
ଦେଶରେ ପେଟ୍ରୋଲ ଦର ପଢ଼ିଲା ପରେ ସୋସିଆଲ ମିଡ଼ିଆରେ ବିରୋଧ ପ୍ରଦର୍ଶନ କରାଯାଉଛି। କୋରୋନା ମହାମାରି ସମୟରେ ଦେଶର ଅର୍ଥନିତିରେ ଭୟଙ୍କର ହ୍ରାସ ପାଇଛି। ଅଥି ମଧ୍ୟରେ ପେଟ୍ରୋଲ ଦରରେ ବୃଦ୍ଧି ଲୋକଙ୍କ ମଧ୍ୟରେ ଚିନ୍ତାର ବିଷୟ ବନି ଯାଇଛି। ଏହା ଛଡ଼ା ସୋସିଆଲ ମିଡିଆରେ ଅନ୍ୟ ଦେଶମାନଙ୍କ ପେଟ୍ରୋଲ ଦର ଭାରତଠାରୁ କମ୍ ହୋଇଥିବା ନେଇ ଆଶୋଚନା ମଧ୍ୟ କରାଯାଉଛି। 29 ଜୁନରେ Bikash Sahoo ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଥିଲେ। ପୋଷ୍ଟରେ ଦିବା କରାଯାଇଛି ଯେ, ଭାରତରେ ପେଟ୍ରୋଲ ଦର ଅନ୍ୟ ଦେଶମାନଙ୍କଠାରୁ ଅଧିକ। ପେଟ୍ରୋଲ ଦର ବୃଦ୍ଧି ପଛରେ ଭାରତ ସରକାର ହାତଥିବାର ଦାବି କରାଯାଇଛି।
ପୋଷ୍ଟରେ ଦାବି କରାଯାଇଛି। ଯେ, ପାକିସ୍ତାନରେ ପେଟ୍ରୋଲ ଦର 26 ଟଙ୍କା, ବାଂଲାଦେଶ – 22 ଟଙ୍କା, କ୍ୟୁବା – 19 ଟଙ୍କା, ଇଟାଲୀ – 14 ଟଙ୍କା, ନେପାଳ – 34 ଟଙ୍କା, ବର୍ମା – 30 ଟଙ୍କା, ଆଫଗାନିସ୍ତାନ – 36 ଟଙ୍କା, ଶ୍ରୀଲଙ୍କା – 34 ଟଙ୍କା, ଭାରତ – 84 ଟଙ୍କା। ସରକାର କେତେ ଭଲ କାମ କରିଛନ୍ତି !!!ଏହି ବାର୍ତ୍ତା ସମସ୍ତ ଭାରତୀୟଙ୍କ ପାଇଁ ଉପଲବ୍ଧ କର।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟରେ ଅନେକ କମେଣ୍ଟ ଏବଂ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତ-Facebook । Archive
ତେବେ କଣ କ’ଣ ଭାରତରେ ପେଟ୍ରୋଲର ମୂଲ୍ୟ ଅନ୍ୟ ଦେଶ ତୁଳନାରେ ଅନେକ ଗୁଣ ଅଧିକ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନରେ ଆମେ ସମସ୍ତ ଦେଶର ପେଟ୍ରୋଲ ଦର ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଅନେକ ଲିଙ୍କ ମିଳିଲା। ପ୍ରଥମେ ପାକିସ୍ତାନର ପେଟ୍ରୋଲ ଦର ଜୁନ୍ ମାସସୁଧା କେତେ ଥିଲା ତାହା ଜାଣିବା ପାଇଁ ପ୍ରୟାସ କରିଲୁ।
ପାକିସ୍ତାନ- ଲିଟର ପିଛା 26 ଟଙ୍କା ?
31 ମେ ରେ Pakistan today ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ପାକିସ୍ତାନ ସରକାର ପାକିସ୍ତାନୀ ମୁଦ୍ରାରେ ପେଟ୍ରୋଲ ମୂଲ୍ୟ 7 ଟଙ୍କା ହ୍ରାସ କରିଛନ୍ତି। ଏହା ପରେ ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 74.52 ରେ ପହଞ୍ଚିଛି। ଏହା ଭାରତୀୟ ମୁଦ୍ରାରେ ପ୍ରାୟ 34.20 ଟଙ୍କା। ଅର୍ଥାତ୍ ଭାରତରେ କବଳ ପେଟ୍ରୋଲ ଦର ବଢିଛି ତାହା ନୁହେଁ। ପାକିସ୍ତାନରେ ମଧ୍ୟ ପେଟ୍ରୋଲ ଦର 70 ରୁ 80 ଟଙ୍କା ମଧ୍ୟରେ ଥାଏ। ଅଧିକ ସୀଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Pakistan today। Archive
ବାଂଲାଦେଶ – ଲିଟର ପିଛା 22 ଟଙ୍କା ?
