କ’ଣ କୋରୋନା ଆକ୍ରାନ୍ତ ହେଲା ପରେ ଅମିତାଭ୍ ବଚ୍ଚନଙ୍କ ଏହି ଭିଡିଓ ନାନବଟି ହସ୍ପିଟାଲର ଅଟେ? ଜାଣନ୍ତୁ ସତ୍ୟ।

False Social

କୋରୋନା ଆକ୍ରାନ୍ତ ହେଲା ପରେ ଅମିତାଭ୍ ବଚ୍ଚନ ନାନବଟି ହସ୍ପିଟାଲ ରୁ ଗୋଟିଏ ଭିଡିଓ ଶେୟାର କରି ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୋଲି ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସେ କୋରୋନା ସମୟରେ ନାନାବତୀ ହସ୍ପିଟାଲର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସେବା ଓ ପରିଶ୍ରମ କୁ ନେଇ ଧନ୍ୟବାଦ ଜଣାଇଛନ୍ତି। ଏହି ପୋଷ୍ଟ ରେ ଦାବି କରା ଯାଇଅଛି ଯେ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ ରେ ଦାଖଲ ହେଲା ପରେ ସୋଇଆଲ ମିଡିଆରେ ଭିଡିଓ ମାଧ୍ୟମ ରେ ଅମିତାଭ ନିଜ ମତ ପ୍ରକାଶ କରୁଛନ୍ତି। 

Archive

ଏହି ଭିଡିଓ ଫେସବୁକରେ ଅନ୍ୟ ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି। 

ଆଜ ତକ ନ୍ଯୁଜ ମଧ୍ୟ ଏହି ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନାଲ ରେ ପୋସ୍ତ କରି କହିଛି ଯେ ଅମିତାଭ୍ ବଚ୍ଚନ ଏବଂ ଅଭିଷେକ କୋରୋନା ଚିହ୍ନଟ ହେଇଛନ୍ତି। ଏହା ପରେ ତାଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ ରେ ଦାଖଲ କରା ଯାଇଛି। ଅମିତାଭ୍ ବଚ୍ଚନ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ ସେ କୋରୋନା ଚିହ୍ନଟ ହେଇଛନ୍ତି ଏବଂ ହସ୍ପିଟାଲରେ ଦାଖଲ ହେବା କୁ ଯାଉଛନ୍ତି। ତାଙ୍କ ପରିବାର ଏବଂ ଅନ୍ୟ କର୍ମଚାରୀ ମାନଙ୍କ ମଧ୍ୟ କୋରୋନା ପରୀକ୍ଷା କରା ଯାଉଛି। ସେ ଏହା ମଧ୍ୟ ନିବେଦନ କରିଛନ୍ତି ଯେ ଗତ ୧୦ ଦିନ ରେ ସେ ଯେଉମ ଲୋକଙ୍କ ସହିତ ସାକ୍ଷାତ କରିଛନ୍ତି ସେମାନେ ମଧ୍ୟ କୋରୋନା ପରୀକ୍ଷା କରାନ୍ତୁ। ଏହା ପରେ ସେ ନାନାବତୀ ହସ୍ପିଟାଲ ରୁ ଏହି ଭିଡିଓ ମାଧ୍ୟମ ରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

aaj tak.jpg

Aaj Tak 

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବ ରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୩ ଏପ୍ରିଲ ୨୦୨୦ ରେ କାର୍ନିଭାଲ ବାଙ୍ଗଳା ନାମକ ୟୁଟ୍ୟୁବ ଚ୍ୟାନାଲ ରେ ଏହି ଭିଡିଓ ମିଳିଲା। ଅମିତାଭ ବଚ୍ଚନ ୧୧ ଜୁନ ରେ ଟୁଇଟ କରି କହି ଥିଲେ ଯେ ସେ କୋରୋନା ଚିହ୍ନଟ ହେଇଛନ୍ତି। ଏହା ଦ୍ଵାରା ଆମେ ଜାଣିବା କୁ ପାଇଲୁ ଯେ ଏହି ଭିଡିଓ ଅମିତାଭଙ୍କ କୋରୋନା ଆକ୍ରାନ୍ତ ହେଲା ପରେ ନାନାବତୀ ହସ୍ପିଟାଲ ର ଭିଡିଓ ନୁହେଁ। 

ଏହା ପରେ ଆମେ ଗୁଗୁଲରେ ଯାଇ ମଧ୍ୟ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ରିପବ୍ଲିକ ଟିଭି ରେ ନାନାବତୀ ହସ୍ପିଟାଲଟ ପ୍ରେସ ରିଲିଜ ରେ କୁହା ଯାଇଥିବା ଅନୁଛେଦ ମିଳିଲା। ନାନାବତୀ ହସ୍ପିଟାଲ କହିଛି ଯେ ସୋସିଆଲ ମିଡିଆ ରେ ଅମିତାଭଙ୍କ ଭାଇରାଲ ହେଉଥିବା ଭିଡିଓ ଯେଉଁ ଥିରେ ସେ ଡାକ୍ତର ଏବଂ ହସ୍ପିଟାଲ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି, ଏପ୍ରିଲ ମାସର ଅଟେ। ସ୍ୱାସ୍ଥ୍ୟ କର୍ମୀ ଏବଂ ଡାକ୍ତର ମାନଙ୍କୁ କୋରୋନା ସମୟରେ ଉତ୍ସାହ ଦେବା ପାଇଁ ସେ ଏହି ଭିଡିଓ ବନେଇ ଥିଲେ। 

15945661505f0b260675419.jpeg

ପୁରା ଖବର ଏଠାରେ ପଢନ୍ତୁ : ରିପବ୍ଲିକ

ଶେଷକଥା: 

ଏହି ଭିଡିଓ ଅମିତାଭ ବଚ୍ଚନଙ୍କର କୋରୋନା ଚିହ୍ନଟ ହେବା ପରେ ନାନାବତୀ ହସ୍ପିଟାଲ ର ଭିଡିଓ ନୁହେଁ। ଏହି ଭିଡିଓ ସୋସିଆଲ ମିଡିଆରେ ଏପ୍ରିଲ ମାସ ରୁ ଦେଖିବା କୁ ମିଳିଛି। 

Avatar

Title:କ’ଣ କୋରୋନା ଆକ୍ରାନ୍ତ ହେଲା ପରେ ଅମିତାଭ୍ ବଚ୍ଚନଙ୍କ ଏହି ଭିଡିଓ ନାନବଟି ହସ୍ପିଟାଲର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *