କ’ଣ ଚୀନ ବିରୁଦ୍ଧରେ କୌଣସି କାର୍ଯ୍ୟାଅନୁଷ୍ଠାନ ନେଇ ଣ ଥିବା ରୁ ମହିଳା ମାନେ ମୋଦୀଜି ଙ୍କ ପୁତୁଳା କୁ ମାଡ଼ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

False Social

୨୬ ଜୁନ ୨୦୨୦ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରି ଦାବି କରିଛନ୍ତି ଯେ ଚୀନ ବିରୋଧରେ ଯେ ପଯ୍ୟନ୍ତ କିଛି ଦୃଢ଼ କାଯ୍ୟଅନୁଷ୍ଠାନ ଗ୍ରହଣ ନ କରିଛନ୍ତି ସେତେ ପଯ୍ୟନ୍ତ ଦେଶରେ ଏମିତି ଚାଲିବ। 

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପ୍ରଥମେ ଏହି ଭିଡିଓ କୁ ଗୁଗୁଲ ଇନଭିଡ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କୃଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଜଣା ପଡ଼ିଲା ଯେ ଏହି ଭିଡିଓ ବିଗତ କିଛି ବର୍ଷ ଧରି ସୋଶଲ ମିଡିଆ ଏବଂ ୟୁଟ୍ୟୁବ ରେ ଅପ୍ଲୋଡ ହେଇ ଅଛି। କିନ୍ତୁ ଏହି ସନ୍ଦର୍ଭ ରେ ଆମକୁ ବିଶେଷ କିଛି ଜ୍ଞାନ ନାହିଁ ଯେ ଏହି ଭିଡିଓ କେଉଁଠିକାର ଏବଂ କେବେର। 

search result.png

Link

ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଭିଡିଓ ୩ ଏପ୍ରିଲ ୨୦୧୮ ମସିହାରେ ୟୁଟ୍ୟୁବ ରେ ପ୍ରସାରିତ ହେଇଥିବା ମିଳିଲା। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଏହି ଭିଡିଓର ବର୍ତମାନ ସମୟରେ ଚୀନ ସହିତ ଚାଲୁ ଥିବା ସୀମା ବିବାଦ ସହିତ କୌଣସି ସମ୍ବନ୍ଧ ନାହିଁ। 

ଶେଷକଥା: 

ଆମ ଅବୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ପୋଷ୍ଟରେ କରା ଯାଇ ଥିବା ଦାବି ଯେ ଏହି ଭିଡିଓ ରେ ଲୋକେ ଚୀନ ବିରୁଦ୍ଧରେ କୌଣସି କାର୍ଯ୍ୟଅନୁଷ୍ଠାନ ନ କରି ଥିବା ରୁ ମୋଦୀଜିଙ୍କ ଉପରେ ନିଜର କ୍ରୋଧ ବ୍ୟକ୍ତ କରୁଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଏହି ଭିଡିଓ ୨୦୧୮ ମସିହାର ଅଟେ। ପୁରୁଣା ଭିଡିଓ କୁ ବର୍ତମାନ ସମୟର କହି ଭାଇରାଲ କରା ଯାଉଅଛି। 

Avatar

Title:କ’ଣ ଚୀନ ବିରୁଦ୍ଧରେ କୌଣସି କାର୍ଯ୍ୟାଅନୁଷ୍ଠାନ ନେଇ ଣ ଥିବା ରୁ ମହିଳା ମାନେ ମୋଦୀଜି ଙ୍କ ପୁତୁଳା କୁ ମାଡ଼ ମାରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *