କ’ଣ ପେଟିଏମ୍ ଚାଇନୀଜ ଏପ୍ ହେଇଥିବାରୁ ମଧ୍ୟ ମୋଦୀ ଏହା କୁ ବ୍ୟାନ କରିଲେ ନାହିଁ? ଜାଣନ୍ତୁ ସତ୍ୟ।

False Social
images.jpg

ବିଗତ ଦିନ ରେ ଭାତ ଚୀନ ସୀମା ରେ ଯୁଧ୍ୟ ହେଇଥିବାରୁ ୨୦ ଭାରତ ସୈନ୍ୟ ଶହିଦ ହେଇଛନ୍ତି। ଏହା ପରେ ସମସ୍ତ ଦେଶବାସୀଙ୍କ ମନ ରେ ଚୀନ ପ୍ରତି କ୍ରୋଧ ଦେଖିବା କୁ ମିଳିଛି। ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳିଛି ଯେଉଁତିରେ ଲୋକେ ଚୀନ ସାମଗ୍ରୀ କୁ ବହିସ୍କାର କରୁଛନ୍ତି। ଏହା ଦେଖି ସରକାର ମଧ୍ୟ ଦେଶରେ ଚୀନର ୫୯ ଟି ଏପ୍ ବ୍ୟାନ କରିଛି। ଏହି ସମୟରେ ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା କିଛି ପୋଷ୍ଟ ଦେଖିବା କୁ ମିଳିଛି ଯେଉଁଥିରେ କିଛି ଲୋକ ମୋଦୀ ସରକାର କୁ ନିନ୍ଦା କରି କହିଛନ୍ତି ଯେ ଯଦି ସବୁ ଚାଇନୀଜ ଏପ୍ ବୟାନ ହେଲା ତାହାଲେ ପେଟିଏମ ଏପ୍ କହନୀ ବନ୍ଦ କରା ଯାଉ ନାହିଁ। ଏପରି ଗୋଟିଏ ପୋଷ୍ଟ ଆମକୁ ନବୀନ ଓଡ଼ିଶା ନାମକ ଗ୍ରୁପ ରେ ୩୦ ଜୁନ ରେ ଦେଖିବା କୁ ମିଳିଛି। 

fb.jpg

Facebook | Archive

ଆସନ୍ତୁ ଜାଣିବା ଯେ କଣ ପେଟିଏମ ଗୋଟିଏ ଚାଇନୀଜ ଏପ୍?

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଟୁଇଟର ରେ ଯାଇ ପେଟିଏମ ର ଅଫିସିଆଲ ଏକାଉଣ୍ଟ ଖୋଜି ବାହାର କରିଲୁ। ଟୁଇଟର ରେ ପେଟିଏମ ନିଜ ବିଷୟରେ ଲେଖି ଜଣାଇଛି ଯେ ଏହା ଭାରତର ଅଗ୍ରଣୀ ମୋବାଇଲ ଦେୟ ଏବଂ ଆର୍ଥିକ ସେବା କମ୍ପାନୀ ଅଟେ। ଏହା ପରେ ଗର୍ବିତ ଭାରତୀୟ ବୋଲି ଲେଖା ଯାଇଅଛି। 

twitter.jpg

Twitter | Archive

ଏହା ପରେ ଆମେ ଗୁଗୁଲ ରେ ଯାଇ ପେଟିଏମ ର ୱେବ୍ସାଇଟ ଖୋଜି ବାହାର କରିଲୁ। ପେଟିଏମ ନିଜ ୱେବସାଇଟ ରେ ଲେଖି ଅଛି ଯେ ଏହା ଭାରତ ର ଅଗ୍ରଣୀ ପେମେଣ୍ଟ ଗେଟୱେ ଯିଏ ଗ୍ରାହକ ଏବଂ ବଣିକ ମାନଙ୍କୁ ଦେୟ ସେବା ଯୁଗାଏ। ଏହି ସୁବିଧା ୭୦ ଲକ୍ଷ ବଣିକ ମାନେ ଗ୍ରହଣ କରି ସାରିଛନ୍ତି ଏବଂ ଏହା ନିଜ ଏଟିମ କାର୍ଡ, ବ୍ୟାଙ୍କ ଖାତା ଇତିଯାଡି ଦ୍ଵାରା ଗ୍ରାହକ ମାନଙ୍କୁ ପଇସା ଲେନ ଦେନ କରିବା ସେବା ଦେଇଛି। 

