
ବିକାଶ ଦୁବେ ଏନକାଉଣ୍ଟର ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। 12 ଜୁଲାଇରେ Vicky Bikash Datta Kashyap ନାମକ ଜଣେ ଫେସବୁକ ୟୁଜର ତାଙ୍କ ପୋଷ୍ଟରେ ବିକାଶ ଦୁବେ ଏବଂ ସମ୍ବିତ ପାତ୍ରକୁ ନେଇ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ସମ୍ବିତ ପାତ୍ର ଦେଶ ଦ୍ରୋହୀ ବିକାଶ ଦୁବେ ସହିତ ବନ୍ଧୁମିଳନ କରୁଥିବାର ଦୃଶ୍ୟ। ପୋଷ୍ଟ କରାଯାଇଥିବା ଫୋଟୋରେ କୌଣସି ଏକ କାର୍ଯ୍ୟକ୍ରମରେ ବିକାଶ ଦୁବେ ଏବଂ ସମ୍ବିତ ପାତ୍ରଥିବାର ମଧ୍ୟ ଦେଖା ଯାଉଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫୋଟୋରେ ସମ୍ବିତ ପାତ୍ର ଅପରାଧି ବିକାଶ ଦୁବେ ସହିତ ଅଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ପୋଷ୍ଟର ଅନେକ ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ Amarujalaର ଏକ ପେଜ ପାଇଲୁ। ଏହି ଖବର 8 ଜୁଲାଇରେ ପ୍ରକାଶିତ ହୋଇଥିଲା। ଆମକୁ ଭାଇରାଲ ହେଉଥିବା ଫୋଟୋ ମିଳିଲା। କିନ୍ତୁ ଆମକୁ ମିଳିଥିବା ଖବର ଅନୁସାରେ ସେ ଫୋଟୋରେ ସମ୍ବିତ ପାତ୍ର ନାହାନ୍ତି। ବରଂ ଅନ୍ୟ କେହି ଦେଖା ଯାଉଛନ୍ତି। ଖବର ଅନୁସାରେ ବିକାଶ ଦୁବେ ଧରା ପଡ଼ିଲା ପରେ ଜୟ ବାଜପୈକୁ ପଚରା ଉଚରା ପାଇଁ ନେଇଥିଲା। ତେବେ ଏହି ଜୟ ବାଜପୈ କିଏ ଏହା ସମ୍ପର୍କରେ ପ୍ରକାଶିତ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Amarujala । Archive
ଏହା ପରେ ଆମେ ଭାଇରାଲ ଫୋଟୋ ଏବଂ ଆମକୁ ମିଳିଥିବା ଫୋଟୋର ବିଶ୍ଳେଷଣ କରିଲୁ। ଭାଇରାଲ ବୋଇଥିବା ଫୋଟୋ ପ୍ରକୃତ ଫୋଟୋ ଠାରୁ ଅଲଗା ଅଟେ। ଆମକୁ ମିଳିଥିବା ଫୋଟୋରେ ସମ୍ବିତ ପାତ୍ରା ନାହାନ୍ତି। ବରଂ କେହି ଅନ୍ୟ ଜଣେ ଅଛନ୍ତି। ପ୍ରକୃତ ଫୋଟୋକୁ ଏଡିଟ କରାଯାଇଛି। ଏଡିଟ କରି ଫୋଟୋରେ ସମ୍ବିତ ପାତ୍ରର ଫୋଟୋ ଲଗା ଯାଇଛି। ତଳେ ବିଶ୍ଳେଷଣ ଦେଖନ୍ତୁ।

ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋରେ ସମ୍ବିତ ପାତ୍ର ନାହାନ୍ତି। ପ୍ରକୃତ ଫୋଟୋକୁ ଏଡିଟ୍ କରି ଭାଇରାଲ କରାଯାଉଛି।
ଶେଷକଥା-
ଆମ ଅଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋରେ ସମ୍ବିତ ପାତ୍ର ନାହାନ୍ତି। ପ୍ରକୃତ ଫୋଟୋକୁ ଏଡିଟ କରି ଭାଇରାଲ କରାଯାଉଛି।

Title:ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ସହ ସମ୍ବିତ ପାତ୍ରଙ୍କ ନାଚୁଥିବାର ଏହି ଫୋଟୋ ନକଲି ଅଟେ ।
Fact Check By: Saritadevi SamalResult: False