
9 ଜୁଲାଇରେ କାଲୁ ଭାଇ ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପାଣି ଭରି ରହିଥିବା ଏକ ରାସ୍ତାର ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଡାଙ୍ଗମାଳ ଗ୍ରାମର ଏହା ଚିତ୍ର ଅଟେ। ରାସ୍ତାରେ ଖାଲ ଯୋଗୁଁ ପାଣି ଭର୍ତି ହୋଇ ରହିଛି।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କେନ୍ଦ୍ରାପଡା ଜିଲା ଡାଙ୍ଗମାଳ ଗାଁ ପ୍ରତ୍ୟେକ ଘରକୁ ଗୋଟିଏ ଲେଖାଏ ସ୍ୱିମିଙ୍ଗପୁଲ। କେନ୍ଦ୍ରlପଡାl ଜିଲା ସ୍ଥିତ ଡାଙ୍ଗ ମାଳ ଗ୍ରାମ ର ଚିତ୍ର ସେଠା କlର ସାଂସଦ ତାଙ୍କ ର ମହାନତା ଦେଖାଇ ପ୍ରତ୍ୟେକଟି ଘର କୁ ଗୋଟାଏ ଲେଖାଏଁ Sweeming pool ର ସୁବିଧା ଯୋଗାଇ ଦେଇଛନ୍ତି ତେଣୁ ଡାଙ୍ଗ ମାଳ ପ୍ରଥମ ଗ୍ରାମ ହେଲା ଯେ ଯେଉଁ ଗ୍ରାମ କୁ ଲଣ୍ଡନ ରେ ବଦଳାଇ ଦିଆ ଯାଇଛି
( ଆପଣ ମାନେ ଖୁସି ତ)
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ହଜାରରୁ ଅଧିକ ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ 300 ଲାଇକ ଏବଂ 129 କମେଣ୍ଟ କରାଯାଇଚି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ ରାସ୍ତାରେ ଏପରି ଖାଲ ହୋଇ ପାଣି ଜମିଥିବା ଫୋଟୋ କେନ୍ଦ୍ରାପଡା ଜିଲ୍ଲାର ଅଟେ। ଅଧିକ ସୂଚନା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। ଆଣକୁ ଭାଇରାଲ ଫେଟେ ଏକ ପଞ୍ଜାବି Facebook ପେଜରେ ପାଇଲୁ। ଯାହାକି 2017ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖା ଯାଇଛି ଯେ, ସ୍ମାର୍ଟ ସିଟି ହେବା ପାଇଁ ପ୍ରସ୍ତୁତ ହୋଇ ଯାଅ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ପରେ ଭାଇରାଲ ଫୋଟୋ ଆମକୁ Timesofindia ପେଜରେ ପାଇଲୁ । ଯାହାକି 2017 ଜୁନରେ ପ୍ରକାଶିତ କରାଯାଇଥିଲା। ପ୍ରକାଶ ପାଇଥିବା ଖବର ଅନୁସାରେ ଭାଇରାଲ ଫୋଟୋ ବିହାରର ଅଟେ। ଜାହାକି ବିହାରର ଭାଗଲପୁର ଏନଏଚ 80 ଅଟେ। ଯେଉଁଠାରେ ଏହି ପରି ସ୍ଥିତି 2017ରେ ବନି ରହିଥିଲା। ଏହାକୁ ସୋସିଆଲ ମିଡିଆରେ ଅନପ ଆଲୋଚନା ଏବଂ ସମାଲୋଚନା କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Timesofindia । Archive
ଏହା ପେର ଆମକୁ ABP NEWS ର ଏକ ପେଜ ମିଳିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଫୋଟୋ ବିହାର ଭାଗଲପୁର ଏନଏଚ 80ର ଅଟେ। ଏହାକୁ 2017 ମସିହାରେ ବିହାରର ରାସ୍ତା ମନ୍ତ୍ରୀ ଚର୍ଚ୍ଚାରେ ବନି ରହିଥିଲେ। ଯେତେବେଳେ ବିହାରର ଏହି ରାସ୍ତାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା କରାଯାଉଥିଲା ସେତେବେଳେ ସଡ଼କ ମନ୍ତ୍ରୀ ଏହାକୁ ନେଇ ବିରୋଧ କରୁଥିଲେ ଏବଂ ଦାବି କରୁଥିଲେ ଭାଇରାଲ ଫୋଟୋ ବିହାରର ନୁହେଁ। ବିହାରକୁ ବଦନାମ କରିବା ପାଇଁ ଏପରି କରାଯାଉଛି। କିନ୍ତୁ ପରେ ABP NEWS ଏହାର ଅନୁସନ୍ଧାନ କରି ସତ୍ୟତା ସାମ୍ନାକୁ ଆଣିଲା। ପରେ ଏହା ସ୍ପଷ୍ଟ ହେଲା ଯେ, ଭାଇରାଲ ଫୋଟୋ ବିହାର ଭାଗଲପୁର ଏନଏଚ 80ର ଅଟେ।
ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ କେନ୍ଦ୍ରପଡା ଜିଲ୍ଲାର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ କେନ୍ଦ୍ରାପଡାର ନୁହେଁ। ଏହା 2017 ମସିହାର ଅଟେ। ଭାଇରାଲ ଫୋଟୋ ବିହାର ଭାଗଲପୁର ଏନଏଚ 80ର ରାସ୍ତା ଅଟେ।

Title:ଏହି ଖାଲ ଭର୍ତ୍ତି ରାସ୍ତା କେନ୍ଦ୍ରାପଡା ଜିଲ୍ଲାର ନୁହେଁ ।
Fact Check By: Saritadevi SamalResult: False