ବିଶ୍ୱବ୍ୟାପୀ ଇନ୍ଧନ ମୂଲ୍ୟ ପରିବର୍ତ୍ତନକୁ ଅପଡେଟ୍ କରିବା ପାଇଁ ଗ୍ଲୋବାଲ୍ ପେଟ୍ରୋଲ୍ ପ୍ରାଇସ୍ ଡଟ୍ କମ୍ ଏକ ଜଣାଶୁଣା ୱେବସାଇଟ୍ ଅଟେ। ପ୍ରତିଷ୍ଠିତ ମିଡିଆ ଏବଂ ଅନୁସନ୍ଧାନ ଏହି ୱେବସାଇଟରୁ ତଥ୍ୟ ବ୍ୟବହାର କରିଥାନ୍ତି। Globalpetrolprices ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ, 29 ଜୁନ୍ 2020 ରେ ବାଂଲାଦେଶରେ ପେଟ୍ରୋଲ ଲିଟର ପିଛା 89 ଟାକା (ପ୍ରାୟ 79.52 ଟଙ୍କା) ରେ ବିକ୍ରି ହୋଇଥିଲା। ଭାଇରାଲ୍ ଦାବି ଏବଂ ପ୍ରକୃତ ମୂଲ୍ୟ ମଧ୍ୟରେ ଲିଟର ପିଛା ପ୍ରାୟ 57 ଟଙ୍କା ପାର୍ଥକ୍ୟ ଅଛି। ପେଟ୍ରୋଲର ପ୍ରକୃତ ମୂଲ୍ୟ ଦାବିଠାରୁ 57 ଟଙ୍କା ଅଧିକ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Globalpetrolprices
କ୍ୟୁବା – ଲିଟର ପିଛା 19 ଟଙ୍କା ?
ସେପ୍ଟେମ୍ବର 2019 Reuters ରିପୋର୍ଟ ଅନୁଯାୟୀ, ଭେନେଜୁଏଲା ରୁ କ୍ୟୁବାନ୍ କୁ ତେଲ ପରିବହନ କରୁଥିବା କମ୍ପାନୀଗୁଡିକ ଉପରେ ଆମେରିକା କଟକଣା କରିଥିଲା। ଏହା ପରେ କ୍ୟୁବାରେ ତେଲ ଅଭାବ ଆରମ୍ଭ ହୋଇଥିଲା। ଲୋକମାନଙ୍କର ପେଟ୍ରୋଲ ପମ୍ପ ବାହାରେ ଲାଇନ ଲଗାଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ବର୍ତ୍ତମାନ checkpetrolprice ତଥ୍ୟ ଅନୁଯାୟୀ କ୍ୟୁବାରେ ପେଟ୍ରୋଲ ଲିଟର ପିଛା 1.19 ଡଲାର (ପ୍ରାୟ 91 ଟଙ୍କା) ରେ ବିକ୍ରି ହେଉଛି। ଭାଇରାଲ୍ ଦାବି ଏବଂ ପ୍ରକୃତ ମୂଲ୍ୟରେ ଲିଟର ପିଛା ପ୍ରାୟ 72 ଟଙ୍କା ପାର୍ଥକ୍ୟ ଅଛି। କ୍ୟୁବାରେ ମଧ୍ୟ ମହଙ୍ଗା ପେଟ୍ରୋଲ ବିକ୍ରି ହେଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- checkpetrolprice
ଇଟାଲୀ – ଲିଟର ପିଛା 14 ଟଙ୍କା ?
MyLPG.eu ୱେବସାଇଟରେ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, 11 ଜୁନ୍ 2020 ରେ ଇଟାଲୀରେ ପେଟ୍ରୋଲ ଲିଟର ପିଛା 1.36 ୟୁରୋ (ପ୍ରାୟ 116 ଟଙ୍କା) ରେ ବିକ୍ରି ହୋଇଥିଲା। ଗତ ସାତ ବର୍ଷ ମଧ୍ୟରେ ଇଟାଲୀରେ ପେଟ୍ରୋଲ ମୂଲ୍ୟରେ ଏହା ସବୁଠାରୁ ବଡ ହ୍ରାସ ପାଇଛି। ଭାଇରାଲ୍ ଦାବି ଏବଂ ବାସ୍ତବତା ମଧ୍ୟରେ ଲିଟର ପିଛା 102 ଟଙ୍କା ପାର୍ଥକ୍ୟ ଅଛି ବୋଲି ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-MyLPG.eu
ନେପାଳ – ଲିଟର ପିଛା 34 ଟଙ୍କା ?
Checkpetrolprice ଖବର ଅନୁଯାୟୀ ନେପାଳ ସରକାର ଦେଶରେ ଲିଟର ପିଛା ତେଲ, ଡିଜେଲ ଏବଂ କିରୋସିନ ହାରକୁ 10 ନେପାଳ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ଖବର ଅନୁସାରେ ନେପାଳରେ ପେଟ୍ରୋଲ ଲିଟର ପିଛା 93 ନେପାଳ ମୂଲ୍ୟରେ( 0.78 ଡଲାର) ବିକ୍ରି ହେଉଛି। ଭାରତୀୟ ଟଙ୍କାକୁ ରୂପାନ୍ତରିତ ଏହାର ପରିମାଣ ଲିଟର ପିଛା ପ୍ରାୟ 58 ଟଙ୍କା ଅଟେ।
ଏଠାରେ ଲିଙ୍କ ଦେଖନ୍ତୁ-Checkpetrolprice। thehimalayantimes
ଶ୍ରୀଲଙ୍କା – ଲିଟର ପିଛା 34 ଟଙ୍କା ?
globalpetrolpricesnରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ସରକାର ପେଟ୍ରୋଲ ହାରକୁ 2 ଶ୍ରୀଲଙ୍କା ଟଙ୍କା ହ୍ରାସ କରିଛନ୍ତି। ଏହା ପରେ ଶ୍ରୀଲଙ୍କାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 161 ଶ୍ରୀଲଙ୍କା (ପ୍ରାୟ 66 ଭାରତୀୟ ଟଙ୍କା) ଅଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଶ୍ରିଲଙ୍କାର ପେଟ୍ରୋଲଦର ଭାଇରାଲ ହେଉଥିବା ପେଟ୍ରୋଲ ଦର ଠାରୁ ଅଧିକା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- globalpetrolprices
ବର୍ମା – ଲିଟର ପିଛା 30 ଟଙ୍କା ?
ବର୍ମା କିମ୍ବା ମିଆଁମାର ହେଉଛି ଭାରତର ଉତ୍ତର-ପୂର୍ବ ସୀମାବର୍ତ୍ତୀ ଦେଶ। Globalpetrolprices ଅନୁଯାୟୀ, ଜୁନ୍ 2020 ରେ ବର୍ମାରେ ପେଟ୍ରୋଲର ମୂଲ୍ୟ ହେଉଛି ଲିଟର ପିଛା 668 ମିଆଁମାର କିଆଟ୍ (36 ଟଙ୍କା)। ଭାଇରାଲ୍ ଦାବି ଏବଂ ପ୍ରକୃତ ହାରରେ ଲିଟର ପିଛା 6 ଟଙ୍କା ପାର୍ଥକ୍ୟ ଅଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Globalpetrolprices
ଆଫଗାନିସ୍ତାନ – ଲିଟର ପିଛା 36 ଟଙ୍କା
Globalpetrolprices ଅନୁଯାୟୀ, ଆଫଗାନିସ୍ତାନରେ ପେଟ୍ରୋଲର ସର୍ବନିମ୍ନ ମୂଲ୍ୟ ହେଉଛି ଲିଟର ପିଛା 35 ଆଫଗାନିସ୍ତାନ (ପ୍ରାୟ 34 ଟଙ୍କା)। ଭାଇରାଲ୍ ପୋଷ୍ଟରେ ଦିଆଯାଇଥିବା ତଥ୍ୟ ସହିତ ଏହି ସଂଖ୍ୟା ଅତି ନିକଟର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Globalpetrolprices
ଉପୋରକ୍ତ ଅନୁସନ୍ଧାନର ସମ୍ପୁର୍ଣ୍ଣ ବିଶ୍ଲେଷଣ ତଳେ ଦେଖନ୍ତୁ ।

ଶେଷକଥା-
ଭାରତର ପେଟ୍ରୋଲଦର ବିଶ୍ୱର ଅନ୍ୟ ଦେଶମାନଙ୍କ ପେଟ୍ରୋଲ ମୂଲ୍ୟଠାରୁ ଅଧିକଥିବା ଦାବିରେ ଭାଇରାଲ ହେଉଥିବା ପୋଷ୍ଟଗୁଡିକର ଅଧିକାଂଶ ତଥ୍ୟ ଭୁଲ ଅଟେ। ଇଟାଲୀରେ ପେଟ୍ରୋଲ ପିଛା 14 ଟଙ୍କା ପାଇବାକୁ ଦାବି କରାଯାଉଛି। କିନ୍ତୁ ପ୍ରକୃତରେ ଇଟାଲୀରେ ଏହାର ମୂଲ୍ୟ ଲିଟର ପିଛା 116 ଟଙ୍କାଅଛି। ଏବଂଏହି ଦର ଇଟାଲୀରେ ଗତ ସାତ ବର୍ଷ ମଧ୍ୟରେ ସର୍ବନିମ୍ନ ଅଟେ। ସେହିଭଳି ଅନ୍ୟ ଦେଶରେ ପେଟ୍ରୋଲର ମୂଲ୍ୟ ବିଷୟରେ ଦିଆଯାଇଥିବା ତଥ୍ୟରେ ଆମେ ଏକ ଭିନ୍ନତା ପାଇଲୁ।

Title:କ’ଣ ଭାରତରେ ପେଟ୍ରୋଲର ମୂଲ୍ୟ ଅନ୍ୟ ଦେଶ ତୁଳନାରେ ଅନେକ ଗୁଣ ଅଧିକ?
Fact Check By: Saritadevi SamalResult: False