
୧୨ ଜୁଲାଇ ୨୦୨୦ ରେ ଓଡ଼ିଆ ପୁଅ ଝିଅ ନାମକ ଗୋଟିଏ ଫେସବୁକ ଗ୍ରୁପ ନିଜ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତିଇ। ଏହି ଫୋଟୋରେ ଦେଖିବା କୁ ମିଳିଛି ଯେ ଗୋଟିଏ ତେନ୍ଦୁଆ ରାତ୍ରି ସମୟରେ ଗାଈ ପାଖକୁ ଆସିଛି। ଏହହୀ ଫୋଟୋରେ ଦୁଇ ପଶୁଙ୍କ ମଧ୍ୟ ରେ ଥିବା ପ୍ରେମ ଦେଖିବା କୁ ମିଳିଛି।
ଏହି ଖବର ଟୁଇଟର ରେ ମଧ୍ୟ ଭାଇରାଲ ହେଉଛି। ୧୧ ଜୁଲାଇ ରେ ଜଣେ ଟୁଇଟର ୟୁଜର ଏହି ଫୋଟୋ ଟୁଇଟ କରି କହିଛନ୍ତି ଯେ ଆସାମର ଜଣେ ବ୍ୟକ୍ତି ଗୋଟିଏ ଗାଈ କିଣିଲେ। ରାତି ସମୟରେ କିଛି କୁକୁର ଭୁକିବା ଆବାଜ ଆସିଲା। କିଛି ରାତି ଏମିତି ହି ହେଉ ଥିଲା। ଶେଠୀ ପାଇଁ ସେହି ବ୍ୟକ୍ତି ସିସିଟିଭି କାମେରା ଲଗାଇଲେ। ଗୋଟିଏ ତେନ୍ଦୁଆ ପ୍ରତ୍ଯେକ ରାତି ଗାଈ ପାଖରେ ଆସି ବସିବା ଦେଖି ସେ ଆଶ୍ଚର୍ଯ୍ୟ ହେଇ ଥିଲେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟ ରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୫ ସେପ୍ଟେମ୍ବର ୨୦୦୮ ମସିହାରେ ଜି ନ୍ୟୁଜ ଦ୍ଵାରା ପ୍ରସାରିତ ଏହି ଭିଡିଓ ଦେଖିବା କୁ ମିଳିଲା। ଏହି ଭିଡିଓରେ କୁହା ଯାଇ ଅଛି ଯେ ତେନ୍ଦୁଆ ପରି ଗୋଟିଏ ଖାତରନାକ ପଶୁ ଏବଂ ଗାଈ ମଧ୍ୟରେ କେବେ ପ୍ରେମ ହେବା ଆଶ୍ଚର୍ଯ୍ୟ କଥା। ଗୁଜରାଟ ର ଗୋଟିଏ ଛୋଟ ଗାଁ ରେ ରାତି ୧୧.୩୦ ସମୟରେ ଗୋଟିଏ ତେନ୍ଦୁଆ ଡଋ ଗାଁ ରେ ପ୍ରବେଶ କରିଥିଲା। କିଛି ସମୟ ଗାଈ ପାଖରେ ଚିଡ଼ା ହେଲା ପରେ କିଛି ଶବ୍ଦ ସୂନୀ ତେନ୍ଦୁଆ ପଳାଇ ଯାଇଥିଲା। କିନ୍ତୁ କିଛି ସମୟ ପରେ ଏହି ତେନ୍ଦୁଆ ପୁଣି ଗାଈ ପାଖକୁ ଆସି ଥିଲା। ସେ ଗାଈ ପାଖରେ ଆରାମ ସେ ବସି ଗଲା। ଏହି ଘଟଣା ଗୁଜରାଟ ର ଅନ୍ତୋଡ଼ି ଗାଁରେ ଦେଖିବା କୁ ମିଳିଛି। ସ୍ଥାନୀୟ ଗାଁ ଲୋକଙ୍କ କହିନବା ଅନୁଯାୟୀ ତେନ୍ଦୁଆ ଗୋଟିଏ ରାତି ରେ ୫ ରୁ ୬ ଥର ଗାଈ ପାଖକୁ ଆସେ। ଏପରି ମଧ୍ୟ ହେଇଛି ଯେ ସେ ସଖାଳ ହେବା ପର୍ଯ୍ୟନ୍ତ ଗାଈ ପାଖରେ ବସି ରହି ଥାଏ।
ଏହା ପରେ ଆମେ ଗୁଗୁଲ ରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ୨୫ ଅକ୍ଟୋଏର ୨୦୦୨ ମସିହା
ରେ ଟାଇମ୍ସ ଅଫ ଇଣ୍ଡିଆ ପତ୍ରିକାରେ ପ୍ରକାଶିତ ହେଇଥିବା ଗୂଟିଏ ଅନୁଛେଦରେ କୁହା ଯାଇଅଛି ଯେ ମଧ୍ୟ ରାତ୍ରି ସମୟରେ ଗୋଟିଏ ତେନ୍ଦୁଆ ଚାଷ ଜମି ରୁ ବାହାରି ଗାଁ ଭିତରକୁ ପ୍ରବେଶ ପ୍ରବେଶ କରେ। ଆଖ ପାଖ ଦେଖି ସେ ଧୀରେ ଧୀରେ ଗାଈ ବନ୍ଧା ହେଇଥିବା ଦିଶା ରେ ଆଗକୁ ବଢେ। ଗାଈ ପାଖକୁ ଆସି ତେନ୍ଦୁଆ ନିଜ ପଣଅଜା ଗାଈ ଉଓରେ ରଖେ ଏବଂ ଗାଈ ମଧ୍ୟ ପ୍ରେମ ରେ ସେହି ତେନ୍ଦୁଆ କୁ ଚାଟି ଥାଏ। ସେହି ତେନ୍ଦୁଆ ଗାଈ କୁ ଆଲିଙ୍ଗନ କରିବା ପାଇଁ ତା ସାମନାରେ ବସି ରହି ଥାଏ। ଏହି ଘଟଣା ଗୁଜରାଟ ର ଆଣ୍ଟୋଳି ଗାଁରେ ଘଟିତ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଏହା ୨୦୦୨ ମସିହାର ଗୋଟିଏ ପୁରୁଣା ଘଟଣା। ଏହି ଘଟନା ଗୁଜରାଟର ଆଣ୍ଟୋଳି ନାମକ ଅଞ୍ଚଲ ଘଟଣା ଅଟେ। ଏହା ଆସାମର ଘଟଣା କହି ଗୁଜବ ସୃଷ୍ଟି କରା ଯାଇଅଛି।

Title:କ’ଣ ତେନ୍ଦୁଆ ଏବଂ ଗାଈ ପରସ୍ପର ପ୍ରେମ କରୁଥିବା ଫୋଟୋ ଆସାମ ରାଜ୍ୟର। ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False