
ଜୁନ 16 ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୋପାଳଗଞ୍ଜ ଜିଲ୍ଲାର ଗାନ୍ଧକ ନଦୀରେ ରାମଜାନକି ପଥ ନାମରେ ଜଣାଶୁଣା ସତ୍ତରଘାଟ ବ୍ରିଜ ଉଦଘାଟନ କରିଥିଲେ। ତେବେ ଉଦଘାଟନ ହେବାର ମାତ୍ର 29 ଦିନ ପରେ ଏହି ବ୍ରିଜ ଭାଙ୍ଗି ଯାଇଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରବଳ ବର୍ଷା କାରଣରୁ ଗଣ୍ଡକ ନଦୀ କୂଳରେ ଥିବା ବ୍ରିଜର ଏକ ଅଂଶ ଭୁଶୁଡି ପଡିଛି।
16 ଜୁଲାଇରେ Baalia BABA ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହା ବ୍ରିଜର କିଛି ଫୋଟୋ ସହ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, #ମୋଦି_ନୀତିଶଙ୍କ_ବିହାର, ଉଦ୍ଘାଟନର ୨୯ ଦିନ ଭିତରେ ଭାଙ୍ଗିଗଲା ୨୬୪କୋଟି ମୂଲ୍ୟର ପୋଲ ।ବିହାରର ଗୋପାଳଗଞ୍ଜ ଜିଲାରେ ଗଣ୍ଡକ ନଦୀ ଉପରେ ନିର୍ମାଣ କରାଯାଇଥିବା ସତ୍ତର ଘାଟ ପୋଲ ବର୍ଷାରେ ଭାଙ୍ଗିଯାଇ ନଦୀରେ ଭାସି ଯାଇଛି। ଏହି ପୋଲଟି ନିର୍ମାଣ କରିବାକୁ ପାଖାପାଖି ୨୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ହିସାବ ରହିଛି। ସୂଚନାଯୋଗ୍ୟ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତମାସରେ ଏହି ପୋଲର ଉଦ୍ଘାଟନ କରିଥିଲେ।
ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 45 ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ ଅନେକ ଲୋକ କମେଣ୍ଟ ଏୂଂ ଲାଇକ ମଧ୍ୟ କରିଛନ୍ତି। ତଳେ ପୋଷ୍ଟର ଲିଙ୍କ୍ ଦେଖନ୍ତୁ।
Top of Form
Bottom of Form
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ବିହାରର ଗୋପାଳଗଞ୍ଜ ଜିଲ୍ଲାର ଗଣ୍ଡଳ ନଦୀ ଉପରେ ନିର୍ମାଣ ହୋଇଥିବା ପୋଲ ନଦୀରେ ଭାସି ଗଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପୋଷ୍ଟ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚରେ କରିଲୁ। ସର୍ଚ୍ଚରେ ଆମକୁ ଅନେକ ଲିଙ୍କ ମିଳିଲା। 16 ଜୁନରେ Thehindu ନାମକ ପେଜରେ ଭାଇରାଲ ପୋଷ୍ଟ ସମ୍ପର୍କରେ ଏକ ଖବର ପ୍ରକାଶିତ କରାଯାଇଛି । ଖବର ଅନୁସାରେ ବିହାର ସରକାର ଏକ ସରକାରୀ ବିଜ୍ଞପ୍ତି ଜାରି କରି କହିଛନ୍ତି ସତ୍ତରଘାଟ ସେତୁ କ୍ଷତିଗ୍ରସ୍ତ ହୋଇ ନାହିଁ। ବିହାର ସରାକର ଏହାର ସ୍ପଷ୍ଟି କରଣ ଦେଇ କହିଛନ୍ତି, ସତ୍ତରଘାଟ ବ୍ରିଜଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ, ଗଣ୍ଡକ ନଦୀରେ ଫୁଲିଯାଇଥିବା ଜଳ ହେତୁ 18 ମିଟର ଲମ୍ବର ଏକ ଛୋଟ ବ୍ରିଜର ଏକ ରାସ୍ତା କଟାଯାଇଥିଲା। ନଦୀରେ ଜଳର ଅପ୍ରତ୍ୟାଶିତ ଚାପ ଯୋଗୁଁ ଏହା ଘଟିଛି। ତଥାପି ବ୍ରିଜ ପ୍ରଭାବିତ ହୋଇନାହିଁ। ମୁଖ୍ୟ ସତ୍ତାରଘାଟ ସେତୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଏହି ପ୍ରକଳ୍ପରେ କୌଣସି ଅପବ୍ୟବହାରର କୌଣସି ସମସ୍ୟା ହୋଇ ନାହିଁ । ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ଅଟେ।
ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Thehindu । Archive
ତେବେ ବିହାର ସରକାରଙ୍କ ବିରୋଧରେ ବ୍ୟାପକ ଦାବି କରାଗଲା ପେର ବିହାର ସଡକ ନିର୍ମାଣ ବିଭାଗର ମନ୍ତ୍ରୀ Nand kishore yadav ଏହି ସେତୁର ଏକ ଭିଡିଓ ସେୟାର କରି ସତ୍ତାରଘାଟ ସେତୁର କୌଣସି କ୍ଷତି ହୋଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତଳେ ପୋଷ୍ଟ ଦେଖନ୍ତୁ।
नेता प्रतिपक्ष #सत्तर_घाट_पुल के क्षतिग्रस्त होने की झूठी खबर फैला रहे हैं।
— Nand Kishore Yadav (@nkishoreyadav) July 16, 2020
इस मामले में सही तथ्य निम्नवत है।
सत्तर घाट मुख्य पुल से लगभग दो किमी दूर गोपालगंज की ओर एक 18 मी लम्बाई के छोटे पुल का पहुँच पथ कट गया है। यह छोटा पुल गंडक नदी के बांध के अन्दर अवस्थित है। @ANI pic.twitter.com/GwUe5RS6iK
ଯାଦବ ପୁଣି ଏକ ଟୁଇଟ୍ ଜରିଆରେ ଲେଖିଛନ୍ତି, “ଗୋପାଳଗଞ୍ଜ ନିକଟରେ ଗଣ୍ଡକ ନଦୀରେ ଜଳର ଚାପ ଅଧିକ ରହିଛି। ଏହି କାରଣରୁ ବ୍ରିଜର ରାସ୍ତା ଅଂଶ କଟିଯାଇଛି। ଅପ୍ରତ୍ୟାଶିତ ଜଳ ଚାପ ଯୋଗୁଁ ଏହା ଘଟିଛି। ଏହା ଯୋଗୁଁ ଛୋଟ ବ୍ରିଜର ଗଠନରେ କୌଣସି କ୍ଷତି ହୋଇ ନାହିଁ। 1.6 କିଲୋମିଟର ଲମ୍ବ ବିଶିଷ୍ଟ ସତୁରି ଘାଟ ବ୍ରିଜ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏହା ଛଡ଼ା IPRD Bihar ଦ୍ୱାରା ମଧ୍ୟ ଏକ ଟ୍ୱିଟ ପୋଷ୍ଟ କରାଯାଇଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, 16 ଜୁନରେ ଉଦଘାଟନ କରାଯାଇଥିବା ସତ୍ତର ଘାଟର ମୁଖ୍ୟ ବ୍ରିଜ ଭାଙ୍ଗି ଥିବା ନେଇ ମିଥ୍ୟା ଦାବି ପ୍ରକାଶ କରାଯାଇଛି। ଏହା ଛଡ଼ା ସତ୍ତର ଘାଟ ମୁଖ୍ୟ ବ୍ରିଜ ଛାରୁ 2 କି.ମି ଦୂରରେଥିବା ଗୋପାଲ ଗଞ୍ଜ ଅଞ୍ଚଳର ବ୍ରିଜ ପ୍ରକୃତିକ ଆପଦା କରାଣରୁ ଭାଙ୍ଗି ଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ– IPRD Bihar । Archive
ଏହା ଛଡ଼ା ସତ୍ତର ଘାଟ ବ୍ରିଜର ସମ୍ପୁର୍ଣ୍ଣ ରାସ୍ତା ଭିଡିଓ IPRD Bihar ୟୁଟ୍ୟୁବ ଚ୍ୟାନେଲରେ ଦିଖି ପାରିବେ। ଯେଉଁଥିରେ ମାସେ ପୂର୍ବରୁ ଉଦଘାଟନ ହୋଇଥିବା ସତ୍ତର ଘାଟ ବ୍ରିଜର ରାସ୍ତା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖା ଯାଇଛି। ତଳେ ଲିଙ୍କ ଦେଖନ୍ତୁ।
17 ଜୁଲାଇରେ Prabhatkhabar ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ସତ୍ତରଘାଟ ବ୍ରିଜ୍ର ରାସ୍ତା ଭାଙ୍ଗିବା ପରେ ମରାମତି କରିବାକୁ ଯାଇଥିବା କଣ୍ଟ୍ରାକ୍ଟର, ବ୍ରିଜ୍ ନିର୍ମାଣ ନିଗମର ବିବାଦ ତଥା କାର୍ଯ୍ୟରେ ବାଧା ସୃଷ୍ଟି ଅଭିଯୋଗରେ ପୃଥକ ଏଫ୍ଆଇଆର୍ ଦାଖଲ କରାଯାଇଛି। ଏଥି ସହିତ ଲକଡାଉନ୍ ଉଲ୍ଲଂଘନ ପାଇଁ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ସମସ୍ତ ମାମଲା ବାଇକୁଣ୍ଠପୁର ପୋଲିସ ଷ୍ଟେସନରେ ରୁଜୁ ହୋଇଛି।
ଏଥିସହିତ କଣ୍ଟ୍ରାକ୍ଟର ଉଦୟ ସିଂ ଫୈଜୁଲ୍ଲାପୁର ମୁଖ୍ୟଙ୍କ ସ୍ୱାମୀ ସଞ୍ଜୟ ରାୟ ଏବଂ ଅନ୍ୟ ଗ୍ରାମବାସୀଙ୍କୁ କାର୍ଯ୍ୟରେ ବାଧା ଦେଇଥିବାର ଅଭିଯୋଗ କରିଛନ୍ତି। ଏଥିସହ ତୃତୀୟ ଏଫଆଇଆର ବ୍ରିଜ ନିଗମର ଇଞ୍ଜିନିୟରଙ୍କ ନିକଟରେ ଦାଖଲ କରାଯାଇଛି। ଏଥିରେ ଅଜ୍ଞାତ ଗ୍ରାମବାସୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଇଞ୍ଜିନିୟର ବ୍ରିଜ ନିଗମର ଜେସିବି ରାସ୍ତା କାଟିବା ଅଭିଯୋଗ କରିଛି। ମାମଲା ପଞ୍ଜିକୃତ ହେବା ପରେ ଏଠାରେ ଗ୍ରାମବାସୀ ରାଗିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Prabhatkhabar । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ବିହାର ସରକାର ସତ୍ତର ଘାଟର ମୁଖ୍ୟ ବ୍ରିଜ ଭାଙ୍ଗି ଥିବା ନେଇ ମିଥ୍ୟା ଦାବି ପ୍ରଚାର କରାଯାଉଥିବା କଥା କହିଛନ୍ତି। ସରକାର ତରଫରୁ ସ୍ପଷ୍ଟ କରାଯାଇଛି ଯେ, ସତ୍ତର ଘାଟ ମୁଖ୍ୟ ବ୍ରିଜ ଠାରୁ 2 କି.ମି ଦୂରରେଥିବା ଗୋପାଲ ଗଞ୍ଜ ଅଞ୍ଚଳର ବ୍ରିଜ ପ୍ରକୃତିକ ଆପଦା କରାଣରୁ ଭାଙ୍ଗି ଯାଇଛି। ସତ୍ତର ଘାଟ ମୁଖ୍ୟ ବ୍ରିଜ ସୁରକ୍ଷିତ ଅଛି।

Title:ବିହାର ସରକାର ସତ୍ତର ଘାଟ ବ୍ରିଜ ଭାଙ୍ଗି ଯାଇଥିବା ଦାବିକୁ ଖଣ୍ଡନ କରିଛି।
Fact Check By: Saritadevi SamalResult: False