କ’ଣ ନିତୀଶ କୁମାରଙ୍କ ଗାଡ଼ି ଉପରେ ପଥର ଫୋଫାଡ଼ୁ ଥିବା ଭିଡିଓ ବର୍ତମାନ ସମୟର? ପ୍ରକୃତର ଘଟନା କ’ଣ? ଜାଣନ୍ତୁ ସତ୍ୟ।

False Social

ଆଗାମୀ ଦିନରେ ବିହାର ନିର୍ବାଚନ ହେବା କୁ ଯାଉଥିବା ସମୟରେ ବିହାର ରାଜ୍ୟର କିଛି ଘଟଣା ସାମନାକୁ ଆସିଛି। ୧୦ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ବିହାର ର ଗୋଟିଏ ଗାଁର ଲୋକ ମାନେ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଗାଡ଼ି ଉପରକୁ ଇଟା ପଥର ମାଡ଼ କରୁଛନ୍ତି।

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଗୁଗୁଲ ଇନଭିଦ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଏଫଆରଏମ ରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମଏ ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ନ୍ୟୁଜ ୧୮ ଦ୍ଵାରା ପ୍ରସାରୀ ଗୋଟିଏ ଭିଡିଓ ଫେସବୁକରେ ମିଳିଲା। ୧୩  ଜାନୁଆରୀ ୨୦୧୮ ମସିହା ରେ ପ୍ରସାରିତ ହେଇ ଥିବା ଏହି ଭିଡିଓ ରେ କୁହା ଯାଇଅଛି ଯେ ବକ୍ସାର ଜିଲ୍ଲାର ଲୋକ ମାନେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଗାଡ଼ି ଉପରେ ପଥର ମାଡ଼ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିକାଶ ସମୀକ୍ଷା ଯାତ୍ରା ପାଇଁ ଗୋଟିଏ ଗାଁ କୁ ଯାଉ ଥିବା ସମୟରେ ଏହି ଘଟଣା ଘଟି ଥିଲା। ଏହି ଗାଁ ଲୋକ ମାନେ ଗୋଟିଏ କାର ଉପରେ ମଧ୍ୟ ଚଢି ଯାଇଥିଲେ। ଏହି ସମୟରେ ଗୋଟିଏ କାର କାନ୍ଥ ରେ ପିଟି ହେଇ ଯାଇଥିଲା। ନିତୀଶ କୁମାର ବିନା କ୍ଷତି ଗ୍ରସ୍ତ ହେଇ ବଞ୍ଚି ପଳେଈ ଥିବା ସମୟରେ ଅନେକ ପୋଲିସ କର୍ମୀ ଏହି ଘଟଣାରେ ଆହତ ହେଇଥିଲେ। ପଥର ଫୋପାଡ଼ୁ ଥିବା ଲୋକ ମାନଙ୍କ ଉପରେ ପୋଲିସ ଲାଠି ମାଡ଼ କରିଥିଲେ। ମହିଳା ଏବଂ ପିଲା ମାନେ ମଧ୍ୟ ପଥର ମାଡ଼ କରିଥିବା ଦେଖା ଯାଇଅଛି। 

Archive

ଏହା ପରେ ଆମେ ଏହି ବିଷୟରେ ଜାଣିବା ପାଇଁ ଗୁଗୁଲରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୨ ଜାନୁଆରୀ ରେ ଏନ.ଡି.ଟି.ଭି ଦ୍ଵାରା ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଲେଖା ଯାଇ ଅଛି ଯେ ବିକାଶ ସମୀକ୍ଷା ଯାତ୍ରା କରୁଥିବା ସମୟରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ କାର ଉପରେ ପଥର ମାଡ଼ ହେଇଥିଲା। ଏହି ଘଟଣାରେ ନିତୀଶ କୁମାରଙ୍କୁ କିଛି କ୍ଷତି ହେଇ ନଥିବା ସମୟରେ ତାଙ୍କ ସୁରକ୍ଷା ବଳ କିଛି ଅଧିକାରୀ ଆହତ ହେଇଛନ୍ତି। ରିପୋର୍ଟ ଅନୁଯାୟୀ ନନ୍ଦନ ଗାଁ ଲୋକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଦଳିତ ଲୋକଙ୍କ ବସ୍ତି କୁ ଆସିବା ଆଶା ରଖିଥିବା ସମୟରେ ଏହା ନେଇ ମତଭେଦ ହେଇଥିଲା ଏବଂ ପଥର ଫିଙ୍ଗିବା ଆରମ୍ଭ ହେଇଥିଲା। 

NDTV.jpg

NDTV | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୮ ମସିହାର ଅଟେ। ଏହି ଭିଡିଓର ସାମ୍ପ୍ରତିକ ସାମୀ ସହିତ କୌଣସି ସମ୍ବନ୍ଧ ନାହିଁ। ପୁରୁଣା ଭିଡିଓ ଭାଇରାଲ କରି ଗୁଜବ ସୃଷ୍ଟି କରା ଯାଉଅଛି। 

Avatar

Title:କ’ଣ ନିତୀଶ କୁମାରଙ୍କ ଗାଡ଼ି ଉପରେ ପଥର ଫୋଫାଡ଼ୁ ଥିବା ଭିଡିଓ ବର୍ତମାନ ସମୟର? ପ୍ରକୃତର ଘଟନା କ’ଣ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *