
23 ଜୁଲାଇରେ Dekh bhai odia trolls ନାମକ ଏକ ଫେସବୁକ ପେଜରେ ନେପାଳର ପ୍ରଧାନମନ୍ତ୍ରୀ K P Sharma Oliର ଏକ ଟ୍ୱିଟ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭୁବନେଶ୍ୱରରେଥିବା ପାଲ ହାଇଟ୍ସ ( PAL HEIGHTS) ପ୍ରକୃତରେ ନେପାଲ ହାଇଟ୍ସ (NEPAL HEIGHTS) ଅଟେ। ପୋଷ୍ଟରେ ନେପାଳ ପ୍ରଧାନମ୍ନତ୍ରୀ ଓଲିଙ୍କର ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ଲାଗିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 153ଥର ସେୟାର କରାଯାଇଛି। ଏହା ସହୋ ପୋଷ୍ଟକୁ 600ରୁ ଅଧିକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତି- Facebook । Archive
ତେବେ କଣ ନେପାଳର ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, ଭୁବନେଶ୍ୱର ପାଲହାଇଟ୍ସ ପ୍ରକୃତରେ ନେପାଲ ହାଇଟ୍ସ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ହେଉଥିବା ଟ୍ୱିଟକୁ ନେଇ ସର୍ଚ୍ଚ କରିଲୁ। ଆମେ ନେପାଳ ପ୍ରଧାନମନ୍ତ୍ରୀ ଓଲିର ଟ୍ୱିଟର ଆକାଉଣ୍ଟ ସହ ଭାଇରାଲ ହେଉଥିବା ଟ୍ୱିଟର ଆକାଉଣ୍ଟ ବିଶ୍ଳେଷଣ କରିଲୁ। K P Sharma ଟ୍ୱିଟର ଆକାଉଣ୍ଟରେ ଦେଖିଲୁ ଯେଉଁଥିରେ ଲେଖା ଯାଇଛି @kpsharmaoli କନ୍ତୁ ଭାଇରାଲ ପୋଷ୍ଟରେ @chainakukahidebi ଲେଖା ଯାଇଛି। ଯେଉଁଥିରେ ସ୍ପଷ୍ଟ ହେଉଛି ଯେ, ଭାଇରାଲ ପୋଷ୍ଟ ଏଡିଟ କରାଯାଇଛି। ଏହା ଛଡ଼ା ନେପାଳ ପ୍ରଧାନମନ୍ତ୍ରୀ ଫୋଟୋ ସହ ଭାଇରାଲ ଫୋଟୋ ସମାନ ନୁହେଁ। ଏଧିକୁ ସ୍ପଷ୍ଟ ହେଉଛି ଯେ, କପି ଓଲି ଏପରି କୌଣସି ଟ୍ୱିଟ କରି ନାହାନ୍ତି। ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ର୍ତ୍ତମାନ ଫୋଟୋରେ ଦେଖିଲୁ ପାଲ ହାଇଟ୍ସରେ କୌଣସି ହୋଡିଙ୍ଗ ବଦଳା ଯାଇ ନାହିଁ। ଭୂବନେଶ୍ୱର ପାଲହାଇଟ୍ସ ନେପାଳର ନୁହେଁ। ଭାଇରାଲ ପୋଷ୍ଟ ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ବିଶ୍ଲେଷଣ ଦେଖନ୍ତୁ।

ଶେଷକଥା-
ଆମ ଅନୁସନ୍ଧାନରୁ ପଇଲୁ ଯେ, ଭାଇରାଲ ଟ୍ୱିଟ ମିଥ୍ୟା ଅଟେ। ଏହା ଏକ ଏଡିଟ୍ କରାଯାଇଥିବା ଟ୍ୱିଟ ଅଟେ। ଭୂବନେଶ୍ୱର ପାଲହାଇଟ୍ସକୁ ବଦଳାଇ ନେପାଳ ହାଇଟ୍ସ କରାଯାଇ ନାହିଁ।

Title:ନେପାଲ ପ୍ରଧାନମନ୍ତ୍ରୀ ନାମରେ ଭାଇରାଲ ହେଉଥିବା ଟ୍ୱିଟ ମିଥ୍ୟା ଅଟେ।
Fact Check By: Saritadevi SamalResult: False