about us.jpg

Paytm | Archive

ଏହା ପରେ ଆମେ କର୍ପୋରେଟ ବ୍ୟାପାର ମନ୍ତରାଳୟ ୱେବସାଇଟ ରେ ଯାଇ ପେଟିଏମ ବିଷୟ ରେ ସର୍ଚ କରିଲୁ। ଏହି ମନ୍ତରାଳୟ ରେ ଭାରତ ରେ ଥିବା ସମସ୍ତ କମ୍ପାନୀ ବିଷୟ ରେ ତଥ୍ୟ ଥାଏ। ଆମେ ଏହି ୱେବସାଇଟ ରେ ଯାଇ ପେଟିଏମ ଲେଖି ସର୍ଚ କରିଲା ପରେ ଆମକୁ ଦେଖିବା କୁ ମିଳିଲା ଯେ ପେଟିଏମ ଏହି ୱେବସାଇଟ ରେ ପେଟିଏମ ଅନ୍ତର୍ଭୁକ୍ତ ତାରିଖ ଏବନ ସ୍ଥାନ ବିଷୟ ରେ ତଥ୍ୟ ଦିଆ ଯାଇଅଛି। 

MCA.jpg

Ministry of Corporate Affairs | Archive

ଏହା ପରେ ଆମେ ଜାଣିବା ପାଇଁ ଚେଷ୍ଟା କରିଲୁ ଯେ ପେଟିଏମ ଉପରେ ଏପରି ଅଭିଯୋଗ କେଉଁ କାରଣ ପାଇଁ ଲଗା ଯାଇଅଛି। ଗୁଗୁଲ ରେ ଏହି ବିଷୟ ରେ ସର୍ଚ କରିଲା ପରେ ଆମକୁ କିଛି ତଥ୍ୟ ଜଣା ପଡ଼ିଲା। ୩୦ ଜୁନରେ ମନି କଣ୍ଟ୍ରୋଲ ପତ୍ରିକା ରେ କୁହା ଯାଇଅଛି ଯେ ପେଟିଏମ ମାଲିକ ବିଜୟ ଶେଖର ଶର୍ମା ଯାହାର ବଡ ଚାଇନୀଜ ବିନିଯୋଗ ଅଛି, କହିଛନ୍ତି ଯେ ଚାଇନୀଜ ଏପ୍ ଉପରେ ପ୍ରତିବନ୍ଧକ ଲଗାଇବା ଦେଶ ର ହିତ କଥା। ଚୀନ କମ୍ପାନୀ ଆଳିବାବା ଏବଂ ଏଣ୍ଟ ଫାଇନାନ୍ସିଆଲ ର ପେଟିଏମ ରେ ବଡ ନିବେଶ ଅଛି। ଆଳିବାବା ପରି ଅନେକ ଚାଇନୀଜ ନିବେଶକ ଅନେକ ଭାରତ କମ୍ପାନୀ ରେ ନିବେଶ କରିଛନ୍ତି। ଆଳିବାବା ନିଜେ ବିଗ୍ ବାସ୍କେଟ୍, ସ୍ନାପ୍ ଡିଲ୍, ଜୋମାଟୋ ପରି ଅନେକ କମ୍ପାନୀ ରେ ନିବେଶ କରିଛି।

money control.jpg

Money Control | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ପେଟିଏମ ଏପ୍ ଭାରତୀୟ କମ୍ପାନୀ ଅଟେ ଓ ଏହାର ମାଲିକର ନାମ ବିଜୟ ଶେଖର ଶର୍ମା ଅଟେ। ଏହି କଥା ପେଟିଏମ ନିଜ ଟୁଇଟର ଏବଂ ୱେବସାଇଟ ରେ ସ୍ପଷ୍ଟ କରିଛି। ଚାଇନୀଜ କମ୍ପାନୀ ପେଟିଏମ ରେ ନିବେଶ କରି ଥିବାରୁ ସୋସିଆଲ ମେଡିଆ ରେ ଏହା ଗୁଜବ ସୃଷ୍ଟି ହେଇଛି ଯେ ପେଟିଏମ ଗୋଟିଏ ଚାଇନୀଜ କମ୍ପାନୀ ଅଟେ। ଆମ ଅନୁସନ୍ଧାନରୁ ଆମେ ଏହା ମଧ୍ୟ ଜାଣିବା କୁ ପାଇଲୁ ଯେ ଅନେକ ଚାଇନୀଜ କମ୍ପାନୀ ଭାରତ ର ଅନେକ କମ୍ପାନୀ ରେ ନିବେଶ କରିଛନ୍ତି। ପେଟିଏମ ର ଚାଇନୀଜ କମ୍ପାନୀ ହେବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। 

Avatar

Title:କ’ଣ ପେଟିଏମ୍ ଚାଇନୀଜ ଏପ୍ ହେଇଥିବାରୁ ମଧ୍ୟ ମୋଦୀ ଏହା କୁ ବ୍ୟାନ କରିଲେ ନାହିଁ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *