
ଭାରତ ଚୀନ ର ୫୯ ଟି ଏପ୍ ନିଷେଧ କରିଲା ପରେ ଅନେକ ପୋସ୍ତ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ଜିନିଷ, କମ୍ପାନୀ ବା ଏପ୍ କୁ ମେଡ ଇନ ଚାଇନା କହି ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରା ଯାଉଅଛି। ଆମେ ସମସ୍ତେ ଜାଣିଛୁ ଯେ କିଛି ବର୍ଷ ପୂର୍ବରୁ ସରଦାର ବଲଭଭାଇ ପଟେଲ କୁ ସମର୍ପିତ କରି ତାଙ୍କ ଗୋଟିଏ ବିଶାଳ ମୂର୍ତି ତିଆରି କରା ଯାଇଅଛି। ଏହି ମୂର୍ତିର ନାମ ଏକତାର ମୂର୍ତି (Statue of Unity) ଦିଆ ଯାଇଅଛି। ୩୦ ଜୁନ ୨୦୨୦ ରେ ଜେନ ଫେସବୁକ ୟୁଜର ନବୀନ ଓଡିଶା ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ଏକତାର ମୂର୍ତି (Statue Of Liberty) କୁ ଚୀନ ନିର୍ମାଣ କରିଛି। ଭର୍ଚୁଆଳ ର୍ୟାଳି ଏଲଇଡି ମଧ୍ୟ ଚୀନ ଦ୍ଵାରା ନିର୍ମିତ।
ଏହି ବିଷୟରେ ଟୁଇଟର ରେ ସର୍ଚ କରିଲା ପରେ ଆମକୁ 24 ଜୁନ ରେ ଜେନ ଟୁଇଟର ୟୁଜର ନିଜ ଟୁଇଟର ହେଣ୍ଡେଲ ରେ ଟୁଇଟ କରି କହିଛନ୍ତି ଯେ ବିଶ୍ଵର ଉଚ୍ଚତମ ମୂର୍ତି କିଏ ନିର୍ମାଣ କରୁଛି? ମୋଦୀଙ୍କର ଗୁଜରାଟ ବା ଚୀନର ଇଞ୍ଜିନିୟର ଏବଂ ଶିଳ୍ପ କର୍ମୀ ମାନେ?ଭାରତ ଏହି ଏକତାର ମୂର୍ତି ର ବହିସ୍କାର କାହିଁକି କରୁ ନାହିଁ?
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଗୁଗୁଲରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟ ରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଲାର୍ସେନ ଏଣ୍ଡ ତରବୋ କମ୍ପାନୀର ୱେବସାଇଟରେ ଏହି ମୂର୍ତି ବିଷୟରେ ତଥ୍ୟ ମିଳିଲା। ଲାର୍ସେନ ଏଣ୍ଡ ତରବୋ କମ୍ପାନୀ ନିଜ ୱେବସାଇଟରେ ଏହି ମୂର୍ତି ବିଷୟରେ ବିବରଣ ଦେଇଛି। ଏହି ୱେବସାଇଟରେ ଲେଖା ଯାଇଅଛି ଯେ ଏହି ମୂର୍ତିର ଉଚ୍ଚାଟନ ୧୮୨ ମିଟର ଅଟେ। ଏହାର ଉଚ୍ଚତମ ଆମେରିକା ରେ ସ୍ଥାପିତ ଷ୍ଟେଚ୍ୟୁ ଅଫ ଲିବର୍ଟି ଠାରୁ ପାଖାପାଖି ଦୁଇ ଗୁଣା ଅଧିକ। ଏହାର ନିର୍ମାଣରେ ୨୧୦,୦୦୦ କୁବିକ ମିଟର ସେମେଣ୍ଟ, ୧୮,୫୦୦ ଟନ ସଶକ୍ତ ଇସ୍ପାତ, ୬୫୦୦ ଗଠନମୂଳକ ଇସ୍ପାତ, ୧୭୦୦ ଟନ ତମ୍ବା ବ୍ୟବହାର କରା ଯାଇଅଛି।
ଏହା ପରେ ଆମେ ଟୁଇଟର ରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୩ ଅକ୍ଟୋବର ୨୦୧୫ ମସିହାରେ ଷ୍ଟେଚ୍ୟୁ ଅଫ ୟୁନିଟି ର ଅଫିସିଆଲ ଟୁଇଟର ଏକାଉଣ୍ଟ ରେ ଏହି ବିଷୟରେ ଟୁଇଟ କରା ଯାଇ ଥିବା ମିଳିଲା। ଏହି ଟୁଇଟ ରେ ଲେଖା ଯାଇଅଛି ଯେ ଏହି ମୂର୍ତି ସମ୍ପୂର୍ଣ ଭାବେ ଭାରତ ରେ ନିର୍ମାଣ କରା ଯାଇଅଛି। କେବଳ ପିତ୍ତଳ ଆବରଣ ଚୀନ ରୁ ମଗା ଯାଇଅଛି ଯେଉଁଟା ପୁରା ମୂର୍ତିର ୯% ଭାଗ ଅଟେ।
୨୮ ଅକ୍ଟୋବର ୨୦୧୫ ମସିହାରେ ଇଣ୍ଡିଆ ଟୁଡେ ପତ୍ରିକା ରେ ପ୍ରକାଶିତ ହେଇ ଥିବା ଗୋଟିଏ ଅନୁଛେଦରେ ଏହା କୁହା ଯାଇଅଛି ଯେ ଚୀନର ଧାତୁ ଏବଂ ଫାଉଣ୍ଡ୍ରି କମ୍ପାନୀ ଏହି ମୂର୍ତିର ନିର୍ମାଣ ଚୀନରେ ହେଇଥିବା କଥା କୁ ଖଣ୍ଡନ କରି କହିଛି ଯେ ୧୮୨ ମିତଳ ଉଚ୍ଚତମ ଏହି ମୂର୍ତିର କେବଳ ନିମ୍ନ ଭାଗ ଚୀନ ରେ ନିର୍ମାଣ ହେଇଛି। ଜିଆଙ୍ଗକ୍ଶି ଟୋଙ୍ଗକୁଇଙ୍ଗ ଧାତୁ ହସ୍ତଶିଳ୍ପ କମ୍ପାନୀର ପ୍ରତିନିଧି ମଧ୍ୟ ଏହି ମୂର୍ତିର ନିର୍ମାଣ ଚୀନ ରେ ହେଇଥିବା କଥା ଖଣ୍ଡନ କରିଛନ୍ତି। ହଜାର ର ସଂଖ୍ୟା ରେ ଚିନୀ କାରିଗର ଏହି ମୂର୍ତି ନିର୍ମାଣ ପାଇଁ କାମ କରୁଥିବା କଥା କୁ ମଧ୍ୟ ଖଣ୍ଡନ କରି ସେ କହିଛନ୍ତି ଯେ ମାତ୍ର ୬୦୦ ରୁ ୭୦୦ ଚିନୀ କାରିଗର ଭାରତ ଯାଇ କାମ କରୁଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଜଣା ପଡ଼ିଲା ଯେ ଏକତାର ମୂର୍ତିର ନିର୍ମାଣ ଭାରତ ରେ ହେଇଛି। ଏହି କଥା ମୂର୍ତିର ଟ୍ରଷ୍ଟ ଟୁଇଟ କରି କହିଛନ୍ତି। ଲାର୍ସେନ ଏଣ୍ଡ ତରବୋ କମ୍ପାନୀ ମଧ୍ୟ ନିଜ ୱେବସାଇଟରେ ମୂର୍ତିର ନିର୍ମାଣର ବିବରଣ ଦେଇଛି। ଚୀନ କମ୍ପାନୀ ଏହି ମୂର୍ତିର ସମ୍ପୂର୍ଣ ନିର୍ମାଣ କରିବା କଥା ଖଣ୍ଡନ କରି କହିଛି ଯେ ସେ କେବଳ ଏହି ମୂର୍ତିର ନିମ୍ନ ଅଙ୍କ୍ଷ ନିର୍ମାଣ କରିଛି।

Title:କ’ଣ ଏକତାର ମୂର୍ତି (Statue of Unity) ଚୀନ ଦ୍ଵାରା ନିର୍ମିତ ହେଇଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False