୁ ସତ୍ୟ।

False Social

ଦେଶରେ ବିଭିନ୍ନ ପ୍ରକାର ଚର୍ଚା ଚାଲୁଅଛି। ଗତ କିଛି ମାସ ହେବ ମେକ୍ ଇନ ଇଣ୍ଡିଆ, ମେଡ୍ ଇନ ଇଣ୍ଡିଆ ଇତିୟାଦୀ ଶୁଣିବାକୁ ମିଳିଛି। କୋରୋନା ଦେଶରେ ନିଜ କାୟା ବିସ୍ତାର କରିଲା ପରେ ଲୋକେ ସ୍ଵଦେଶୀ ସାମଗ୍ରୀ ଅପନାଇବା ପାଇଁ ଚାହୁଁଛନ୍ତି। ଏହି ମଧ୍ୟରେ କିଛି ଦିନ ପୂର୍ବରୁ ଗୋଟିଏ ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଇଛି। ଜଣେ ବ୍ୟକ୍ତି ସୁପ୍ରିମ କୋର୍ଟରେ ଦେଶର ନାମ ଇଣ୍ଡିଆ ରୁ ଭାରତ କରିବା ପାଇଁ ନିବେଦନ କରିଛନ୍ତି। 

ନମହ ନାମକ ଜଣେ ବ୍ୟକ୍ତି ସୁପ୍ରିମ କୋର୍ଟରେ ଦେଶର ନାମ ଇଣ୍ଡିଆ ରୁ ବଦଳାଇ ଭାରତ କରିବା ପାଇଁ ନିବେଦନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଭାରତ ନାମ ରେ ଦେଶରେ ଜାତୀୟତା ଏବ ଗର୍ବ ର ପରିବେଶ ବଢିବ। ସେ କହିଛନ୍ତି ଯେ ଦେଶର ଗୋଟିଏ ମାତ୍ର ନାମ ରହିବା ଦରକାର। ସେ କହିଛନ୍ତି ଯେ ଅନେକ ସରକାରୀ କାଗଜ ରେ ଅଲଗା ଅଲଗା ନାମ ରହିଛି। ଆଧାର କାର୍ଡ ରେ ଭାରତ ସରକାର ରହି ଥିବା ବେଳେ ଅନେକ କିଛି ସରକାରୀ କାଗଜ ରେ “ଯୁନିଅନ ଅଫ ଇଣ୍ଡିଆ” ବା “ରିପବ୍ଲିକ ଅଫ ଇଣ୍ଡିଆ” ରହିଛି। ଅଲଗା ଅଲଗା ନାମ ରହିବା ରୁ ଦେଶରେ ଲୋକଙ୍କ ମନରେ ଦ୍ଵନ୍ଦ୍ଵ ହେଉଛି। 

ଏହି ଘଟଣା ନେଇ ଜଣେ ଫେସବୁକ ୟୁଜର ୪ ଜୁନରେ ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି ଯେ ସୁପ୍ରିମ କୋର୍ଟ ଦେଶର ନାମ ଇଣ୍ଡିଆ ରୁ ଭାରତ ପରିବର୍ତନ କରିବାର ଅନୁମତି ଦେଇ ସାରିଛି। ଏହି ନୂଆ ନାମ ୧୫ ଜୁନ ଠାରୁ ଲାଗୁ ହେବ ବୋଲି ସେ ଦାବି କରିଛନ୍ତି। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାରେ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ୪ ଜୁନ ରେ ଦି ଇକୋନୋମିକ ଟାଇମସ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ବୁଧୁବାର ଦିନ ସୁପ୍ରିମ କୋର୍ଟ ଦେଶର ନାମ ଇଣ୍ଡିଆରୁ ବଦଳାଇ ଭାରତ କରିବା ପାଇଁ କରା ଯାଇ ଥିବା ନିବର୍ଦନ କୁ ଖାରଜ କରି  ଦେଇଛି। କିନ୍ତୁ ସୁପ୍ରିମ କୋର୍ଟ ନିବେଦନ କରିଥିବା ବ୍ୟକ୍ତି କୁ ସରକାର ପାଖକୁ ଯାଇ ଦେଶର ନାମ ବଦଳେଇବା ପାଇଁ ନିବେଦନ କରି ପାରିବେ। ଚିଫ୍ ଜଷ୍ଟିସ ଏସ.ଏ.ବୋବଡେ ଜାଣିବାକୁ ଚାହିଲେ ଯେ ଏହି ନିବେଦନ କ’ଣ ପାଇଁ କରା ଯାଇଅଛି। ନିବେଦନ କରି ଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ ଇଣ୍ଡିଆ ନାମର ମୂଳ ପାର୍ସି ଭାଷାରୁ ଆସିଅଛି। ଏହା ପରେ ବିଚାରପତି ନିବେଦନ କୁ ଖାରଜ କରିଛନ୍ତି।

economic times.jpg

The Economic Times | Archive  

୩ ଜୁନ ରେ ୱାନ ଇଣ୍ଡିଆ ନିଜ ୟୁଟ୍ୟୁବ ଛେନାଲରେ ଏହି ବିଷୟ ନେଇ ଗୋଟିଏ ଭିଡିଓ ପ୍ରସାରିତ କରିଛି। ଏହି ଭିଡିଓରେ କୁହା ଯାଇଅଛି ଯେ ସୁପ୍ରିମ କୋର୍ଟ କହିଛି ଯେ ସେ ଦେଶର ନାମ ଇଣ୍ଡିଆରୁ ବଦଳାଇ ଭାରତ କରିବା ବିଷୟରେ ହସ୍ତକ୍ଷେପ କରିବା ନାହିଁ। ଚିଫ୍ ଜଷ୍ଟିସ ବୋବଡେ କହିଛନ୍ତି ଯେ ସୁପ୍ରିମ କୋର୍ଟ ଏହି ମାମଲାରେ କିଛି କରି ପାରିବ ନାହିଁ କାହିଁକି କି ଦେଶର ସମ୍ବିଧାନରେ ଅନୁଛେଦ ୧ ରେ “ଭାରତ ମାନେ ଇଣ୍ଡିଆ, ରାଜ୍ୟର ସଂଘ ହେବ “ ବୋଲି ଲେଖା ଯାଇଅଛି। ନିବେଦନ କରିଥିବା ଲୋକ କହିଛନ୍ତି ଯେ ଇଣ୍ଡିଆ ଶବ୍ଦ ଗୁଲାମିର ପରିଚୟ ଅଟେ। 

୪ ଜୁନ ରେ ଏହି ବିଷୟ ନେଇ ହିନ୍ଦୁସ୍ଥାନ ଟାଇମସ ମଧ୍ୟ ଟୁଇଟ କରି କହିଛି ଯେ ସମ୍ବିଧାନରେ ଇଣ୍ଡିଆର ନାମ ଭାରତ ବୋଲି କୁହା ଯାଇ ଥିବା ରୁ ସୁପ୍ରିମ କୋର୍ଟ ଦେଶର ନାମ ବଦଳାଇବାର ନିବେଦନକୁ ଖାରଜ କରି ଦେଇଛନ୍ତି। 

Archive

ଏହା ପରେ ଆମେ ଗୁଗୁଲରେ ଯାଇ ସମ୍ବିଧାନ ରେ କଣ ଲେଖା ଯାଇଅଛି ଖୋଜିଲୁ। ଭାରତ ସରକାର ୱେବସାଇଟ ରେ ଆମକୁ ଏହି ବିଷୟରେ ସୂଚନା ମିଳିଲା। ଏଥିରେ ଲେଖା ଯାଇଅଛି ଯେ “ଇଣ୍ଡିଆ ଅର୍ଥାତ ଭାରତ ରାଜ୍ୟମାନଙ୍କର ସଂଘ ହେବ। ଏହା ସାରବତମ ସମାଜବାଦୀ ଗଣତାନ୍ତ୍ରିକ ଗଣତନ୍ତ୍ର ହେବ ଯାହାର ସଂସଦ ଯେପରି ଉଚିତ ବୋଲି ବିବେଚନା କରେ ସେପରି ନିବନ୍ଧନ ଓ ସର୍ଭ ଅନୁସାରେ ବିଧି ଦ୍ଵାରା ନୂତନ ରାଜ୍ୟମାନ ସଂଘ ମଧ୍ୟରେ ଗ୍ରହଣ କରି ପାରେ ବା ସ୍ଥାପନ କରି ପାରେ। 

constitution.jpg

Indian Government | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ସୁପ୍ରିମ କୋର୍ଟ ଦେଶର ନାମ ଇଣ୍ଡିଆ ରୁ ବଦଳାଇ ଭାରତ କରିବା ନିବେଦନ କୁ ଖାରଜ କରିଛି। ଚିଫ୍ ଜଷ୍ଟିସ ଏସ.ଏ.ବୋବଡେ କହିଛନ୍ତି ଯେ ସମଭିଧାନର ଅନୁଛେଦ ୧ ରେ “ଇଣ୍ଡିଆ ମାନେ ଭାରତ” ବୋଲି ଲେଖା ଯାଇଅଛି। 

Avatar

Title:କ’ଣ ଆମ ଦେଶର ନାମ ଇଣ୍ଡିଆ ତୁ ବଦଳାଈ ଭାରତ କରିବା ପାଇଁ ସୁପ୍ରିମ କୋର୍ଟ ଅନୁମତି ଦେଇଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *