
କୋଭକ୍ସିନ ଟୀକାର ପରୀକ୍ଷଣ କରିବା ଅନୁମତି ମିଳିଲା ପରେ ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋସ୍ତ ଏବଂ ଫୋଟୋଭାଇରାଲ ହେଉଛି। ଫେକଟ କ୍ରୀସେଣ୍ଡୋ ଓଡ଼ିଆ କୁ ୱ୍ହାତ୍ସ ଏପ ନମ୍ବରରେ ଗୋଟିଏ ପୋଷ୍ଟର ତଥ୍ୟ ଯାଞ୍ଚ କରିବା ପାଇଁ ଅନୁରୋଧ ଆସିଲା। 10 ଜୁଲାଇ ରେ ୱ୍ହାତ୍ସ ଏପ ରେ ଆସିଥିବା ଏହି ପୋଷ୍ଟରେ ଜଣେ ବ୍ୟକ୍ତି ଟୀକା ନେବାର ଦେଖିବା କୁ ମିଳିଛି।
ଏହି ମେସେଜରେ ଏହା ଦାବି କରା ଯାଇଅଛି ଯେ ଭାରତ ବାୟୋଟେକ କମ୍ପାନୀ ଉପରାଷ୍ଟ୍ରପତି ତାଙ୍କ ଦେହରେ କୋରୋନା ଟୀକା ପରୀକ୍ଷଣ କରିଛନ୍ତି। ପରୀକ୍ଷଣ କରିଲା ଶ୍ରୀଲା ପରେ ସେ ସେ କହିଛନ୍ତି ଯେ ତାଙ୍କ ଓ ତାଙ୍କ ଦଳ ଦ୍ଵାରା ଟୀକା ଆବିଷ୍କାର ହେଲା ପରେ ସେ ଭାରତର ପ୍ରଥମ ବ୍ୟକ୍ତି ହେଇଛନ୍ତି ଯାହାଙ୍କ ଶରୀର ରେ ଟୀକା ପରୀକ୍ଷଣ ହେଇଛି।
Archive
ଆମେ ଏହି ଦାବି ଥିବା ଗୋଟିଏ ପୋଷ୍ଟ ଟୁଇଟରରେ ମଧ୍ୟ ଭାଇରାଲ ହେଇଥିବା ପାଇଲୁ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପପ୍ରଥମେ ଆମେ ଭାରତ ବାୟୋଟେକ କମ୍ପାନୀର ଟୁଇଟର ଏକାଉଣ୍ଟ ଖୋଜି ବାହାର କରିଲୁ। ଏହା ପରେ ଆମେ ସର୍ଚ କରିଲୁ ଯେ ଭାରତ ବାୟୋଟେକ କମ୍ପାନୀର ଏହି ପୋଷ୍ଟ ନେଇ କ’ଣ ପ୍ରତିକ୍ରିୟା ରହିଛି। ୩ ଜୁଲାଇ ୨୦୨୦ ରେ ଭାରତ ବାୟୋଟେକ କମ୍ପାନୀ ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରି କହିଛି ଯେ ୱ୍ହାତ୍ସ ଏପ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଫୋଟୋ ଭାରତ ବାୟୋଟେକ କମ୍ପାନୀ ଦ୍ଵାରା ଛଡ଼ା ଯାଇ ନାହିଁ। ଏହି ଫୋଟୋ ରେ କମ୍ପାନୀର ସମସ୍ତ କର୍ମଚାରୀ ମାନଙ୍କର ରକ୍ତ ପରୀକ୍ଷା ହେବା ନିତ୍ୟ ପ୍ରଣାଲୀ ଅଟେ।
ଏହା ପରେ ଆମେ ସର୍ଚ କରିଲୁ ଯେ କୋଭାକ୍ସିନ ଟୀକା କୁ ପରୀକ୍ଷଣ ପାଇଁ କେବେ ଅନୁମଟୋ ମିଳି ଥିଲା। ୭ ଜୁଲାଇ ୨୦୨୦ ରେ ଟାଇମସ ନାୱ ପତ୍ରିକା ରେ ପ୍ରକାଶିତ ହେଇଥିବା ଅନୁଛେଦରେ କୁହା ଯାଇଅଛି ଯେ ହାଇଦେରାବାଦ ସ୍ଥିତ ଭାରତ ବାୟୋଟେକ ନାମକ କମ୍ପାନୀ ଆସନ୍ତା ସପ୍ତାହ କୋଭାକ୍ସିନ ନାମକ କୋରୋନା ଟୀକା ର ମଣିଷ ଉପରେ ପରୀକ୍ଷଣ କରିବ। ଭାରତ ବାୟୋଟେକ, ICMR ଏବଂ ନେସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରାଲୋଜି ସହିତ ମିସି ପ୍ରଥମ ଆଉ ଦୁଇତ୍ୟା ସ୍ତରରେ ଏହି ଟୀକାର ପ୍ପରୀକ୍ଷଣ ୧୧୦୦ ଲୋକନ ଉପରେ କରା ଜୀବ। ଗତ ସପ୍ତାହ ଏହି ଟୀକାର ପ୍ରଥମ ଏବଂ ଦୁଇତ୍ୟ ସ୍ତର ପରୀକ୍ଷଣ ପାଇଁ ଡ଼ି.ସି.ଜି.ଆଇ ଠାରୁ ଅନୁମତି ମିଳିଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ଭାରତ ବାୟୋଟେକ କମ୍ପାନୀ ବର୍ତମାନ ସୁଧା କୋଭାକ୍ସିନ ଟୀକାର ପରୀକ୍ଷଣ ଆରମ୍ଭ କରି ନାହିଁ। ପୋଷ୍ଟ ରେ କରା ଯାଇଥିବା ଦାବି ଯେ ଭାରତ ବାୟୋଟେକ କମ୍ପାନୀ ଉପରାଷ୍ଟ୍ରପତିଙ୍କ ଉପରେ କୋରୋନା ଟୀକା ପରୀକ୍ଷଣ ହେବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଭାରତ ବାୟୋଟେକ ନିଜ ୱେବସାଇଟ ରେ ଏହି କଥା ସ୍ପଷ୍ଟ କରିଛି ଯେ ୱ୍ହାତ୍ସ ଏଫ ଏବଂ ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଫୋଟୋ ଭାରତ ବାୟୋଟେକ ଦ୍ଵାରା କରା ଯାଇ ନାହିଁ। ଏହି ଫୋଟୋ କୋରୋନା ସଚେତନା ପାଇଁ ସମସ୍ତ କର୍ମଚାରୀଙ୍କ ରକ୍ତ ପରୀକ୍ଷା କରା ଯାଉଥିବା ନିତ୍ୟ ପ୍ରଣାଳୀ ଅଟେ।

Title:କ’ଣ ଏହା ଭାରତ ବିୟୋଟେକ କମ୍ପାନୀ ଉପରାତ୍ରପତିଙ୍କ ଶରୀରରେ କୋରୋନା ଟୀକାର ପରିକୟା ହେବା ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False